ବାତ୍ୟା ‘ଅକୱନ’ ପାଇଁ ସିଲ୍ ଥିବା ଗାଜଲବାଡ଼ି ଘାଟିରେ ପୁଣି ହାଲୁକା ଯାନ ଚଳାଚଳ ଆରମ୍ଭ: ଆଉ ଦୁଇ ଦିନ ମଧ୍ୟରେ…

ଦାରିଙ୍ଗବାଡ଼ି, ୨୨/୧୧ (ଅରୁଣ ସାହୁ): ବାତ୍ୟା ‘ଅକୱନ’କୁ ଦୃଷ୍ଟିରେ ରଖି ଦାରିଙ୍ଗବାଡ଼ିରୁ ଗାଜଲବାଡ଼ିକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଥିଲା। ଏଥିସହ ଗଞ୍ଜାମ ଜିଲାର ଗାଜଲବାଡ଼ି ଏବଂ ଦାରିଙ୍ଗବାଡ଼ିର ବାଇମାଳାଠାରେ ପ୍ରଶାସନ ପକ୍ଷରୁ ରାସ୍ତାକୁ ସିଲ୍ କରାଯାଇଥିଲା। ତେବେ ବାତ୍ୟାର ବିପଦ ଟଳିବା ପରେ ଶନିବାର ପୂର୍ବାହ୍ନ ସାଢ଼େ ୧୧ଟା ପରଠାରୁ ପୁଣି ଥରେ ଏହି ରାସ୍ତାରେ ପୂର୍ବଭଳି ହାଲୁକା ଯାନ ଚଳାଚଳ ଆରମ୍ଭ ହୋଇଛି।

ଖବର ଲେଖା ହେବା ସୁଦ୍ଧା ଏ ନେଇ କନ୍ଧମାଳ ଓ ଗଞ୍ଜାମ ଜିଲା  ପ୍ରଶାସନ ପକ୍ଷରୁ କୌଣସି ଆନୁଷ୍ଠାନିକ ନିର୍ଦ୍ଦେଶନାମା ଜାରି ହୋଇନଥିଲେ ମଧ୍ୟ ସାଧାରଣ ଲୋକଙ୍କ ଯାତାୟାତ ପାଇଁ ରାସ୍ତା ଖୋଲାଯାଇଥିବା ଜଣାପଡ଼ିଛି। ହାଲୁକା ଯାନ ଚଳାଚଳ ସ୍ୱାଭାବିକ ହେବା ପରେ ଗଞ୍ଜାମ ଜିଲ୍ଲାରୁ ପନିପରିବା ବୋଝେଇ ମିନି ଟ୍ରକ୍‌ଗୁଡ଼ିକ ଦାରିଙ୍ଗବାଡ଼ି ସମେତ ବାଲିଗୁଡ଼ା ଆଦି ଅଞ୍ଚଳରେ ସୁବିଧାରେ ପହଞ୍ଚି ପାରୁଛନ୍ତି।

ତେବେ ପୂର୍ବଭଳି ଉକ୍ତ ଘାଟି ରାସ୍ତାରେ ଯାତ୍ରୀବାହୀ ବସ୍‌ ସମେତ ଅନ୍ୟ ଭାରୀଯାନ ଚଳାଚଳ ଉପରେ କଟକଣା ବଳବତ୍ତର ରହିଛି। ଆଉ ଦୁଇ ଦିନ ମଧ୍ୟରେ ଭାରୀଯାନ ଚଳାଚଳ ପାଇଁ ଅନୁମତି ମିଳିପାରେ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଯେ, ଗତ ୨୯ ତାରିଖରେ ବାତ୍ୟା ‘ଅର୍ଣ୍ଣବ’ ସମୟରେ ଗାଜଲବାଡ଼ି ଘାଟିରେ ଭୂସ୍ଖଳନ ହୋଇଥିଲା। ଏଥିରେ ବଡ଼ ବଡ଼ ପଥର, ଗଛ ଓ ମାଟି ଅତଡ଼ା ଖସି ଘାଟି ରାସ୍ତା ଅବରୋଧ ହୋଇଥିଲା। ଏହା ସହ ଗାଜଲବାଡ଼ି ନିକଟ ଅଡ଼ଙ୍ଗୀ ନଦୀର ଗତିପଥ ପରିବର୍ତ୍ତନ ହେବା ଫଳରେ ପ୍ରାୟ ୩୬୦ ମିଟର ରାସ୍ତା ଓ ପୋଲ ଧୋଇ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ମରାମତି କାର୍ଯ୍ୟ ଶେଷ ହେବା ପରେ ୬ ତାରିଖରେ ପ୍ରଥମେ ହାଲୁକା ଯାନ ଚଳାଚଳ ପାଇଁ ଅନୁମତି ମିଳିଥିଲା।

ତେବେ ପରବର୍ତ୍ତୀ ସମୟରେ ଲଗାତାର ଆଉ ଦୁଇଟି ବାତ୍ୟା ଆସିବା ପରେ ଉକ୍ତ ଘାଟି ଓ ଫୁଲବାଣୀ ସଂଯୋଗୀକରଣ ରାସ୍ତାର ମରାମତି କାର୍ଯ୍ୟରେ ବିଳମ୍ବ ହେବା ସହ ଭାରୀଯାନ ଚଳାଚଳ ଆରମ୍ଭ ହେବାରେ ବିଳମ୍ବ ହେଉଥିବା କୁହାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପକେଟ୍‌କୁ ଝଟକା: କ୍ଷୀର ଲିଟର ପିଛା ୪ ଟଙ୍କା ବଢ଼ିଲା

ନୂଆଦିଲ୍‌ଲୀ,୨୨।୧୧: କ୍ଷୀର ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତା ଅଟେ। ସକାଳର ଚା’ଠାରୁ ଆରମ୍ଭ କରି ପିଲାଙ୍କ ଜଳଖିଆ ଏବଂ ଦହି-ପନିର ପର୍ଯ୍ୟନ୍ତ, ଅନେକ ଜିନିଷ ପାଇଁ ଲୋକେ…

ମୁମ୍ୱାଇ ଇଣ୍ଡିଆନ୍ସକୁ ଆଉ ଏକ ଝଟ୍‌କା: ହାର୍ଦ୍ଦିକଙ୍କ ପରେ ଏବେ ପଞ୍ଜାବ ଶିବିରରେ ଯୋଗଦେବେ ଏହି ଭାରତୀୟ ଷ୍ଟାର

ନୂଆଦିଲ୍ଲୀ,୨୨।୧୧: ଆଇପିଏଲ (IPL) ୨୦୨୭ ପୂର୍ୱରୁ ଟ୍ରେଡ ଜରିଆରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ୱାଇ ଇଣ୍ଡିଆନ୍ସ ଛାଡ଼ି ପଞ୍ଜାବ କିଙ୍ଗ୍ସର ଅଂଶ ହୋଇଯାଇଛନ୍ତି। ଏହି ଟ୍ରେଡ ପ୍ରତ୍ୟେକ ପ୍ରଶଂସକଙ୍କୁ…

ଏଠି ଏମିତି ହୁଏ

ଭାରତରେ ସରକାରଙ୍କ ଦ୍ୱାରା କରାଯାଉଥିବା ହତ୍ୟାର ନାମ ‘ଏନ୍‌କାଉଣ୍ଟର’ ଏବଂ ହତ୍ୟାକାରୀଙ୍କୁ ‘ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ’ କୁହାଯାଏ। ବୋଧହୁଏ ଏନ୍‌କାଉଣ୍ଟର ପାଇଁ ନିଷ୍ଠୁର ଭାବେ ଟ୍ରିଗର ଦବାଇବା ବ୍ୟତୀତ…

ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ: ଆଇଏମ୍‌ଡି ଡିଜି

ଭୁବନେଶ୍ୱର,ସମ୍ୱଲପୁର,୨୨ା୧୧(ବନ୍ଦନା ସେଠୀ/ପ୍ରମୋଦ ବହିଦାର): ବଙ୍ଗୋପସାଗରରେ ପ୍ରତିବର୍ଷ ୫ଟି ବାତ୍ୟା ସୃଷ୍ଟି ହୋଇଥାଏ ଏବଂ ଏହାର ପ୍ରଭାବ ଓଡ଼ିଶାରେ ପଡ଼େ। ଚଳିତବର୍ଷ ଅକ୍ଟୋବର-ନଭେମ୍ୱର ମଧ୍ୟରେ ଏପର୍ଯ୍ୟନ୍ତ ୩ଟି ବାତ୍ୟା…

ଖାକି ପୋଷାକ ପଛରେ ଅକୁହା ଯନ୍ତ୍ରଣା: ୧୩ ବର୍ଷରେ ୩୦ରୁ ଅଧିକଙ୍କ ଗଲାଣି ଜୀବନ

ଭୁବନେଶ୍ୱର,୨୨ା୧୧(ତ୍ରିନାଥ ମହାନ୍ତି): ଓଡ଼ିଶାରେ ପ୍ରାୟ ୬୦ ପ୍ରତିଶତ ପୋଲିସ କର୍ମଚାରୀ ୧୬ ଘଣ୍ଟାରୁ ଅଧିକ ଏବଂ ୨୨ପ୍ରତିଶତ କର୍ମଚାରୀ ଦିନକୁ ୧୩ ଘଣ୍ଟାରୁ ଅଧିକ କାମ କରନ୍ତି।…

ବନ୍ୟା ରୋକିବାକୁ ଦୀର୍ଘମିଆଦୀ ରୋଡ୍‌ମ୍ୟାପ୍‌: ମନ୍ତ୍ରୀ ପୂଜାରୀ

ଭୁବନେଶ୍ୱର,୨୨ା୧୧(ସୁନିତ୍‌ ମିଶ୍ର): ବନ୍ୟା ରୋକିବାକୁ ରାଜ୍ୟ ସରକାର ଦୀର୍ଘମିଆଦୀ ଯୋଜନା କରିବା ସହ ପ୍ରଥମ ପର୍ଯ୍ୟାୟରେ ୮ଟି ନଦୀ ସିଷ୍ଟମର ଭିତ୍ତିଭୂମି ବିକାଶ ପାଇଁ ରୋଡ୍‌ ମ୍ୟାପ୍‌…

ଫେୟାର୍‌ନେସ୍‌ କ୍ରିମ୍‌ ବ୍ୟବହାରରୁ ନାବାଳିକାଙ୍କୁ କିଡନୀ ରୋଗ

ଥିରୁଭାନନ୍ତପୁରମ, ୨୨ା୧୧: ଅନ୍‌ଲାଇନରୁ କିଣାଯାଇଥିବା ପାରଦ ମିଶ୍ରିତ ଫେୟାରନେସ୍‌ କ୍ରିମ ବ୍ୟବହାର କରିବା ପରେ କେରଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କଠାରେ ଗୁରୁତର କିଡ୍‌ନୀ ସମସ୍ୟା ଦେଖାଦେଇଛି।…

ନବୀନ, ପାଣ୍ଡିଆନ, ରବିକାନ୍ତଙ୍କ ବିଦେଶ ଗସ୍ତର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨।୧୧(ସୁନିତ୍‌ ମିଶ୍ର): ପୂର୍ୱତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନ ଏବଂ ଆଇପିଏସ୍‌ ଅଫିସର ରବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?