ଇଲେକ୍ଟୋରାଲ ବଣ୍ଡ୍‌: ଦେୟ ଭରୁଛନ୍ତି ଜନତା

ନୀତିନ୍‌ ସେଠୀ
ବେନାମୀ କୋଟିପତିମାନେ ଇଲେକ୍ଟୋରାଲ ବଣ୍ଡ୍‌ ଆକାରରେ ଈପ୍ସିତ ରାଜନୈତିକ ଦଳଗୁଡ଼ିକୁ ହଜାର ହଜାର କୋଟି ଟଙ୍କା ଦାନ କରୁଥିବା ବେଳେ ଭାରତୀୟ ଟିକସଦାତାମାନେ ବ୍ୟାଙ୍କିଙ୍ଗ୍‌ ଫି, କମିଶନ୍‌, ଛପା ଓ ଆନୁଷଙ୍ଗିକ ଖର୍ଚ୍ଚ ଆଦି ବହନ କରୁଛନ୍ତି ବୋଲି ହଫ୍‌ପୋଷ୍ଟ ଇଣ୍ଡିଆ ଦ୍ୱାରା ପ୍ରାପ୍ତ ଓ ସମୀକ୍ଷିତ ତଥ୍ୟରୁ ଜଣାପଡ଼ିଛି। ରାଜନୈତିକ ପାଣ୍ଠି ଯୋଗାଣକୁ ସୁଗମ କରିବା ଲାଗି ଆବଶ୍ୟକ ବ୍ୟାଙ୍କିଙ୍ଗ୍‌ ଚାନେଲର ସୁରକ୍ଷିତ ଭିତ୍ତିଭୂମି, ଆକାଉଣ୍ଟ ଓ ମୁଦ୍ରଣ ଆଦି ପାଇଁ ଯେଉଁ ଖର୍ଚ୍ଚ ହେଉଛି ସେଥିଲାଗି ସମ୍ପୃକ୍ତ କୋଟିପତି ଦାତା ବା ଗ୍ରହୀତା ରାଜନୈତିକ ଦଳ ଟଙ୍କାଟିଏ ବି ଦେଉନାହାନ୍ତି। ତା’ ବଦଳରେ ଏହି ଟଙ୍କା କନ୍‌ସଲିଡେଟେଡ୍‌ ଫଣ୍ଡ୍‌ ଅଫ୍‌ ଇଣ୍ଡିଆ ବା ଭାରତ ସରକାରଙ୍କ ଆକାଉଣ୍ଟରୁ ଖର୍ଚ୍ଚ ହେଉଛି, ଯେଉଁ ଆକାଉଣ୍ଟରେ ସରକାରଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ଅର୍ଥ ଜମା ହେଉଛି। ଯେକୌଣସି ବ୍ୟାଙ୍କିଙ୍ଗ୍‌ କାରବାର ପାଇଁ ସାଧାରଣ ଲୋକଙ୍କଠାରୁ ଫି, କମିଶନ ଇତ୍ୟାଦି ନିଆଯାଉଥିବା ବେଳେ ହଜାର ହଜାର କୋଟି ଟଙ୍କାର ରାଜନୈତିକ ଦାନ କ୍ଷେତ୍ରରେ ତାହା କରା ନ ଯିବା କେତେଦୂର ସ୍ପୃହଣୀୟ?
ଭାରତୀୟ ଟିକସଦାତାଙ୍କ ଜବରଦସ୍ତ ବଦାନ୍ୟତାର ସବୁଠାରୁ ବେଶି ଲାଭ ଉଠାଇଛି ଭାରତୀୟ ଜନତା ପାର୍ଟି (ଭାଜପା)। ଏ ଯୋଜନା ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ଭାଜପା ସବୁଠାରୁ ଅଧିକ ଟଙ୍କା ପାଇଛି। ଚଳିତ ମାସର ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୧୮-୧୯ରେ ଭାଜପା ଦାନ ମାଧ୍ୟମରେ ଯେତେ ଟଙ୍କା ପାଇଛି, ତା’ର ୬୦ ପ୍ରତିଶତ ବା ୧,୪୫୦ କୋଟି ଟଙ୍କା ପାଇଛି କେବଳ ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ।
ସବୁଠାରୁ ଖରାପ କଥା ହେଲା ରାଜନୈତିକ ଦାନଗୁଡ଼ିକୁ ଦାତାଙ୍କ ପାଇଁ ଟିକସମୁକ୍ତ କରାଯାଇଛି। ତେଣୁ ଯେତେବେଳେ କମ୍ପାନୀଗୁଡ଼ିକ ବା ଧନୀ ବ୍ୟକ୍ତିମାନେ ନିଜ ପସନ୍ଦର ଦଳକୁ ଦାନ ଦେଉଛନ୍ତି, ସେତେବେଳେ ରାଜକୋଷକୁ କମ୍‌ ଟିକସ ଆସୁଛି। ଅର୍ଥ ମନ୍ତ୍ରଣାଳୟର ଫାଇଲ ନୋଟିଂ, ଚିଠିର ଆଦାନପ୍ରଦାନ, ଆଭ୍ୟନ୍ତରୀଣ ନୋଟ୍‌ ଓ ମେମୋ ଆଦି ସମୀକ୍ଷା କରି ହଫ୍‌ପୋଷ୍ଟ ଇଣ୍ଡିଆ ଜାଣିପାରିଛି ଯେ, ରାଜନୈତିକ ପାଣ୍ଠି ଯୋଗାଣକୁ ସୁଗମ କରିବା ପାଇଁ ସର୍ବସାଧାରଣଙ୍କ ପାଣ୍ଠିର ଉପଯୋଗ କରିବା ଲାଗି ଆରମ୍ଭରୁ ହିଁ ନିଷ୍ପତ୍ତି ନିଆଯାଇଥିଲା। ଦାନ ବିବରଣୀ ସର୍ବସାଧାରଣଙ୍କ ଦୃଷ୍ଟିରୁ ଲୁଚାଇ ରଖିବା ପାଇଁ ବ୍ୟବସ୍ଥା ହେବା ସହ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)କୁ ଦାୟିତ୍ୱ ଦିଆଗଲା। ଅଥଚ ୨୦୧୮ ମାର୍ଚ୍ଚରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ମୋଟ ୧୪ଟି ପର୍ଯ୍ୟାୟରେ କେତେ ଟଙ୍କାର ଇଲେକ୍ଟୋରାଲ ବଣ୍ଡ୍‌ କ୍ରୟ, ବିକ୍ରୟ ଓ ଭଙ୍ଗାଣ ହୋଇଛି ତାହାର ତାରିଖଭିତ୍ତିକ ବିବରଣୀ ଦେବାକୁ ବ୍ୟାଙ୍କ ମନା କରିଦେଇଛି। କିନ୍ତୁ ଲୋକେଶ ବାତ୍ରାଙ୍କ ଆର୍‌ଟିଆଇ ଆବେଦନରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ଜଣାପଡ଼ିଛି ଯେ, ମାର୍ଚ୍ଚ ୨୦୧୮ରୁ ମେ ୨୦୧୯ ଭିତରେ ୧୦ଟି ପର୍ଯ୍ୟାୟରେ ବିକ୍ରି, ଖର୍ଦ୍ଦି ଓ ଭଙ୍ଗାଣ ହୋଇଥିବା ମୋଟ ୫,୮୩୨ କୋଟି ଟଙ୍କାର କାରବାର ପାଇଁ ଏସ୍‌ବିଆଇ ଅର୍ଥ ମନ୍ତ୍ରଣାଳୟକୁ ୩.୨୪ କୋଟି ଟଙ୍କା ମାଗିଛି। ଏସ୍‌ବିଆଇ ପ୍ରତି ୧୦୦୦ ଟଙ୍କା ମୂଲ୍ୟର ଇଲେକ୍ଟୋରଲ ବଣ୍ଡ୍‌ ପାଇଁ ଟ୫.୫୦ର ଦେୟ ଦାବି କରିଛି। ଡିଜିଟାଲ ବଣ୍ଡ୍‌ ପାଇଁ ଏହା ସରକାରଙ୍କଠାରୁ ପ୍ରତି କାରବାର ଲାଗି ଅତିରିକ୍ତ ୧୨ ଟଙ୍କା ଦାବି କରିଥିବା ବେଳେ ପ୍ରତି କାଗଜ ବଣ୍ଡ୍‌ ପାଇଁ ୫୦ ଟଙ୍କା ଦାବି କରିଛି। ତେଣେ ନାସିକଠାରେ ଥିବା ଭାରତୀୟ ସିକ୍ୟୁରିଟି ପ୍ରେସ୍‌ ପ୍ରତି ଇଲେକ୍ଟୋରାଲ ବଣ୍ଡ୍‌ ଛାପିବା ପାଇଁ ୨୫ ଟଙ୍କା ଚାର୍ଜ କରୁଛି। ଏହି ମୂଲ୍ୟ ସାମାନ୍ୟ ହୋଇପାରେ ମାତ୍ର ଏହା ପଚରାଯିବା ଉଚିତ ଯେ, କାହିଁକି ଏହା କୋଟିପତି ଦାତା ବା ଗ୍ରହୀତା ରାଜନୈତିକ ଦଳଗୁଡ଼ିକଠାରୁ ଆଦାୟ କରାଯାଉ ନାହିଁ।
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ୨୦୧୭ ଜାନୁୟାରୀରେ ଏ ଇଲେକ୍ଟୋରାଲ ବଣ୍ଡ୍‌କୁ ବିରୋଧ କରିଥିଲା। କେନ୍ଦ୍ରୀୟ ବ୍ୟାଙ୍କ ପଚାରିଥିଲା ଇଲେକ୍ଟୋରାଲ ବଣ୍ଡ୍‌ ଇସ୍ୟୁ ବାବଦକୁ ବ୍ୟାଙ୍କ ବା ଆର୍‌ବିଆଇକୁ କେତେ କମିଶନ ମିଳିବ। ସେତେବେଳେ ଅର୍ଥ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଥିଲା ଯେ ଏହି ଦେୟ ଓ କମିଶନ ଆର୍‌ବିଆଇ ବ୍ୟାଙ୍କଗୁଡ଼ିକୁ ଦେଇପାରିବ। ଦାତାମାନେ ଏହା ଦେବେ ନାହିଁ। ଆର୍‌ବିଆଇ ଏ ପ୍ରସ୍ତାବରେ ରାଜି ହେଲା ନାହିଁ। ତା’ପରେ ଅର୍ଥ ମନ୍ତ୍ରଣାଳୟ ଏସ୍‌ବିଆଇ ଯେ କୌଣସି ପ୍ରକାରେ ସ୍କିମ୍‌ ଚଳାଇବାକୁ ଆଦେଶ ଦେଲା। ଅକ୍ଟୋବର ୨୮, ୨୦୧୭ରେ ଅର୍ଥ ବିଭାଗର ଯୁଗ୍ମ ସଚିବ (ବଜେଟ) ପ୍ରଶାନ୍ତ ଗୋୟେଲ ଏକ ଆଭ୍ୟନ୍ତରୀଣ ନୋଟ୍‌ ଲେଖିଲେ ଯେ, ଛପା ଖର୍ଚ୍ଚ ଆଦାୟ କରାଯିବା ନେଇ ସମସ୍ୟା ରହୁଥିବାରୁ କେବଳ ଉଚ୍ଚ ପରିମାଣର ଯଥା ୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଇଲେକ୍ଟୋରାଲ ବଣ୍ଡ୍‌ ପାଇଁ ଅନୁମତି ଦିଆଯାଉ। କିନ୍ତୁ ଏ ପ୍ରସ୍ତାବକୁ ଗ୍ରହଣ କରାଗଲା ନାହିଁ। ଶେଷରେ ସ୍ଥିର ହେଲା କେନ୍ଦ୍ର ସରକାର ଏ ଖର୍ଚ୍ଚ ବହନ କରିବେ। ଅନ୍ୟ ଭାଷାରେ କହିଲେ ଏ ଖର୍ଚ୍ଚ ସାଧାରଣ ଜନତା ହିଁ ବହନ କରିବେ। କିନ୍ତୁ ଡିସେମ୍ବର ୧୯, ୨୦୧୭ରେ ଅର୍ଥ ମନ୍ତ୍ରଣାଳୟ ଏବଂ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ବାବୁମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ସ୍ଥିର ହେଲା ଯେ ଏ କଥା ଅର୍ଥାତ୍‌ ସରକାର ଏ ଖର୍ଚ୍ଚ ବହନ କରିବେ ବୋଲି ଇଲେକ୍ଟୋରାଲ ବଣ୍ଡ୍‌ର ପ୍ରକାଶିତ ନିୟମାବଳୀରୁ ବାଦ୍‌ ଦିଆଯିବ। ତା’ ବଦଳରେ ଏ ସମ୍ପର୍କୀୟ ସୂଚନା ପ୍ରଶାସନିକ ଆଦେଶନାମା ଭିତରେ ରହିବ, ଯାହାକୁ ସାଧାରଣ ଲୋକମାନେ ଦେଖିବା ବା ଯାଞ୍ଚ କରିବାର ସୁଯୋଗ ପାଆନ୍ତି ନାହିଁ। ପ୍ରକାଶିତ ନିୟମାବଳୀରେ ଲେଖାଗଲା ଯେ ଦାତା କୌଣସି କମିଶନ ବା ଦେୟ ଦେବେ ନାହିଁ। କିନ୍ତୁ କିଏ ଦେବ ତାହା ଏଥିରେ ଉଲ୍ଲେଖ ରହିଲା ନାହିଁ। ତେବେ ସରକାର ଦେୟ ଦେବେ ବୋଲି ନିୟମାବଳୀରେ ଉଲ୍ଲେଖ ରହୁ ବୋଲି ଏସ୍‌ବିଆଇ ଚାହୁଁଥିଲା। ତା’ ନ ହେଲେ ବିକଳ୍ପ ଭାବେ ପାଣ୍ଠି ଗ୍ରହଣକାରୀ ରାଜନୈତିକ ଦଳଗୁଡ଼ିକ ଏହି ଖର୍ଚ୍ଚ ବହନ କରିବା କଥା ନିୟମାବଳୀରେ ରହିବା ପାଇଁ ବ୍ୟାଙ୍କ ପ୍ରସ୍ତାବ ଦେଇଥିଲା। ଏସ୍‌ବିଆଇର ରୁପି ମାର୍କେଟ୍‌ସ ଡିଭିଜନର ମୁଖ୍ୟ ମହାପ୍ରବନ୍ଧକ ଜି. ରବୀନ୍ଦ୍ରନାଥ ଲେଖିଥିବା ଚିଠିରୁ ଏହା ଜଣାପଡ଼ିଛି। କିନ୍ତୁ ଏସ୍‌ବିଆଇର ପ୍ରସ୍ତାବ ଗ୍ରହଣ କରାଗଲା ନାହିଁ। ଇଲେକ୍ଟୋରାଲ ବଣ୍ଡ୍‌ର ଅନ୍ତିମ ନିୟମାବଳୀରେ ଉଲ୍ଲେଖ ରହିଲା ଯେ, ଦାତା କିମ୍ବା ଗ୍ରହୀତାଙ୍କୁ କିଛି ଦେୟ ଦେବାକୁ ପଡ଼ିବ ନାହିଁ। କିନ୍ତୁ ଏହାକୁ ସରକାର ରାଜକୋଷରୁ ଭରଣା କରିବେ ବୋଲି ସେଥିରେ ଉଲ୍ଲେଖ ରହିଲା ନାହିଁ।
ସିକ୍ୟୁରିଟି ମୁଦ୍ରଣ ପ୍ରେସ୍‌ ଇଲେ୍ଯଯୋରାଲ ବଣ୍ଡ୍‌ର ମୁଦ୍ରଣ ପାଇଁ ୨୦୧୮ ଅକ୍ଟୋବର ସୁଦ୍ଧା ୧.୬୭ କୋଟି ଟଙ୍କାର ବିଲ୍‌ ଅର୍ଥ ମନ୍ତ୍ରଣାଳୟକୁ ପଠାଇଛି, ଯାହାକୁ ମନ୍ତ୍ରଣାଳୟ ଅନିଚ୍ଛା ସତ୍ତ୍ୱେ ପ୍ରଦାନ କରିଛି। ମୋଟ ୧୨ଟି ପର୍ଯ୍ୟାୟରୁ ୧୦ଟି ପର୍ଯ୍ୟାୟ ଶେଷ ସୁଦ୍ଧା ଏସ୍‌ବିଆଇ ସରକାରଙ୍କ ପାଖକୁ ୩.୨୪ କୋଟି ଟଙ୍କାର ବିଲ୍‌ ପଠାଇଛି। ଏହିସବୁ ଅର୍ଥ ସାଧାରଣ ଜନତାଙ୍କ ଅଗୋଚରରେ ତାଙ୍କ ପ୍ରଦତ୍ତ ରାଜକୋଷରୁ ହିଁ ପଇଠ କରାଯାଉଛି।
moruoak00@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?