ବିଦ୍ୟୁତ ଆଘାତରେ ଇଟାଭାଟି ମାଲିକଙ୍କ ସମେତ ୨ ଜଣଙ୍କ ଜୀବନ ଗଲା

ତାଳଚେର,୧୭ା୬(ନି.ପ୍ର.) : ଅନୁଗୋଳ କଣିହାଁ ବ୍ଲକ ହଳଦିଆ କଟା ଥିବା ପାଉଁଶ ଇଟା ଫ୍ୟାକ୍ଟ୍ରିରେ ବିଦ୍ୟୁତ ଆଘାତରେ ମାଲିକଙ୍କ ସମେତ ୨ ଜଣଙ୍କର ଜୀବନ ଯାଇଛି। ମାଲିକ ଅନନ୍ତ ସାହୁ(୪୦) ଏବଂ ରୋଷେଇ କରୁଥିବା ଯୁବତୀ ମଞ୍ଜରୀ ମୁଣ୍ଡା (୩୦) । ରଜ ଉପଲକ୍ଷେ ସମସ୍ତ ଶ୍ରମିକ ଘରକୁ ଯାଇଥିବାବେଳେ କେବଳ ମଞ୍ଜରୀ କାରଖାନାରେ ଥିଲେ। ସବୁଦିନ ପରି ଅନନ୍ତ ନିଜ ଘରେ ଖାଇ ସାରିବା ପରେ କୁକୁର ପାଇଁ ଖାଦ୍ୟ ଆଣି କାରଖାନାକୁ ରବିବାର ରାତିରେ ଆସିଥିଲେ। କୁକୁରକୁ ବାନ୍ଧିବା ପାଇଁ ଗାତ ଖୋଳୁଥିବାବେଳେ ଅନନ୍ତଙ୍କ ଲୁହା ଶାବଳ ବିଦ୍ୟୁତତାର ସଂସ୍ପର୍ଶରେ ଆସିିଥିଲା। ବିଦ୍ୟୁତ ଆଘାତରେ ଛଟପଟ ହେଉଥିବା ଦେଖି ମଞ୍ଜରୀ ମାଲିକଙ୍କୁ ରକ୍ଷା କରିବାକୁ ଯାଇ ସେ ମଧ୍ୟ ବିଦ୍ୟୁତର ଶିକାର ହୋଇଥିଲେ। ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। କାରଖାନାରେ ଆଉ କେହି ନ ଥିବାରୁ ଘଟଣା ଜଣା ପଡ଼ିନଥିଲା। ସୋମବାର ସକାଳୁ ଖବର ପାଇ ତାଙ୍କ ପରିବାର ଓ ଗୋଡ଼ିବନ୍ଧ ଫାଣ୍ଡି ଅଧିକାରୀ ସେଠାରେ ପହଞ୍ଚିଛନ୍ତି। ମାଟି ତଳେ ପୋତି ବିଦ୍ୟୁତତାର ନିଆ ଯାଇଥିଲା। ମାଟି ଖୋଳିବାବେଳେ ବିଦ୍ୟୁତ ତାର କଟିଯାଇଥିବା ପୋଲିସ ଅନୁମାନ କରୁଛି। ପୋଲିସ ଏନେଇ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସଙ୍ଗଠନରେ ବଡ଼ ଧରଣର ଅଦଳବଦଳ, ବଦଳିଲେ ୪ ରାଜ୍ୟର ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୮।୫: ଗୁରୁବାର (୨୮ ମଇ) , ଭାଜପା ଚାରୋଟି ରାଜ୍ୟରେ ରାଜ୍ୟ ସଭାପତି ବା ପଦେଶ ଅଧ୍ୟକ୍ଷ ପରିବର୍ତ୍ତନ ଘୋଷଣା କରିଛି। ଦିଲ୍ଲୀରେ, ବୀରେନ୍ଦ୍ର ସଚଦେବଙ୍କ ସ୍ଥାନରେ…

CBSE ମୂଲ୍ୟାୟନ ପ୍ରସଙ୍ଗ: ପାଲଟା ଆକ୍ରମଣ କଲେ ଧର୍ମେନ୍ଦ୍ର ପ୍ରଧାନ, ରାହୁଲ ଗାନ୍ଧୀ ହତାଶ….

ନୂଆଦିଲ୍ଲୀ,୨୮ା୫: CBSEର ଅନ୍-ସ୍କ୍ରିନ୍ ମାର୍କିଂ ସିଷ୍ଟମକୁ ନେଇ ସାରା ଦେଶରେ ଚାଲିଥିବା ରାଜନୈତିକ ଉତ୍ତେଜନା ମଧ୍ୟରେ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିରୋଧୀ ଦଳ ନେତା…

କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ସିଦ୍ଧରାମାୟା? କହିଲେ ସବୁଠାରୁ ବଡ଼ କାରଣ

ବେଙ୍ଗାଲୁରୁ,୨୮।୫: କର୍ନାଟକ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ସିଦ୍ଧରାମାୟା ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳଙ୍କ ସଚିବଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।…

କାନାଡାରେ ଭାରତୀୟ ଛାତ୍ରୀଙ୍କୁ ଛୁରୀ ଭୁସି ହତ୍ୟା, କାନ୍ଦବୋବାଳିରେ ଫାଟି ପଡୁଛି…

ନୂଆଦିଲ୍ଲୀ,୨୮ା୫: କାନାଡା ମାଟିରେ ଜଣେ ଭାରତୀୟ ମହିଳାଙ୍କ ହତ୍ୟା ସହିତ ଜଡିତ ଆଉ ଏକ ମାମଲା ସାମ୍ନାକୁ ଆସିଛି। ଗୁଜରାଟର ଜଣେ ୨୨ ବର୍ଷୀୟ ମହିଳାଙ୍କୁ ଛୁରି…

ଶିବକୁମାରଙ୍କୁ ନେଇ ଏମିତି କହିଲେ ପ୍ରିୟଙ୍କା ଗାନ୍ଧୀ, ଯେଉଁମାନେ କଷ୍ଟକର ସମୟରେ…

ବେଙ୍ଗାଲୁରୁ,୨୮ା୫: କର୍ନାଟକର କଂଗ୍ରେସ ସରକାରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦର ଏବେ ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କ ସହିତ ଏକ…

ଛାତ୍ରାବାସରେ ଭୟଙ୍କର ଅଗ୍ନିକାଣ୍ଡ: ଜୀବନ୍ତ ଜଳିଗଲେ ୧୬ ଛାତ୍ରୀ

ନାଇରୋବି,୨୮।୫: କେନିଆର ନାକୁରୁ କାଉଣ୍ଟିର ଗିଲଗିଲ୍ସ୍ଥିତ ଉତୁମିଶି ବାଳିକା ଏକାଡେମୀର ଏକ ଛାତ୍ରାବାସରେ ଏକ ଭୟଙ୍କର ଅଗ୍ନିକାଣ୍ଡ ସମଗ୍ର ଦେଶକୁ ଥରାଇ ଦେଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ,…

ଇଦ୍‌ରେ ପ୍ରଶଂସକଙ୍କୁ ବଡ଼ ଉପହାର ଦେଲେ ସଲମାନ

ଅଭିନେତା ସଲମାନ ଖାନଙ୍କ ଓ୍ବାର୍‌ ଡ୍ରାମା ଫିଲ୍ମ ‘ମାତୃଭୂମି: ମେଁ ରେଷ୍ଟ ଇନ୍‌ ପିସ୍‌’ର ଏକ ନୂତନ ଗୀତ ଇଦ୍‌-ଉଜ୍‌-ଜୁହାର ବିଶେଷ ଅବସରରେ ମୁକ୍ତିଲାଭ କରିଛି। ଏହା…

ମନ୍ଦିର ଦର୍ଶନ କରି ଫେରୁଥିବା ବେଳେ ଯୁବତୀଙ୍କୁ ଟେକିନେଲେ ଦୁର୍ବୃତ୍ତ, ଗଣବଳାତ୍କାର କରିବା ପରେ କଲେ…..

ଜୟପୁର,୨୮।୫: ରାଜସ୍ଥାନର ରାଜଧାନୀ ଜୟପୁରରେ ଜଣେ ଯୁବତୀଙ୍କ ସହ ଗଣବଳାତ୍କାରର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଘଟଣାଟି ସହରର ଭିକେଆଇ ପୋଲିସ ଷ୍ଟେସନ ଅଧୀନରେ ଘଟିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri