ଏଇ ଭାରତରେ

ବନବାସୀମାନଙ୍କ ଜୀବନଶୈଳୀକୁ ପ୍ଲାଷ୍ଟିକ ମୁକ୍ତ କରିବାରେ ଲାଗିଛନ୍ତି ପଶ୍ଚିମବଙ୍ଗର ସିଦ୍ଧାର୍ଥ ବ୍ଲୋନେ ଓ ସ୍ବେତା ପ୍ରଧାନ। ଏହି ଦମ୍ପତିଙ୍କ ବୟସ ପାଖାପାଖି ୪୦ ହେବ। ପଶ୍ଚିମବଙ୍ଗ ନେଓରା ଜଙ୍ଗଲ ନିକଟରେ ଥିବା କାଲିଂପଙ୍ଗ ଜିଲା ଗରୁବାଥାନ ଗାଁକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକମୁକ୍ତ କରି ଏକ ସ୍ବଚ୍ଛ ପରିବେଶ ଆଣିବାରେ ସକ୍ଷମ ହୋଇଛନ୍ତି। ସିଲିଗୁଡ଼ିଠାରୁ ୬୫ କି.ମି. ଦୂରରେ ଥିବା ଗରୁବାଥାନ ନୁହେଁ, ଏହାସହ ବହୁ ଗାଁ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକଠାରୁ ପୂରା ଦୂରେଇ ଯାଇଛନ୍ତି। ପଲିଥିନ ବଦଳରେ ସେମାନେ କପଡ଼ା ବ୍ୟାଗ ବ୍ୟବହାର କରୁଛନ୍ତି। ଗାଁଗୁଡ଼ିକରେ ଡଷ୍ଟବିନ ରଖାଯାଉଛି। ସେଠାରୁ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ କରାଯାଇ ରିସାଇକ୍ଲିଂ ପାଇଁ ସିଲିଗୁଡ଼ି ପଠାଯାଉଛି। କେବଳ ଏତିକି ନୁହେଁ ଏହି ଦମ୍ପତି ସେମାନଙ୍କୁ ଜୈବିକ କୃଷିମୁହାଁ ବି କରିପାରିଛନ୍ତି। ଲୋକମାନେ ରାସାୟନିକ ସାର ବ୍ୟବହାର ବନ୍ଦ କରି କୃଷିଜାତ ବର୍ଜ୍ୟବସ୍ତୁ ଓ ରୋଷେଇ ଘର ବର୍ଜ୍ୟରୁ ଖତ ପ୍ରସ୍ତୁତ କରୁଛନ୍ତି। ସିଦ୍ଧାର୍ଥ ଓ ଶ୍ୱେତା ଗତ ୮ ବର୍ଷ ଧରି ଏଭଳି ଅଭିଯାନ ଜାରି ରଖିଛନ୍ତି। ଏହି ଅଞ୍ଚଳର ଲୋକମାନଙ୍କୁ ସ୍ବାସ୍ଥ୍ୟକର ପାରମ୍ପରିକ ଖାଦ୍ୟ ଆଡକୁ ପୁଣି ଫେରାଇ ଆଣିବାରେ ସକ୍ଷମ ହୋଇଛନ୍ତି ଏହି ଦମ୍ପତି। ସେମାନେ ପିଲାମାନଙ୍କୁ ଅମଳ କରୁଥିବା ପୁଷ୍ଟିକର ଖାଦ୍ୟ ଦେଉଛନ୍ତି। ସ୍କୁଲ୍‌ ଟିଫିନ୍‌ରେ ବି ଘର ଖାଦ୍ୟ ଦେଉଛନ୍ତି। ଫଳରେ ପିଲାମାନେ ପାଷ୍ଟ ଫୁଡ୍‌ ପ୍ରତି ଆଉ ଆଗ୍ରହୀ ହେଉନାହାନ୍ତି। ସୁସ୍ଥ ଜୀବନ ଲାଗି ଏହି ଦମ୍ପତି ଗ୍ରାମବାସୀମାନଙ୍କୁ ଯୋଗ ଶିକ୍ଷା ମଧ୍ୟ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri