ସାନ ମାଛକାନ୍ଦଣା ଡ୍ୟାମ୍‌ରେ କମୁଛି ଜଳସ୍ତର: ପୁରୁଣା ସହରରେ ପାଣି ପାଇଁ ହାହାକାର

କେନ୍ଦୁଝର,୧୪ା୬(ସ୍ବ.ପ୍ର.)-କେନ୍ଦୁଝର ପୁରୁଣା ସହରରେ ଦୀର୍ଘଦିନ ହେଲା ଜଳ ସଙ୍କଟ ସମସ୍ୟା ଲାଗି ରହିଛି ା ପାଇପ ଦ୍ୱାରା ଜଳ ଯୋଗାଣ ହୋଇପାରୁ ନାହିଁ ା ଲୋକେ ପାଣି ପାଇଁ ଡହଳବିକଳ ହେଉଛନ୍ତି। ବଡ଼ବଡିଆ ଲୋକେ ବୋରଓ୍ବେଲ ଖୋଳି ନିଜର ଆବଶ୍ୟକତା ଅନୁଯାୟୀ ପାଣି ବ୍ୟବହାର କରୁଛନ୍ତି ା ହେଲେ ପାଇପ ଜଳ ଉପରେ ନିର୍ଭର କରୁଥିବା ସାଧାରଣ ଓ ଗରିବ ଲୋକେ ବାଲ୍‌ଟିଏ ପାଣି ପାଇଁ ଷ୍ଟାଣ୍ଡ ପଏଣ୍ଟ ପାଖରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ା ଏନେଇ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନେ ଚୁପ୍‌ ହୋଇ ବସିଛନ୍ତି ା ଜଳସ୍ତର ହ୍ରାସ ପାଇଥିବାରୁ ପାନୀୟ ଜଳ ଯୋଗାଣ ହୋଇପାରୁ ନାହିଁ ବୋଲି କହୁଛନ୍ତି। ଅନ୍ୟପକ୍ଷେ ଟ୍ୟାଙ୍କର ଯୋଗେ ଯୋଗାଇ ଦିଆଯାଉଥିବା ଜଳ ସମୁଦ୍ରକୁ ଶଙ୍ଖେ ପରି ହୋଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ା
ସୂଚନା ଅନୁଯାୟୀ, ବହୁ ବର୍ଷ ହେବ ସାନମାଛକାନ୍ଦଣା ଜଳସେଚନ ପ୍ରକଳ୍ପରୁ କେନ୍ଦୁଝର ସହରକୁ ପାନୀୟ ଜଳ ଯୋଗାଣ ହୋଇଆସୁଛି। ଡ୍ୟାମ୍‌ ଜଳକୁ ପାଇପ ଦ୍ୱାରା ଅଣାଯାଇ ପ୍ରଥମେ ଜୁଡିଆଘାଟି ବିଶୋଧନ ପ୍ରକଳ୍ପରେ ବିଶୋଧନ କରାଯାଏ ା ଏହାପରେ ସହରକୁ ପାଇପ ମାଧ୍ୟମରେ ଜଳ ଯୋଗାଣ କରାଯାଉଛି ା କାନଝରୀ ଡ୍ୟାମରୁ କେନ୍ଦୁଝର ସହରକୁ ଜଳ ଯୋଗାଣ ହେବା ପରେ ଏହି ପୁରାତନ ପ୍ରକଳ୍ପରୁ କେନ୍ଦୁଝର ପୁରୁଣାସହର, ଆଟପୁର, ମାଧପୁର ଆଦି ୧୦ଟି ଓ୍ବାର୍ଡକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି। ବିନା ପମ୍ପରେ ଅର୍ଥାତ୍‌ ମାଧ୍ୟାକର୍ଷଣ ଶକ୍ତି ବଳରେ ଏହି ଜଳ ଯୋଗାଣ ହେଉଥିବାରୁ ବିଦ୍ୟୁତ୍‌ ବାବଦ ଖର୍ଚ୍ଚ ବଞ୍ଚୁଛି। ଏହା ଦ୍ୱାରା ପ୍ରାୟ ୩୦ ହଜାର ଲୋକେ ଉପକୃତ ହୋଇଥାନ୍ତି ା ଏବେ ଜଳ ଯୋଗାଣ ବନ୍ଦ ହେବା ଯୋଗୁ ୧୦ ଟି ଓ୍ବାର୍ଡର ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପାଣି ପାଇଁ ନାନା ସମସ୍ୟା ଭୋଗୁଛନ୍ତି। ଡ୍ୟାମରୁ ପୁରୁଣା ସହର ମାତ୍ର ୫ରୁ ୬ କି.ମି. ଦୂର ା କିନ୍ତୁ ପାହାଡିଆ ଓ ଅଙ୍କାବଙ୍କା ରାସ୍ତାଦେଇ ପାଇପରେ ପାଣି ଆସୁଥିବାରୁ ଏପରି ସମସ୍ୟା ଉପୁଜୁଥିବା ଅଭିଯୋଗ ହୋଇଛି ା
ସୂଚନାଯୋଗ୍ୟ, ଆଜକୁ ୩୫ ବର୍ଷ ତଳେ ଏହି ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଥିଲା। କେବଳ ପାନୀୟ ଜଳ ଯୋଗାଣ ନୁହେଁ, ସେହି ଜଳକୁ କୃଷିକ୍ଷେତ୍ର ପାଇଁ ମଧ୍ୟ ବ୍ୟବହାର କରାଯାଉଛି ା ଡ୍ୟାମ ନିକଟରେ ଥିବା ବଡଘାଗରା ଜଳପ୍ରପାତ ଓ ପ୍ରାୟ ୫ କି.ମି. ଦୂରରେ ଥିବା ସାନଘାଗରା ଜଳପ୍ରପାତ ଦେଇ ଉକ୍ତ ଡ୍ୟାମ୍‌ର ଜଳ ପ୍ରବାହିତ ହେଉଛି ା ସେହି ଜଳ ଦ୍ୱାରା ସଦରବ୍ଲକ ରାଇସୁଆଁ ପଞ୍ଚାୟତ ଅଧୀନ ଚାଷଜମି ଶସ୍ୟଶାମଳା ହେଉଛି ା ସେହି ଡ୍ୟାମ୍‌ରୁ ଦୈନିକ ୨ କିଲୋଓ୍ବାଟ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଓରେଡା ବିଭାଗ ଅଧୀନ ଏକ ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ ରହିଛି ା ହେଲେ ରକ୍ଷଣାବେକ୍ଷଣର ଅଭାବରୁ ଏହା ପ୍ରାୟ ୪ ବର୍ଷ ହେଲା ଅଚଳ ହୋଇ ପଡିଛି ା ଉକ୍ତ ପ୍ରକଳ୍ପ ସମ୍ପ୍ରସାରଣ କରାଗଲେ ଘଣ୍ଟାକୁ ୪ କିଲୋଓ୍ବାଟ ବିଦ୍ୟୁତ୍‌ ଉତ୍ପାଦନ ହୋଇ ପାରିବ ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି ା
ବହୁମୁଖୀ ସାନମାଛକାନ୍ଦଣା ଡ୍ୟାମର ପୁନରୁଦ୍ଧାର ବାବଦକୁ ବହୁ ଅର୍ଥ ଖର୍ଚ୍ଚ କରାଯାଇଛି ା ହେଲେ ପାଣି ଗଚ୍ଛିତ ରହୁ ନ ଥିବାରୁ ପୁନରୁଦ୍ଧାର କାର୍ଯ୍ୟକୁ ନେଇ ସନ୍ଦେହ ପ୍ରକାଶ ପାଇଛି ା ଏବେ ଉପରୋକ୍ତ ଅଞ୍ଚଳରେ ନଳକୂପ, କୂପ ଆଦି ଶୁଖି ଯାଇଛି ା ପାଇପ ପାଣି ଉପରେ ସମସ୍ତେ ନିର୍ଭର କରୁଛନ୍ତି ା ଟ୍ୟାଙ୍କରରେ ପାଣି ଯୋଗାଇ ଦିଆଯାଉଥିଲେ ମଧ୍ୟ ତାହା ସମସ୍ତଙ୍କ ପାଖରେ ପହଞ୍ଚିପାରୁନାହିଁ ା ଏଣୁ ହୁଡକୋ କଲୋନୀ ନିକଟରେ ଥିବା ବୋର ଓ୍ବେଲରୁ ସାମୟିକ ଭାବେ ପାଣି ଯୋଗାଇ ଦିଆଗଲେ ଜଳ ସମସ୍ୟାର ସମାଧାନ ହୋଇ ପାରନ୍ତା ବୋଲି ସ୍ଥାନୀୟ ବରିଷ୍ଠ ଆଇନଜୀବୀ ଅଶୋକ ଦାସ କହିଛନ୍ତି। ଅନ୍ୟପକ୍ଷରେ ଜନସ୍ବାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ଘାସିରାମ ମାଝୀ କହିଛନ୍ତି, ଡ୍ୟାମରେ ପାଣି ନ ଥିବାରୁ ଏଭଳି ସମସ୍ୟା ଦେଖାଦେଉଛି ା ଟ୍ୟାଙ୍କର ଜରିଆରେ ପାଣି ଯୋଗାଇ ଦିଆଯାଉଛି ା ଡ୍ୟାମରେ ପାଣି ଭର୍ତ୍ତି ହେଲେ ଏହି ସମସ୍ୟା ଦୂର ହେବ ବୋଲି ସେ କହିଛନ୍ତି ା ଏବେ ସାନମାଛକାନ୍ଦଣା ଡ୍ୟାମରେ ପ୍ରାୟ ୮ ଫୁଟ ପାଣି ଅଛି ା


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ଉତ୍ସବରେ ଗୋଷ୍ଠୀ ସଂଘର୍ଷ: ଖଣ୍ଡା, ଭୁଜାଲି ମାଡ଼ରେ ୫ ଗୁରୁତର

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ): ରଙ୍ଗର ପର୍ବ ହୋଲି ପାଇଁ ସବୁଠି ଉତ୍ସବ ମୁଖର ଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ଥାନା ବାଉଁଶବଣିଆ ପଞ୍ଚାୟତ ଅଧୀନ...

ହୋଲି ଅଘଟଣ: ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଛାତ୍ର

ଭୁବନେଶ୍ୱର,୨୬।୩: ରଙ୍ଗର ପର୍ବ ହୋଲିରେ ଘଟିଛି ଅଘଟଣ । ପୋଖରୀରେ ଗାଧୋଇଲା ବେଳେ ବୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। କଟକ ଜିଲା ସାଲେପୁର ଥାନା ଅଧୀନ...

ବାଲେଶ୍ୱରରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ଘୋଷଣା କଲେ ଖାରବେଳ ସ୍ବାଇଁ

ଭୁବନେଶ୍ୱର,୨୫।୩: ଭାରତୀୟ ଜନତା ପାର୍ଟି (ଭାଜପା) ରବିବାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ମୋଟ ୧୧୧ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି। ଓଡ଼ିଶାର...

ବାହାଘର ସାତ ଦିନ ପରେ ନବବଧୂଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ

ବାଲେଶ୍ୱର, ୨୫।୩: ବିବାହର ସାତ ଦିନ ପରେ ଜଙ୍ଗଲରୁ ମିଳିଲା ନବ ବଧୂଙ୍କର ମୃତଦେହ। ବାଲେଶ୍ୱର ଜିଲାର ସୋର ଅଂଚଳରେ ଏହି ଘଟଣାର ଘଟିଥିବା ସୂଚନା...

କାନ୍ଥ ଭୁଶୁଡ଼ି ପୁଅଙ୍କ ଜୀବନ ଗଲା, ମା-ବାପା ଗୁରୁତର

ଭୋଗରାଇ,୨୫।୩(ପ୍ରଦୀପ ଦାସ): କାନ୍ଥ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମା-ବାପା ଗୁରୁତର ଅଛନ୍ତି। ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ...

ସାଇକେଲରେ ପଞ୍ଚଲିଙ୍ଗେଶ୍ୱର ପହଞ୍ଚିଲେ ବିଦେଶୀ ପର୍ଯ୍ୟଟକ

ନୀଳଗିରି, ୨୪।୩(ପ୍ରଶାନ୍ତ ବିଶ୍ୱାଳ):ପର୍ଯ୍ୟଟନ ମାନଚିତ୍ରରେ ଉତ୍ତରଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପଞ୍ଚଲିଙ୍ଗେଶ୍ୱର। ବିସ୍ତୀର୍ଣ୍ଣ ସବୁଜ ବନାନୀ ପଞ୍ଚଲିଙ୍ଗେଶ୍ୱରକୁ ପ୍ରତିଦିନ ଦେଶ ଓ ଦେଶ ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ...

ମାରାଥନ ଚଢ଼ାଉ, ଚୋରା ବେପାରୀ ଛାନିଆଁ

ବାଲେଶ୍ୱର,୨୪।୩(ମାନସ ବିଶ୍ୱାଳ):ବାଲେଶ୍ୱର ସହର ନିକଟସ୍ଥ ପୁରୁଣା ବାଲେଶ୍ୱର ଓ ବସ୍ତା ଥାନା ଅଧୀନ ଗାନ୍ଧି ଛକ ଦେଶୀ ମଦ କାରବାରର ହବ୍‌ ପାଲଟିଛି। ପୁରୁଣାବାଲେଶ୍ୱରରୁ ଜିଲାର...

୧ରୁ ଚନ୍ଦନେଶ୍ୱର ମହାଦେବଙ୍କ ପ୍ରସିଦ୍ଧ ଚୈତ୍ର ଚଡ଼କ ମେଳା

ଭୋଗରାଇ, ୨୩।୩(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସ୍ଥିତ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱପ୍ରସିଦ୍ଧ ଚୈତ୍ର ଚଡ଼କମେଳା ଆସନ୍ତା ୧ରୁ ଶୁଭାରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri