ଏଇ ଭାରତରେ

ଗାଁର ନାଁ ବାଡ଼ମେର। ରାଜସ୍ଥାନର ଏହି ଗାଁଟି ଯାହା କରୁଛି ତାହା ଆଉ କେହି କରୁନାହାନ୍ତି। ପ୍ରଚଣ୍ଡ ତାତିରୁ ପକ୍ଷୀମାନଙ୍କୁ ସୁରକ୍ଷା ଦେବା ଲାଗି ଗାଁଲୋକେ ଲାଗିପଡିଛନ୍ତି। ସେମାନେ ଟଙ୍କା ଆଦାୟ କରି ତେଲଟିଣ କିଣି ସେଥିରେ ପକ୍ଷୀମାନଙ୍କ ଗାଧୋଇବା ଓ ଖାଇବା ଲାଗି ବ୍ୟବସ୍ଥା କରିଛନ୍ତି। ଟିଣର ଚାରିକଡ଼ରେ ମଝିରୁ କିଛି ଅଂଶ କାଟି ବାହାର ଆଡକୁ ରଖି ସେଥିରେ ଖାଦ୍ୟ ରଖୁଛନ୍ତି। ଟିଣର ତଳ ଅଂଶରେ ପାଣି ଭର୍ତ୍ତି କରିବା ପରେ ଏହାକୁ ବିଭିନ୍ନ ସ୍ଥାନରେ ଗଛରେ ଝୁଲାଇ ଦିଆଯାଉଛିି। ପକ୍ଷୀମାନେ ଆସି ଟିଣ ଚାରିକଡ଼ରେ ବାହାରକୁ ବାହାରିଥିବା ଅଂଶରେ ବସି ଖାଦ୍ୟ ଖାଇବା ସହ ପାଣିରେ ଗାଧଉଛନ୍ତି। ଏବେ ବାଡ଼ମେର ଓ ଏହାର ଆଖପାଖ ଅଞ୍ଚଳରେ ତାପମାତ୍ରା ୫୦ଡିଗ୍ରୀ ଛୁଇଁଛି। ଜଳାଭାବ ତଥା ତାତି ସହି ନ ପାରି ବହୁ ସଂଖ୍ୟାରେ ପକ୍ଷୀ ମରିଯାଉଛନ୍ତି। ଏହି ସ୍ଥିତିରେ ଗ୍ରାମବାସୀ ଏଭଳି ପାରମ୍ପରିକ ଉପାୟରେ ପକ୍ଷୀଙ୍କ ଜୀବନ ବଞ୍ଚାଉଥିବାରୁ ଏହାକୁ ସ୍ଥାନୀୟ ଆଇଏଫ୍‌ଏସ୍‌ ଅଧିକାରୀ ପ୍ରବୀଣ କସଓ୍ବାନ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପତିଆରା ଲଢ଼େଇ

ବିଶ୍ବରେ ଏବେ ଚାଲିଛି ପ୍ରଭୁତ୍ୱ ଓ ପତିଆରା ପାଇଁ ଲଢ଼େଇ, ଏସିଆରୁ ୟୁରୋପ ଚାରିଆଡ଼େ ଅଶାନ୍ତ। କୋଟି କୋଟି ସାଧାରଣ ଜନତାଙ୍କ ଜୀବନ ସହ ଖେଳ ଖେଳାଯାଉଛି।…

ଆକାଶ କଇଁଆ ଚିଲିକା ମାଛ

ଆଧୁନିକ ସମାଜ ବିପର୍ଯ୍ୟୟର ବିବିଧ କାରଣ ଥିଲା ବେଳେ ନିଶାଗ୍ରସ୍ତ ସମାଜ ଏକ ପ୍ରମୁଖ କାରଣ। ନିଶା ଘର ଉଜାଡୁଛି, ଅକର୍ମଣ୍ୟ କରୁଛି, ଜୀବନ ମଧ୍ୟ ନେଉଛି।…

ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ

ଶ୍ରୀଜଗନ୍ନାଥଙ୍କର ପହଣ୍ଡି ବିଜେ ଉପରେ ଆଲୋଚନା କରିବା ପୂର୍ବରୁ ଆମକୁ ପ୍ରଥମେ ବୁଝିବାକୁ ହେବ ଯେ, ପହଣ୍ଡି ବିଜେ କ’ଣ? ଅତି ସରଳଭାଷାରେ ବୁଝାଇ କହିଲେ ଜଣାଯିବ…

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri