ଏଇ ଭାରତରେ

ପୁଣେର ସିଷ୍ଟେମା ବାୟୋ ଷ୍ଟାର୍ଟଅପ୍‌ ବାୟୋଡାଇଜେଷ୍ଟର ମାଧ୍ୟମରେ କୃଷକମାନଙ୍କୁ ଜାଳେଣି ଗ୍ୟାସ ଯୋଗାଇ ଦେବା ସହ ପରିବେଶ ସୁରକ୍ଷାରେ ପ୍ରମୁଖ ଭୂମିକା ନେଉଛି। ଏହି ଅଭିଯାନରେ ୫,୦୦୦ କୃଷକ ଉପକୃତ ହୋଇସାରିଲେଣି। ସେମାନେ ଏଲ୍‌ପିଜି ବାବଦରେ ମାସକୁ ଯାହା ଖର୍ଚ୍ଚ କରୁଥିଲେ ତାହା ବହୁତ କମାଇ ପାରିଛନ୍ତି। ଏହି ବାୟୋଗ୍ୟାସ ପ୍ଲାଣ୍ଟ ଲାଗି ମାତ୍ର ୪୦,୦୦୦ ବ୍ୟୟ କରିବାକୁ ପଡୁଛି, ଯାହା ସେମାନେ ଦେଢ଼ ବର୍ଷ ମଧ୍ୟରେ ପାଇଯାଉଛନ୍ତି। ତା’ପରେ ସେମାନେ ମାଗଣାରେ ଗ୍ୟାସ ପାଉଛନ୍ତି। ମହାରାଷ୍ଟ୍ର, କର୍ନାଟକ ଓ ଗୁଜରାଟର ୫ ହଜାର କୃଷକ ଏହାକୁ ଉପଯୋଗ କରିବା ଦ୍ୱାରା ଜାଳେଣି କାଠ ବ୍ୟବହାର କମିଯାଇଛି। ଏହାଦ୍ୱାରା ପ୍ରାୟ ୬ ଲକ୍ଷ ବୃକ୍ଷର ସୁରକ୍ଷା ହୋଇପାରିଛି। ଜାଳେଣି କାଠ ନ ଜାଳିବା ଦ୍ୱାରା ଏହି ପ୍ଲାଣ୍ଟ୍‌ ୬୦,୦୦୦ ଟନ୍‌ କାର୍ବନ ଡାଇଅକ୍ସାଇଡ ବାୟୁମଣ୍ଡଳରେ ମିଶିବାକୁ ଦେଇନି ବୋଲି କହନ୍ତି ସିଷ୍ଟେମାବାୟୋର ପରିଚାଳକ ପୀୟୂଷ ସୋହାନି। ଅନ୍ୟପକ୍ଷରେ କୃଷକମାନେ ୨୩,୪୫୦ ହେକ୍ଟର ଜମି ପାଇଁ ଜୈବିକ ଖତ ମଧ୍ୟ ପାଇଛନ୍ତି। ଛୋଟ ବାୟୋଡାଇଜେଷ୍ଟର ଲାଗି ଦିନକୁ ୪୫ କେ.ଜି. ଓ ବଡ଼ ପାଇଁ ସର୍ବାଧିକ ୨ଟନ୍‌ ଗୋବର ଆବଶ୍ୟକ। ବ୍ୟବହୃତ ଗୋବର ବାହାର କରିବା ପାଇଁ ସ୍ବୟଂଚାଳିତ ବ୍ୟବସ୍ଥା ମଧ୍ୟ ରଖାଯାଇଛି। ଏହା ଧୂମହୀନ ଓ ସ୍ବାସ୍ଥ୍ୟ ଉପରେ ଏହାର କୌଣସି ନକାରାମତ୍କ ପ୍ରଭାବ ନାହିଁ। ମଜଭୁତ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ଗ୍ୟାସ୍‌ ଷ୍ଟୋର୍‌ କରାଯିବା ବ୍ୟବସ୍ଥା ଥିବାରୁ ବାୟୋଡାଇଜେଷ୍ଟରକୁ ଯେ କୌଣସି ସମୟରେ ସ୍ଥାନାନ୍ତର କରିହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝିଅଙ୍କୁ ବୋଝ ମନେକରି ଗର୍ଭାବସ୍ଥାରୁ ସେମାନଙ୍କୁ ମାରିଦେଉଥିତ୍ବା ବ୍ୟକ୍ତିଙ୍କ ସଂଖ୍ୟା ଆମ ଦେଶରେ କମ୍‌ ନାହିଁ। କିନ୍ତୁ ଗୁଜରାଟର ଜଣେ ଦିବ୍ୟାଙ୍ଗ ଝିଅ ଅଙ୍କିତା ଅଟୋରିକ୍ସା...

ଏଇ ଭାରତରେ

ଉତ୍ତରପ୍ରଦେଶର କୌଶାମ୍ବୀ ଜିଲାର ଶିକ୍ଷକ ଅଜୟ ସାହୁ ଏକ ଗ୍ରାମୀଣ ସ୍କୁଲ୍‌ର ପରିବେଶକୁ ବଦଳାଇ ଉଦାହରଣ ସୃଷ୍ଟି କରିଛନ୍ତି। ୨୦୧୬-୧୭ ଶିକ୍ଷା ବର୍ଷରେ ଅଜୟ ସିରାଥୁ...

ପାଠ୍ୟକ୍ରମରେ ପରିବର୍ତ୍ତନର ନିହିତାର୍ଥ

ଭାଲଚନ୍ଦ୍ର ଷଡ଼ଙ୍ଗୀ କରୋନା ମହାମାରୀଜନିତ ସଙ୍କଟ ଯୋଗୁ ଆମ ଦେଶରେ ଚଳିତ ଶିକ୍ଷାବର୍ଷରେ ଛାତ୍ରୀଛାତ୍ରଙ୍କ ସ୍ବାଭାବିକ ପାଠପଢ଼ା ଏଯାଏ ଆରମ୍ଭ ହୋଇପାରି ନାହିଁ। ଏଭଳି ଅନିଶ୍ଚିତତାକୁ...

ମହିଳାଙ୍କ ଭରସା ନବୀନ

ମାନସ ରଞ୍ଜନ ମଙ୍ଗରାଜ ପରିଣତ ବୟସରେ ପହଞ୍ଚିଥିବା ପ୍ରମିଳା ବିଷୋୟୀଙ୍କ ନାଁ ଯେତେବେଳେ ଆସିକା ଲୋକ ସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା...

ସାଥୀ ଚୟନରେ ପୋଷା ପ୍ରାଣୀ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଆମେ ଜାଣୁ ଯେ ଆମ ମାନସିକ ସ୍ବାସ୍ଥ୍ୟ ପାଇଁ କୁକୁର ଉପଯୋଗୀ। ଅନେକ ଅନୁଧ୍ୟାନରୁ ବି ଏ ସତ୍ୟ ପ୍ରମାଣିତ...

ଯିଶୁଙ୍କ ଜନ୍ମ ମନୁଷ୍ୟ ଜାତି ପାଇଁ

ହରିଶ୍ଚନ୍ଦ୍ର ଅରିଶଲ୍ୟ ପ୍ରଭୁ ଯିଶୁ ଡିସେମ୍ବର ୨୫ରେ ଜନ୍ମଗ୍ରହଣ କରିଥିବା ପ୍ରମାଣ ବାଇବେଲରେ ନାହିଁ। ବାଇବେଲରେ ଉଲ୍ଲେଖ ଅଛି, ”ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ...

ଲକ୍‌ଡାଉନ୍‌ ଓ ଆଦିବାସୀ ସମାଜ

ବିଚିତ୍ର ବିଶ୍ୱାଳ କରୋନା ଭୂତାଣୁ ଯୋଗୁ ଦୀର୍ଘ ଦୁଇମାସ ଧରି ଜାରି ରହିଥିବା ଲକ୍‌ଡାଉନ୍‌ରେ ସାରା ଦେଶ ସନ୍ତୁଳି ହୋଇଗଲାଣି। ନାହିଁ ନ ଥିବା ଅସୁବିଧାର...

ଜୀବ ସୁରକ୍ଷା ପୃଥିବୀ ରକ୍ଷା

ଡ. ଦେବାନନ୍ଦ ବେଉରା ୨୦୧୯ର ଧରିତ୍ରୀ ଦିବସ ପାଳନ ଅବସରରେ ଦିଆଯାଇଥିବା ସଚେତନଧର୍ମୀ ଡାକରାଟା ହେଉଛି ‘ସବୁ ଜୀବଙ୍କୁ ସୁରକ୍ଷା ଦିଅ।’ ଆଠ ନିୟୁତ ଜୀବ...


Coronavirus Update

Archives

Model This Week

Why Dharitri