ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା: ରୋଗୀଙ୍କ ଖାଦ୍ୟରୁ ଗ୍ଲୋବ୍ସ ବାହାରିଥିବା ଚର୍ଚ୍ଚା

ଅନୁଗୋଳ ଅଫିସ, ୨୫ା୧୦- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଦିଆଯାଇଥିବା ରନ୍ଧା ଖାଦ୍ୟରୁ ଗୁରୁବାର ସନ୍ଧ୍ୟାରେ ଏକ ଗ୍ଲୋବ୍ସ ବାହାରିଥିବା ନେଇ ଜୋରଦାର ଚର୍ଚ୍ଚା ହେଉଛି। ଭାତରେ ମିଶିଯାଇଥିବା ଉକ୍ତ ଗ୍ଲୋବ୍ସ ବାନ୍ତିରେ ବାହାରିବା ପରେ ଘଟଣା ପଦାକୁ ଆସିଥିବା କୁହାଯାଉଛି। କିନ୍ତୁ ଏ ନେଇ କିଛି ଅଭିଯୋଗ କି ସୂଚନା ନ ଥିବା ସିଡିଏମ୍‌ଓ ଡାକ୍ତର ଅମରେନ୍ଦ୍ରନାଥ ମହାନ୍ତି କହିଛନ୍ତି।
ମେଡିସିନ ବିଭାଗ ମହିଳା ଓ୍ବାର୍ଡରେ ଚିକିତ୍ସାଧୀନ କେନ୍ଦ୍ରାପଡ଼ାର କୌଶଲ୍ୟା କହିଛନ୍ତି ଯେ, ତାଙ୍କୁ ସନ୍ଧ୍ୟାରେ ଦିଆଯାଇଥିବା ଭାତରେ ରବର ଗ୍ଲୋବ୍ସ ରହିଯାଇଥିଲା। ଜାଣି ନ ପାରି ସେ ଭାତ ସହ ତାହାକୁ ଖାଇ ଦେଇଥିଲେ। ହେଲେ କିଛି ସମୟ ପରେ ସେ ବାନ୍ତି କରିବାରୁ ସେଥିରେ ଉକ୍ତ ଗ୍ଲୋବ୍ସ ବାହାରି ଆସିଥିଲା। ଏ ନେଇ ୱାର୍ଡରେ ଥିବା ଡାକ୍ତରଙ୍କୁ ସେ ଅବଗତ କରିଥିଲେ। ଉକ୍ତ ଓ୍ବାର୍ଡରେ ଚିକିତ୍ସାଧୀନ ଅନ୍ୟ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମଧ୍ୟ କୌଶଲ୍ୟାଙ୍କ ବାନ୍ତିରେ ଗ୍ଲୋବ୍ସ ବାହାରିଥିବା କହିଛନ୍ତି। ତେବେ ମେଡିକାଲକୁ ଖାଦ୍ୟ ଯୋଗାଉଥିବା ଶକ୍ତି ରଞ୍ଜନ ପ୍ରଧାନ ଘଟଣା ସମ୍ପର୍କରେ ମୁହଁ ଖୋଲି ନ ଥିବା ବେଳେ ଓ୍ବାର୍ଡରେ ଥିବା ଡାକ୍ତର ଏ ନେଇ ପ୍ରଶାସନକୁ କାହିଁକି ଜଣାଇ ନାହାନ୍ତି ତାହାକୁ ନେଇ ରୋଗୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଟିଏମ୍‌ ଟଙ୍କା ଭର୍ତ୍ତି ଭ୍ୟାନ୍‌ରୁ ୨୪ ଲକ୍ଷ ଲୁଟ୍‌ ଘଟଣା: ମାଷ୍ଟରମାଇଣ୍ଡ ଅଟକ

ବ୍ରହ୍ମପୁର ଅଫିସ,୨୧ା୮: ବଡ଼ବଜାର ଥାନା ନିକଟ ଆକ୍ସିସ ବ୍ୟାଙ୍କ ନିକଟରୁ ଏଜିଏସ୍‌ କମ୍ପାନୀର ଏଟିଏମ୍‌ ଟଙ୍କା ଭର୍ତ୍ତି ଗାଡ଼ିରୁ ୨୪ ଲକ୍ଷ ଟଙ୍କା ଲୁଟ୍‌ ଘଟଣାର...

କୁମ୍ଭୀର ଆଁରେ ଉପାନ୍ତ ଗାଁ

କେନ୍ଦ୍ରାପଡା ଅଫିସ, ୨୦ା୧୨: ଆଳି ଓ ରାଜନଗର ସୀମାନ୍ତ ନଳଦିଆ ଗ୍ରାମ ପୋଖରୀରୁ ୬ ଫୁଟ୍‌ ଲମ୍ବର ଏକ ବଉଳା କୁମ୍ଭୀରକୁ ଗ୍ରାମବାସୀ ଧରି ବନବିଭାଗକୁ...

ଲୋକଙ୍କ ସହ ଆଲୋଚନା କରି ସମସ୍ୟା ବୁଝିଲେ ଡବ୍ଲ୍ୟୁଡିସି ଅଧ୍ୟକ୍ଷ

କେସିଙ୍ଗା,୩।୬(ଡି.ଏନ୍‌.ଏ.): ପଶ୍ଚିମ ଓଡ଼ିିଶା ବିକାଶ ପରିଷଦ(ଡବ୍ଲ୍ୟୁଡିସି) ଅଧ୍ୟକ୍ଷ ଅସିତ ତ୍ରିପାଠୀ ୨ ଦିନିଆ କଳାହାଣ୍ଡି ଜିଲା ଗ୍ରସ୍ତରେ ଯାଇଛନ୍ତି। ଶୁକ୍ରବାର ଅଧ୍ୟକ୍ଷ ତ୍ରିପାଠୀ କଳାହାଣ୍ଡି ଜିଲା...

ଘରଘର ବୁଲି ପିଡିଏସ୍‌ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ

ବନ୍ତ,୮ା୪(ନି.ପ୍ର.): କରୋନା ଲକ୍‌ଡାଉନ୍‌ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପିଡିଏସ୍‌ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା...

ଗଛରେ ରାଖୀ ବାନ୍ଧିଲେ ଛାତ୍ରୀ

ଓଡଗାଁ, ୧୫।୮(ସ୍ବ.ପ୍ର.): ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ନୟାଗଡ଼ ଜିଲା ଓଡ଼ଗାଁ ନିକଟସ୍ଥ ବାହାଡ଼ାଝୋଲା ବାଳିକା ହାଇସ୍କୁଲର ଛାତ୍ରୀମାନେ ଅଭିନବ ଉପାୟରେ ରକ୍ଷାବନ୍ଧନ ଉତ୍ସବ ପାଳନ...

ଭଦ୍ରକ ଜିଲା ଚିକିତ୍ସାଳୟର ଏମ୍‌ସିଏଚ୍‌ ସମ୍ପ୍ରସାରଣ ହେବ

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ଭଦ୍ରକ ଜିଲା ଚିକିତ୍ସାଳୟରେ ଥିବା ଏମ୍‌ସିଏଚ୍‌କୁ ସମ୍ପ୍ରସାରଣ କରାଯାଇ ୧୦୦ ଶଯ୍ୟାବିଶିଷ୍ଟରେ ପରିଣତ କରାଯିବ। ହସ୍ପିଟାଲ୍‌ର ଚାରିପାଖେ ପାଚେରି ଓ ରାସ୍ତା ନିର୍ମାଣ ଲାଗି...

ଘର ପାଉନାହାନ୍ତି ପ୍ରକୃତ ହିତାଧିକାରୀ : ପଞ୍ଚାୟତ ଅଫିସ ଘେରିଲା ମହିଳା ସଂଘ

ଏରସମା,୩ା୮(ସ୍ବ.ପ୍ର.): ଏରସମା ବ୍ଲକ ଜିରାଇଲୋ ପଞ୍ଚାୟତର ବହୁ ଗରିବ ପରିବାର ସରକାରୀ ଯୋଜନାରେ ଘର ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ହିତାଧିକାରୀ ଚୟନ କରିବା ପାଇଁ ଦାୟିତ୍ୱ...

ଆଖଣ୍ଡଳମଣି ପୀଠରେ ଭକ୍ତଙ୍କ ଭିଡ଼

ଆରଡ଼ି,୨୧।୨(ଡି.ଏନ୍‌.ଏ.): ମହାଶିବରାତ୍ରି ଉପଲକ୍ଷେ ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡ଼ିି ଉତ୍ସବମୁଖର ହୋଇଉଠିଛି। ଶ୍ରଦ୍ଧାଳୁମାନେ ରାତିରୁ ଲମ୍ବାଧାଡ଼ିରେ ଆସି ପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ଶିବରାତ୍ରିରେ ବାବାଙ୍କୁ...

Advertisement
Archives

Model This Week