ଗାଁ ଛାଡ଼ି ଯାଉନାହାନ୍ତି ହାତୀପଲ

ଔପଦା, ୨୨।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ଔପଦା ବ୍ଲକ ଗଡ଼ସାହି ପଞ୍ଚାୟତର ଗଡ଼ସାହି ଗ୍ରାମରେ ହାତୀ ଉପଦ୍ରବ ଥମିବାରେ ନାଁ ଧରୁନି। ଗତ ୪/୫ଦିନ ହେବ କୁଲଡ଼ିହା ଅଭୟାରଣ୍ୟରୁ ହାତୀମାନେ ପାହାଡ଼ ତଳକୁ ଆସି ରାତିରେ ଆଦିବାସୀ ଅଧ୍ୟୁଷିତ ଗଡ଼ସାହି ଗ୍ରାମରେ ପଶି ଛଣଛପର, ଝାଟିମାଟି ଘରୁ, ଡୋଲିରୁ, ବସ୍ତାରୁ ଚାଉଳ, ଆମ୍ବଟୋଇରୁ ପାଚିଲା ଆମ୍ବ, ଖମ୍ବଆଳୁ ଆଦି ଖାଇବା ସହ ପନିପରିବା କ୍ଷେତ ମାଡ଼ି ଦଳି ଦେଉଛନ୍ତି। ଗ୍ରାମବାସୀ ବାଣ ଫୁଟାଇବା ସହ ଘଣ୍ଟା ପିଟି ଶବ୍ଦ କରି ହାତୀ ଘଉଡ଼ାଇବାକୁ ଚେଷ୍ଟା କଲେ ମଧ୍ୟ କିଛି ଫଳ ହେଉନି। ହାତୀପଲ ଗାଁ ଛାଡି ଯାଉ ନ ଥିବାରୁ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି। ଏପରିକି ଗ୍ରାମବାସୀ ହାତୀ ଉପରକୁ ଠେଙ୍ଗା ବାଡ଼ି ଫିଙ୍ଗିଲେ ସେମାନେ ଶୁଣ୍ଢରେ ଠେଙ୍ଗାବାଡ଼ି ନେଇ ଖେଳୁଛନ୍ତି ବୋଲି ଗ୍ରାମର ବାବୁ ମଢ଼େଇ, ଭାସ୍କର ସେନାପତି, ନଟବର ଗିିରି, ଦୁର୍ଯ୍ୟୋଧନ ଖେଜୁରିଆ ପ୍ରମୁଖ କହିଛନ୍ତି। ଅନ୍ୟପକ୍ଷରେ ବନବିଭାଗ ମଧ୍ୟ ହାତୀ ଘଉଡ଼ାଇବାରେ ନାକେଦମ୍‌ ହେଉଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ। ଗ୍ରାମବାସୀ ହାତୀ ଉପଦ୍ରବର ସ୍ଥାୟୀ ପ୍ରତିକାର ପାଇଁ ସ୍ଥାନୀୟ ଔପଦାସ୍ଥ ବନବିଭାଗ ରେଞ୍ଜ କାର୍ଯ୍ୟାଳୟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତିଶୃଙ୍ଖଳାରେ ସାନି ମତଦାନ ଲାଗି ପୂର୍ବାଞ୍ଚଳ ଡିଆଇଜିଙ୍କୁ ଭେଟିଲେ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

ବାଲେଶ୍ୱର ଅଫିସ,୧୭।୫: ବାଲେଶ୍ୱର ଜିଲା ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀର ୧୮୭ ଓ ୧୮୯ ନମ୍ବର ବୁଥ୍‌ରେ ମତଦାନରେ ଅନିୟମିତତା ହୋଇଥିବା କଂଗ୍ରେସ ପକ୍ଷରୁ ଜିଲା ନିର୍ବାଚନ...

ଚାକିରି ପାଇଁ ରୋଗକୁ ଖାତିର ନାହିଁ

ବାଲେଶ୍ୱର ଅଫିସ, ୧।୪: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା କରିବା ଲାଗି ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବାରମ୍ବାର ଗଣମାଧ୍ୟମରେ ସୂଚନା ଦିଆଯାଉଛି। ସାମାଜିକ...

ନୀଳଗିରିରେ ଝାଡ଼ଖଣ୍ଡୀ ହାତୀପଲ: ଲୋକେ ଭୟଭୀତ

ସଜନାଗଡ଼, ୧୨।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳକୁ ଝାଡ଼ଖଣ୍ଡୀ ହାତୀପଲ ପଶିଆସିଛନ୍ତି। ବୁଧବାର ଭୋର ସମୟରେ ମୟୂରଭଞ୍ଜ, ବାଲେଶ୍ୱର ନୀଳଗିରି ରେଞ୍ଜ ଅଧୀନ ପୁନ୍ଦାଳ, କାଠପାଳ,...

ଆଜି ପହଞ୍ଚିବେ ନାକ୍‌ ଟିମ୍‌

ବାଲେଶ୍ୱର,୧୨।୯(ମାନସ ବିଶ୍ୱାଳ): ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡିଟେଶନ କାଉନସିଲ (ନାକ୍‌) ପିୟର ଟିମ୍‌ ପହଞ୍ଚିବେ। ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ତଥା...

ଯୁବତୀଙ୍କ ବେକରୁ ଚେନ୍‌ ଝାମ୍ପି ଫେରାର ହେଉଥିବା ବେଳେ ଦୁର୍ଘଟଣା: ୨ ଲୁଟେରା ଗୁରୁତର, ଭଦ୍ରକ ଚିକିତ୍ସାଳୟରେ ଭର୍ତ୍ତି

ଭଣ୍ଡାରିପୋଖରୀ,୧୨।୭(ଡି.ଏନ୍‌.ଏ.): ସ୍କୁଟିରେ ଯାଉଥିବା ଯୁବତୀଙ୍କ ବେକରୁ ଚେନ୍‌ ଝାମ୍ପି ନେଇ ଫେରାର ହେବାକୁ ଚେଷ୍ଟା କରିବା ବେଳେ ଦୁର୍ଘଟଣାର ଶିକାର ହେଲେ ଦୁଇ ଲୁଟେରା। ଏଭଳି...

୧୫ରୁ ସମୁଦ୍ରକୁ ଯିବେ ମତ୍ସ୍ୟଜୀବୀ, ମାଛଧରା ଜେଟି ଚଳଚଞ୍ଚଳ

ରୂପ୍‌ସା, ୧୨।୬(ଡି.ଏନ.ଏ.)-ଦୁଇମାସ ସମୁଦ୍ରରୁ ମାଛ ମାରିବା କଟକଣା ପରେ ଆସନ୍ତା ୧୫ତାରିଖରୁ ସମୁଦ୍ରକୁ ଯିବା ଲାଗି ମତ୍ସଜୀବୀମାନେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ା କଇଁଛ ଓ...

ନୀଳଗିରି ଲ୍ୟାମ୍ପରେ ଉତ୍ତେଜନା: ୩ ଅଧିକାରୀଙ୍କୁ ୩ ଘଣ୍ଟା ଅଟକ

ସଜନାଗଡ଼, ୨୯।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଲ୍ୟାମ୍ପରେ ଶନିବାର ଉତ୍ତେଜନା ଦେଖାଦେଇଛି। ପଞ୍ଜିକରଣରେ ଅନିୟମିତତା ଅଭିଯୋଗ କରି ଚାଷୀମାନେ ଲ୍ୟାମ୍ପର ପରିଚାଳନା ନିର୍ଦ୍ଦେଶକଙ୍କୁ ୩ ଘଣ୍ଟା ଧରି...

ଘର ଭାଙ୍ଗିଲା ହାତୀ

ଯୋଡ଼ା,୧୧।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବନପାଳଙ୍କ ଅଧୀନରେ ଥିବା ବେଲଦା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ହାତୀ ଉପଦ୍ରବରେ ଦୁଇ ଜଣ ବ୍ୟକ୍ତିଙ୍କର ଘର ଭାଙ୍ଗିଥିବା ଜଣାପଡିଛି...

Advertisement
Archives

Model This Week