ଆର୍‌ପିଏଫ୍‌ର ଅପରେଶନ ‘ଇଷ୍ଟ୍‌କୋଷ୍ଟ ରେଲ୍‌ଓ୍ବେ ଥଣ୍ଡର’: ବେଆଇନ ଟିକେଟ ବିକ୍ରି, ୬ ଗିରଫ

ଭୁବନେଶ୍ୱର, ୧୧।୮(ବ୍ୟୁରୋ): ଭୁବନେଶ୍ୱର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ପକ୍ଷରୁ ଆରମ୍ଭ ହୋଇଛି ଅପରେଶନ ‘ଇଷ୍ଟ୍‌କୋଷ୍ଟ ରେଲ୍‌ଓ୍ବେ ଥଣ୍ଡର’। ଶନିବାର ଏକ ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବେଆଇନ ଭାବେ ଟିକେଟ ବିକ୍ରି କରୁଥିବା ୬ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସିଆର୍‌ପି ଛକସ୍ଥିତ ପ୍ରିୟଦର୍ଶିନୀ ମାର୍କେଟସ୍ଥିତ କମ୍ୟୁନିକେଶନ କେୟାର ଦୋକାନ ମାଲିକ ଭୀମସେନ ମଲ୍ଲିକ, ଏସ୍‌.ଜେ. ଇନଫୋଟେକ୍‌ର ଶ୍ରୀବତ୍ସ ବାରିକ, ରୁଚିକା ମାର୍କେଟର ସୁନିତା ଟୁର୍‌ ଆଣ୍ଡ୍‌ ଟ୍ରାଭେଲ୍ସର ରାଜେଶ କୁମାର ପାତ୍ର, ଫରେଷ୍ଟ ପାର୍କସ୍ଥିତ ସାରଥି ଟୁର୍‌ ଆଣ୍ଡ ଟ୍ରାଭେଲ୍ସର ଶିବ ପ୍ରସାଦ ବିଶ୍ୱାଳ, ଜୟଦେବ ବିହାରସ୍ଥିତ ସମର କମ୍ୟୁନିକେଶନର ସମରେନ୍ଦ୍ର ସ୍ବାଇଁ ଓ ଜାଗମରାସ୍ଥିତ ଏକ୍ସେଲ ସିଷ୍ଟମର ଅଶୋକ କୁମାର ରାଉତ। ଏମାନେ ନିଜ ବ୍ୟକ୍ତିଗତ ଆଇଆର୍‌ସିଟିସି ଆଇଡିରେ ଟିକେଟ କରି ଚଢ଼ା ଦରରେ ବିକ୍ରି କରୁଥିଲେ। ଟିକେଟ ବିକ୍ରି ପାଇଁ ଆଇଆର୍‌ସିଟିସିଠାରୁ ସ୍ବୀକୃତି ପାଇବା ପରେ ଏଜେଣ୍ଟମାନେ ଟିକେଟ ବିକ୍ରି କରିବାର ନିୟମ ରହିଛି। କିନ୍ତୁ ଗିରଫ ଅଭିଯୁକ୍ତମାନେ ବିନା ସ୍ବୀକୃତିରେ ବ୍ୟକ୍ତିଗତ ଆଇଡି ତଥା ଜାଲ୍‌ ଆଇଡି ଖୋଲି ଏହି ବେଆଇନ କାରବାର କରୁଥିଲେ। ଲୋକଙ୍କଠାରୁ ଟିକେଟ ପିଛା ଧାର୍ଯ୍ୟ ମୂଲ୍ୟଠାରୁ ୫୦ରୁ ୨୦୦ଟଙ୍କା ପର୍ଯନ୍ତ ଅଧିକ ନେଉଥିଲେ। ଦୀର୍ଘବର୍ଷ ଧରି ଇ-ଟିକେଟିଂ ଜରିଆରେ ଲୋକଙ୍କୁ ଏପରି ଠକି ଆସୁଥିବା ନେଇ ଗୋଇନ୍ଦା ସୂଚନା ମିଳିବା ପରେ ଚଢ଼ାଉ କରାଯାଇଥିଲା ବୋଲି ଆର୍‌ପିଏଫ୍‌ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଚଢ଼ାଉ ହୋଇଥିବା ୬ ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟରୁ ୨ଟି ଟ୍ରାଭେଲ୍ସ, ୪ ଡିଟିପି ଏବଂ ଜେରକ୍ସ ଦୋକାନ ରହିଛି। ଅଭିଯୁକ୍ତଙ୍କଠାରୁ ୫ ସିପିୟୁ, ଗୋଟିଏ ଲାପ୍‌ଟପ, ୩ ମୋବାଇଲ ଫୋନ୍‌, ୫ ନୂଆ ଟିକେଟ ଓ ୯ ପୁରୁଣା ଟିକେଟ ଜବତ କରାଯାଇଛି। ଦଫା ୧୪୩ ଅନୁଯାୟୀ ମାମଲା ନଂ. ୨୦୧୫-୨୦୨୦/୨୦୧୯ରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ରବିବାର କୋର୍ଟ ଚାଲାଣ କରାଯିବ ବୋଲି ଆର୍‌ପିଏଫ୍‌ ପକ୍ଷରୁ ସୂଚନା ମିଳିଛି। ଏହି ଚଢ଼ାଉରେ ଭୁବନେଶ୍ୱର ଆର୍‌ପିଏଫ୍‌ ଥାନାଧିକାରୀ କାଳୁ ସେଠୀ, ଆର୍‌ପିଏଫ କ୍ରାଇମବ୍ରାଞ୍ଚ ଆଇଆଇସି ବାଇଧର ସିଂ, ଡିଭିଜନାଲ କ୍ରାଇମବ୍ରାଞ୍ଚ ଆଇଆଇସି ଶ୍ରୀନିବାସ ପଟ୍ଟନାୟକ ଓ ଏସ୍‌ଟିଏଫ ମୁଖ୍ୟ ରନ୍ମୟ କୁମାର ପାତ୍ର ନେତୃତ୍ୱ ନେଇଥିଲେ। ଭୁବନେଶ୍ୱର ଆର୍‌ପିଏଫ ଥାନାଧିକାରୀ ସେଠୀ ଯାତ୍ରୀମାନଙ୍କୁ ଅଣସ୍ବୀକୃତିପ୍ରାପ୍ତ ଏଜେଣ୍ଟଙ୍କଠାରୁ ଟିକେଟ ନ କିଣିବାକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri