ଦେଶର ପ୍ରଥମ କୋଭିଡ କେୟାର ଆଶ୍ରମ: ଯୋଗ, ଧ୍ୟାନ, ଆଧ୍ୟାତ୍ମିକ ଉପାୟରେ କରାଯିବ ଚିକିତ୍ସା

ମୁମ୍ବାଇ,୨୧।୬: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଳକୁ ବେଳ ସାଙ୍ଘାତିକ ହେବାରେ ଲାଗିଛି। ତେବେ କରୋନାର ଚିକିତ୍ସା କରିବାକୁ ମହାରାଷ୍ଟ୍ର ସରକାର ୧ ହଜାର ଶଯ୍ୟା ବିଶିଷ୍ଟ ଏକ ନୂଆ ହସ୍ପିଟାଲ ପ୍ରସ୍ତୁତ କରୁଛନ୍ତି। ଅନ୍ୟପଟେ ରୋଗୀଙ୍କ ଚିକିତ୍ସା କରିବାକୁ ଏବେ ଯୋଗ ଓ ଧ୍ୟାନର ସାହାଯ୍ୟ ନିଆଯିବ ବୋଲି ଜଣାପଡିଛି। ବିଶେଷ କରି ମୁମ୍ବାଇରେ କରୋନା ସଂକ୍ରମଣ ଅଧିକ ଥିବାରୁ ଏଠାରେ ଏବେ ରୋଗୀଙ୍କର ଚିକିତ୍ସା ଯୋଗ, ଧ୍ୟାନ ଓ ଆଧ୍ୟାତ୍ମିକ ଉପାୟରେ କରାଯିବାକୁ ଯୋଜନା କରାଯାଇଛି। ଏବେ ମୁମ୍ବାଇରେ ଦେଶର ପ୍ରଥମ କୋଭିଡ କେୟାର ଆଶ୍ରମ ତିଆରି କରାଯାଇଛି। ପାଖାପାଖି ୭୦ ଶଯ୍ୟା ବିଶିଷ୍ଟ ଏହି ଆଶ୍ରମର ନିର୍ମାଣ ମୁମ୍ବାଇ ପୋର୍ଟ ଟ୍ରଷ୍ଟ ଦ୍ୱାରା କରାଯାଇଛି। ମୁମ୍ବାଇ ପୋର୍ଟ ଟ୍ରଷ୍ଟ ନିକଟରେଥିବା ୨ ଏକର ପରିମିତ ସ୍ଥାନରେ ଏହି ଆଶ୍ରମ ପ୍ରତିଷ୍ଠା କରିଛି। ଏହି ଆଶ୍ରମରେ କରୋନା ପୀଡ଼ିତଙ୍କୁ ଯୋଗ, ଧ୍ୟାନ, ସୁର୍ଯ୍ୟ କିରଣ(ସନ୍‌ ବାଥ୍‌), ପ୍ରବଚନ, ଈଶ୍ୱରଙ୍କ ବନ୍ଦନା ମାଧ୍ୟମରେ ରୋଗୀଙ୍କ ରୋଗ ପ୍ରତିରୋଧକ କ୍ଷମତା ବଢାଇବାକୁ ପ୍ରୟାସ କରାଯିବ। ମୁମ୍ବାଇ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ସଞ୍ଜୟ ଭାଟିଆ କହିଛନ୍ତି ଉକ୍ତ ଆଶ୍ରମରେ ୫୦ ବର୍ଷରୁ କମ୍‌ ବୟସର କରୋନା ରୋଗୀଙ୍କର ଚିକିତ୍ସା କରାଯିବ। ଯେଉଁମାନଙ୍କ ନିକଟରେ ରୋଗର ଲକ୍ଷଣ ଦେଖାଯାଉ ନାହିଁ ସେମାନଙ୍କୁ ଆଶ୍ରମରେ ପ୍ରବେଶ ଅନୁମତି ମିଳିବ। ପ୍ରବେଶ ପରେ ରୋଗୀଙ୍କୁ ୨ ଦିନ ହସ୍ପିଟାଲରେ ରଖି ତାଙ୍କର ସମସ୍ତ ଆବଶ୍ୟକ ପରୀକ୍ଷା କରାଯିବ। ରୋଗୀଙ୍କ ଚିକିତ୍ସା ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ପ୍ରତିଦିନ ୧ ଘଣ୍ଟା ଯୋଗ, ୯୦ ମିନିଟ ଧ୍ୟାନ ଓ ପାଖାପାଖି ୩୦ ମିନିଟ ଆଧ୍ୟାତ୍ମିକ ଚର୍ଚ୍ଚା କରାଯିବ। ସକାଳ ୬ଟାରୁ ଦିନର ଆରମ୍ଭ ଚା’ରୁ କରାଯିବା ସହ ରାତି ୯ଟାରେ ପ୍ରାର୍ଥନା ସାରି ସେମାନେ ଶୋଇବାକୁ ଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଇନଜୀବୀଙ୍କୁ ମିଳିବ ଆର୍ଥିକ ସହାୟତା

କଟକ ଅଫିସ୍‌,୨।୪: କରୋନା ଯୋଗୁ ସାରା ରାଜ୍ୟରେ କୋର୍ଟଗୁଡ଼ିକ ବନ୍ଦ ରହିଛି। ଫଳରେ ବହୁ ଆଇନ୍‌ଜୀବୀ ସାମୟିକ ଭାବେ ଜୀବିକା ହରାଇଛନ୍ତି। ବିଶେଷକରି କନିଷ୍ଠ ଆଇନ୍‌ଜୀବୀମାନେ...

ବେୱଫା ଚା’ ବାଲା: ପ୍ରେମରେ ଧୋକା ଖାଇଥିବା ଲୋକଙ୍କୁ କମ ଦାମରେ ଚା’…

ରାୟପୁର, ୪।୯ : ଆମେ ଏମ୍‌ବିଏ ଚା’ ବାଲା, ଗ୍ରାଜୁଏଟ ଚା’ ବାଲା, ଏମଏସ୍‌ସି ଚା’ ବାଲାଙ୍କ ବିଷୟରେ ତ ଶୁଣିଛେ। କିନ୍ତୁ ଛତିଶଗଡର ବାଲୋଦାବଜାର...

ବିକାଶ ଦୁବେ ଏନ୍‌କାଉଣ୍ଟରରେ ପୋଲିସର ଭୁଲ ନ ଥିଲା

ଲକ୍ଷ୍ନୌ, ୨୦।୮: ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନ୍‌କାଉଣ୍ଟର ମାମଲାର ତଦନ୍ତ କରୁଥିବା ତିନିଜଣିଆ କମିଟି ଉତ୍ତରପ୍ରଦେଶ ପୋଲିସକୁ କ୍ଲିନ୍‌ଚିଟ୍‌ ଦେଇଛି। ଦୁବେଙ୍କ ମୃତ୍ୟୁକୁ ନେଇ ପୋଲିସ...

ବଢିଚାଲିଛି ସଂକ୍ରମଣ

ନୂଆଦିଲ୍ଲୀ,୧୦।୬: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭,୫୮୪...

ମହାରାଷ୍ଟ୍ର ଅପେକ୍ଷା ହରିୟାଣା ବିଧାୟକ ଅଧିକ ପାଠୁଆ

ନୂଆଦିଲ୍ଲୀ : ସଦ୍ୟସମାପ୍ତ ବିଧାନସଭା ନିର୍ବାଚନରେ ମହାରାଷ୍ଟ୍ର ଅପେକ୍ଷା ହରିୟାଣାରେ ଅଧିକ ଶିକ୍ଷତ ବିଧାୟକ ଅଛନ୍ତି। ପିଆର୍‌ଏସ୍‌ ଲେଜିସ୍‌ଲେଟିଭ୍‌ ରିସର୍ଚ୍ଚ ରିପୋର୍ଟରେ ଏନେଇ ଉଲ୍ଲେଖ କରାଯାଇଛି।...

ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ସ୍ଥଗିତ

ନୂଆଦିଲ୍ଲୀ,୧୩।୧: ଜାନୁୟାରୀ ୧୬ରୁ ଦେଶରେ କରୋନା ପ୍ରତିଷେଧକ ଟିକାଦାନ ପ୍ରକ୍ରିୟା ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ଜାନୁୟାରୀ ୧୭ଠାରୁ ଆରମ୍ଭ ହେବାକୁ ଥିବା ପୋଲିଓ...

ରିମ୍ସରେ ହେବ ଲାଲୁଙ୍କ ଚିକିତ୍ସା

ରାଞ୍ଚି,୨୭।୨: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କର ଅନ୍ୟ କୌଣସି ହସ୍ପିଟାଲରେ ଚିକିତ୍ସା କରାଯିବ ନାହିଁ। ପୂର୍ବପରି ରାଞ୍ଚିର ରିମ୍ସ...

ପୋଲିସ-ଭାଜପା କର୍ମୀ ସଂଘର୍ଷ

କୋଲକାତା,୧୩ା୧୧(ପି.ଟି.): ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଡେଙ୍ଗୁ ମୃତ୍ୟୁକୁ ନେଇ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବୁଧବାର ବିକ୍ଷୋଭ ଚାଲିଥିଲାବେଳେ ଏହା ହିଂସାତ୍ମକ ରୂପ ନେଇଛି। ଭାଜପା ଯୁବମୋର୍ଚ୍ଚା...

Advertisement
Archives

Model This Week