Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ବେଙ୍ଗାଲୁରୁ- ହାଇଦ୍ରାବାଦ୍‌ ମ୍ୟାଚ ଡ୍ର’

ଫାଟୋର୍ଡା,୨୯।୧୧(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ବେଙ୍ଗାଲୁରୁ ଏଫ୍‌ସି ଓ ହାଇଦ୍ରାବାଦ ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ଗୋଲଶୂନ୍ୟ ଭାବେ ଶେଷ ହୋଇଛି। ଗୋଆର ଫାଟୋର୍ଡା ଷ୍ଟାଡିୟମରେ ଖେଳଯାଇଥିବା ଏହି ମ୍ୟାଚ୍‌ରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ନିର୍ଦ୍ଧାରତି ସମୟ ଓ ୪ ମିନିଟ୍‌ର ଇଞ୍ଜୁରି ଟାଇମ୍‌ ପରେ ରେଫରି ଫାଇନାଲ ହ୍ବିସିଲ ମାରିଥିଲେ। କିନ୍ତୁ କେହି କାହାରିକୁ ଗୋଲ ଦେଇପାରି ନ ଥିଲେ। ବଲ୍‌ ପଜେଶନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ହାଇଦ୍ରାବାଦ୍‌ ଆଗରେ ରହିଥିଲେ ମଧ୍ୟ ଗୋଲ ଦେଇ ପାରି ନ ଥିଲା। ଉଭୟ ଦଳକୁ ଏକାଧିକ ସୁଯୋଗ ମିଳିଥିଲେ ମଧ୍ୟ ଗୋଲ ଶୂନ୍ୟ ଭାବେ ମ୍ୟାଚ୍‌ ଶେଷ ହୋଇଥିଲା। ଏଥିସହ ହାଇଦ୍ରାବାଦ ୨ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ଓ ଗୋଟିଏ ଡ୍ର ସହ ୪ ପଏଣ୍ଟ ପାଇ ତାଲିକାର ତୃତୀୟ ସ୍ଥାନରେ ରହିଛି। ଅନ୍ୟପଟେ ବେଙ୍ଗାଲୁରୁ ୨ଟି ମ୍ୟାଚ୍‌ ଖେଳି ୨ଟି ଡ୍ର ସହ ୨ ପଏଣ୍ଟ ପାଇ ତାଲିକାର ଷଷ୍ଠ ସ୍ଥାନରେ ରହିଛି।
ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ହାଇଦ୍ରାବାଦ୍‌ ଗୋଟିଏ ପଏଣ୍ଟ ପାଇଥିବାରୁ ସନ୍ତୁଷ୍ଟ ହୋଇ ନ ଥିବ। ବେଙ୍ଗାଲୁରୁ ରକ୍ଷଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ଗୋଲପୋଷ୍ଟକୁ ହାଇଦ୍ରାବାଦ ଖେଳାଳି ୭ଟି ଶଟ୍‌ ମାରିଥିବା ବେଳେ ବେଙ୍ଗାଲୁରୁ ଖେଳାଳି ମାତ୍ର ଗୋଟିଏ ଶଟ୍‌ ମାରିଥିଲେ। ପୂର୍ବତନ ଚାମ୍ପିୟନ ବେଙ୍ଗାଲୁରୁର ଖେଳ ଆଶାନୁରୂପ ହୋଇ ପାରି ନ ଥିଲା। ଗତ ମ୍ୟାଚ୍‌ରେ ହାଇଦ୍ରାବାଦ୍‌ ୧-୦ ଗୋଲରେ ଓଡ଼ିଶା ଏଫ୍‌ସିକୁ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା। ଅନ୍ୟପଟେ ଗତ ରବିବାର ବେଙ୍ଗାଲୁରୁ ଓ ଗୋଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ୨-୨ ଗୋଲରେ ଅମୀମାଂସିତ ରହିଥିଲା। ହାଇଦ୍ରାବାଦ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ବୁଧବାର ଜାମଶେଦପୁରକୁ ଭେଟିବ। ସେହିପରି ବେଙ୍ଗାଲୁରୁ ଡିସେମ୍ବର ୪ ତାରିଖ ଶୁକ୍ରବାର ଚେନ୍ନାଇନ ଏଫ୍‌ସିକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆୟର୍ଲାଣ୍ଡ ବିପକ୍ଷ ଟେଷ୍ଟରୁ ଓହରିଲେ ଆଣ୍ଡରସନ

ଲଣ୍ଡନ, ୨୩।୭ (ଏଏଫ୍‌ପି)- ଘରୋଇ ଇଂଲଣ୍ଡ ଓ ଆୟର୍ଲାଣ୍ଡ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ବୁଧବାରଠାରୁ ସ୍ଥାନୀୟ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଆରମ୍ଭ ହେବ। ତେବେ...

କ୍ରିକେଟରଙ୍କୁ ବିବାହ କରିବା ପରେ କିଭଳି ହୋଇଯାଏ ଜୀବନ; ସାକ୍ଷୀ ଧୋନୀ କହିଲେ…

ନୂଆଦିଲ୍ଲୀ,୯।୩: ବିବାହ ପରେ ସାଧାରଣ ମହିଳାଙ୍କ ଭଳି କ୍ରିଡାବିତ୍‌ଙ୍କ ପତ୍ନୀଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ। ଏହି ପ୍ରସଙ୍ଗ ଉପରେ ଏବେ ମନ୍ତବ୍ୟ ରଖିଛନ୍ତି ଭାରତର...

ଗର୍ଭବତୀ ମହିଳାଙ୍କ ପ୍ରେମରେ ପଡିଥିଲେ ଏହି କ୍ରିକେଟର

ଭାରତୀୟ କ୍ରିକେଟ ଖେଳାଳି ମୁରଲୀ ବିଜୟ ଆଜି ୩୭ତମ ଜନ୍ମଦିନ ପାଳନ କରୁଛନ୍ତି। ଅନ୍ୟତମ ଭାରତୀୟ କ୍ରିକେଟର୍‌ ଦୀନେଶ କାର୍ତ୍ତିକଙ୍କ ସହ ତାଙ୍କର ବିବାଦ କାହାକୁ...

ପ୍ରତି ମ୍ୟାଚ ପୂର୍ବରୁ ପାପାଙ୍କ ସହିତ କଥା ହେଉଛି, ଆଇପିଏଲରେ ପ୍ରଥମ ଓ୍ବିକେଟ ନେବା ପରେ କହିଲେ ଅଜୁର୍ନ ତେନ୍ଦୁଲକର…

କୋଲକାତା,୧୯।୪ : ଆଇପିଏଲ ୨୦୨୩ ରେ ତାଙ୍କ ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଜିତାଇବା ପରେ ଅର୍ଜୁନ ତେନ୍ଦୁଲକର ତାଙ୍କ ପିତାଙ୍କ ସହ...

ପୂଜାରାଙ୍କ ମଜାକ ଉଡାଇଲେ ଧାଓ୍ବନ

ରାଜକୋଟ,୨୯।୧୨- ଏଠାରେ ଉତ୍ତର ପ୍ରଦେଶ ଓ ସୌରାଷ୍ଟ୍ର ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଏଭଳି ଏକ ଘଟଣା ଘଟିଥିଲା, ଯାହା ପ୍ରାୟତଃ ଦେଖିବାକୁ ମିଳେ ନାହିଁ। ମ୍ୟାଚ୍‌ରେ...

ପୁଅ ସହ କ୍ୟୁଟ୍‌ ଫଟୋ ଶେୟାର କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଏମିତି ପ୍ରତିକ୍ରିୟା ଦେଲେ ଅନୁଷ୍କା

ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ତ୍ରୀ ତଥା ମଡେଲ ନତାଶା ଷ୍ଟାନକୋଭିକ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସବୁ ସମୟରେ ସେ...

ଦରମା ପାଇଁ ଚିନ୍ତାରେ ଅଛନ୍ତି ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟାନ୍‌

ଇସଲାମାବାଦ,୧୨।୮: ପାକିସ୍ତାନ ଅଧିନାୟକ ବାବର ଆଜମ ନିକଟରେ ନିଜର ଦରମା ବଢାଇବା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)କୁ ଅନୁରୋଧ କରିଛନ୍ତି। ବିଶ୍ୱର ନମ୍ବର ୧ନମ୍ବର ବ୍ୟାଟ୍ସମ୍ୟାନ...

କଟକ, ଖୋର୍ଦ୍ଧା, ଓଡ଼ିଶା ସେକ୍ରେଟାରିଏଟ ବିଜୟୀ

ଭୁବନେଶ୍ୱର, ୬।୯ (ତପନ ସ୍ବାଇଁ): ହକି ଆସୋସିଏଶନ ଅଫ୍‌ ଓଡ଼ିଶା ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଚାଲିଥିବା ରାଜ୍ୟ ସିନିୟର ହକି...

Advertisement
Archives

Model This Week