ଏଇ ଭାରତରେ

ଆସାମର ତିନି ଜଣ ସାଙ୍ଗ ବର୍ଜ୍ୟବସ୍ତୁରୁ ଇଟା ତିଆରି କରୁଛନ୍ତି। ସେମାନେ ‘ଜେରୁଣ୍ଡ ବ୍ରିକ୍ସ ଷ୍ଟାର୍ଟଅପ’‌ ମାଧ୍ୟମରେ ଏହାକୁ ପ୍ରସ୍ତୁତ କରୁଛନ୍ତି, ଯାହା ସମ୍ପୂର୍ଣ୍ଣ ପରିବେଶ ଉପଯୋଗୀ। ୨୫ ବର୍ଷୀୟ ରୁପମ୍‌ ଚୌଧୁରୀଙ୍କ ସହ ମୌସମ ତାଲୁକଦାର ଏବଂ ଡ୍ୟାଭିଡ ପ୍ରତିମ୍‌ ଗୋଗୋଇ ଫ୍ଲାଏ ଆଶ୍‌, ବର୍ଜ୍ୟ ପ୍ଲାଷ୍ଟିକ ଏବଂ ସିମେଣ୍ଟରେ ଏହି ଇଟା ପ୍ରସ୍ତୁତ କରୁଛନ୍ତି। ଏହା ପୂରା ହାଲୁକା। ଇଟାରେ ୭୦ ପ୍ରତିଶତ ବର୍ଜ୍ୟବସ୍ତୁ ବ୍ୟବହାର ହେଉଛି। ନିଆଁରେ ନ ପୋଡି ଇଲେକ୍ଟ୍ରି ମେଶିନ୍‌ରେ ଏହା କରାଯାଉଛି। ଏହି ଇଟାର ଓଜନ ଫ୍ଲାଏ ଆଶ୍‌ ଇଟା କିମ୍ବା ମାଟି ଇଟାଠାରୁ ୧୦ ପ୍ରତିଶତ କମ୍‌ । ଏହା ଘରକୁ ଖରାଦିନେ ଥଣ୍ଡା ଓ ଶୀତଦିନେ ଗରମ ରଖିତ୍ପାରୁଛି। ୨୦୧୮ରେ ସେମାନେ ଗୁଆହାଟୀରେ ‘ଜେରୁଣ୍ଡ ବ୍ରିକ୍ସ ଷ୍ଟାର୍ଟଅପ’‌ ଆରମ୍ଭ କରିଥିଲେ। ଆସାମ ଇଞ୍ଜିନିୟରିଂ କଲେଜରେ ସେମାନେ ସିଭିଲ ଇଞ୍ଜିନିୟରିଂ ପଢୁଥିବାବେଳେ ଏଭଳି ଇଟା ତିଆରି କରିବାର ଉପାୟ ପାଇଥିଲେ। ଏଯାବତ ସେମାନେ ୨.୫ ଲକ୍ଷରୁ ଅଧିକ ଇଟା ବିକ୍ରି କରିସାରିଲେଣି। ଆସାମ, ଅରୁଣାଚଳ ପ୍ରଦେଶ,ମେଘାଳୟ ଏବଂ ନାଗାଲାଣ୍ଡରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଆପାର୍ଟମେଣ୍ଟରେ ଏହା ବ୍ୟବହାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଞ୍ଜାବର ଗୁରୁବିନ୍ଦର ସିଂ ସୋହି ଗହମ ବଦଳରେ ଫୁଲ ଚାଷ କରି ବର୍ଷକୁ ୨୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଗୁରୁବିନ୍ଦର ରହୁଛନ୍ତି ନାନୋଓ୍ବାଲରେ। ଏହି ଗାଁରେ…

‘ଏକ୍‌ଲା ଚଲୋରେ’ର ବିକୃତ ପ୍ରକଟନ

“ତୋର୍‌ ଡାକ୍‌ ଶୁନେ ଯଦି କେଉ ନା ଆସେ, ତବେ ଏକ୍‌ଲା ଚଲୋରେ“- ନୋବେଲ ପୁରସ୍କାରପ୍ରାପ୍ତ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କର ଦେଶାମତ୍ବୋଧକ ସଙ୍ଗୀତର ଏହି ପଂକ୍ତି ଆଜି…

କୃଷି କୃଷକର କଥା ଓ ବ୍ୟଥା

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟର ପ୍ରାୟ ଶତକଡ଼ା ସତୁରି ଭାଗ ଲୋକ ଜୀବନ ଜୀବିକା ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି। ତେଣୁ ଓଡ଼ିଶାର…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?