ଏଇ ଭାରତରେ

ପଡ଼ିଆ ଜମିକୁ ଶସ୍ୟଶ୍ୟାମଳା କରିବାରେ କେରଳରେ ଏକ ବ୍ଲକର ଗାଁଗୁଡ଼ିକ ଉଦାହରଣ ସୃଷ୍ଟି କରିଛନ୍ତି। ଥିରୁଭାନନ୍ତପୁରମ୍‌ ଜିଲାର ନେଦୁମନଗଡ ତହସିଲ ଅନ୍ତର୍ଗତ ନେଦୁମନଗଡ ବ୍ଲକର ପଞ୍ଚାତଗୁଡ଼ିକରେ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଗତ ୪ ବର୍ଷ ମଧ୍ୟରେ ୧୦୦ ଏକର ପଡିଆ ଜମିରେ ଜୈବିକ କୃଷି କରାଯାଇପାରିଛି। ନେଦୁମନଗଡର ଛାତ୍ର, କୃଷକ ଓ ବ୍ୟବସାୟୀମାନଙ୍କ ଦ୍ୱାରା ୨୦୧୬ରେ ‘ଜୈବଗ୍ରାମ’ ଅଭିଯାନ ଆରମ୍ଭ କରାଯାଇଥିଲା। ସ୍ଥାନୀୟ ସହକାରୀ କୃଷି ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ଏହି ଅଭିଯାନ ପ୍ରଥମେ ୩ ଏକର ପଡିଆ ଜମିରୁ ଆରମ୍ଭ କରାଯାଇଥିଲା। ପଞ୍ଚାୟତ ସଦସ୍ୟ ଓ ଅଧିକାରୀମାନେ ଏଥିପାଇଁ ସହଯୋଗ କରିବା ଦ୍ୱାରା ବିଭିନ୍ନ ଗ୍ରାମରେ ଅଭିଯାନକୁ ଚାଲୁ କରାଯିବା ସହ ଏବେ ୧୦୦ ଏକର ଜମିରେ ଚାଷ ଚାଲିଛି। ଏଥିରେ ପଞ୍ଚାୟତର ୨୧,୦୦୦ ପରିବାର ଯୋଡି ହୋଇଛନ୍ତି ଓ ଚାଷ କରିବା ଲାଗି ୯୭ ଜଣ ସଦସ୍ୟ ଚୟନ କରାଯାଇଛି। ଜୈବଗ୍ରାମ ଅଭିଯାନରେ ଭାଗ ନେଇଥିବା ଲୋକମାନଙ୍କୁ ୩୮୦ଟି ଗ୍ରୁପରେ ବିଭକ୍ତ କରାଯାଇଛି। ଏହାର ଲାଭାଂଶ ଚାଷୀଙ୍କ ପାଖକୁ ଯାଉଛି ଓ ସେଥିରୁ କିଛି ଏହି ଅଭିଯାନକୁ ଆଗକୁ ବଢ଼ାଇବା ଲାଗିି ବ୍ୟୟ କରାଯାଉଛି। ‘ଜୈବଗ୍ରାମ’କୁ ସଫଳତା ମିଳିବା ପରେ କେତେକ ପଞ୍ଚାୟତରେ ପରିବା ଓ ଫୁଲ ଚାଷରେ ସ୍ବାବଲମ୍ବୀ ହେବା ପାଇଁ ‘ବଲ୍ଲମ ନୀରା’ ଅଭିଯାନ ଆରମ୍ଭ କରାଯାଇଛି। ନେଦୁମନଗଡର ପଞ୍ଚାୟତଗୁଡିକରେ ‘ଜୈବସଭା’ ବି ଆୟୋଜନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?