ଟୋକନ କଟିବା ପ୍ରତିବାଦରେ ସମିତିରେ ତାଲା ପକାଇଲେ ଚାଷୀ

ବାସୁଦେବପୁର, ୧୭ା୩(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ଖରିଦା ବିନାୟକପୁର ସେବା ସମବାୟ ସମିତିରେ ଚାଷୀଙ୍କଠାରୁ ଧାନ କିଣା ନେଇ ଅବ୍ୟବସ୍ଥା ଲାଗି ରହିଛି। ୩୧ ଜଣ ଚାଷୀଙ୍କ ଧାନକ୍ରୟ ଲାଗି ପ୍ରଦତ୍ତ ଟୋକନ ଅନ୍‌ଲାଇନରେ କଟିଯିବା ଫଳରେ ସେମାନେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଧାନ ବିକ୍ରି କରିପାରୁ ନାହାନ୍ତି। ଧାନ ଦେବା ପାଇଁ ଟୋକନ ପାଇବା ପରେ ଏହି ଚାଷୀମାନେ ପ୍ରାୟ ୭ ଶହ କୁଇଣ୍ଟାଲ ଧାନ ଆଣି ସମିତିରେ ପକାଇଥିଲେ। ପରବର୍ତ୍ତୀ ସମୟରେ ଟୋକନ୍‌ କଟିଯିବାରୁ ସେମାନେ ଧାନ ବିକି ନ ପାରି ହଇରାଣ ହେଉଛନ୍ତି। ସମିତି ପରିସରରେ ଧାନବସ୍ତା ପଡି ରହି ନଷ୍ଟ ହେବାକୁ ବସିଲାଣି। ଚାଷୀମାନେ ଏହାର ପ୍ରତିବାଦରେ ମଙ୍ଗଳବାର ସମିତିରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଚାଷୀମାନେ ଦର୍ଶାଇଛନ୍ତି ଯେ, ସମିତିକୁ ବିଭାଗ ଧାନକ୍ରୟ ପାଇଁ ଟାର୍ଗେଟ୍‌ ଦେଉ ନ ଥିବାରୁ ଆବଶ୍ୟକ ମୁତାବକ ଧାନ ଚାଷୀଙ୍କଠାରୁ ସମିତି କ୍ରୟ କରି ପାରୁନାହିଁ। ଚାଷୀଙ୍କୁ କୁପନ୍‌ ଦେଇ ପରବର୍ତ୍ତୀ ସମୟରେ ବିଭାଗ ଧାନକ୍ରୟ ପାଇଁ ଟାର୍ଗେଟ୍‌ ନ ଦେବା ଏକ ବିଡ଼ମ୍ବନା । ଏଥିଲାଗି ଟୋକନ୍‌ କାଟିଥିବା ଚାଷୀଙ୍କୁ ନୂତନ ଟୋକନ୍‌ ଦିଆଯାଉ। ସେହିପରି ଧାନକ୍ରୟ ପାଇଁ ଚୁକ୍ତିବଦ୍ଧ ହୋଇଥିବା ମିଲ୍‌ଗୁଡ଼ିକ ଧାନ ନିମ୍ନମାନର ହୋଇଥିବା କହି ଠିକ୍‌ ସମୟରେ ସମିତିକୁ ବୁରା ଦେଉ ନ ଥିବା ଅଭିଯୋଗ ହେଉଛି। ମଙ୍ଗଳବାର ଚାଷୀମାନେ ଏକତ୍ର ହୋଇ ସମବାୟ ସମିତିରେ ତାଲା ପକାଇ ଦେବାରୁ ସମିତି କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜଣେ ସାଙ୍ଗ ସିନା ବଞ୍ଚିଗଲେ, ହେଲେ ଆଉ ଜଣେ ଫେରିଲେନି: ଭୀମକୁଣ୍ଡରେ ବୁଡ଼ି କେନ୍ଦ୍ରାପଡ଼ା ଯୁବକଙ୍କ ମୃତ୍ୟୁ

ପାଟଣା, ୧୪।୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଧୋଉଥିବା…

କାଲି ଭଦ୍ରକର ସମସ୍ତ ସ୍କୁଲ ଛୁଟି, ଜାଣନ୍ତୁ କାହିଁକି ହେଲା ଏଭଳି…

ଭଦ୍ରକ, ୧୪।୭: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବର୍ଷା ଯୋଗୁ ଛାତ୍ରଛାତ୍ରୀଙ୍କ…

ଆନନ୍ଦପୁରରେ ପୁଣି ହାତୀ: ଫକୀରପୁର-ସିଙ୍ଗଡୋଭ ସୀମାରେ ଗତିବିଧି, ସତର୍କ ରହିବାକୁ …

ବଞ୍ଚୋ, ୧୪।୭ (ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଫକୀରପୁର–ସିଙ୍ଗଡୋଭ ସୀମାନ୍ତ ଅଞ୍ଚଳରେ ପୁଣି ଏକ ହାତୀର ଗତିବିଧି ଦେଖାଯିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ…

ନବଯୌବନ ବେଶରେ ଦର୍ଶନ ଦେଲେ ଶ୍ରୀ ଦଧିବାମନ, ଦର୍ଶନ କରିବା ପାଇଁ…

ବରଗଡ଼, ୧୪।୭ (ପ୍ରେମାନନ୍ଦ ଖମାରୀ): ଦିନକ ପରେ ପବିତ୍ର ରଥଯାତ୍ରା ଥିବାରୁ ବରଗଡ଼ ଜିଲା ଭଟଲି ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା…

ଦିନ ଦ୍ବିପହରରେ ସଶସ୍ତ୍ର ଡକାୟତି ଉଦ୍ୟମ: ବନ୍ଧୁକ ମୁନରେ ଭୟଭୀତ କଲେ; ହେଲେ ଗ୍ରାମବାସୀଙ୍କ ସାହସିକତା ଯୋଗୁ…

କୋକସରା,୧୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବାଙ୍କିମୁଣ୍ଡା ଗ୍ରାମରେ ମଙ୍ଗଳବାର ଦିନ ଦ୍ବିପ୍ରହରରେ ଏକ ସାଂଘାତିକ ସଶସ୍ତ୍ର ଡକାୟତି ଉଦ୍ୟମ ବିଫଳ ହୋଇଛି।…

ଗଞ୍ଜାମ ପୋଲିସ ଜିଲାର ଅପରାଧ ସମୀକ୍ଷା ବୈଠକ: ପେଣ୍ଡିଂ ମାମଲାର ତୁରନ୍ତ ଫଇସଲା ସହ ଅପରାଧୀଙ୍କ ଉପରେ…

ଛତ୍ରପୁର, ୧୪।୭ (ଦିଲ୍ଲୀପ ସାମଲ): ଛତ୍ରପୁରସ୍ଥିତ ଗଞ୍ଜାମ ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷଠାରେ ମଙ୍ଗଳବାର ଦିନ ଗଞ୍ଜାମ ପୋଲିସ ଜିଲାର ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।…

ଦିନକ ପରେ ରଥଯାତ୍ରା: ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ, ଚଳଚଞ୍ଚଳ ଗଞ୍ଜାମ ସହର

ଗଞ୍ଜାମ, ୧୪।୭ (ବିଦ୍ୟାଧର ସାହୁ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ପାଇଁ ଆଉ ମାତ୍ର ଦିନକର ସମୟ ବାକି ଅଛି। ଜୁଲାଇ ୧୬ ତାରିଖରେ ମହାପ୍ରଭୁଙ୍କ…

ଶିକ୍ଷୟିତ୍ରୀଙ୍କ ଘରୁ କରିଥିଲେ ଚୋରି: ୩ ଗିରଫ, ଜଣେ ଫେରାର; ସୁନା, ରୁପା ଅଳଙ୍କାର ସହ…

ତୁମୁଡିବନ୍ଧ, ୧୪।୭ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ପୋଲିସ ଏକ ଚୋରି ମାମଲାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି। ପ୍ରାୟ ମାସେ ତଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri