ପ୍ଲେ ଷ୍ଟୋରରୁ ହଟିଲା ୩୦ ଚାଇନା ଆପ୍‌

ନୂଆଦିଲ୍ଲୀ,୨୦।୬: ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ଗୁଗଲ ଏହାର ପ୍ଲେ ଷ୍ଟୋରରୁ ୩୦ ଚାଇନା ଭିତ୍ତିକ ମୋବାଇଲ ଆପ୍ଲିକେଶନକୁ ହଟାଇ ଦେଇଛି। ଏହି ଆପ୍ଲିକେଶନଗୁଡିକୁ ୨ କୋଟି ଥର ଡାଉନଲୋଡ କରାଯାଇଥିବା ଜଣାପଡିଛି। ମାଲଓ୍ବେର ଏବଂ ୟୁଜରଙ୍କ ସୂଚନା ବେଆଇନ ଭାବେ ବ୍ୟବହାର ଅଭିଯୋଗ ଆସିବାରୁ ଆପ୍ଲିକେଶନଗୁଡିକୁ ହଟାଯାଇଥିବା କୁହାଯାଉଛି। ସୁରକ୍ଷା ଦୃଷ୍ଟିକୋଣରୁ ଏହି ଆପ୍ଲିକେଶନଗୁଡିକ ଫୋନରୁ ଅନ୍‌ଇନଷ୍ଟାଲ କରିବା ଲାଗି ୟୁଜରଙ୍କୁ କୁହାଯାଇଛି। ଆପ୍ଲିକେଶନଗୁଡିକରେ ଅବାଞ୍ଛିତ ବିଜ୍ଞାପନ, ଥରେ ଡାଉନଲୋଡ କରିବା ପରେ ବିଭିନ୍ନ ସମସ୍ୟା ସହ ବିଭିନ୍ନ ନିରାପତ୍ତା ସମସ୍ୟା ରହିଥିବା ସୂଚନା ରହିଛି। ଏହି ଆପ୍ଲିକେଶନଗୁଡିକ ମଧ୍ୟରେ ୟୁରିକୋ କ୍ୟାମେରା, ସୋଲୁ କ୍ୟାମେରା, ଲାଇଟ ବ୍ୟୁଟି କ୍ୟାମେରା, ବ୍ୟୁଟି କୋଲାଜ ଲାଇଟ, ଫଟୋ କୋଲାଜ ଆଣ୍ଡ ବ୍ୟୁଟି କ୍ୟାମେରା ଭଳି ଅନ୍ୟ ଆପ୍ଲିକେଶନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri