ଏଇ ଭାରତରେ

ଗୋଟିଏ ପଟେ ଦାୟିତ୍ୱ ଅନ୍ୟ ପଟେ କୋଚିଂ କ୍ଲାସ,ଚିକିତ୍ସା ଓ ଜୈବିକ କୃଷି ପ୍ରଶିକ୍ଷଣ ବ୍ୟବସ୍ଥା କରୁଛନ୍ତି ୨୦୧୬ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡ. ପ୍ରୀତିପଲ୍‌ କୌର ବାତ୍ରା। ହରିୟାଣା ଯମୁନା ନଗର ବାସିନ୍ଦା ଡେଣ୍ଟିଷ୍ଟ ଡ.କୌର ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇ ପ୍ରଥମେ ନାଗାଲାଣ୍ଡ ଟୁଏନ୍‌ସାଙ୍ଗ ଜିଲାରେ ନିଯୁକ୍ତି ପାଇ ଏସ୍‌ଡିପିଓ ଅଫିସର ଭାବେ ଦାୟିତ୍ୱ ତୁଲାଇବା ପରେ ଏବେ ନୋକଲକ ଜିଲାର ଏସ୍‌ପି ରହିଛନ୍ତି। ୟୁପିଏସ୍‌ସି ଏବଂ ରାଜ୍ୟ ସରକାର ଚାକିରି ଆଶାୟୀମାନଙ୍କ ପାଇଁ କୋଚିଂ କ୍ଲାସ୍‌ର ଆୟୋଜନ କରୁଛନ୍ତି। ଡ୍ରଗ ଆଡିକ୍ଟମାନଙ୍କୁ ଚିକିତ୍ସା କରି ସମାଜର ମୁଖ୍ୟ ସ୍ରୋତକୁ ଫେରାଉଛନ୍ତି। ଆଦିବାସୀ ପିଲାମାନଙ୍କ ପାଇଁ ମଧ୍ୟ କୋଚିଂକ୍ଲାସ୍‌ ଆରମ୍ଭ କରିଛନ୍ତି। ଏସ୍‌ପି ଅଫିସ କ୍ୟାମ୍ପସରେ ଥିବା କନ୍‌ଫରେନ୍ସ ହଲ୍‌ରେ ସେ କ୍ଲାସ ନେଉଛନ୍ତି ଏବଂ ଆବଶ୍ୟକ ବହି ଓ ଅନ୍ୟ ପାଠ୍ୟ ଉପକରଣ ନିଜ ହାତରୁ ଖର୍ଚ୍ଚ କରି କିଣୁଛନ୍ତି। ପିଲା ତଥା ଚାକିରି ଆଶାୟୀମାନଙ୍କୁ ଏସବୁ ସୁବିଧା ମାଗଣାରେ ଉପଲବ୍ଧ ହେଉଛି। ଜିଲାର କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ସେ କୃଷକମାନଙ୍କୁ ଜୈବିକ କୃଷି ସମ୍ବନ୍ଧରେ ପ୍ରଶିକ୍ଷଣଦେବା ସହ ଆଣ୍ଟି ନାର୍କୋଟିକ୍ସ ଅଭିଯାନ ଚଳାଇଛନ୍ତି। ମାସ୍କ ପିପିଇ କିଟ ତିଆରି କରୁଥିବା ଏକ ମହିଳା ସଂଗଠନକୁ ତାଙ୍କର ମାସକର ଦରମା ଦେଇ ସେମାନଙ୍କୁ ପ୍ରୋତ୍ସାହିତ କରିଛନ୍ତି। ଏଚ୍‌ଆଇଭି- ଏଡ୍‌ସ ଆକ୍ରାନ୍ତଙ୍କ ପିଲା ଯେଉଁମାନେ ଅନାଥ ହୋଇଯାଇଛନ୍ତି ସେମାନଙ୍କ ଯନତ୍ ମଧ୍ୟ ନେଉଛନ୍ତି ଡ. କୌର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

୪୪ ଜଣ ସାଥୀଙ୍କୁ ଏକାଠି କଲା ଗୋଟିଏ ମେସେଜ୍‌। ଆଧୁନିକ ଯୁଗରେ ସମସ୍ତେ ମୋବାଇଲ ମାନିଆ ହୋଇଥିବା ବେଳେ ଏବେ ହ୍ବାଟ୍ସଆପ୍‌ ମଧ୍ୟ ଅନେକ ସମୟରେ...

ଶିକ୍ଷାନୀତି ରୂପକାର

ନିକଟରେ ଭାରତ ସରକାରଙ୍କ ଦ୍ୱାରା ନୂତନ ଶିକ୍ଷା ନୀତି-୨୦୨୦ ଘୋଷିତ ହୋଇଛି। ପୁରୁଣା ଢାଞ୍ଚାରେ ପରିବର୍ତ୍ତନ କରାଯାଇ ଅଣାଯାଇଥିବା ନୂଆ ବ୍ୟବସ୍ଥାର ଗାଣିତିକ ଅଭିବ୍ୟକ୍ତି ୫+୩+୩+୪...

ପ୍ରଥମ ମହିଳା ବାଉନ୍ସର

ଆମେ ଯେପରି ପାଠ ନ ପଢ଼ିପାରିବୁ ଘରେ ପିତା ବିଦ୍ୟୁତ୍‌ ବିଚ୍ଛିନ୍ନ କରିଦେଉଥିଲେ। ତାଙ୍କ ଚିନ୍ତାରେ ଝିଅମାନେ ପାଠ ପଢ଼ିଲେ ନିଜ ପସନ୍ଦରେ ବିବାହ କରିଦେବେ।...

ଶବର ଠିକଣା ହଜିଛି

ଅକ୍ଷୟ କୁମାର ମିଶ୍ର ମନେପଡୁଛି ଏକ ଲୋକପ୍ରିୟ ଓଡ଼ିଆ ଭଜନର ପ୍ରଥମ ପଦ ‘ସ୍ବର୍ଗଦ୍ୱାର ମୋର ଶେଷ ଠିକଣା।’ ମଣିଷ ମରିଗଲେ ତାକୁ ଶବ କହନ୍ତି।...

ଖାଦ୍ୟ ସୈନିକ

ଭାରତ ସରକାରଙ୍କ ଦ୍ୱାରା ପ୍ରଣୀତ ତିନୋଟି କୃଷି ଆଇନକୁ ଘୋର ବିରୋଧ କରି କୃଷକମାନେ ରାଜଧାନୀ ଦିଲ୍ଲୀକୁ ଏକରକମ ଘେରାଉ କରି ରଖିଛନ୍ତି। ଡିସେମ୍ବର ୮ରେ...

ବୃକ୍ଷ ହିଁ ଭରସା

ଡ.ଜୟକୃଷ୍ଣ ପାଣିଗ୍ରାହୀ ଛାୟାମନ୍ୟସ୍ୟ କୁର୍ବନ୍ତି ତିଷ୍ଠନ୍ତି ସ୍ବୟମାତପେ। ଫଳାନ୍ୟାପି ପରାର୍ଥାୟ ବୃକ୍ଷାଃ ସତ୍ପୁରୁଷାଃ ଇବ।“ ଅର୍ଥାତ୍‌ ବୃକ୍ଷଗୁଡ଼ିକ ନିଜେ ଜ୍ୱଳନ୍ତ ସୂର୍ଯ୍ୟଙ୍କର ପ୍ରଚଣ୍ଡ ରୌଦ୍ରତାପରେ ଜର୍ଜରିତ...

ଡାକ୍ତର ରାଜନେତା

କରୋନା ମହାମାରୀକୁ ନେଇ ବିଶ୍ୱବାସୀ ହନ୍ତସନ୍ତ ହେଉଛନ୍ତି। ଏହି ଭୂତାଣୁ ଦାଉରୁ ରକ୍ଷା ପାଇବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ବିଭିନ୍ନ ସମୟରେ ନିୟମାବଳୀ...

ଆଜିର ଅର୍ଥନୀତି/ଅଳସୁଆ ବଢୁଛନ୍ତି

ପ୍ରତ୍ୟେକ ରାଜନୈତିକ ଦଳ ଯେକୌଣସି ଉପାୟରେ ନିର୍ବାଚନ ଜିତିବାକୁ ଚାହୁଁଛନ୍ତି। ନିର୍ବାଚନ ବର୍ଷରେ ଏସବୁ ଦେଖିବାକୁ ମିଳିଥାଏ। ପ୍ରମୁଖ ରାଜନୈତିକ ଦଳ, ବିଶେଷତଃ କ୍ଷମତାସୀନ ଦଳ...

Advertisement
Archives

Model This Week