ଏଇ ଭାରତରେ

ସ୍ବଚ୍ଛ ଭାରତ ସ୍ଲୋଗାନ ପ୍ରତିଧ୍ୱନିତ ହୋଇଛି ରାଜସ୍ଥାନର ଜଣେ ୧୮ ବର୍ଷୀୟା ଝିଅ ଚେସ୍ତା ଗୁଲେଚ୍ଛାଙ୍କ ହୃଦୟରେ। ସେ ଗାଁରୁ ସବୁ ଅଳିଆ ସଫା କରିଦେଇଛନ୍ତି। ଏଥିପାଇଁ ତାଙ୍କୁ ୫୦ ଦିନ ଲାଗିଛି। ଚଳିତ ବର୍ଷ କଲେଜ ଶିକ୍ଷା ଡ୍ରପ୍‌ କରି ସେ ତାଙ୍କ ଜେଜେବାପା ଓ ଜେଜେମା’ଙ୍କ ସହ କିଛି ସମୟ କଟାଇବା ଲାଗି ଖିଛାନ ଗାଁକୁ ଆସିଥିଲେ। ଗାଁରେ ପହଞ୍ଚିବାପରେ ରାସ୍ତାରେ ଅଳିଆ ଆବର୍ଜନା ଦେଖିବାକୁ ପାଇଥିଲେ। ପରେ ସେ ଏକ ଝାଡୁ ଓ ବ୍ୟାଗ ଧରି ରାସ୍ତାରୁ ଅଳିଆ ଗୋଟାଇବା ଆରମ୍ଭ କରିଦେଲେ। ପାଞ୍ଚଦିନ ଯାଏ ତାଙ୍କୁ କେବଳ ଗ୍ରାମବାସୀ ଦେଖିଲେ, କିଛି ବି ସାହାଯ୍ୟ କଲେନି, ବରଂ ଏଭଳି କାମ ଦେଖି ଚେସ୍ତାଙ୍କୁ ସେମାନେ ‘ମ୍ୟାଡ୍‌ ସିଟି ଗର୍ଲ’ ବୋଲି କହିବାକୁ ଲାଗିଲେ। ଚେସ୍ତାଙ୍କ ଜାତିରେ ରାସ୍ତା ସଫା କରିବା ଉଚିତ ନୁହେଁ ବୋଲି କହି ସେମାନେ ବିରୋଧ କରିବାକୁ ଲାଗିଲେ। କିନ୍ତୁ ଠିକ୍‌ ୬ଦିନ ବେଳକୁ ଗ୍ରାମବାସୀ ତାଙ୍କ ସହ ଯୋଗ ଦେଇ ସଫା କରିବା ଆରମ୍ଭ କରିଦେଲେ। ପରେ ଚେସ୍ତା ଏକ ଟିମ ୍‌ଗଢି ୫୦ ଦିନରେ ପୂରା ଗାଁକୁ ସଫା କରିଦେଇଛନ୍ତି। ଏଥିସହ ପ୍ରତିଦିନ ଘରକୁ ଘର ବୁଲି ଅଳିଆ ସଂଗ୍ରହ କରିବା କାର୍ଯ୍ୟ ବି ଆରମ୍ଭ କରିଛନ୍ତି। ଚେସ୍ତା ଓ ତାଙ୍କ ଟିିମ୍‌ ପ୍ରତି ସପ୍ତାହର ସୋମବାର ଓ ଗୁରୁବାର ଗାଁରେ ବୁଲି ଟ୍ରାକ୍ଟରରେ ଅଳିଆ ସଂଗ୍ରହ କରି ବାହାରକୁ ନେଉଛନ୍ତି। ସେ ଏ ବାବଦରେ ମୋଟ ୫୦,୦୦୦ ଟଙ୍କା ନିଜ ପକେଟରୁ ଖର୍ଚ୍ଚ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

ପେସା ଆଇନକୁ ପେଷି ଦିଆଯାଉଛି

ଭାରତବର୍ଷର ଯେଉଁ କେତୋଟି ଆଇନ ଆଦିବାସୀମାନଙ୍କୁ ପ୍ରକୃତ ସଶକ୍ତୀକରଣ କରିବାରେ ସାହାଯ୍ୟ କରେ, ସେଥିମଧ୍ୟରୁ ପଞ୍ଚାୟତ(ଏକ୍ସଟେନସନ ଟୁ ଦି ସିଡ୍ୟୁଲଡ ଏରିୟାଜ) ଆକ୍ଟ ବା ପେସା ଆଇନ…

ବନ୍ଧୁ ନୁହେଁ

ଇରାନ୍‌ର ହର୍ମୁଜ ଜଳପଥ ଖୋଲାଯିବାର ଦିନକ ପରେ ପୁଣି ଏହାକୁ ବନ୍ଦ କରିଦିଆଗଲା। ଏପରିକି ଭାରତର ଦୁଇଟି ଜାହାଜ ଉପରେ ଇରାନ୍‌ ନୌସେନାର ଗୁଳିବର୍ଷଣ ଭାରତ ସରକାରଙ୍କୁ…

ଆମେ ନୀରବ

ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ କରିଛନ୍ତି। ଏହି ଯୁଦ୍ଧରେ ବିଶ୍ୱର ଅନ୍ୟ ଦେଶ ପରି ଭାରତ ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହୋଇଛି। ପ୍ରକୃତରେ ଇରାନୀୟଙ୍କୁ ଛାଡ଼ି…

ଭୋଗୁଥିବା ସ୍ବପ୍ନ

ମଣିଷ ସ୍ବପ୍ନ ତ ଦେଖେ କିନ୍ତୁ ସବୁ ସ୍ବପ୍ନ ସତ ହୁଏନା। ଅନେକ ସ୍ବପ୍ନ ଅଧୁରା ରହେ। ଆଉ କିଛି ସ୍ବପ୍ନ ପୂରଣ ହୁଏ ସତ। ସ୍ବପ୍ନ…

ମନମୁଖି ଛଟେଇ

କିଛିଦିନ ତଳେ ସକାଳେ ଓରାକଲ କମ୍ପାନୀ କୌଣସି ପୂର୍ବ ଆଲୋଚନା ନ କରି ବା ସୂଚନା ବା ଚେତାବନୀ ନ ଦେଇ ସ୍ବୟଂଚାଳିତ ଇ-ମେଲ୍‌ରେ ଏକା ଥରକେ…

ନିର୍ଦ୍ଦେଶରେ ଦ୍ୱନ୍ଦ୍ୱ

ଯଦି ଆପଣ ଭାବୁଛନ୍ତି ଯେ ଦିଲ୍ଲୀରେ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ଦ୍ୱନ୍ଦ୍ୱାତ୍ମକ ଥିଲା ତାହା ନୁହେଁ, ଏବେ ତାମିଲନାଡୁରେ ସମାନ ପ୍ରକାର କାହାଣୀ ଦେଖିବାକୁ ମିଳିିଛି;…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri