ଶିଶୁ ମୃତ୍ୟୁହାର କମିବ କେମିତି

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ

ମିଳିତ ଜାତିସଂଘ କିମ୍ବା ଅନ୍ୟ କୌଣସି ଆନ୍ତର୍ଜାତିକ ସଂଗଠନ ପକ୍ଷରୁ ଯେତେବେଳେ ବି ବିଶ୍ୱରେ ଶିକ୍ଷା ଓ ସ୍ବାସ୍ଥ୍ୟର ସ୍ଥିତି ସମ୍ବନ୍ଧିତ ରିପୋର୍ଟ ପ୍ରକାଶ ପାଏ, ସେଥିରେ ଭାରତ ସମ୍ପର୍କରେ ବିଶେଷ କିଛି ଉତ୍ସାହପ୍ରଦ ସୂଚନା ନ ଥାଏ। ଏହି କ୍ରମରେ ନିକଟରେ ଜାତିସଂଘ ସଂସ୍ଥା ୟୁନିସେଫ ପକ୍ଷରୁ ପ୍ରକାଶିତ ବିଶ୍ୱରେ ଶିଶୁଙ୍କ ସ୍ଥିତି ରିପୋର୍ଟରେ ମଧ୍ୟ ଏହାର ପୁନରାବୃତ୍ତି ହୋଇଛି। ଶିଶୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭାରତର ନିରାଶାଜନକ ସ୍ଥିତିର ଚିତ୍ର ଏଥିରେ ପ୍ରତିଫଳିତ ହୋଇଛି। ରିପୋର୍ଟ ଅନୁଯାୟୀ ଗତ ୨୦୧୯ରେ ସାରା ବିଶ୍ୱରେ ଠିକଣା ପ୍ରତିଷେଧକମୂଳକ ବ୍ୟବସ୍ଥା ଏବଂ ଚିକିତ୍ସା ଦ୍ୱାରା ଆରୋଗ୍ୟ ହୋଇପାରୁଥିବା ରୋଗରେ ଆକ୍ରାନ୍ତ ହୋଇ ପ୍ରାୟ ୫.୨ ନିୟୁତ ପାଞ୍ଚବର୍ଷରୁ କମ୍‌ ବୟସର ଶିଶୁ ଅକାଳରେ ପ୍ରାଣ ହରାଇଥିଲେ। ଏହି ଅଭାଗା ଶିଶୁଙ୍କ ମଧ୍ୟରେ ଭାରତୀୟ ଶିଶୁଙ୍କ ସଂଖ୍ୟା ଥିଲା ୧.୨ ନିୟୁତ। ମୃତ ଭାରତୀୟ ଶିଶୁଙ୍କ ମଧ୍ୟରେ ୩୯ପ୍ରତିଶତ ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ଏବଂ ଜନ୍ମର ଚାରି ସପ୍ତାହ ମଧ୍ୟରେ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ପ୍ରାଣ ହରାଇଥିବା ବେଳେ ୧୪.୯ ପ୍ରତିଶତ ଶିଶୁଙ୍କ ନିମୋନିଆରେ ମୃତ୍ୟୁ ହୋଇଥିଲା। ଡାଇରିଆ ୯.୮ ପ୍ରତିଶତ ଶିଶୁଙ୍କ ପାଇଁ ଘାତକ ହୋଇଥିଲା। ପୁଷ୍ଟିହୀନତା ଏବଂ ଅନ୍ୟ ରୋଗରେ ଅବଶିଷ୍ଟ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ଯେଉଁ ସବୁ କାରଣରୁ ପ୍ରାୟ ୧୨ ଲକ୍ଷ ଶିଶୁଙ୍କ ମୃତ୍ୟୁ ହେଲା, ତାହା ଆଦୌ ଅସାଧ୍ୟ ନୁହେଁ। ଠିକଣା ପ୍ରତିଷେଧକମୂଳକ ପଦକ୍ଷେପ ଏବଂ ସମୟୋଚିତ ଚିକିତ୍ସା ଦ୍ୱାରା ମୃତ୍ୟୁକୁ ଏଡ଼ାଯାଇ ପାରିଥାନ୍ତା। ଏହା ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ପଛରେ ଗୋଡ଼ାଉଥିବା ଭାରତରେ ଶିଶୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭାରତର ନିରାଶାଜନକ ସ୍ଥିତିର ବୟାନ କରୁଛି।
ମା’ର ଗର୍ଭାଶୟର ଏକ ତରଳ ଆବର୍ତ୍ତ ଓ ନିରାପଦ ଉତ୍ତାପ ମଧ୍ୟରେ ଶିଶୁଟି ରହିଥାଏ, ଜନ୍ମ ପରେ ବାହାର ଥଣ୍ଡା ତାକୁ ସ୍ବାଭାବିକ ଭାବେ ଅସ୍ବସ୍ତିକର ହୋଇଥାଏ। ଶିଶୁଟିକୁ ଉଷୁମ ରଖିବା ପାଇଁ ଆବଶ୍ୟକ ମାତ୍ରାରେ ଇଲେକ୍ଟ୍ରିକ୍‌ ବଲ୍‌ବ ବା ରୁମ୍‌ ହିଟର ବ୍ୟବହାର କରିପାରନ୍ତି, ମାତ୍ର କାଠ ବା କୋଇଲା ନିଆଁ ଦ୍ୱାରା ନୁହେଁ, କାରଣ ଏହାର ଧୂଆଁ ଶ୍ୱାସରୁଦ୍ଧ କରିପକାଏ। ଉଷୁମ ପାଇଁ ପିଲା ପାଖରେ ଗରମ ପାଣି ବୋତଲ ରଖନ୍ତୁ ନାହିଁ। ଶିଶୁଥିବା ଘରଟିକୁ ଉପଯୁକ୍ତ ପରିମାଣରେ ବାହାର ପବନ ଓ ସୂର୍ଯ୍ୟାଲୋକ ଆସିବାକୁ ଦିଅନ୍ତୁ। ମନେରଖନ୍ତୁ ମା’ର ପ୍ରଥମ ଦୁଇଦିନର କ୍ଷୀରରେ ପ୍ରଚୁର ପରିମାଣରେ ବିଭିନ୍ନ ପ୍ରତିରୋଧକ ଶକ୍ତିର ଜୀବନୀ ରହିଥାଏ। ଏହାକୁ କଷକ୍ଷୀର କହି ନଷ୍ଟ ନ କରି ପିଲାଙ୍କୁ ଖାଇବାକୁ ଦିଅନ୍ତୁ। ପିଲାର ନାହିକୁ ରବର ବା ସୂତାରେ ନ ବାନ୍ଧି, ନୂଆବ୍ଲେଡ଼ ଓ ଡେଟଲ ଦ୍ୱାରା ସଫା ରଖନ୍ତୁ। ବେଟାଡାଇନ ବା ରେକ୍ଟିଫାଏଡ଼ ସ୍ପିରିଟ ଲଗାଇପାରନ୍ତି । ପିଲା ଶାରୀରିକ ତତ୍ତ୍ୱ ଅନୁସାରେ ଦିନକୁ ୨୦/୨୨ ଘଣ୍ଟା ଶୋଇବ, ଏଥିରେ ବ୍ୟସ୍ତ ହେବାର ନାହିଁ। ପ୍ରତି ପିଲା ପ୍ରଥମ ୨/୪ମାସ ଦିନରେ ଶୁଅନ୍ତି ଓ ରାତିରେ କାନ୍ଦନ୍ତି କାରଣ ସେମାନେ ମା’ ଗର୍ଭରେ ଥିବାବେଳେ ଦିନରେ ମା’ ବୁଲାବୁଲି କରିବା ଦ୍ୱାରା ସେମାନେ ହଲିଥାଆନ୍ତି, ଯାହାକି ସେମାନଙ୍କୁ ଶୋଇବାରେ ଆରାମ ଲାଗିଥାଏ। ହେଲେ ରାତିରେ ମା’ ଶୋଇଗଲା ପରେ ସେମାନେ ସେ ଅବସ୍ଥା ପାଉ ନ ଥିବାରୁ ସ୍ବାଭାବିକ ଭାବେ ଶୁଅନ୍ତି । ପ୍ରଥମେ କ୍ଷୀର ଖାଇବା ପରେ ପିଲାମାନେ ଦିନକୁ ୫/୬ଥର ପରିସ୍ରା ଓ ୮/୧୦ଥର ହଳଦିଆ ରଙ୍ଗର ଝାଡ଼ା କରନ୍ତି। ଏଥିରେ ବ୍ୟସ୍ତ ହେବାର ନାହିଁ। ପିଲାମାନେ ମା’କ୍ଷୀର ଖାଇବା ସମୟରେ କ୍ଷୀର ସହ କିଛି ବାୟୁ ଖାଇଥାଆନ୍ତି; ଯାହାଫଳରେ ପେଟ ଫୁଲିଥାଏ। ଏହା ଛାଏଁ ଭଲ ହୋଇଯାଏ। ଏହାକୁ ଲୋକମାନେ ଭୁଲ୍‌ରେ ପେଟପମ୍ଫା ବୋଲି କହିଥାନ୍ତି। ଜନ୍ମ ହେବା ପରେ ପରେ ପିଲାଙ୍କ ଦେହରେ ଜଣ୍ଡିସ ହୋଇଥାଏ। ଏହା ୧୦/୧୫ ଦିନ ରହିଥାଏ। ଏହା ସ୍ବାଭାବିକ ଭାବେ ଭଲ ହୋଇଯାଏ। ତେବେ ବେଶି ହଳଦିଆ ରଙ୍ଗ ଦେଖାଦେଲେ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ। ପିଲାଙ୍କ ମୁଣ୍ଡରେ କଳା ଆଦୌ ଲଗାନ୍ତୁ ନାହିଁ, ଏହା ଚର୍ମ ସଂକ୍ରମଣ କରିପାରେ । ପିଲାଙ୍କ ମୁଣ୍ଡର କେଶକୁ ଉଷୁମ ତେଲ ପାଣିରେ ସଫା କରନ୍ତୁ। କିଛିକ୍ଷେତ୍ରରେ ଶିଶୁର ସମ୍ମୁଖ ଭାଗରେ ଦାନ୍ତ ବାହାରି ଆସେ। ଏହା ପ୍ରାକୃତିକ ବ୍ୟବସ୍ଥା, ଏହାକୁ ଦାନ୍ତୁରା ଭାବିବା ଭୁଲ୍‌ ଧାରଣା। ଶିଶୁଟି ଝିଅ ହୋଇଥିଲେ ଜନ୍ମ ହେବା ୩/୪ ଦିନ ପରେ ଜନନେନ୍ଦ୍ରିୟରୁ ସାମାନ୍ୟ ରକ୍ତ ବାହାରେ, ଏହା ଚିନ୍ତାଜନକ ନୁହେଁ। ମନେରଖନ୍ତୁ ଜନ୍ମ ହେବା ପରେ ପରେ ନବଜାତକର ପାରିପାର୍ଶ୍ୱିକ ସ୍ବାସ୍ଥ୍ୟଗତ ପରିବେଶ ସହ ସ୍ବାଭାବିକ ହେବାକୁ ସମୟ ଲାଗିଥାଏ। ତେବେ ସଦାସର୍ବଦା ଉଷୁମ ଓ ବିଷୋଧିତ ବ୍ୟବସ୍ଥା ଦ୍ୱାରା ଏହାକୁ ସଂକ୍ରମଣଠାରୁ ଦୂରେଇ ରଖନ୍ତୁ।
ଚିନ୍ତାର ବିଷୟ ହେଲା, ଭାରତ ତୁଳନାରେ ଅପେକ୍ଷାକୃତ ଅର୍ଥନୈତିକ ଦୃଷ୍ଟିରୁ ପଛୁଆ ନେପାଳ ଓ ବାଂଲାଦେଶରେ ଶିଶୁ ସ୍ବାସ୍ଥ୍ୟସେବାର ସ୍ଥିତି ଉନ୍ନତତର। ଭାରତରେ ଜନ୍ମ ହେଉଥିବା ପ୍ରତି ୧୦୦୦ ଶିଶୁରେ ୪୮ ଜଣ ଶିଶୁ ପଞ୍ଚମ ଜନ୍ମଦିନ ପାଳନ ପୂର୍ବରୁ ମୃତ୍ୟୁମୁଖରେ ପଡ଼ୁଥିବା ବେଳେ ନେପାଳ ଓ ବାଂଲାଦେଶର ପାଞ୍ଚ ବର୍ଷରୁ କମ୍‌ ବୟସରେ ଶିଶୁ ମୃତ୍ୟୁହାର ଯଥାକ୍ରମେ ୧୦୦୦:୩୬ ଏବଂ ୧୦୦୦:୩୮। ଅର୍ଥନୈତିକ ଅଭିବୃଦ୍ଧିରେ ଚାଇନାକୁ ପଛରେ ପକାଇ ଦେଇଥିବାରୁ ଭାରତ ଗର୍ବିତ। ଅଥଚ ଚାଇନାରେ ଶିଶୁ ମୃତ୍ୟୁ ହାର ୧୦୦୦:୧୧ ହୋଇଥିବା ବେଳେ ଭାରତରେ ଶିଶୁ ମୃତ୍ୟୁ ହାର ଏହାର ଚାରିଗୁଣ (୧୦୦୦:୪୮)। ୧୯୯୦ରେ ଭାରତରେ ଜନ୍ମ ହେଉଥିବା ୧୦୦୦ ଶିଶୁରେ ୧୨୬ ଶିଶୁ ପାଞ୍ଚବର୍ଷ ବୟସର ହେବା ପୂର୍ବରୁ ମୃତ୍ୟୁ ହେଉଥିଲା। ଗତ ୨୫ ବର୍ଷ ମଧ୍ୟରେ ସ୍ଥିତିରେ ନିଶ୍ଚିତ ଭାବେ ଉନ୍ନତି ଘଟିଛି। କିନ୍ତୁ ତାହା ଯଥେଷ୍ଟ ନୁହେଁ। ଶିଶୁ ମୃତ୍ୟୁହାର ବର୍ତ୍ତମାନ ଠାରୁ ଦୁଇଗୁଣ ହାରରେ ହ୍ରାସ ପାଇବା ଦରକାର। ଶିଶୁ ମୃତ୍ୟୁ ହାରରେ ଭାରତର ସ୍ଥିତି ନାଇଜେରିଆ, କଙ୍ଗୋ ଆଦି ଆଫ୍ରିକୀୟ ଦେଶମାନଙ୍କ ସହ ସମାନ। ଉଲ୍ଲେଖନୀୟ ବିଷୟ ହେଲା ସାରା ବିଶ୍ୱରେ ପାଞ୍ଚବର୍ଷ ବୟସ ପୂର୍ବରୁ ଯେତିକି ଶିଶୁଙ୍କ ମୃତ୍ୟୁ ହୁଏ, ତା’ର ଅଧାରୁ ଅଧିକ ଭାରତ, କଙ୍ଗୋ, ନାଇଜେରିଆ ଆଦି ୫ଟି ଦେଶରେ ହୋଇଥାଏ। ଦେଶର ଶିଶୁ ମୃତ୍ୟୁ ହାର କମାଇବା ପାଇଁ ଶିଶୁ ସ୍ବାସ୍ଥ୍ୟସେବା ବ୍ୟବସ୍ଥାରେ ଉନ୍ନତି ଅଣାଯିବା ସହ ଶିଶୁ ସ୍ବାସ୍ଥ୍ୟ ସଂକ୍ରାନ୍ତ ସଚେତନତାର ପ୍ରସାର ଏକାନ୍ତ ଆବଶ୍ୟକ। ୟୁନିସେଫ ରିପୋର୍ଟରେ ସତର୍କ କରି ଦିଆଯାଇଛି ଯେ, ଶିଶୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ନ ଆସିଲେ ୨୦୩୦ ବେଳକୁ ସମଗ୍ର ବିଶ୍ୱରେ ଯେତିକି ସଂଖ୍ୟକ ପାଞ୍ଚବର୍ଷରୁ କମ୍‌ ଶିଶୁ ମୃତ୍ୟୁ ମୁଖରେ ପଡ଼ିବେ, ସେଥିରେ ଭାରତର ଭାଗ ଥିବ ୧୭ପ୍ରତିଶତ। ଆଶା, ଭାରତୀୟ ନେତୃବୃନ୍ଦ ୟୁନିସେଫ ରିପୋର୍ଟକୁ ଗୁରୁତ୍ୱର ସହ ନେଇ ସ୍ବାସ୍ଥ୍ୟସେବା, ବିଶେଷ କରି ଶିଶୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଆଣିବା ସକାଶେ ନିଷ୍ଠାପର ପ୍ରୟାସ କରିବେ।
ସହଯୋଗୀ ପ୍ରଫେସର, ଶିଶୁରୋଗ ବିଭାଗ, ଶିଶୁଭବନ, କଟକ, ମୋ: ୯୪୩୭୧୨୪୦୭୪


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri