ନାଳ ସେତୁର ସୁରକ୍ଷା ୱାଲ ଧସୁଛି

ଦଶପଲ୍ଲା,୧୧ା୬ (ଡି.ଏନ.ଏ.)- ଦଶପଲ୍ଲା ବ୍ଲକ ଅନ୍ତର୍ଗତ ପଙ୍କୁଆ-କଳସାଖମଣ ରାସ୍ତାର ନୂଆଗାଁସ୍ଥିତ ଠୁକେଇ ନାଳ ସେତୁର ୱିଙ୍ଗ୍‌ ବା ସୁରକ୍ଷା ଓ୍ବାଲ ଧସିବାରେ ଲାଗିଛି। ପ୍ରତିବର୍ଷ ବର୍ଷାରେ ଓ୍ବାଲ ସାଙ୍ଗକୁ ରାସ୍ତା ଭାଙ୍ଗି ନଷ୍ଟ ହେଉଛି। ଏଥିଯୋଗୁ ନୂଆଗାଁ ଓ କଳସାଖମଣ ପଞ୍ଚାୟତର ଶତାଧିକ ଜନସାଧାରଣ ଗମନାଗମନ କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରତିବର୍ଷ କାମଚଳା ଭାବେ ଏହାର ମରାମତି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ରାସ୍ତାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ କିଛିଦିନ ତଳେ ସାମାନ୍ୟ ବର୍ଷାରେ ଏହି ୱାଲ୍‌ର କିଛିଅଂଶ ଧସିଥିବା ଦେଖାଯାଇଥିଲା। ଆଗକୁ ବର୍ଷା ଋତୁ ଆସୁଥିବାରୁ ଏହାର ତୁରନ୍ତ ମରାମତି କରିବା ପାଇଁ ଅଚଳବାସୀ ଦାବି କରିଛନ୍ତି। ସୂଚନାଯୋଗ୍ୟ ଏହି ରାସ୍ତାଟି ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ବେଳେ ବର୍ତ୍ତମାନ ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ରଞ୍ଜନ କୁମାର ସଇତିସୁନ୍ଦରାଙ୍କ କହିବା ଅନୁଯାୟୀ ପଙ୍କୁଆ-କଳସାଖମଣ ରାସ୍ତାର ୪୦କିମି ରାସ୍ତା ନିକଟରେ ଆମ ବିଭାଗକୁ ହସ୍ତାନ୍ତର କରାଯାଇଛି। ମାତ୍ର ଏହି ସେତୁର ୱିଙ୍ଗ୍‌ ୱାଲ ଦୁର୍ବଳ ଥିବାବେଳେ ଏହା ଆମକୁ ହସ୍ତାନ୍ତର କରାଯାଇ ନାହିଁ। ଏହାକୁ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଚିଠି କରାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

୪ରେ ଗଞ୍ଜାମ ଗସ୍ତରେ ଆସିବେ ରାଷ୍ଟ୍ରପତି: ତପ୍ତପାଣିଠାରେ ମା’ କନ୍ଧୁଣୀ ଦେବୀଙ୍କ କରିବେ ଦର୍ଶନ

ଛତ୍ରପୁର, ୨୧।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଆସନ୍ତା ଅଗଷ୍ଟ ୪ ତାରିଖରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ ଜିଲା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱରରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri