ନାଁ ଫୌଜି, କାମ ସେବା କରିବା

କେନ୍ଦୁଝର, ୧୬ା୩(ସ୍ବ.ପ୍ର.)- ଦେଶ ସୁରକ୍ଷା ଲାଗି ସେନା ବାହିନୀରେ ଯୋଗ ଦେବାକୁ ସେ ନେଇଥିଲେ ତାଲିମ । ତାଙ୍କ ଚିନ୍ତାଧାରା ଓ କର୍ମ ପରେ ତାଙ୍କ ଜୀବନର ଲକ୍ଷ୍ୟ ବଦଳାଇ ଦେଇଥିଲା। ପିଲାଦିନୁ ଗରିବଙ୍କ ସେବା କରିବା ସକାଶେ ରୁଚି ରଖିଥିବା ଯୁବକ ରବୀନ୍ଦ୍ର ସିଂ ଶେଷରେ ଚାକିରି ମୋହ ଛାଡି ନିଜ ଲାଗି ଭିନ୍ନ ବାଟ ଖୋଜି ନେଇଥିଲେ।
ସେବାମୂଳକ କାର୍ଯ୍ୟକୁ ଜୀବନର ବ୍ରତ କରି କେନ୍ଦୁଝର ଜିଲାରେ ଚର୍ଚ୍ଚାକୁ ଆସିଥିବା ରବୀନ୍ଦ୍ରଙ୍କ ଘର ହରିୟାଣା ରାଜ୍ୟରେ । ପରେ ସେ କେନ୍ଦୁଝର ଜିଲାକୁ ଆସି ଏହାକୁ କର୍ମଭୂମି ଭାବେ ବାଛି ନେଇଛନ୍ତି। ବର୍ତ୍ତମାନ ରହୁଛନ୍ତି ସଦର ବ୍ଲକ ଅଧୀନ ରାଇସୁଆଁରେ । ସେନା ବାହିନୀ ଲାଗି କିଛି ଦିନ ତାଲିମ ନେଇଥିବାରୁ ସମସ୍ତେ ତାଙ୍କୁ ‘ଫୌଜି’ ବୋଲି ଡାକନ୍ତି ା ଏହି ନାମରେ ସେ ଅଧିକ ପରିଚିତ। ହୁଏତ ତାଙ୍କ ଶୁଭ ନାମ ଅନେକ ଜାଣନ୍ତି ନାହିଁ ା ବର୍ତ୍ତମାନ ବୟସ ପାଖାପାଖି ୫୦ ହେବ। ଅବିବାହିତ ଥିବାରୁ ଏକୁଟିଆ ରହୁଛନ୍ତି। କେହି ତାଙ୍କୁ ଘର ଠିକଣା ପଚାରିଲେ ସେ ବିଭିନ୍ନ ଥାନା ଓ ଡାକ୍ତରଖାନା ତାଙ୍କ ଘର ବୋଲି କହିଥାନ୍ତି। କାରଣ ଦରକାର ପଡିଲେ, ଲୋକଙ୍କୁ ସେବା ଯୋଗାଇବା ସକାଶେ ସେ ଥାନା ଓ ଡାକ୍ତରଖାନାକୁ ଧାଇଁ ଯାଇଥାନ୍ତି। ରୋଗୀଙ୍କୁ ଡାକ୍ତରଖାନା ଆଣିବା ଲାଗି ସେ ଏକ ଆମ୍ବୁଲାନ୍‌ସ କିଣି ଲୋକଙ୍କ ସେବାରେ ଲଗାଇଛନ୍ତି। ଗରିବ ଓ ଅଭାବୀ ଲୋକଙ୍କୁ ମାଗଣାରେ ଆମ୍ବୁଲାନ୍‌ସ ସେବା ଯୋଗାଇଥାନ୍ତି ା କେହି ବିପଦରେ ପଡି ରାତି ଅଧରେ ତାଙ୍କୁ ଡାକିଲେ ସେ ତୁରନ୍ତ ପହଞ୍ଚିଯାଇ ସେବା ଓ ସହାୟତା ଯୋଗାଇ ଦିଅନ୍ତି ା କେଉଁଠି ସଡ଼କ ଦୁର୍ଘଟଣା ଘଟିଲେ ସେ ଆଗ ଖୋଜା ପଡନ୍ତି। ଆବଶ୍ୟକ ଥିଲେ ସେ ଆମ୍ବୁଲାନ୍‌ସ ଧରି ହାଜର ହୋଇଯାଆନ୍ତି ା ତାଙ୍କର ମଧ୍ୟ ଏକ କ୍ରେନ ରହିଛି ା ଏହା ସହାୟତାରେ ରାସ୍ତାରୁ ଦୁର୍ଘଟଣାଗ୍ରସ୍ତ ଗାଡି ହଟାଇ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନସରେ ଡାକ୍ତରଖାନା ନେଇଯାଆନ୍ତି ା ସେବା ମନୋଭାବ ରଖି ଖୁସିରେ ସେ ସଞ୍ଚିତ ଅର୍ଥ ଖର୍ଚ୍ଚ କରି ଆସୁଛନ୍ତି ା ‘ଫୌଜି କ୍ରେନ ସର୍ଭିସ’ ନାମକ ଏକ ସଂସ୍ଥା କରି ବ୍ୟବସାୟ କରୁଥିବାରୁ ସେଥିରୁ ଯାହା ମିଳେ, ସେଥିରେ ସେ ଚଳନ୍ତି ଓ ସେବା କାର୍ଯ୍ୟ କରନ୍ତି ବୋଲି କହିଛନ୍ତି। ଏପରି କି ସଦର କେନ୍ଦୁଝର ସମେତ ଟାଉନ ଥାନା, ପଣ୍ଡାପଡା ଓ ଝୁମ୍ପୁରା ଆଦି ଥାନା ଅଞ୍ଚଳରେ ସଡ଼କ ଦୁର୍ଘଟଣା ଘଟିଲେ ସେ ଦେବଦୂତ ହୋଇ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥାନ୍ତି। ଏଭଳି କାର୍ଯ୍ୟ କରି ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ଜୀବନ ବଞ୍ଚାଉଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି। ସେହିପରି ବିଭିନ୍ନ ସମୟରେ ରକ୍ତଦାନ କରିବା ସହ ମେଡିକାଲ ବା ଅନ୍ୟ ସ୍ଥାନରେ ଅସହାୟ ଲୋକଙ୍କ ଲାଗି ସହାୟତାର ହାତ ବଢାଇଥାନ୍ତି। ବଡବିଲ ଅଞ୍ଚଳର କେତେକ ଅସହାୟ ପିଲାଙ୍କୁ ସେ ନିଜ ପିଲା ଭଳି ପାଠ ପଢାଉଛନ୍ତି ା
ରବୀନ୍ଦ୍ର ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ା ତାଙ୍କ ସ୍ବର୍ଗତ ବାପା ମଧ୍ୟ ସେନା ବାହିନୀରେ କାମ କରୁଥିଲେ। ତାଙ୍କର ଜଣେ ଭାଇ ଦିଲ୍ଲୀ ପୋଲିସ ବିଭାଗରେ କମାଣ୍ଡୋ ଅଛନ୍ତି। ସେ ପୁରୁଣା କଥା ମନେପକାଇ କୁହନ୍ତି, ସେନାରେ ଯୋଗଦେଇ ତାଲିମ ନେବା ପରେ ସେଠାରୁ କାମ ଛାଡି କିଛି ଦିନ ଏଣେତେଣେ ଘୂରି ବୁଲିଥିଲେ। ପରେ ମନ୍ଦିର ପୂଜକ ଭାବେ କିଛିଦିନ କାମ କରିଥିଲେ। ମନ୍ଦିରରେ ଭିକ୍ଷା ବୃତ୍ତି କରୁଥିବା ଲୋକଙ୍କୁ ଦେଖି ସେ ମନ ପରିବର୍ତ୍ତନ କରି ସେବାକାର୍ଯ୍ୟ କରିବାକୁ ଆଗଭର ହୋଇଥିଲେ। ପ୍ରଥମେ କେତେକ ସଂସ୍ଥାରେ ମେକାନିକ ଭାବେ କାମ କରିବା ପରେ କେନ୍ଦୁଝର ଜିଲାକୁ ଆସି ବିଭିନ୍ନ କମ୍ପାନୀ ପକ୍ଷରୁ ଲୁହାପଥର ପରିବହନ ପାଇଁ ପାଇପ୍‌ ବିଛାଇବା କାମରେ ନିୟୋଜିତ ହୋଇଥିଲେ ା ଧୀରେ ଧୀରେ ସେ କେନ୍ଦୁଝର ଜିଲାର ମାଟିକୁ ଆପଣାର କରି ଭଲ ପାଇ ବସିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri