ଗାନ୍ଧୀ ଗାଥାର ହେବ ଗନ୍ତାଘର

ଅନୁଗୋଳ ଅଫିସ, ୩୦।୭ ‘ବ୍ଲାକ ଡାଇମଣ୍ଡ’ରେ ଗୁଞ୍ଜରିତ ହେବ ବାପୁଙ୍କ ବାର୍ତ୍ତା। ଜାତିର ପିତାଙ୍କ ଜୀବନୀ, ନୀତି, ଆଦର୍ଶ ସମ୍ପର୍କରେ ଏଠାରୁ ଅଧିକ ଜାଣିବେ ଜଗତବାସୀ। ସ୍ବାଧୀନତା ସଂଗ୍ରାମରେ ଏହି ମହାପୁରୁଷଙ୍କ ଅବିସ୍ମରଣୀୟ ଅବଦାନର ତଥ୍ୟ ରହିବ ଅନୁଗୋଳର ଗାନ୍ଧୀ ପ୍ରକୋଷ୍ଠରେ। ମହାତ୍ମାଙ୍କ ଉପରେ ବିଶ୍ୱରେ ଲିଖିତ ବିଭିନ୍ନ ପୁସ୍ତକ ଏଠାରେ ପାଇପାରିବେ ପର୍ଯ୍ୟଟକ। ଅନୁଗୋଳର ଐତିହ୍ୟକୁ ଆଲୋକିତ କରିବାକୁ ଯାଉଥିବା ‘ବ୍ଲାକ ଡାଇମଣ୍ଡ’ ଗାନ୍ଧୀ ଗାଥାର ଏକ ଗନ୍ତାଘର ହେବ। ହୁଲୁରିସିଂହାଠାରେ ନିର୍ମାଣର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଏହି ସଂଗ୍ରହାଳୟ ଓ ବିଶ୍ୱସ୍ତରୀୟ ଲାଇବ୍ରେରି ଖୁବ୍‌ଶୀଘ୍ର ଉଦ୍‌ଘାଟନ ହେବ ବୋଲି ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି।
କୋଇଲା ଆକୃତ୍ତିର ଏହି ଦୁଇ ମହଲା ବିଶିଷ୍ଟ ବ୍ଲାକ ଡାଇମଣ୍ଡର ପ୍ରଥମ ମହଲାରେ ଥିବା ସଂଗ୍ରହାଳୟରେ ଅନୁଗୋଳର କଳା, ସଂସ୍କୃତି, ସାହିତ୍ୟ ଓ ଐତିହ୍ୟକୁ ସାଇତି ରଖାଯିବ। ଅତୀତରେ ଅନୁଗୋଳର ବିଭିନ୍ନ ଗଡ଼ଜାତରେ ରାଜୁତି କରୁଥିବା ରାଜାଙ୍କ ପ୍ରତିମୂର୍ତ୍ତି ଏଥିରେ ସ୍ଥାନ ପାଇବ। ଅନୁଗୋଳର ମାଟି ତଳୁ ବାହାରିଥିବା ପ୍ରାଚୀନ ତାମ୍ର ଫଳକ, ବୁଦ୍ଧମୂର୍ତ୍ତି, ପ୍ରସ୍ତର ଯୁଗର ସାମଗ୍ରୀ, କାରୁକାର୍ଯ୍ୟ ଆଦିକୁ ରଖାଯାଇ ପ୍ରଦର୍ଶିତ କରାଯିବ। ରାଜା, ପାଇକଙ୍କ ଦ୍ୱାରା ବ୍ୟବହୃତ ଅସ୍ତ୍ରଶସ୍ତ୍ର ବର୍ଚ୍ଛା, ୭ ପ୍ରକାରର ଖଣ୍ଡା, ଛୁରି, ଢାଲ, ତରୱାଲ ଆଦି ରଖାଯିବ। ଅନୁଗୋଳ, ତାଳଚେର, ଆଠମଲ୍ଲିକ ଓ ପାଲଲହଡ଼ା ରାଜ ପ୍ରାସାଦର ବିଭିନ୍ନ ସାମଗ୍ରୀ, ପୋଷାକ ସଂଗ୍ରହାଳୟର ଶୋଭା ବଢ଼ାଇବା ସହ ଶିକ୍ଷା କ୍ଷେତ୍ରରେ ସହାୟକ ହୋଇପାରିବ, ଯାହାକି ଆଗାମୀ ପିଢ଼ି ପାଇଁ ଗର୍ବ ଓ ଗୌରବର ବିଷୟ ହେବ। ସେହିପରି ଅନୁଗୋଳରେ ବ୍ରିଟିଶ ଶାସନ ଠାରୁ ଆରମ୍ଭ କରି ସ୍ବାଧୀନତା ସଂଗ୍ରାମ, ପ୍ରଜାମଣ୍ଡଳ ଆନ୍ଦୋଳନ ସମ୍ପର୍କରେ ତଥ୍ୟ ସାଇତି ରଖାଯିବ। ଜିଲାର ବରପୁତ୍ରମାନଙ୍କ ତୈଳ ଚିତ୍ର ଠାରୁ ଆରମ୍ଭ କରି ବିଭିନ୍ନ ସମୟର ମୁଦ୍ରା, ପୋଥି, ଲୋକ ସଂସ୍କୃତି ସମ୍ବନ୍ଧିତ ବସ୍ତୁକୁ ସଂଗ୍ରହ କରାଯାଇ ପ୍ରଦର୍ଶିତ କରାଯିବ। ଅନୁଗୋଳର ପୁରାତନ କଳା ରାବଣଛାୟାକୁ ଏଠାରେ ସ୍ବତନ୍ତ୍ର ସ୍ଥାନ ଦିଆଯିବ। ଜିଲାର ଟେରାକୋଟା, କଂସା, ଚାନ୍ଦୁଆ, ବାଉଁଶ, ବେତରେ ପ୍ରସ୍ତୁତ ସାମଗ୍ରୀ, ପଟ୍ଟଚିତ୍ର, ବାଲୁକା କଳା, ତାରକଶି, ପଥର ଖୋଦେଇ ଓ ହସ୍ତତନ୍ତକୁ ସାଇତି ରଖାଯିବ। ଫଳରେ ପର୍ଯ୍ୟଟକ ଓ ସାଧାରଣ ଲୋକମାନେ ପ୍ରାଚୀନ କଳା, ସଂସ୍କୃତି ଓ ବିଜ୍ଞାନକୁ ନେଇ ଏକ ସ୍ପଷ୍ଟ ଧାରଣା ଏଠାରୁ ପାଇପାରିବେ। ଦ୍ୱିତୀୟ ମହଲାରେ ଏକ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ରହିବ। ଏଠାରେ ଅନୁଗୋଳର ଇତିହାସ ସମ୍ପର୍କିତ କ୍ଷୁଦ୍ର ସିନେମା ପ୍ରଦର୍ଶିତ କରାଯିବ। ଏଥିସହ ପ୍ରସ୍ତୁତ ହେଉଥିବା ବିଶ୍ୱସ୍ତରୀୟ ପାଠାଗାର ବିଭିନ୍ନ ବିଷୟରେ ଗବେଷଣା କରୁଥିବା ଛାତ୍ରୀଛାତ୍ରଙ୍କ ଜ୍ଞାନ ବୃଦ୍ଧି କରିପାରିବ। ଏହି ଇ- ଲାଇବ୍ରେରିରେ ଓଡ଼ିଆ, ଇଂଲିଶ, ହିନ୍ଦୀ, ସଂସ୍କୃତ ଓ ବିଭିନ୍ନ ଭାଷାରେ ଲିଖିତ ଲେଖକଙ୍କ ପୁସ୍ତକମାନ ଉପଲବ୍ଧ ହେବ। ପୁରୁଣା ହେଉ କି ନୂଆ, ଡିଜିଟାଲ ବ୍ୟବସ୍ଥାରେ ଏହାକୁ ମାତ୍ର କେଇ ସେକେଣ୍ଡରେ ପାଇହେବ। ତେବେ ଜାତିର ପିତାଙ୍କ ଜୀବନାଦର୍ଶନର ପ୍ରଦର୍ଶନ ନିମନ୍ତେ ଏକ ସ୍ବତନ୍ତ୍ର ପ୍ରକୋଷ୍ଠର ବ୍ୟବସ୍ଥା ହୋଇଛି। ଅନୁଗୋଳ ଜିଲାକୁ ଗାନ୍ଧୀଙ୍କ ଆଗମନ ଓ ତାଙ୍କ ନୀତି ଆଦର୍ଶ ଆଧାରିତ ପୁସ୍ତକମାନ ଏଠାରେ ରଖାଯିବ। ଏଥିସହ ସୂଚନା ଆଧାରିତ ଫଟୋଚିତ୍ରମାନ ଲଗାଯାଇ ପର୍ଯ୍ୟଟକଙ୍କ ବୁଝିବାକୁ ଅଧିକ ସହଜ କରିଦିଆଯିବ। ଏଠାରେ ପିଲାଙ୍କ ପାଇଁ କିଡ଼୍ସ ଜୋନ୍‌, ମ୍ୟୁଜିୟମ୍‌ ଡିସ୍‌ପ୍ଲେ ଜୋନ୍‌, କ୍ୟାପିଟ୍‌ ଏରିଆ, ପ୍ରତୀକ୍ଷା ଲାଉଞ୍ଜ ଆଦିର ବ୍ୟବସ୍ଥା କରାଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ସଡ଼କ ଦୁର୍ଘଟଣା ହ୍ରାସ କରିବ ଆଇଇଏମ୍‌ଏସ୍‌

ଭୁବନେଶ୍ୱର,୨୯ା୩(ଅନିଲ ଦାସ):ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାଜନକ ରହିଛି। ଏହାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ନୂତନ ନିର୍ମାଣାଧୀନ ରାସ୍ତା, ଏନ୍‌ଏଚ୍‌ ସମେତ ପୂର୍ତ୍ତ...

ପୋଲିସ କବ୍‌ଜାରେ ୫ ଜଣିଆ ଡକାୟତି ଗ୍ୟାଙ୍ଗ

ଭୁବନେଶ୍ୱର (ସତ୍ୟଜିତ୍‌ ରାଉତ)/ଜଟଣୀ(ରବୀନ୍ଦ୍ରନାଥ ମହାକୁଡ଼),୨୯।୩:କମିଶନରେଟ୍‌ ପୋଲିସ ହାତରେ ଧରାପଡିଛନ୍ତି ୫ ଜଣିଆ ଡକାୟତି ଗ୍ୟାଙ୍ଗ। ବୁଧବାର ବିଳମ୍ବିତ ରାତିରେ ଡକାୟତି ଯୋଜନା ବେଳେ ଜଟଣୀ ପୋଲିସ...

ପାଣି ନାହିଁ, ମାଠିଆ ମେଲା

ଭୁବନେଶ୍ୱର,୨୯।୩ (ବନ୍ଦନା ସେଠୀ): ରାଜ୍ୟରେ ଏବେ ପାରଦ ଉପରମୁହାଁ ରହିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଧୀରେ ଧୀରେ ତାତି ଅସମ୍ଭାଳ ହେଉଛି। ଟାଇଁ ଟାଇଁ ଖରାକୁ ଗରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri