କମ୍ପାନୀ ଅଧିନିୟମ ୨୦୨୦ର ଆବଶ୍ୟକତା

ଡ. ପ୍ରୀତିଶ କୁମାର ସାହୁ

ସ୍ୱାଧୀନତା ପରେ ଭାରତରେ ପ୍ରଥମ କମ୍ପାନୀ ଅଧିନିୟମ (କମ୍ପାନୀ ଆକ୍ଟ) ସଂସଦ ଦ୍ୱାରା ୧୯୫୬ ମସିହାରେ ପାରିତ କରାଯାଇଥିଲା, ଯାହାକି ମୁଖ୍ୟତଃ ଭାଭା କମିଟିର ସୁପାରିସ ଉପରେ ଆଧାରିତ । ଏହି ଅଧିନିୟମ ଦ୍ୱାରା ବିଶେଷ କରି କମ୍ପାନୀର ଗଠନକୁ ପଞ୍ଜୀକୃତ ଓ ପରିଚାଳନା ପାଇଁ ଶକ୍ତି ପ୍ରଦାନ କରିବା ସହିତ କମ୍ପାନୀର ଏବଂ ତା’ର ନିର୍ଦ୍ଦେଶକ ଓ ସଚିବଙ୍କ ଦାୟିତ୍ୱ ମଧ୍ୟ ନିର୍ଦ୍ଧାରଣ କରିବାର କ୍ଷମତା ପ୍ରଦାନ କରାଯାଇଛି। ଉକ୍ତ କମ୍ପାନୀ ଅଧିନିୟମରେ ସମୟ ସମୟରେ ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତନ ମଧ୍ୟ କରାଯାଇଥିଲା। ୨୦୦୨ରେ କମ୍ପାନୀ ଆକ୍ଟରେ ଏକ ମୁଖ୍ୟ ସଂଶୋଧନ ଅଣାଯାଇଥିଲା। ପରେ ପୂର୍ବରୁ ଥିବା କମ୍ପାନୀ ଲ ବୋର୍ଡ ପରିବର୍ତ୍ତେ ନ୍ୟାଶନାଲ କମ୍ପାନୀ ଲ ଆପିଲେଟ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଏଟି)ଗଠନ କରାଯାଇଥିଲା(୨୦୧୩)। ପରବର୍ତ୍ତୀ ସମୟରେ କମ୍ପାନୀ ସହିତ ଜଡ଼ିତ ନିୟମକୁ ମଜଭୁତ କରିବା ଉଦ୍ଦେଶ୍ୟ ରଖି ୨୦୧୩ରେ କମ୍ପାନୀ ଅଧିନିୟମରେ ସଂଶୋଧନ ଅଣାଯାଇଥିଲା। ଭାରତୀୟ କମ୍ପାନୀ ଅଧିନିୟମ-୧୯୫୬ରେ ୬୫୮ଟି ଉପବିଭାଗ ଥିବାବେଳେ କମ୍ପାନୀ ଅଧିନିୟମ-୨୦୧୩ରେ ଏହାକୁ କମ୍‌ କରାଯାଇ ୪୭୦ଟି ଉପବିଭାଗ କରାଯାଇଥିଲା। ପରିବର୍ତ୍ତିତ କମ୍ପାନୀ ଅଧିନିୟମ-୨୦୧୩ରେ ମୁଖ୍ୟତଃ ଅଂଶୀଦାରମାନଙ୍କୁ ଏବଂ କର୍ପୋରେଟ୍‌ ଶାସନ ନୀତିକୁ ପୂର୍ବ ଅପେକ୍ଷା ଅଧିକ କ୍ଷମତା ଓ ମଜଭୁତ୍‌ କରାଯାଇଥିଲା
କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ଦେଶରେ ନିୟମ ଅଧୀନରେ ଚାଳିତ କର୍ପୋରେଟ୍‌ ସଂସ୍ଥାଗୁଡ଼ିକୁ ଆହୁରି ପ୍ରୋତ୍ସାହନ ଦେବା ଲାଗି ଏବଂ ସେମାନଙ୍କ ଇଜ ଅଫ୍‌ ଲିଭିଙ୍ଗ୍‌ରେ କୋହଳ ଆଣିବା ପାଇଁ ଏକ କମ୍ପାନୀ ଲ କମିଟି ୧୮ ସେପ୍ଟେମ୍ବର ୨୦୧୯ରେ ଗଠନ କରିଥିଲା। ଏହାର ଉଦ୍ଦେଶ୍ୟ ଥିଲା ଯେ, ପୂର୍ବରୁ ଥିବା କମ୍ପାନୀ ଆକ୍ଟର ଅପରାଧୀକରଣ ନିୟମକୁ କୋହଳ କରିବା ସହିତ ଆଉକିଛି ନୂଆ ନିୟମରେ ପରିବର୍ତ୍ତନ ଆଣିବା ପାଇଁ ଭାରତ ସରକାରଙ୍କୁ ସୁପାରିସ କରିବା। କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟର ପ୍ରତିନିଧି ସମେତ ବାଣିଜ୍ୟ ଓ ଉଦ୍ୟୋଗ ସଂଘର ପ୍ରତିନିଧି, ପେସାଗତ ଅନୁଷ୍ଠାନ ଏବଂ ଆଇନଜୀବୀଙ୍କୁ ଏହି କମ୍ପାନୀ ଲ କମିଟିରେ ସ୍ଥାନ ଦିଆଯାଇଥିଲା ଏବଂ ଏହି କମିଟି ୧୪ ନଭେମ୍ବର ୨୦୧୯ରେ ମନ୍ତ୍ରଣାଳୟକୁ ତାଙ୍କର ରିପୋର୍ଟ ଦେଇଥିଲେ। କମିଟିର ରିପୋର୍ଟକୁ ଆଖି ଆଗରେ ରଖି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ୟାକେଜର ପଞ୍ଚମ ତଥା ଅନ୍ତିମ କିସ୍ତି ଘୋଷଣା କରୁଥିବା ସମୟରେ କହିଥିଲେ ଯେ, ସରକାର କୋଭିଡ୍‌-୧୯ ପ୍ୟାକେଜ୍‌ ସହିତ ଦେଶରେ ବ୍ୟବସାୟିକ କାରବାରର ସୁଗମତାକୁ ବଢ଼ାଇବା ଉଦ୍ଦେଶ୍ୟ ରଖି କମ୍ପାନୀ ଅଧିନିୟମ-୨୦୧୩ରେ ପରିବର୍ତ୍ତନ ଆଣିବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏହି ପରିବର୍ତ୍ତନ ପାଇଁ କମ୍ପାନୀ ଅଧିନିୟମ-୨୦୨୦ ବିଲ୍‌ର ଚତୁର୍ଥ ସଂଶୋଧନ ଲୋକ ସଭାରେ ମାର୍ଚ୍ଚ ୧୭, ୨୦୨୦ରେ ଉପସ୍ଥାପନ କରିଥିଲେ। ଏହି ବିଲ୍‌ ଗତମାସ ସେପ୍ଟେମ୍ବର ୧୯ ତାରିଖରେ ଲୋକ ସଭା ଏବଂ ୨୨ ତାରିଖରେ ରାଜ୍ୟ ସଭାରେ ପାରିତ ହେଲା ପରେ ରାଷ୍ଟ୍ରପତି ସେପ୍ଟେମ୍ବର ୨୮ରେ ଏହାକୁ ଅନୁମୋଦନ କରିଛନ୍ତି। ନୂତନ କମ୍ପାନୀ ଅଧିନିୟମ-୨୦୨୦ ମୁଖ୍ୟତଃ ଦୁଇଟି ଦିଗକୁ ଆଖିଆଗରେ ରଖି କରାଯାଇଛି। ପ୍ରଥମତଃ ଏହି ବିଲ୍‌ରେ ଅପରାଧୀକରଣ ସମ୍ବନ୍ଧୀୟ ଦଣ୍ଡବିଧାନକୁ କମ୍‌ କରିବା ଏବଂ ଦ୍ୱିତୀୟତଃ ଆହୁରି ଅଧିକ ଇଜ୍‌ ଅଫ୍‌ ଲିଭିଙ୍ଗ୍‌ ଏବଂ ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ରେ କୋହଳ ଆଣି ଏକ ବ୍ୟବସାୟ ସମ୍ବନ୍ଧିତ ଅନୁକୂଳ ବାତାବରଣ ସୃଷ୍ଟି କରିବା। କରୋନା ଭାଇରସ୍‌ ଦ୍ୱାରା ପ୍ରଭାବିତ କମ୍ପାନୀ ତଥା ବ୍ୟବସାୟକୁ ପ୍ରୋତ୍ସାହନ ଏବଂ ପ୍ରତିକୂଳ ଆର୍ଥତ୍କ ପ୍ରଭାବରୁ ବାହାରକୁ ଆସିବାର ଉଦ୍ଦେଶ୍ୟ ରଖି ସରକାର ମୁଖ୍ୟତଃ ୨୦୧୩ କମ୍ପାନୀ ଅଧିନିୟମ ଅନ୍ତର୍ଗତ ‘ଅପରାଧୀକରଣ’ ଶ୍ରେଣୀକୁ ଆଜିର ନୂତନ କମ୍ପାନୀ ଅଧିନିୟମ-୨୦୨୦ ମଧ୍ୟରୁ ବାହାର କରିଛନ୍ତିି। ଏହା ବଡ଼ ଉଦ୍ୟୋଗପତି ସହିତ ଛୋଟ ଛୋଟ ଉଦ୍ୟୋଗପତିମାନଙ୍କ ଉପରେ ଚାପ ହ୍ରାସ କରିବ ଏବଂ ସେମାନଙ୍କୁ ଏଭଳି ମହାମାରୀ ସମୟରେ ପ୍ରୋତ୍ସାହନ ଯୋଗାଇ ଦେବ ବୋଲି ଅନେକେ ମତବ୍ୟକ୍ତ କରିଛନ୍ତି। ଆଇନ୍‌ ବିଶ୍ଳେଷକମାନଙ୍କ ଅନୁଯାୟୀ ନୂତନ ନୀତିରେ ଅପରାଧୀକରଣ ପ୍ରାବଧାନ ହଟାଯିବାର ପଦକ୍ଷେପ ସରକାରଙ୍କ ଏକ ବଡ଼ ପ୍ରୟାସ। ଯଦିବା ସରକାର ନୂତନ କମ୍ପାନୀ ଅଧିନିୟମ-୨୦୨୦ ଅନୁଯାୟୀ ଖିଲାପକାରୀମାନଙ୍କୁ ଅପରାଧୀକରଣ ଶ୍ରେଣୀର ଦଣ୍ଡରୁ ବାହାର କରିଛନ୍ତି କିନ୍ତୁ ଧୋକାଦାରି, ମିଥ୍ୟା ପ୍ରବଞ୍ଚନା ତଥା କପଟପୂର୍ଣ୍ଣ ସହିତ ଜଡ଼ିତ ପ୍ରାବଧାନକୁ ନୂତନ ଅଧିନିୟମରେ ପରିବର୍ତ୍ତନ କରାଯାଇନାହିଁ।
କମ୍ପାନୀ ଅଧିନିୟମ-୨୦୧୩ରେ ମୋଟ୍‌ ୧୩୪ଟି ଦଣ୍ଡନୀୟ ବ୍ୟବସ୍ଥା ଥିବାବେଳେ ୨୦୨୦ କମ୍ପାନୀ ଅଧିନିୟମରେ ତାହା ୧୨୪କୁ ଖସିଆସିଛି। ସେହିପରି ୪୮ଟି ଉପବିଭାଗକୁ ଅପରାଧୀକରଣ ଶ୍ରେଣୀରୁ ବାହାରେ ରଖାଯାଇଥିବାବେଳେ ୨୩ଟି ଦୋଷ ଅପରାଧର ଦଣ୍ଡବିଧାନକୁ ଆଭ୍ୟନ୍ତରୀଣ ପ୍ରକ୍ରିୟା ଦ୍ୱାରା ନିର୍ଦ୍ଧାରଣ କରିବା ପାଇଁ ନୂତନ କମ୍ପାନୀ ଅଧିନିୟମରେ ପ୍ରାବଧାନ ରଖାଯାଇଛି। ଅର୍ଥାତ୍‌ ଏହି ଅପରାଧ ସମ୍ବନ୍ଧୀୟ ପ୍ରକ୍ରିୟା ଓ ନିଷ୍ପତ୍ତି ଯାହା ପୂର୍ବରୁ ଏନ୍‌ସିଏଲ୍‌ଏଟି ଦ୍ୱାରା କରାଯାଉଥିଲା ତାହା ଅଧିକାଂଶ ମାତ୍ରାରେ କମ୍ପାନୀ ରେଜିଷ୍ଟ୍ରାରଙ୍କ (ରେଜିଷ୍ଟ୍ରାର ଅଫ୍‌ କମ୍ପାନିଜ୍‌) ଦ୍ୱାରା କରାଯିବ। ଏଥିପାଇଁ କମ୍ପାନୀ ରେଜିଷ୍ଟ୍ରାରଙ୍କୁ ଏହି ଅପରାଧକୁ ଦଣ୍ଡ ନିର୍ଦ୍ଧାରଣ କରିବା ପାଇଁ ଅଧିକାର ପ୍ରଦାନ କରାଯାଇଛି ଏବଂ କମ୍ପାନୀ ରେଜିଷ୍ଟ୍ରାରଙ୍କ ନିର୍ଣ୍ଣୟକୁ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର କ୍ଷେତ୍ରୀୟ ନିର୍ଦ୍ଦେଶକଙ୍କ ସାମ୍ନାରେ ଚ୍ୟାଲେଞ୍ଜ ମଧ୍ୟ କରାଯିିବାର ପ୍ରାବଧାନ ରଖାଯାଇଛି। ଏହି ପ୍ରାବଧାନ ଏନ୍‌ସିଏଲ୍‌ଏଟିର ଚାପ କମ୍‌ କରିବା ସହିତ କମ୍ପାନୀ ସମ୍ବନ୍ଧୀୟ ଅନ୍ୟ ଉଚ୍ଚ ପ୍ରାଥମିକତା କାର୍ଯ୍ୟ ଓ ଦେବାଳିଆ ହେଉଥିବା କେସ୍‌ ସବୁ ଦେଖିପାରିବ। ଏହା ସହିତ ମଧ୍ୟ ଆହୁରି ଅନେକ ପଦକ୍ଷେପ ଯଥା ସିଏସ୍‌ଆର୍‌ (କର୍ପୋରେଟର ସାମାଜିକ ଦାୟିତ୍ୱ) ରିପୋର୍ଟିଂରେ ଖିଲାପି, ବୋର୍ଡ଼ର ରିପୋର୍ଟରେ ଅପର୍ଯ୍ୟାପ୍ତତା, କମ୍ପାନୀର ବାର୍ଷିକ ବୈଠକ ଆୟୋଜନ କରିବାରେ ବିଳମ୍ବ ସହିତ ଅନେକ ପ୍ରକ୍ରିୟାତ୍ମକ ଅନିୟମିତତା ପ୍ରଭୃତିକୁ ନୂଆ ନୀତିରେ ଅପରାଧର ଶ୍ରେଣୀରୁ ବାହାରେ ରଖାଯାଇଛି। କମ୍ପାନୀ ଉପରେ ନିୟମ ଉଲ୍ଲଂଘନ ସମ୍ବନ୍ଧୀୟ ଦଣ୍ଡ ପ୍ରାବଧାନରେ କମ୍‌ କରିବା ସହିତ କିଛି ଶ୍ରେଣୀର କମ୍ପାନୀକୁ ବିଦେଶରେ ସିଧାସଳଖ ତାଲିକାଭୁକ୍ତ କରିବାର ଅନୁମତି ମଧ୍ୟ ଦିଆଯାଇଛି।
ବାଣିଜି୍ୟକ ପରିବେଶକୁ ଦୃଢ଼ କରିବା ସହିତ ବୈଦେଶିକ ପୁଞ୍ଜିକୁ ଆକୃଷ୍ଟ କରିବା ପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି, ଯାହାର ପରିଣାମ ସ୍ବରୂପ ଆଜି ଭାରତର ସ୍ଥାନ ବିଶ୍ୱ ବ୍ୟାଙ୍କ୍‌ ଦ୍ୱାରା ନିର୍ଦ୍ଧାରିତ ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌, ବିଶ୍ୱ ଆର୍ଥତ୍କ ଫୋରମ୍‌ ଦ୍ୱାରା ନିର୍ଦ୍ଧାରିତ ଗ୍ଲୋବାଲ୍‌ କମ୍ପିଟିଟିଭ୍‌ନେସ୍‌ ଇଣ୍ଡେକ୍ସ ଏବଂ ଗ୍ଲୋବାଲ୍‌ ଇନୋଭେଶନ୍‌ ଇଣ୍ଡେକ୍ସରେ ଉପରକୁ ଆସିଛି। ଏହି ପରିପ୍ରେକ୍ଷୀରେ ୨୦୨୦ କମ୍ପାନୀ ଅଧିନିୟମରେ ସରଳତା ଏବଂ ଅନିୟମିତତା ସମ୍ବନ୍ଧୀୟ ଦଣ୍ଡରେ ହ୍ରାସ ମଧ୍ୟ ଆହୁରି ଇଜ୍‌ ଅଫ୍‌ ଲିଭିଙ୍ଗ୍‌ ଏବଂ କମ୍ପାନୀମାନଙ୍କୁ ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ରେ ସହାୟକ ହେବ। ବର୍ତ୍ତମାନ ମହାମାରୀ ସମୟରେ ଅର୍ଥନୀତିର ବେଗକୁ ବଢ଼ାଇବାକୁ ହେଲେ ଏହି ପଦକ୍ଷେପ ଆଗାମୀ ଦିନରେ ନିବେଶ ବଢ଼ିବା ସହିତ ଉପତ୍ାଦନ ଏବଂ ନିଯୁକ୍ତିରେ ମଧ୍ୟ ସହାୟକ ହେବ ବୋଲି ବିଶ୍ୱାସ। କିନ୍ତୁ ଯେତେବେଳେ ସାରା ବିଶ୍ୱରେ ବ୍ୟବସାୟ, ବାଣିଜ୍ୟ ଏବଂ ନିବେଶ ଧିମାଗତିରେ ଚାଲୁଛି, ଏହି ନୂତନ କମ୍ପାନୀ ଆକ୍ଟ କେତେଦୂର ସହାୟକ ହେବ ତାହାର ପରିଣାମ ଆଗାମୀ ଦିନରେ ହିଁ ଜଣାପଡ଼ିବ।
ପ୍ରାଧ୍ୟାପକ, ବିର୍ଲା ଗ୍ଲୋବାଲ ୟୁନିଭର୍‌ସିଟି, ଭୁବନେଶ୍ୱର, ମୋ-୭୩୮୧୭୩୩୧୮୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri