ହୀରାକୁଦର ୨୦ ଗେଟ୍‌ ଖୋଲିଲା: ବୈତରଣୀରେ ୮, ସାଳନ୍ଦୀରେ ୬ ବନ୍ୟା

ଭୁବନେଶ୍ୱର, ୨୭ା୯ (ବନ୍ଦନା ସେଠୀ): ଲଗାଣ ବର୍ଷା ଯୋଗୁ ଓଡ଼ିଶାର ବିଭିନ୍ନ ନଦୀରେ ବନ୍ୟାସ୍ଥିତି ଗମ୍ଭୀର ହୋଇଚାଲିଛି। ଦକ୍ଷିଣ ଓଡ଼ିଶାରେ ଦୁଇଦିନ ଧରି କେତେକ ନଦୀରେ ବନ୍ୟା ଆସି ଜନଜୀବନ ଅସ୍ତବ୍ୟସ୍ତ କରିଥିଲା। ପୁଣି ଉତ୍ତର ଓଡ଼ିଶାରେ ଅନେକ ନଦୀରେ ବନ୍ୟା ଆସି ସ୍ଥିତି ସଙ୍ଗିନ ହେବାକୁ ଲାଗିଲାଣିି। ଗତ ଦୁଇ ମାସ ମଧ୍ୟରେ ଭଦ୍ରକ ଜିଲାର ବୈତରଣୀରେ ୮ ଥର ବନ୍ୟା ଆସିଥିବା ବେଳେ ସାଳନ୍ଦୀରେ ୬ ଥର ବଢ଼ି ହେବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେଲାଣି। ବାଲେଶ୍ୱର ଜିଲା ଦେଇ ପ୍ରବାହିତ ଜଳକା, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀରେ ଏକା ସଙ୍ଗେ ପ୍ରବଳ ବନ୍ୟା ସୃଷ୍ଟି ହୋଇଛି। ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଗମ୍ଭୀର ରହିଥିବାବେଳେ ୧୦ଟି ଜିଲାରେ ବନ୍ୟା ସ୍ଥିତି ଉପୁଜିଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ଛତିଶଗଡ଼ରେ ମହାନଦୀର ଉପରମୁଣ୍ଡ ଅବବାହିକାରେ ପ୍ରବଳ ବର୍ଷା ହେଉଥିବାରୁ ହୀରାକୁଦର ୨୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବାରୁ ତଳମୁଣ୍ଡରେ ପୁଣି ବନ୍ୟା ଆଶଙ୍କା ଦେଖାଦେଇଛି। ଏଭଳି ସ୍ଥଳେ ଉତ୍ତର ଆଣ୍ଡାମାନ ସାଗର ଆଡ଼କୁ ଆଉ ଏକ ପାଣିପାଗ ପ୍ରଣାଳୀ ଆସୁଥିବା ନେଇ ସୂଚନା ଦିଆଯାଇଛି। ରବିବାର ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାନ୍‌ମାରର ଇରାୱାଡି ଅଞ୍ଚଳକୁ ପ୍ରବେଶ କରିବ। ଫଳରେ ଏହା ଉତ୍ତର-ପୂର୍ୱ ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଅଞ୍ଚଳ ଆଡ଼କୁ ଗତି କରିବାକୁ ଥିବାରୁ ଅଧିକ ବର୍ଷା ଆଶଙ୍କା ଦେଖାଦେଲାଣି।

ରାଜ୍ୟରୁ ଗଭୀର ଅବପାତ ଅପସରି ଯାଇଥିଲେ ହେଁ ଏହାର ପ୍ରକୋପ କମିନାହିଁ। ଓଡ଼ିଶା ସମେତ ଉପରମୁଣ୍ଡରେ ଥିବା ଛତିଶଗଡ଼ ଓ ଝାଡ଼ଖଣ୍ଡରେ ଏବେ ବି ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁ ବୈତରଣୀ, ସାଳନ୍ଦୀ, ବୁଢ଼ାବଳଙ୍ଗ, ଜଳକା ସମେତ ବିଭିନ୍ନ ନଦୀରେ ପୁଣି ବନ୍ୟା ଆସିଛି। ଏହା ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶା ବିଶେଷ ପ୍ରଭାବିତ ହୋଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ କେନ୍ଦୁଝର ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭଦ୍ରକର ୩, ମୟୂରଭଞ୍ଜର ୨୦, ବାଲେଶ୍ୱରର ୧୦, ଯାଜପୁରର ୨ ଓ କୋରାପୁଟର ୧୪ ବ୍ଲକ ପ୍ରଭାବିତ ହୋଇଛି। ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବର୍ଷା ଓ ବନ୍ୟା ପ୍ରଭାବିତ ଗଞ୍ଜାମ, କୋରାପୁଟ, ନବରଙ୍ଗପୁରର ଏରିୟଲ ସର୍ଭେ କରିବେ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଶନିବାର ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ୨୦ଟି ଗେଟ୍‌ ଖୋଲାଯାଇଥିବାରୁ ମହାନଦୀରେ ମଧ୍ୟ ବଡ଼ ବନ୍ୟାର ଆଶଙ୍କା କରାଯାଉଛି। ଜଳସମ୍ପଦ ବିଭାଗର ଅଧିକାରୀଙ୍କ ସୂଚନା ଅନୁଯାୟୀ, ଛତିଶଗଡ଼ରେ ମହାନଦୀର ଉପରମୁଣ୍ଡ ଅବବାହିକାରେ ପ୍ରବଳ ବର୍ଷା ହେଉଥିବାରୁ ଅଧିକ ଗେଟ୍‌ ଖୋଲିବାକୁ ପଡ଼ିଛି। ଜଳଭଣ୍ଡାରର ପୂର୍ଣ୍ଣ ଜଳଧାରଣ ସ୍ତର ୬୩୦ ଫୁଟ ରହିଥିବାବେଳେ ଜଳସ୍ତର ୬୨୮.୮୯ ଫୁଟ ରହିଛି। ଏପଟେ ବୈତରଣୀ ଓ ସାଳନ୍ଦୀ ବନ୍ୟାରେ ଭଦ୍ରକ ଜିଲାର ୩ ବ୍ଲକ୍‌ ଉବୁଟୁବୁ ହେଉଛି।
ବୈତରଣୀରେ ୮, …
ଗତ ୨ ମାସରେ ବୈତରଣୀରେ ଏହା ୮ମ ବନ୍ୟା ହୋଇଥିବାବେଳେ ସାଳନ୍ଦୀରେ ୬ଷ୍ଠଥର ପାଇଁ ବନ୍ୟା ଆସିଛି। ଦୁଇନଦୀରେ ଜଳସ୍ତର ବଢ଼ିଚାଲିଛି। ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ଭଣ୍ଡାରିପୋଖରୀ ବ୍ଲକ୍‌ର ଆଖୁଆପଦା ଆନିକଟଠାରେ ବୈତରଣୀର ବିପଦ ସଙ୍କେତ ୧୮.୩୩ ମିଟର ଥିବାବେଳେ ଜଳସ୍ତର ୧୯.୩୫ ମିଟର ଛୁଇଁଛି। ସେହିପରି ଭଦ୍ରକ ରାଜଘାଟଠାରେ ସାଳନ୍ଦୀ ନଦୀ ୧୯.୫୦ ଫୁଟରେ ପ୍ରବାହିତ ହେଉଛି। ଏଠାରେ ନଦୀର ବିପଦ ସଙ୍କେତ ୧୭ ଫୁଟ ରହିଛି। ଅପରାହ୍ନ ୩ଟା ସୁଦ୍ଧା ବନ୍ୟା ଯୋଗୁ ଜିଲାର ଭଣ୍ଡାରିପୋଖରୀ, ଧାମନଗର ଓ ଭଦ୍ରକ ବ୍ଲକ୍‌ର ୫୧ଟି ପଞ୍ଚାୟତର ୧୪୪ ଗ୍ରାମର ୯୫,୪୬୧ ଲୋକ ପ୍ରଭାବିତ ହୋଇଛନ୍ତି। ସାଳନ୍ଦୀର ଜଳସ୍ତର ବଢ଼ିବା ଯୋଗୁ ଏହାର ଶାଖା ନଦୀ ନାଳିଆରେ ମଧ୍ୟ ବନ୍ୟା ଆସିଛି। ନାଳିଆ ନଦୀର ବନ୍ୟାଜଳ ବୃଦ୍ଧି ପାଇବା ଯୋଗୁ ଭଦ୍ରକ ବ୍ଲକ୍‌ ଅର୍ଣ୍ଣପାଳ ପଞ୍ଚାୟତର ଆଙ୍କପଦାଠାରେ ଶନିବାର ସକାଳେ ୨୦ ଫୁଟ୍‌ର ଘାଇ ସୃଷ୍ଟି ହୋଇଛି। ଏହି ଘାଇ ଦେଇ ବନ୍ୟାଜଳ ଗଁା ଭିତରକୁ ପଶିଯିବା ଫଳରେ ବହୁ ଗାଁ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି।
ସେହିପରି ମୟୂରଭଞ୍ଜ ଜିଲାରେ ବୁଢାବଳଙ୍ଗ ଓ ଗଙ୍ଗାହାର ନଦୀ ବନ୍ୟା ଯୋଗୁ ୨୦ଟି ବ୍ଲକ, ଗୋଟିଏ ପୌରପାଳିକା ଓ ଗୋଟିଏ ଏନ୍‌ଏସି ପ୍ରଭାବିତ ହୋଇଛି। ବେତନଟୀ, ବଡ଼ସାହି ସମେତ ବିଭିନ୍ନ ଅଞ୍ଚଳର ଅନେକ ଗଁା ଜଳମଗ୍ନ ହୋଇଥିବାବେଳେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଜାରି ରହିଛି। ବାଲେଶ୍ୱର ଜିଲା ଦେଇ ପ୍ରବାହିତ ଜଳକା, ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଯୋଗୁ ସ୍ଥିତି ଅସମ୍ଭାଳ ହୋଇପଡିଛି। ୧୦ ବ୍ଲକର ୯୨ ପଞ୍ଚାୟତର ୫୪୧ଟି ଗାଁ, ୩ଟି ସହରାଞ୍ଚଳ, ୩୬ଟି ୱାର୍ଡ ପ୍ରଭାବିତ ହୋଇଛି। ମୋଟ ୨ଲକ୍ଷ ୩ ହଜାର ୨୦୧ ଲୋକ ପ୍ରଭାବିତ ହୋଇଥିବାବେଳେ ୪୯ହଜାର ୫୯୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବସ୍ତା, ବାଲିଆପାଳ, ଜଳେଶ୍ୱର, ଭୋଗରାଇ ବ୍ଲକ ସମେତ ସଦର ଓ ରେମୁଣା ବ୍ଲକର ସ୍ଥିତି ବେହାଲ ହୋଇପଡିଛି। ବହୁ ପଞ୍ଚାୟତ ଜଳଘେରରେ ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବସ୍ତା ବ୍ଲକ ଦେଇ ପ୍ରବାହିତ ମଥାନୀଠାରେ ଜଳକାର ବିପଦସଂକେତ ୬.୫୦ମିଟର ରହିଥିବାବେଳେ ଶନିବାର ଅପରାହ୍ନ ୫ଟା ସୁଦ୍ଧା ବନ୍ୟାପାଣି ୬.୭୬ମିଟରରେ ପ୍ରବାହିତ ହେଉଥିଲା। ସେହିପରି ବୁଢାବଳଙ୍ଗ ନଦୀର ୫ନଂ. ଜାତୀୟ ରାଜପଥ ଗୋବିନ୍ଦପୁରଠାରେ ବିପଦସଂକେତ ୮.୧୩ ମିଟର ଥିବାବେଳେ ଶନିବାର ଅପରାହ୍ନ ୫ଟା ସୁଦ୍ଧା ୮.୭୨ ମିଟରରେ ପାଣି ପ୍ରବାହିତ ହେଉଥିଲା। ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ବିପଦସଂକେତ ୧୦.୩୬ ମିଟର ରହିଥିବାବେଳେ ଶନିବାର ପୂର୍ୱାହ୍ନ ୧୧ଟା ସୁଦ୍ଧା ୧୦.୪୩ ମିଟର ଓ ଅପରାହ୍ନ ୫ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୧.୦୯ ମିଟରରେ ପ୍ରବାହିତ ହେଉଥିଲା। ଫଳରେ ୫ ବ୍ଲକର ବିଭିନ୍ନ ଗଁାରେ ବନ୍ୟାପାଣି ପଶିଥିବାବେଳେ ରାସ୍ତା ସହ ୪୦ହଜାର ହେକ୍ଟରରୁ ଅଧିକ ଚାଷ ଜମିକୁ ବୁଡାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୌଦ୍ଧ ବିଧାୟକଙ୍କ ନାଁରେ ଗିରଫ ପରୱାନା

ହରଭଙ୍ଗା,୨୭ା୯(ନରେନ୍ଦ୍ର କୁମାର ସାହୁ): ୨୦୨୪ରେ ଅନୁଷ୍ଠିତ ୧୭ତମ ବିଧାନସଭା ନିର୍ୱାଚନ ସମୟରେ ବର୍ତ୍ତମାନର ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ…

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ନେଇ କେନ୍ଦ୍ର ଅସ୍ପଷ୍ଟ

ବଲାଙ୍ଗୀର,୨୭ା୯(ବୀରେନ୍ଦ୍ର କୁମାର ଝାଙ୍କର): ଗତ ୨ ବର୍ଷ ତଳେ ୨୦୨୪ ସେପ୍ଟେମ୍ୱର ୮ରେ ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଦ୍ୱିତୀୟ ଏମ୍ସ ସମ୍ୱଲପୁରରେ ପ୍ରତିଷ୍ଠା…

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?