ବିବାଦୀୟ କେରଳୀ ବାବୁ

ବିବାଦୀୟ କେରଳ ଆଇପିଏସ୍‌ ଅଫିସର ଯାଦବ ଟମାସ ନିଜର ରଙ୍ଗିନ କ୍ୟାରିଅରକୁ ଏକ ଗଣମାଧ୍ୟମର ଶିରୋନାମା ତିଆରି କଲା ଭଳି ଢଙ୍ଗରେ ସମାପ୍ତ କରିଛନ୍ତି। ଚାକିରିର ଶେଷଦିନରେ ଟମାସ ତାଙ୍କ ଅଫିସ୍‌ ଚଟାଣରେ ଶୋଇଥିଲେ ଏବଂ ଏହାପରେ ସେ ପୁରାଣର ପର୍ଶୁରାମ ଭାବରେ ଜୀବନର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ କରିବେ ବୋଲି କହିଥିଲେ! ଆଇପିଏସ୍‌ ଭାବରେ ତାଙ୍କର ୩୫ ବର୍ଷର ସେବାକାଳ ଭିତରୁ ପ୍ରାରମ୍ଭିକ ପ୍ରାୟ ପାଞ୍ଚବର୍ଷ ଯାଏ ଟମାସ ଖାକି ୟୁନିଫର୍ମ ପିନ୍ଧିଥିଲେ। ତାଙ୍କର ଅବଶିଷ୍ଟ କ୍ୟାରିୟରର ଅଧିକାଂଶ ଅଂଶ ବିଭିନ୍ନ ଅନୁଷ୍ଠାନ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଡେପୁଟେସନରେ କଟିଥିଲା। ତାଙ୍କର ଶେଷ ପୋଷ୍ଟିଂ ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ପରିଚାଳନା ନିର୍ଦ୍ଦେଶକ ଭାବରେ ହୋଇଥିଲା, ଯାହା ଧାତବ ଓ ଅନୁରୂପ ଉପକରଣ ଉତ୍ପାଦନ କରେ।
ପର୍ଯ୍ୟବେକ୍ଷକମାନେ କୁହନ୍ତି ଯେ, ଟମାସ ଜଣେ ସରଳଭାଷୀ ମଣିଷ ଥିଲେ, ଯିଏକି ପରେ ରାଜନେତାମାନଙ୍କ ରୋଷର ଶିକାର ହୋଇଥିଲେ। ତେଣୁ ତାଙ୍କୁ ଜଙ୍ଗଲ ଜମି ଜବରଦଖଲ ସମେତ ଅନେକ ଦୁର୍ନୀତି ଅଭିଯୋଗର ସାମ୍ନା କରିବାକୁ ପଡିଥିଲା। ଯେତେବେଳେ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌ ତାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଥିଲେ, ସେତେବେଳେ ତାଙ୍କ କ୍ୟାରିୟର କିଛି ମାତ୍ରାରେ ସୁଧୁରିଥିଲା। କିନ୍ତୁ ଏହି କାର୍ଯ୍ୟକାଳ ମଧ୍ୟରେ ଟମାସ ଜଣେ ମନ୍ତ୍ରୀ ତଥା ଅନେକ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଉକ୍ତ ପଦବୀ ହରାଇବାକୁ ପଡ଼ିଥିଲା।
ଏହାପରେ ଟମାସ ଖୋଲାଖୋଲି ସରକାରଙ୍କୁ ସମାଲୋଚନା କରିବା ସହ ପ୍ରଶାସନିକ ଅନୁମତି ନ ନେଇ ନିଜ କ୍ୟାରିୟର ଉପରେ ଏକ ପୁସ୍ତକ ଲେଖିଥିଲେ। ଦୁଇବର୍ଷ ନିଲମ୍ବିତ ହୋଇ ଘରେ ବସିବା ପରେ ଗତବର୍ଷ ତାଙ୍କୁ ବର୍ତ୍ତମାନର ପଦବୀରେ ଅବସ୍ଥାପିତ କରାଯାଇଥିଲା। ଏବେ ଅବସର ପରେ ମଧ୍ୟ ଟମାସ ଲାଇମ୍‌ଲାଇଟ୍‌ରୁ ଦୂରେଇଯିବାର ସମ୍ଭାବନା ନାହିଁ ବୋଲି ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି। ସେ ସମ୍ଭବତଃ ସରକାରୀ ବ୍ୟବସ୍ଥା ବିରୋଧରେ ନିଜର ଭାଷଣବାଜି ଜାରି ରଖିବେ, ଆହୁରି ଖୋଲାଖୋଲି ଭାବରେ।

ସମାଲୋଚନା କରି ଅଡ଼ୁଆରେ
ଯେତେବେଳେ କୌଣସି ଆଡ଼ୁ ସମାଲୋଚନା ଆସେ ଉତ୍ତରପ୍ରଦେଶ ସରକାର ସେଥିରେ ଅତିଶୟ ପ୍ରତିକ୍ରିୟା ପ୍ରକାଶ କରିବାର ଦେଖାଯାଏ। ଜଣେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ସୂର୍ଯ୍ୟପ୍ରତାପ ସିଂ ତାଙ୍କ ଟୁଇଟ୍‌ରେ ସରକାର ପ୍ରକୃତ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ଲୁଚାଇବା ପାଇଁ ସ୍ବଳ୍ପ ପରୀକ୍ଷା କରୁଥିବାର ଅଭିଯୋଗ କରି ଏବେ ଅଡ଼ୁଆରେ ପଡ଼ିଛନ୍ତି। ମହାମାରୀ ବିଷୟରେ ଗୁଜବ ପ୍ରଚାର କରୁଥିବା ଅଭିଯୋଗରେ ତାଙ୍କୁ ବିପର୍ଯ୍ୟୟ ପରିଚାଳନା ଆଇନ ଏବଂ ମହାମାରୀ ଅଧିନିୟମ ଅନୁଯାୟୀ ବୁକ୍‌ କରାଯାଇଛି।
୧୯୮୨ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ସିଂ ତାଙ୍କ କ୍ୟାରିଅର୍‌ରେ ଜଣେ ହ୍ବିଶିଲବ୍ଲୋୟର୍‌ ଭାବରେ ଜଣାଶୁଣା। ବାବୁ ଭାବରେ ତାଙ୍କର ୨୫ ବର୍ଷର କ୍ୟାରିୟରରେ ତାଙ୍କୁ ୫୪ ଥର ବଦଳି କରାଯାଇଛି! ସୂଚନା ଅନୁଯାୟୀ, ରାଜ୍ୟରେ କ୍ଷମତାରେ ଥିବା ଯେକୌଣସି ସରକାର ବିରୋଧରେ ସିଂ ସ୍ବର ଉତ୍ତୋଳନ କରି ଆସିଛନ୍ତି ଏବଂ ଅଖିଳେଶ ଯାଦବଙ୍କ ଅଧୀନରେ ସମାଜବାଦୀ ପାର୍ଟି ସରକାରରେ ହୋଇଥିବା ଦୁର୍ନୀତିକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେତେବେଳେ ଭାଜପା ନେତାମାନେ ତାଙ୍କୁ ପ୍ରଶଂସା କରିଥିଲେ। ମାତ୍ର ବର୍ତ୍ତମାନ ଭାଜପା କ୍ଷମତାରେ ଥିବାବେଳେ ଅବସରପ୍ରାପ୍ତ ବାବୁ ଜଣକ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଦେଉଥିବା ମତାମତକୁ ଗ୍ରହଣ କରିପାରୁ ନାହିଁ। ଯେଉଁମାନେ ସିଂଙ୍କୁ ଜାଣନ୍ତି ସେମାନଙ୍କ ମତରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ତାଙ୍କୁ ରୋକିବାର ସମ୍ଭାବନା ନାହିଁ। କିନ୍ତୁ ସିଂଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଯେଉଁମାନେ ସରକାରଙ୍କୁ ଅସହଜ ପ୍ରଶ୍ନ ପଚାରିବାକୁ ହୁକୁ ହୁକୁ ହେଉଥିବେ ଏହା ସେମାନଙ୍କୁ ଏକ ଚେତାବନୀ ପ୍ରଦାନ କରିବ।

ଏମ୍‌ବିବିଏସ୍‌ ବାବୁଙ୍କୁ କରୋନା ଦାୟିତ୍ୱ
ଯେଉଁ ଆଇଏଏସ୍‌, ଆଇପିଏସ୍‌ ଏବଂ ଆଇଆର୍‌ଏସ୍‌ ବାବୁଙ୍କର ଏମ୍‌ବିବିଏସ୍‌ ଡିଗ୍ରୀ ଅଛି ସେମାନଙ୍କୁ ମାରାତ୍ମକ କରୋନା ଭୂତାଣୁ ବିରୋଧୀ ଲଢ଼େଇରେ ସାମିଲ କରିବାକୁ କେନ୍ଦ୍ର ସରକାର ଚିନ୍ତା କରୁଛି। ପ୍ରଶାସନିକ ଅଭିଜ୍ଞତା ଥିବା ସହିତ ସେମାନେ ଡାକ୍ତରୀ ବିଦ୍ୟାରେ ମଧ୍ୟ ତାଲିମ ନେଇଥିବାରୁ ସେମାନଙ୍କୁ ବିଶେଷତଃ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟମାନଙ୍କରେ କୋଭିଡ୍‌-୧୯ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଖାନାରେ ନିୟୋଜିତ କରାଯିବ।
ସୂଚନାନୁସାରେ, କାର୍ମିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ତାଙ୍କ କର୍ମଚାରୀମାନଙ୍କୁ ଏକମାସ ପୂର୍ବରୁ ଏପରି ବାବୁମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ କହିଥିଲେ, ଯେଉଁମାନଙ୍କ ସେବାକୁ ଆବଶ୍ୟକତା ଅନୁଯାୟୀ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବ୍ୟବହାର କରିପାରିବେ। ତେବେ ଏହା ଉପରେ ବର୍ତ୍ତମାନ ହିଁ କାର୍ଯ୍ୟ ଆରମ୍ଭ ହୋଇଛି।
ପ୍ରାପ୍ତ ସୂଚନା ଅନୁସାରେ, ମୁମ୍ବାଇରେ ମହାମାରୀର ପ୍ରଭାବଶାଳୀ ପରିଚାଳନା ପାଇଁ ନିକଟରେ ଚାରିଜଣ ଆଇଏଏସ୍‌ ଅଧିକାରୀଙ୍କୁ ସହରର ସରକାରୀ ଡାକ୍ତରଖାନାର ପରିଚାଳନା ଉପରେ ନଜର ରଖିବା ଦାୟିତ୍ୱ ଦିଆଯାଇଛି। ଏହି ତାଲିକା ନିଶ୍ଚିତ ଭାବରେ ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ରାଜ୍ୟକୁ ସାହାଯ୍ୟ କରିବ, ଯେଉଁଠାରେ କରୋନା ଭୂତାଣୁ ଜନିତ ମୃତ୍ୟୁହାର ଦେଶରେ ସର୍ବାଧିକ ରହିଛି। ଅଧିକାଂଶ ବାବୁ ଏହି ପଦକ୍ଷେପକୁ ସ୍ବାଗତ କରିଥିବା ଜଣାଯାଇଛି। ତେବେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି- ଏଭଳି ବାବୁମାନେ ଯଦି ମହାମାରୀର ମୁକାବିଲା ପାଇଁ ନିୟୋଜିତ ହେବେ, ତା’ହେଲେ ପ୍ରଶାସନ ଓ ଆଇନଶୃଙ୍ଖଳା କଥା କିଏ ବୁଝିବ?
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri