ଫେରୀଘାଟକୁ ନେଇ ବିବାଦ : ଯାତ୍ରୀ ନେବାକୁ ୨ ନିଲାମଧାରୀଙ୍କ ମଧ୍ୟରେ ପ୍ରତିଯୋଗିତା

କୁଜଙ୍ଗ,୨୪ା୬(ସ୍ବ.ପ୍ର.): କୁଜଙ୍ଗ ବ୍ଲକ ଜିଲାନାସୀ ପଞ୍ଚାୟତ ଦେଇ ପ୍ରବାହିତ ପାଇକା ନଦୀରେ ଫେରୀଘାଟ ପରିଚାଳନାକୁ କେନ୍ଦ୍ରକରି ବିବାଦ ସୃଷ୍ଟି ହୋଇଛି। ଉଭୟ ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା ଜିଲା ପକ୍ଷରୁ ୨ଟି ଫେରିଘାଟ ପରିଚାଳିତ ହେଉଥିବାରୁ ଦୁଇ ଜିଲାର ନିଲାମଧାରୀଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି। ଯାତ୍ରୀଙ୍କୁ ନିଜ ଡଙ୍ଗାରେ ବସାଇବା ପାଇଁ ସେମାନେ କରୁଥିବା ପ୍ରତିଯୋଗିତା ଆଗାମୀ ଦିନରେ ବଡ଼ ସଂଘର୍ଷ ସୃଷ୍ଟି କରିବାର ଆଶଙ୍କା ରହିଛି। ଆଇନତଃ ନଦୀରେ କେଉଁ ପଞ୍ଚାୟତର ନିଲାମ ବୈଦ୍ଧ ତାହା ପ୍ରଶାସନ ସ୍ପଷ୍ଟ କରିବା ସହିତ ଏହି ବିବାଦର ସ୍ଥାୟୀ ସମାଧାନ କରିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ପ୍ରକାଶ ଯେ, କୁଜଙ୍ଗ ତହସିଲ ଅନ୍ତର୍ଗତ ଜିଲାନାସୀ ପଞ୍ଚାୟତ ଦେଇ ଏହି ନଦୀ ପ୍ରବାହିତ ହେଉଛି। ଗତବର୍ଷ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପକ୍ଷରୁ ନଦୀଘାଟ ନିଲାମ କରାଯାଇଥିଲା। ଏହି ବ୍ଲକ ଅଧୀନ ତିଖିରି ପଞ୍ଚାୟତବାସୀ ନିଲାମ ନେଇ ଫେରୀଘାଟ ପରିଚାଳନା କରୁଥିଲେ। ମାତ୍ର ଏହି ନଦୀ ପାର୍ଶ୍ୱ କୁଜଙ୍ଗ ତହସିଲ ଅଧୀନ ଜିଲାନାସୀ ପଞ୍ଚାୟତର କୈବର୍ତ୍ତମାନେ ଫେରିଘାଟ ନିଲାମ ନେବାକୁ ଦାବି କରିଥିଲେ। ଏପରି କି ଗତ ଆର୍ଥିକ ବର୍ଷରେ ଏଠାରେ ସମାନ୍ତରାଳ ଭାବେ ୨ଟି ଫେରୀଘାଟ ପରିଚାଳିତ ହୋଇଥିଲା। ବିବାଦର ସମାଧାନ ପାଇଁ ଜଗତ୍‌ସିଂହପୁର ଜିଲା ପ୍ରଶାସନ ଆରଡିସିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଆରଡିସି ନଦୀର ଅବସ୍ଥିତି ସମ୍ପର୍କରେ ସରଜମିନ ତଦନ୍ତ କରି ରିପୋର୍ଟ ଦେବାକୁ ୨ ଜିଲାର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଧାରିତ ସମୟରେ କେନ୍ଦ୍ରାପଡ଼ା ଜିଲାର ଅଧିକାରୀମାନେ ତଦନ୍ତ କରିବାକୁ ଘଟଣାସ୍ଥଳକୁ ଆସି ନ ଥିଲେ। ଫଳରେ କେବଳ କୁଜଙ୍ଗ ତହସିଲ ପକ୍ଷରୁ ନଦୀର ଅବସ୍ଥିତି ଅନୁଧ୍ୟାନ କରାଯାଇଥିଲା। ଏଥିରୁ ନଦୀର ଅବସ୍ଥିତି ଜଗତ୍‌ସିଂହପୁର ଜିଲା ବୋଲି ଜଣାପଡିଥିଲା। ପରେ ପ୍ରଶାସନ ପକ୍ଷରୁ ଆଉ କିଛିଦିନ ଅପେକ୍ଷା କରିବା ପରେ ନୂତନ ଆର୍ଥିକ ବର୍ଷରେ କେନ୍ଦ୍ରାପଡ଼ା ଜିଲାର ନିଲାମକୁ ରଦ୍ଦ କରି କୁଜଙ୍ଗ ବ୍ଲକ ଜିଲାନାସୀ ପଞ୍ଚାୟତକୁ ନିଲାମ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ସେହି ଅନୁଯାୟୀ, ଜିଲାନାସୀ ପଞ୍ଚାୟତର ଲୋକେ ଆବଶ୍ୟକ ଅର୍ଥ ପୈଠ କରି ଘାଟ ନିଲାମ ନେଇଛନ୍ତି। ଅନ୍ୟପକ୍ଷରେ ସମାନ୍ତରାଳ ଭାବେ ତିଖିରି ପଞ୍ଚାୟତକୁ ମଧ୍ୟ ନିଲାମ ଦିଆଯାଇଥିବା ଜଣାପଡିଛି। ଫଳରେ ଏବେ ଗୋଟିଏ ନଦୀଘାଟରେ ଦୁଇଟା ଡ଼ଙ୍ଗା ପଡ଼ିଛି। ଦୁଇପକ୍ଷଙ୍କ ମଧ୍ୟରେ ଘାଟରେ ତୀବ୍ର ପ୍ରତିଯୋଗିତା ହେଉଛି। ଘାଟରେ ଅଧିକାଂଶ ତିଖିରୀ ଅଞ୍ଚଳର ଜନସାଧାରଣ ଯାତାୟାତ କରୁଛନ୍ତି। ସ୍ଥାନୀୟ ସରପଞ୍ଚ ପ୍ରମୋଦ କୁମାର ସ୍ବାଇଁ କହିଛନ୍ତି ଯେ, ଆଇନତଃ ଜିଲାନାସୀ ପଞ୍ଚାୟତର ନିଲାମ ବୈଧ। ମାତ୍ର ତିଖିରୀ ପଞ୍ଚାୟତ ପକ୍ଷରୁ ବେଆଇନ ଭାବେ ଘାଟ ପରିଚାଳନା କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ କୁଜଙ୍ଗ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ ଯେ, ଆରଡିସିଙ୍କ କହିବା ଅନୁଯାୟୀ ଏହାର ସମାଧାନ କରାଯିବ। ଏହି ନଦୀଘାଟ ଅଞ୍ଚଳ ଜଗତ୍‌ସିଂହପୁର ଜିଲା ଅଧୀନରେ ଥିବାରୁ କୁଜଙ୍ଗ ବ୍ଲକ ଏହାର ନିଲାମ କରିଛି। ଯଦି ସମାନ୍ତରାଳ ଭାବେ ଅନ୍ୟ ଏକ ଘାଟ ପରିଚାଳିତ ହେଉଛି, ତେବେ ତାହା ଆଇନ ସଙ୍ଗତ ନୁହେଁ। ଅନ୍ୟପକ୍ଷରେ ଦୁଇ ଡଙ୍ଗାରେ ଲାଇଫ୍‌ ଜ୍ୟାକେଟ୍‌ ନାହିଁ। ଯାତ୍ରୀ ବିପଜ୍ଜନକ ଭାବେ ଡଙ୍ଗାରେ ପାରି ହେଉଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କୁଇଣ୍ଟାଲ ୩୫୦୦, କୃଷକଙ୍କୁ ୫୦୦୦ ଟଙ୍କା ଭତ୍ତା ଦିଅ, ନବ ନିର୍ମାଣ କୃଷକ ସଙ୍ଗଠନର ଦାବି

ତିର୍ତ୍ତୋଲ, ୬।୫ (ଗୌରାଙ୍ଗ ଚରଣ ସ୍ବାଇଁ): ତିର୍ତ୍ତୋଲ ସରଣୀ ଛକ ନିକଟ ଆନନ୍ଦ ମଣ୍ଡପ ପରିସରରେ ରବିବାର ନବ ନିର୍ମାଣ କୃଷକ ସଙ୍ଗଠନର ଏକ ବୈଠକ...

ପାରାଦୀପରେ ସୁନାମି ସମ୍ଭାବନା, ଡାକବାଜି ଯନ୍ତ୍ର ଯୋଗେ ସତର୍କ କରାଇଲା ମତ୍ସବିଭାଗ

ପାରାଦୀପ,୫।୫(ଶରତ ରାଉତ): ସମ୍ପ୍ରତି ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୫ରୁ ଆସନ୍ତା ୮ ତାରିଖ ମଧ୍ୟରେ ସମୁଦ୍ରରେ ୦.୨ ମିଟରରୁ...

କଂଗ୍ରେସ ଭୋଟ ସୁରକ୍ଷା ପ୍ରତିମାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ

ଜଗତ୍‌ସିଂହପୁର,୩ା୫ (ପ୍ରମୋଦ କୁମାର ନାୟକ): ୨୦୨୪ ନିର୍ବାଚନ ନେଇ ପ୍ରମୁଖ ରାଜନୈତିକ ଦଳ ଯଥା ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ରଣନୀତି ପ୍ରସ୍ତୁତ ଚାଲିଛି।...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବ୍ରିଜ୍‌ ଉପରେ ସାଇକେଲ ରଖି ନଦୀକୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ଅଠରବାଙ୍କି ଓଭରବ୍ରିଜ୍‌ ଉପରୁ ବୁଧବାର ଖରାବେଳେ ଜଣେ ଦଶମ ଶ୍ରେଣୀ ଛାତ୍ର ନାହିଁ କାଉଡ଼ିଆ ନଦୀରେ ପଡ଼ି ଯାଇ...

ଅଙ୍ଗନୱାଡି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ

ଜଗତ୍‌ସିଂହପୁର, ୨୮ା୪ (ପ୍ରମୋଦ କୁମାର ନାୟକ)୨୦୧୦ରେ ତିର୍ତ୍ତୋଲ ବ୍ଲକ ପୁଟିଙ୍ଗ ଗ୍ରାମ ଅଧୀନ ୪ନଂ. ୱାର୍ଡରେ ଅଙ୍ଗନୱାଡି କେନ୍ଦ୍ର-୨ ଖୋଲା ଯାଇଥିଲା। କିନ୍ତୁ ଏହି କେନ୍ଦ୍ରରେ...

ପ୍ରଶାନ୍ତ ୫୦ ହଜାରରୁ ଅଧିକ ଭୋଟରେ ଜିତିବେ: ଚିରଞ୍ଜୀବ

ଜଗତ୍‌ସିଂହପୁର,୨୭ା୪(ପ୍ରମୋଦ କୁମାର ନାୟକ): ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ଚିରଞ୍ଜୀବ ବିଶ୍ୱାଳ ବିନା ସର୍ତ୍ତରେ ବିଜେଡିରେ ମିଶିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଜଗତ୍‌ସିଂହପୁର...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri