Posted inUncategorized

ସୀମା ସମସ୍ୟାର ସମାଧାନ ଲୋଡ଼ା

ଦିଲ୍ଲୀପ ଦାଶଶର୍ମା

ଉତ୍କଳ ଗୌରବ ମଧୁସୂଦନ ଦାସ, ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ, ବ୍ୟାସକବି ଫକୀର ମୋହନ ସେନାପତି, ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର ଓ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଭଳି ଅନେକ ବରପୁତ୍ରଙ୍କ ଅବଦାନ ଓ କଠିନ ପରିଶ୍ରମରେ ଉକତ୍ଳ ସମ୍ମିଳନୀ ମାଧ୍ୟମରେ ୧୯୩୬ ମସିହାରେ ଗଠନ ହୋଇଥିଲା ସ୍ବତନ୍ତ୍ର ଓଡ଼ିଶା। ଉତ୍କଳ ସମ୍ମିଳନୀକୁ ବହୁ ମହାରାଜା, ବହୁ ରାଜନେତା ନେତୃତ୍ୱ ଦେଇଥିଲେ ହେଁ ସମ୍ମିଳନୀ କେବେହେଲେ ରାଜନୀତି କରିନାହିଁ କିମ୍ବା ଓଡ଼ିଶାର ଶାସନ ଡୋରି ହାତକୁ ନେବାକୁ ଚାହିଁ ନାହିଁ। କିନ୍ତୁ ଅନ୍ୟପକ୍ଷରେ କହିବାକୁ ଗଲେ କ୍ଷମତାରେ ଥିବା ରାଜନେତାମାନେ ସମ୍ମିଳନୀକୁ ନେତୃତ୍ୱ ଦେଇ ଆଗେଇ ନେଇଛନ୍ତି।
ନିଜେ ଦେଖିଛି ବିଭିନ୍ନ ରାଜନୈତିକ ଦଳର ନେତାମାନେ ଉତ୍କଳ ସମ୍ମିଳନୀ କାର୍ଯ୍ୟାଳୟ ଭିତରକୁ ଆସିଲେ କୁହନ୍ତି, ଆମେ ଆମ ରାଜନୈତିକ ପୋଷାକ ସମ୍ମିଳନୀ କାର୍ଯ୍ୟାଳୟ ବାହାରେ ରଖିଦେଇ ଆସିଛୁ। ଏଠାରେ ଆମେ ସମସ୍ତେ କେବଳ ଓଡ଼ିଆ, ଓଡ଼ିଆ ଜାତିର ଉନ୍ନତି କଥା ଆଲୋଚନା କରିବା। ସମ୍ମିଳନୀ ଭିତରକୁ ଆସିଲେ ଆମେ ସମସ୍ତେ ଏକ ଓ ଅଭିନ୍ନ।
ଏବେର ରାଜନୀତିରେ ଦୁଇଟି କଥାର ଅଭାବ ଦେଖାଯାଉଛି। ଯେମିତି କି ରାଜନୀତିରୁ ଧୋତିପିନ୍ଧା ବ୍ୟକ୍ତିମାନେ ଯେତିକି ଯେତିକି ଦୂରେଇ ଯାଉଛନ୍ତି, ଉତ୍କଳ ସମ୍ମିଳନୀରୁ ରାଜନୈତିକ ବ୍ୟକ୍ତିମାନେ ସେତିକି ସେତିକି ଦୂରେଇ ଯାଉଛନ୍ତି ା ଉତ୍କଳ ସମ୍ମିଳନୀ ଦଳୀୟ ରାଜନୀତି କରିନାହିଁ, ମାତ୍ର ସମ୍ମିଳନୀର କର୍ମକାରମାନେ ଭିନ୍ନ ଭିନ୍ନ ରାଜନୈତିକ ପଦ ପଦବୀରେ ଥିବା ଯୋଗୁ ସମ୍ମିଳନୀର କାମଗୁଡିକ ସହଜ ହୋଇଯାଇଛି। ଏଠି ଆଲୋଚନା ହେଉନାହିଁ ଉତ୍କଳ ସମ୍ମିଳନୀକୁ ସାହାଯ୍ୟ କରିବା ପାଇଁ କି ଉତ୍କଳ ସମ୍ମିଳନୀର କୌଣସି କର୍ମକର୍ତ୍ତା କିମ୍ବା ସଦସ୍ୟା ସଦସ୍ୟଙ୍କୁ ସାହାଯ୍ୟ କରିବା ପାଇଁ ା
ଉତ୍କଳ ସମ୍ମିଳନୀର ଲକ୍ଷ୍ୟ ଓ ଉଦ୍ଦେଶ୍ୟଗୁଡିକ ପାଇଁ ରାଜନୈତିକ ସହଯୋଗ କିମ୍ବା ସାହାଯ୍ୟ ଆବଶ୍ୟକ ା ଉଦାହରଣ ସ୍ବରୂପ ଆମେ ଯଦି ରାଜ୍ୟ ସୀମା ସମସ୍ୟା ବିଷୟରେ ଆଲୋଚନା କରିବା ଦେଖିବା ଉତ୍କଳ ସମ୍ମିଳନୀ ଏହାର ସମାଧାନ ପାଇଁ ବହୁ କାମ କରିଛି ା ଯେପରି କି ସୀମା ସମସ୍ୟା ଥିବା ଅଞ୍ଚଳ ବହୁବାର ପରିଦର୍ଶନ କରି ସରକାରଙ୍କୁ ଜଣାଇଛି ା ବହୁବାର ଧାରଣା ଦେବା ସହିତ ସାମ୍ବାଦିକ ସମ୍ମିଳନୀ କରି ସରକାରକୁ ସମସ୍ୟା ସମ୍ପର୍କରେ ମନେ ପକାଇ ଦେଇଛି ା ରାଜ୍ୟ ସରକାର ମଧ୍ୟ ନିଜ ସ୍ତରରେ କିଛି କିଛି କାମ କରିଛନ୍ତି ା ଯେପରି କି ଆନ୍ଧ୍ର ସହିତ ବିବାଦରେ ଥିବା କୋଟିଆ ସମସ୍ୟା ସମାଧାନ ପାଇଁ ୧୯୬୮ରେ ଓଡ଼ିଶା ସରକାର ସୁପ୍ରିମକୋର୍ଟକୁ ଯାଇଥିଲେ ା ଏବେର ସରକାର ସୀମାନ୍ତ ଜିଲା ପ୍ରଶାସକମାନଙ୍କ ମାଧ୍ୟମରେ ଆନ୍ଧ୍ରର ସୀମାନ୍ତ ଜିଲାର ପ୍ରଶାସକମାନଙ୍କ ସହିତ ଆଲୋଚନା କରୁଛନ୍ତି ା ସେହିଭଳି ପଶ୍ଚିମବଙ୍ଗ ରାଜ୍ୟ ସହିତ ଥିବା ସୀମା ସମସ୍ୟା ସମାଧାନ ପାଇଁ ୧୯୮୧ ମସିହାରୁ ଆଜି ପର୍ଯ୍ୟନ୍ତ କେତେବେଳେ ବନ୍ଦୋବସ୍ତ କମିଶନରଙ୍କ ସ୍ତରରେ ତ ଆଉ କେତେବେଳେ ଆରଡିସି ଓ ଜିଲାପାଳଙ୍କ ସ୍ତରରେ ଆଲୋଚନା ଚାଲିଛି ା ଏହା ମଧ୍ୟରେ ୧୯୯୧ ରୁ ୧୯୯୩ ଭିତରେ ବିଜୁବାବୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଦୁଇ ତିନି ଥର ମନ୍ତ୍ରୀ ସ୍ତରୀୟ ଆଲୋଚନା ହେବା ପରେ ମଧ୍ୟ ସମସ୍ୟା ସମାଧାନ ହୋଇନାହିଁ। ସେହିଭଳି ସୁପ୍ରିମକୋର୍ଟରେ ୧୯୬୮ରୁ ଚାଲିଥିବା ମକଦ୍ଦମା ଉପରେ କୋର୍ଟ ୨୦୦୬ରୁ ନିଜର ନିଷ୍ପତ୍ତି ଶୁଣାଇ ଦେଇଛନ୍ତି। ମକଦ୍ଦମାର ମେରିଟ୍‌କୁ ନ ଯାଇ ସୁପ୍ରିମକୋର୍ଟ କହିଛନ୍ତି ଯେ, ଆର୍ଟିକିଲ – ୧୩୧ ଅନୁଯାୟୀ ରାଜ୍ୟ ସୀମା ବିଷୟ ଆମ ବିଚାର କ୍ଷମତା ଭିତରକୁ ଆସୁନାହିଁ। ତେଣୁ ସୁପ୍ରିମକୋର୍ଟ ଏହା କରିପାରିବ ନାହିଁ ା ସୀମା ସଂକ୍ରାନ୍ତୀୟ ନିଷ୍ପତ୍ତି ନେବାର ଅଧିକାର କେବଳ ସଂସଦର ଅଛି।
ତେଣୁ ସୀମା ସମସ୍ୟା ସମାଧାନ ପାଇଁ ସରକାରୀ କର୍ମଚାରୀମାନଙ୍କ ଆଲୋଚନାରେ ସେମିତି କିଛି ସମାଧାନ ହେବା ଭଳି ଲାଗୁ ନାହିଁ। ଅସ୍ଥାୟୀ ସମାଧାନ ଦିନେ ଦୁଇ ଦିନ, ମାସେ ଦୁଇ ମାସ କିମ୍ବା ବର୍ଷେ ଦୁଇ ବର୍ଷ ପାଇଁ ହୋଇପାରେ ା ଆମେ ଏଇ ମାସେ ଦୁଇ ମାସ ଭିତରେ ଆନ୍ଧ୍ର ସୀମାନ୍ତ କଥା ଦେଖିଲେ ଜାଣିପାରିବା ା ଅଫିସର ସ୍ତରରେ ଆଲୋଚନା ହେଉଥିଲେ ମଧ୍ୟ ସୀମାରେ ଅଶାନ୍ତି ଲାଗି ରହିଛି। ରାଜ୍ୟ ସୀମା ସମସ୍ୟା ସମାଧାନ ପାଇଁ ରାଜନୈତିକ ଇଚ୍ଛାଶକ୍ତି ଆବଶ୍ୟକ ା ଏହାକୁ ମଧ୍ୟ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ହୃଦୟଙ୍ଗମ କରିଥିଲେ। ତେଣୁ ତାଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଦୁଇ ରାଜ୍ୟର ମନ୍ତ୍ରୀ ସ୍ତରୀୟ ବୈଠକ ପଶ୍ଚିମବଙ୍ଗ ସହିତ ଥିବା ବିବାଦ ପାଇଁ କରାଇଥିଲେ। ଆନ୍ଧ୍ର ସହିତ କରାଇ ନ ଥିଲେ, କାରଣ ସେତେବେଳକୁ କୋଟିଆ ସମସ୍ୟା ସୁପ୍ରିମ କୋର୍ଟରେ ବିଚାରାଧୀନ ଥିଲା।
ଏବେ ଅଦାଲତରେ ଏହା ଆଉ ବିଚାରାଧୀନ ନାହିଁ। ତେବେ ଦୁଇ ରାଜ୍ୟ ମଧ୍ୟରେ ରହିଥିତ୍ବା ସୀମା ସମସ୍ୟାର ସମାଧାନ ଲାଗି କିଛି କରାଯାଇ ପାରିବ ବୋଲି ଓଡ଼ିଆମାନଙ୍କର ଆଶା ଓ ଭରସା ରହିଛି। କିନ୍ତୁ ଉପଯୁକ୍ତ ପଦକ୍ଷେପ ଅଭାବରୁ ଏହି ଆଶା ମଉଳି ଯିବାରେ ଲାଗିଛି। ଓଡ଼ିଶାର ସୀମା ସୁରକ୍ଷିତ ନୁହେଁ। ପଡ଼ୋଶୀ ରାଜ୍ୟଗୁଡ଼ିକ ସହିତ ବିବାଦ ଲାଗି ରହିଛି ଓ କିଛି ବିବାଦୀୟ ଘଟଣା ବି ସାମନାକୁ ଆସୁଛି। କେବଳ ଓଡ଼ିଶାର ନୁହେଁ, ଓଡ଼ିଶା ଭଳି ବହୁ ରାଜ୍ୟର ସୀମାରେ ସମସ୍ୟାମାନ ଅଛି ା
ସୁପ୍ରିମକୋର୍ଟ ମଧ୍ୟ କହିଛନ୍ତି, ରାଜ୍ୟ ସୀମା ସମସ୍ୟା ସୁପ୍ରିମକୋର୍ଟର ନୁହେଁ – ସଂସଦର ା
ତେଣୁ ରାଜନୈତିକ ଇଚ୍ଛାଶକ୍ତି ବିନା ସୀମା ସମସ୍ୟା ସମାଧାନ ଅସମ୍ଭବ ା ରାଜନୈତିକ ଇଚ୍ଛାଶକ୍ତି ମାନେ କେନ୍ଦ୍ରୀୟ ରାଜନୈତିକ ଶକ୍ତି ଆବଶ୍ୟକ ା କେନ୍ଦ୍ର ସରକାର ଭିନ୍ନ ଭିନ୍ନ ରାଜ୍ୟରେ ଥିବା ସୀମା ସମସ୍ୟାଗୁଡିକର ସମାଧାନ ପାଇଁ କେନ୍ଦ୍ରୀୟ ସ୍ତରରେ ଉଦ୍ୟମ ଆରମ୍ଭ କରିବା ଆବଶ୍ୟକ ା ଏ ବିଷୟରେ ସଂସଦରେ ଆଲୋଚନା ହୋଇ ସ୍ବତନ୍ତ୍ର ନୀତି ନିର୍ଦ୍ଧାରଣ ହେବା ଆବଶ୍ୟକ ା ସୀମା ସମସ୍ୟା ସମାଧାନ କରିବା ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ବିଭାଗ ଖୋଲିବା ପାଇଁ ସମୟ ଆସିଛି ା ସୀମା ସୁରକ୍ଷା ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀରେ ରହିବା ସହିତ ଯେଉଁ ରାଜ୍ୟରେ ଏହି ସମସ୍ୟା ମାନ ଅଛି ସେହି ରାଜ୍ୟରେ ଏହି କାର୍ଯ୍ୟାଳୟର ଶାଖା କାର୍ଯ୍ୟାଳୟ ମାନ ଖୋଲି ସୀମା ସମସ୍ୟା ସମାଧାନ କରିବା ଆବଶ୍ୟକ ା ଏକଥା ଉତ୍କଳ ସମ୍ମିଳନୀ ବାରମ୍ବାର କହୁଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ପାଖରେ ପହଞ୍ଚି ପାରୁନାହିଁ ା କାରଣ ଉତ୍କଳ ସମ୍ମିଳନୀ ରାଜନୀତି କରୁ ନାହିଁ କି ଅନୁଷ୍ଠାନ ସହିତ କୌଣସି ରାଜନୈତିକ ବ୍ୟକ୍ତି ଯୋଡି ହୋଇ ନାହାନ୍ତି ା ଉତ୍କଳ ସମ୍ମିଳନୀ ଆଜି ପର୍ଯ୍ୟନ୍ତ ରାଜନୀତି ତ କରି ନାହିଁ କିନ୍ତୁ ଏବେ ସମୟ ଆସିଛି ରାଜନୈତିକ ବ୍ୟକ୍ତିମାନେ ଉତ୍କଳ ସମ୍ମିଳନୀ ସହିତ ଯୋଡି ହେବା ପାଇଁ।

ଭୁବନେଶ୍ୱର
ମୋ: ୮୯୮୪୦୦୭୬୦୦


Enter your email to get our daily news in your inbox.

All Right Reserved By Dharitri.Com

IPL 2026 Prize Money: RCB ଉପରେ ହେଲା ଟଙ୍କା ବର୍ଷା, ଛାଇ ଗଲେ କୋହଲି-ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୧।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଫାଇନାଲରେ ଗୁଜରାଟ ଟାଇଟାନ୍ସକୁ ପାଞ୍ଚ ୱିକେଟରେ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ IPL 2026 ଟାଇଟଲ ହାସଲ…

ଚନ୍ଦ୍ରପୃଷ୍ଠକୁ ଯାତ୍ରା ପାଇଁ ନୂଆ ଶସ୍ତା ମାର୍ଗ

ନୂଆଦିଲ୍ଲୀ,୨୪।୫: ମହାକାଶ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ପୃଥିବୀରୁ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବା ପାଇଁ ଏକ ନୂତନ ଏବଂ କମ୍‌ ଇନ୍ଧନ ଖର୍ଚ୍ଚ…

କାନଝରୀ ଡ୍ୟାମରେ ବୁଡ଼ିଗଲେ ଇଞ୍ଜିନିୟରିଂ ଛାତ୍ର

କେନ୍ଦୁଝର,୨୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ କାନଝରୀ ଡ୍ୟାମରେ ଶନିବାର ସକାଳେ ଗାଧୋଇବାକୁ ଯାଇଥିବା ବେଳେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ…

ହିନ୍ଦୁ ପୁଅ ସହ କଥା ହେବାରୁ ନାବାଳିକା ଝିଅକୁ ହତ୍ୟା କଲେ ବାପା, ମୃତଦେହକୁ ଖଣ୍ଡ ଖଣ୍ଡ କରି ରଖିଦେଲେ ଟ୍ରେନ ବଗିରେ, ପୂରା ଘଟଣା ଜାଣିଲେ…

ଲକ୍ଷ୍ନୌ,୨୧।୫: ରାଜଧାନୀ ଲକ୍ଷ୍ନୌରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଗୋମତୀନଗର ଏକ୍ସପ୍ରେସର ଏକ ସ୍ଲିପର କୋଚର ବାକ୍ସ ଏବଂ ବ୍ୟାଗ ଭିତରୁ…

୫ ଦେଶ ବୁଲି ଭାରତ ପାଇଁ ‘ଗେମ୍‌ଚେଞ୍ଜର ଡିଲ୍‌’ କଲେ ମୋଦି: ଜାଣନ୍ତୁ କ’ଶ ଘଟିଲା

ନୂଆଦିଲ୍ଲୀ,୨୧।୫: ଭାରତର ପ୍ରଧାନମନ୍ତ୍ରୀ ପାଞ୍ଚଟି ରାଷ୍ଟ୍ର ଗସ୍ତ ଶେଷ କରି ଗୁରୁବାର ସକାଳେ ଦେଶକୁ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ, ସ୍ବିଡେନ, ନରୱେ…

test

Test

ବିଜୟ-ରଶ୍ମିକାଙ୍କ ଗ୍ଲୋବାଲ ରେକର୍ଡ: ମେସି-ରୋନାଲ୍ଡୋଙ୍କୁ ପକାଇଲେ ପଛରେ

ସାଉଥ୍‌ ଇଣ୍ଡଷ୍ଟ୍ରିର ମୋଷ୍ଟ ଲଭେବଲ୍‌ କପଲ୍‌ ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା ଗତ କିଛି ମାସ ହେବ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେମାନଙ୍କ ବିବାହକୁ…

ଚେତନାର ପାଠଶାଳା

ପୁସ୍ତକ ଦ୍ବାରା କମ୍‌ ବରଂ ଅଭିଜ୍ଞତା ଦ୍ବାରା ମାନବର ବିକାଶ ଅଧିକ ହୋଇଥାଏ। ”ପ୍ରଥମେ ନିଜେ ଶିଖ, ପରେ ଶିକ୍ଷା ଦିଅ।“ -ଏହି ବାକ୍ୟାଂଶ ଗଭୀର ସତ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri