ସାନ କୁହାଙ୍କ ବଡ଼ କଥା

ଦ୍ୱିତୀ ଚନ୍ଦ୍ର ସାହୁ

ରାଜା ଥିଲେ ଲୋକପ୍ରିୟ। ସେ ଯାହା ଚାହୁଁଥିଲେ ତାହା କରୁଥିଲେ। ଅବଶ୍ୟ ଲୋକଙ୍କ ହିତରେ। ପୂର୍ବରୁ ରାଜାମାନଙ୍କ ଅତ୍ୟାଚାର, ଆଳସ୍ୟ ଓ ବିଳାସମୟ ଜୀବନ ନିର୍ବାହ କାରଣରୁ କର୍ମଠ ରାଜା ଅଚିରେ ଅଳ୍ପଦିନରେ ଲୋକପ୍ରିୟ ହୋଇଗଲେ। ଲୋକପ୍ରିୟତାକୁ ଆଖିରେ ରଖି ଗୁଡ଼ାଏ କାମ କରିବାର ନିଶାରେ ମାତିଗଲେ ରାଜା। ରାଜ୍ୟ ପାଇଁ ଅନେକ ସ୍ବପ୍ନ ଦେଖିଲେ। ସେଥିରୁ ଗୋଟିଏ ଗୋଟିଏ କାମ କରିବା ଆରମ୍ଭ କଲେ। କିନ୍ତୁ ହଠାତ୍‌ ଗୋଟେ ବର୍ଷ ଅକାଳ ପଡ଼ିଲା। ଲୋକଙ୍କ ନିକଟରେ ବଞ୍ଚତ୍ବା ଲାଗି ହାତରେ କିଛି ନ ଥିଲା। ଯାହା ଥିଲା ସେସବୁ ଚାଷବାସରେ ଶେଷ ହୋଇଯାଇଥିଲା। ଏଣେ ଜମିରୁ ମଞ୍ଜିଟିଏ ବି ମିଳିଲା ନାହିଁ। ଏଇ ସମୟରେ ରାଜା ବିଶେଷ ଚିନ୍ତାମଗ୍ନ ଭଳି ଲାଗିଲେ। ଅଥଚ ଲୋକଙ୍କ ପାଇଁ ସେଭଳି ଠୋସ୍‌ କାମ କରିପାରିଲେ ନାହିଁ। ହାତକୁ କାମ ଦେଲେନି କି ରାଜକୋଷରୁ ଖାଦ୍ୟ ଓ ଅର୍ଥ ବଞ୍ଚିବା ଲାଗି ଦେଲେନି। ବରଂ ଲୋକଙ୍କୁ କୁହାଗଲା ଋଣ କରି ବଞ୍ଚିବା ଶିଖ। ଏଭଳି ଏକ ଦୁର୍ବିପାକ ସମୟରେ ରାଜ୍ୟରେ ଥିବା ମହାଜନମାନେ ବି ଦୁଆର ବନ୍ଦ କଲେ। ପୂର୍ବରୁ ଦେଇଥିବା ଋଣ ଅନାଦାୟ ହୋଇଥିବାରୁ ସେମାନଙ୍କର ଚିନ୍ତା ବି ବଢ଼ିଯାଇଥିଲା। ଏଇ ସମୟରେ ଯୁବରାଜ ସଦ୍ୟ ଗୁରୁକୁଳ ଶିକ୍ଷା ସାରି ରାଜ୍ୟକୁ ଫେରିଥାନ୍ତି। ନିଜର ପ୍ରାପ୍ତ ଜ୍ଞାନକୁ ଆଧାର କରି ରାଜାଙ୍କୁ ପରାମର୍ଶ ଦେଲେ ଯୁବରାଜ। କହିଲେ- ମହାରାଜ ! ଲୋକଙ୍କ ହାତକୁ କାମ ଦିଆଯାଉ। ଏହାଦ୍ୱାରା ଦୁଇଟି କଥା ହୋଇପାରିବ। ଗୋଟିଏ ଲୋକଙ୍କ ହାତକୁ ଅର୍ଥ ଆସିବ। ଅନ୍ୟ କଥାଟି ହେଲା କାରବାର ବୃଦ୍ଧି ପାଇବ। ଅରାଜକତା ହେବନି। ବରଂ ରାଜ୍ୟର ରାଜସ୍ବ ବୃଦ୍ଧି ଘଟିବ। ସେଥିପାଇଁ ରାଜ୍ୟରେ ଅନ୍ତତଃ କୃଷି ଲାଗି ପୋଖରୀ ଖନନ କରାଯାଉ। ମହାରାଜ ଫୁ କରି ଉଡ଼େଇ ଦେଲେ ଯୁବରାଜଙ୍କ କଥାକୁ। ରାଜ୍ୟକୁ ବିଭିନ୍ନ ଦିଗରୁ ବିଭବଶାଳୀ କରିବାକୁ ଚାହୁଁଥିବାବେଳେ ଯୁବରାଜ ମାଟି ଖୋଳି ଲୋକଙ୍କୁ ଶ୍ରମିକ କରିବାକୁ ଚାହୁଁଛନ୍ତିି ବୋଲି ଚିନ୍ତା କଲେ ସେ। ଏଇକ୍ରମରେ କିଛି ଦିନ ଗଲା ପରେ ଦେଖାଗଲା ରାଜ୍ୟରେ ସୁନ୍ଦର ରାସ୍ତାଘାଟ ଥିଲା। ବାହ୍ୟ ଶତ୍ରୁ ନିପାତ ଲାଗି ସୁଡଙ୍ଗ ପଥ ଥିଲା। ବହୁ ସୁନ୍ଦର ଓ ଉପାଦେୟ ଅନୁଷ୍ଠାନ ପ୍ରତିଷ୍ଠିତ ହୋଇଥିଲା। କିନ୍ତୁ ଲୋକଙ୍କ ନିକଟରେ ନ ଥିଲା ଅର୍ଥ। ଅସନ୍ତୋଷ ବୃଦ୍ଧି ପାଇଲା। ବ୍ୟଭିଚାର ଆରମ୍ଭ ହେଲା। କ୍ରମଶଃ ଶ୍ରୀହୀନ ହେଲା ରାଜ୍ୟ। ଲୋକେ ଅନ୍ୟତ୍ର ପଳାୟନ କଲେ। ଶେଷରେ ଲୋକଙ୍କ ଇଚ୍ଛା ମୁତାବକ ମହାରାଜ ଗାଦିଚ୍ୟୁତ ହେଲେ। ଯୁବରାଜ ରାଜା ହେଲେ। ମହାରାଜ ନିଜର ପରାଭୋଗ କଥା ଚିନ୍ତା କଲାବେଳେ ଯୁବରାଜ କହିଲେ- ଆପଣଙ୍କ ଏଭଳି ଅବସ୍ଥା କାହିଁକି ହେଲା ଜାଣ ମହାରାଜ ! ଆପଣ କର୍ମଠ, ନିଃସ୍ବାର୍ଥପର ଏବଂ ରାଜ୍ୟର ପ୍ରଗତି କଥା ହିଁ ଚିନ୍ତା କରୁଥିଲେ। ଏହା ନିଃସନ୍ଦେହ। କିନ୍ତୁ ଆପଣ ନିଜ ଇଚ୍ଛାର ମାଲିକ ଥିଲେ। ଅନ୍ୟମାନଙ୍କ ପରାମର୍ଶକୁ ଆଦୌ ଗୁରୁତ୍ୱ ଦେଉ ନଥିଲେ। ଅବଶ୍ୟ ଶେଷରେ ରାଜା ନିଜର ଭୁଲ ବୁଝିଲେ। କିନ୍ତୁ ସେତେବେଳକୁ କିଛି କରିବାକୁ ହାତରେ ନଥିଲା।
ଇଏ ଏକ କାହାଣୀ ହୋଇପାରେ। କିନ୍ତୁ ଏଇ କାହାଣୀ ଭଳି ଆପଣମାନେ ବି ଅନୁଭବ କରୁଥିବେ। ଘରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ଚାଲିଥିବ। ବଡ଼ମାନଙ୍କ କଥାରେ ପଶି ଘରର ଛୋଟ ପିଲାଟି କିଛି ପରାମର୍ଶ ଦେବ। ତାକୁ ସମସ୍ତ ବଡ଼ ଲୋକ ମିଶି ଦବେଇଦେବେ। ବିଚରା ସାନ ଜଣକ ପାଟି ଚୁପ କରି ରହିବ। ନ ହେଲେ ଅଗତ୍ୟା ସେଇ ସ୍ଥାନ ଛାଡି ଚାଲିଯିବ। କିନ୍ତୁ ପରବର୍ତ୍ତୀ ସମୟରେ ହୁଏତ ସେଇ ସାନ କୁହା ବଡ଼ କଥାଟି ହିଁ ଠିକ୍‌ ହୋଇଥିବ। ଘରେ ବାହାରେ ଏମିତି ଭିନ୍ନ ଭିନ୍ନ ପରିସ୍ଥିତି ସୃଷ୍ଟି ହୁଏ। ଅଚଳାବସ୍ଥା ସୃଷ୍ଟି ହୋଇଯାଏ। ବଡ଼ବଡ଼ିଆ ସମସ୍ତେ ଘାଣ୍ଟି ହୋଇଯାଉଥିବେ ତା’ର ସମାଧାନର ସୂତ୍ର ଖୋଜିବାକୁ। ନିଜର ସମସ୍ତ ବୁଦ୍ଧି, ଜ୍ଞାନ ଓ ଅନୁଭୂତିକୁ ବାରମ୍ବାର ପ୍ରୟୋଗ କରି ଚାଲିଥିବେ। ସୁଫଳ ମିଳୁ ନଥିବ। ଏଇ ସମୟରେ ସାନ ପିଲାଟି ବି ଏମିତି କିଛି କଥା କହିବ ତୁରନ୍ତ ସମାଧାନର ବାଟ ଫିଟିଯିବ। ସେଥିପାଇଁ ଅବଧୂତ ଅନେକଙ୍କୁ ଗୁରୁ କରି ସେମାନଙ୍କଠାରୁ ମୂଲ୍ୟବାନ ଶିକ୍ଷା ପାଇଥିଲେ। ଆମେ ବିଭିନ୍ନ ସମୟରେ ଶିକ୍ଷା, ପଦବୀ ଓ ବୟସକୁ ଆଧାର କରି ପରାମର୍ଶ ନେଇଥାଉ। ସେମାନଙ୍କର ଅକାଟ୍ୟ ଯୁକ୍ତି ଉପରେ ଗଭୀର ବିଶ୍ୱାସ କରୁ, କରିବା ବି ସ୍ବାଭାବିକ କଥା। ଅନୁଭୂତି ଓ ଅଭିଜ୍ଞତା ମଣିଷକୁ ଶାଣିତ କରିଥାଏ। ବିଶେଷ ଜ୍ଞାନ ହାସଲ କରିବାରେ ସହାୟକ ହୋଇଥାଏ। ଭିନ୍ନ ଭିନ୍ନ ପରିସ୍ଥିତିକୁ ଯୁଝିବାକୁ ସାମର୍ଥ୍ୟ ଯୋଗାଇଥାଏ। ନୂତନ ଅନୁଚିନ୍ତା ଓ ନୂତନ ଜ୍ଞାନ ପ୍ରାପ୍ତିର ପ୍ରେରଣା ଦେଇଥାଏ। ତଥାପି ନୂତନ ପରିସ୍ଥିତି ସହ ଖାପଖୁଆଇ ଚଳିବାକୁ ବେଳେବେଳେ ସମସ୍ତ ଅଭିଜ୍ଞତା ଫେଲ ବି ମାରେ। ଭିନ୍ନ ଚିନ୍ତନ ନୂତନ ଆଲୋକ ଦେଖାଇଥାଏ। ଭିନ୍ନ ଚିନ୍ତନ କରୁଥିବା ମଣିଷ ପାରମ୍ପରିକତାଠାରୁ ଢେର ଭିନ୍ନ। ସୃଜନାତ୍ମକ ଓ ସଂବ୍ୟାପକ ଚିନ୍ତନ କରୁଥିବା ମଣିଷ ନିକଟରେ ଅଜସ୍ର ବାଟ ଥାଏ। ହୁଏତ ଏସବୁ ଦକ୍ଷତା ଆଜିର ପିଲା ନିକଟରେ ଥାଇପାରେ। ଏଇ କାରଣରୁ ଯେଉଁଠି ଗଣତନ୍ତ୍ର ଓ ସ୍ବାଧୀନତା ଉପରେ ଅଧିକ ଗୁରୁତ୍ୱ ଦିଆଯାଏ। ସେଇଠି ସଫଳତା ଅଧିକ ମିଳେ। ସେଠି ସମସ୍ତଙ୍କର ଉତ୍ତରଦାୟିତ୍ୱ ରହେ। ନିଜସ୍ବ ଦାୟିତ୍ୱବୋଧ ବୃଦ୍ଧି ପାଏ। କର୍ତ୍ତବ୍ୟନିଷ୍ଠ ହେବାକୁ ନିଜସ୍ବ ଅନ୍ତଃକରଣରୁ ସ୍ପୃହା ଜାଗରିତ ହୁଏ। ପରସ୍ପର ପ୍ରତି ସମ୍ମାନବୋଧ ଅଧିକ ରହେ। ସଦସ୍ୟମାନଙ୍କୁ ନିଜ ଦୋଷତ୍ରୃଟି ପ୍ରତି ଅଧିକ ସଚେତନ ରହିବାକୁ ପଡ଼େ। ସମୟାନୁବର୍ତ୍ତିତା, ପରିଶ୍ରମ, ନିଷ୍ଠା ଓ ଗୁରୁଦାୟିତ୍ୱ ଭଳି ଜ୍ଞାନ ଆପେ ଆପେ ନିଜ ମନ ଭିତରକୁ ଆସିଯାଏ। ଆଉ ଏମିତି ସମ୍ମିଳିତ ପ୍ରୟାସ ସଫଳତାର ସ୍ବାଦ ଦେଇଥାଏ। ଅବଶ୍ୟ ଏଇ କଥାକୁ କର୍ପୋରେଟ ଜଗତରେ ଅଧିକ ଗୁରୁତ୍ୱ ଦିଆଯାଏ। କ୍ରିୟାତ୍ମକ ଚିନ୍ତନ ଓ ଗଠନମୂଳକ ପରାମର୍ଶକୁ ଅଧିକ ଗ୍ରହଣ କରାଯାଏ। ତା’ ସହିତ ସେଇ ଲୋକଙ୍କୁ ବି ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରାଯାଏ।
ବଡ଼ ମଣିଷମାନେ ଅନେକ ସମୟରେ ବଡ଼ ବଡ଼ କଥା କହନ୍ତି। ସେସବୁର ବାସ୍ତବାୟନ ହୁଏତ ସମ୍ଭବ ନ ଥାଏ। ସେତେବେଳେ ବଡ଼ମାନଙ୍କୁ କୋଣଠେସା ହେବାକୁ ପଡ଼େ। ପରିବାର ହେଉ କି ଅନୁଷ୍ଠାନ ଅବା ରାଜନୀତି କି ଅର୍ଥନୀତି ଅବଶ୍ୟ ସାନ କୁହାଙ୍କ ବଡ଼ କଥା ପ୍ରତି ଗୁରୁତ୍ୱ ଓ ସମ୍ମାନ ଦେବା ଆବଶ୍ୟକ। କାର୍ଯ୍ୟକାରୀ କରିବା ପର ପ୍ରସଙ୍ଗ, ପ୍ରଥମେ କଥାକୁ ଅଣଦେଖା ନ କରି ସେ ଦିଗରେ ଥରେ ଚିନ୍ତା କରିବା ଆବଶ୍ୟକ। ହୁଏତ ସେଇ ପଦିଏ କଥାରେ ମେରୁ ଟାଳିବାର କ୍ଷମତା ଥିବ। ଦିଗନ୍ତ ବିସ୍ତାରୀ ସାମ୍ରାଜ୍ୟ ସ୍ଥାପନର ବଳ ଥିବ। ବଡ଼ ସମସ୍ୟା ସମାଧାନର ଛୋଟିଆ ବାଟଟି ଥିବ। ମୁରବି, ଶାସକ ଓ ପ୍ରଶାସକ ସେଥିପାଇଁ ଅଧିକ ଶୁଣିବା ଓ କମ୍‌ କହିବା ସହ ପ୍ରତିଟି ମଣିଷର କଥାକୁ ଗୁରୁତ୍ୱ ଦେବା ବିଧେୟ। ନ ହେଲେ ମହତ୍ୱାକାଂକ୍ଷୀ ଏକଚ୍ଛତ୍ରବାଦୀ ମହାରାଜାଙ୍କ ଭଳି ପତନର ମୁହଁ ଦେଖିବାକୁ ପଡ଼ିବ, କିଏ ଜାଣେ ! ନୁହେଁ କି !
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା
ମୋ- ୯୫୫୬୨୮୭୭୭୫


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri