ଏଇ ଭାରତରେ

କୃଷକମାନେ କିଭଳି କମ୍‌ ଜମିରେ କମ୍‌ ଖର୍ଚ୍ଚରେ ଅଧିକ ଲାଭ ପାଇପାରିବେ ସେଥିପାଇଁ ନିଷ୍ଠାର ସହ ଅଭିଯାନ ଚଳାଇଛନ୍ତି ଉତ୍ତରାଖଣ୍ଡର ବିଜୟ ଜର୍‌ଦାରୀ। ସେ ‘ବିଜ୍‌ ବଚାଓ ଆନ୍ଦୋଳନ’ ବା ମଞ୍ଜି ବଞ୍ଚାଅ ଆନ୍ଦୋଳନ(ବିବିଏ) ସଂଗଠନ ଗଢ଼ି ତା’ ମାଧ୍ୟମରେ କୃଷକମାନଙ୍କ ପାଇଁ ଅଧିକ ଆୟର ପଥ ଦେଖାଇଛନ୍ତି। ତେହେରି ଗଡ଼ଓ୍ବାଲ ଅଞ୍ଚଳର ତାଙ୍କ ଗାଁରେ ସେ ଗୋଟିଏ ଛୋଟ ଜମିରେ ୧୨ କିମ୍ବା ତା’ଠାରୁ ଅଧିକ ଫସଲ କମ୍‌ ଖର୍ଚ୍ଚରେ ଉପତ୍ାଦନ କରୁଛନ୍ତି। ଏ ସମ୍ପର୍କରେ ବିବିଏ ମାଧ୍ୟମରେ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ପିଢ଼ି ପିଢ଼ି ଧରି ତାଙ୍କ ପରିବାର କମ୍‌ ଜମିରେ କରି ଆସୁଥିବା ବିବିଧ ଫସଲର ଧାରାକୁ ବଞ୍ଚାଇ ରଖିଛନ୍ତି ବିଜୟ। ସେ କହନ୍ତି, ତାଙ୍କ କୃଷି ପଦ୍ଧତିରେ ଚାଷ କରି ଜଣେ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ସଞ୍ଚୟ କରିପାରିବ। ଗୋଟିଏ ଜମିରେ ପାରମ୍ପରିକ ଫସଲ କରି ସେଥିରୁ ବିହନ ସଂଗ୍ରହ କରି ଅନ୍ୟ ଚାଷୀମାନଙ୍କୁ ଦେଉଛନ୍ତି। ବିଜୟ ବିଭିନ୍ନ ସ୍ଥାନରୁ ୩୫୦ରୁ ଊର୍ଦ୍ଧ୍ୱ ପାରମ୍ପରିକ ବିହନ ସଂଗ୍ରହ କରିପାରିଛନ୍ତି। ସେ ଗୋଟିଏ ଜମିରେ ୧୨ ପ୍ରକାର ଚାଷ କରୁଥିବାରୁ ତାଙ୍କ ଚାଷ ପଦ୍ଧତିର ନାମ ରଖିଛନ୍ତି ‘ବାରଞ୍ଜା’, ଅର୍ଥାତ୍‌ ୧୨ ପ୍ରକାର ଶସ୍ୟ। ଏହି ଉପାୟରେ ଚାଷ କଲେ ଚାଷୀମାନଙ୍କ ପରିବାର ଉପାସ ରହିବେନି ଓ ଏହା ସେମାନଙ୍କୁ ଅତ୍ୟଧିକ ଋଣ ବୋଝରୁ ମୁକ୍ତ କରିପାରିବ ବୋଲି କହନ୍ତି ବିଜୟ। ଦୀର୍ଘ ୩୦ ବର୍ଷ ମଧ୍ୟରେ ତାଙ୍କ ଗାଁ ପାଖ ୧୫ରୁ ୨୦ଟି ଗାଁର ହଜାର ହଜାର ଚାଷୀଙ୍କୁ ଏଭଳି ପଦ୍ଧତିରେ ଚାଷ କରିବା ଲାଗି ଉତ୍ସାହିତ କରି ଆସିଛନ୍ତି। ଏହି ଚାଷରେ କୀଟନାଶକ, ମଞ୍ଜି ଓ କୃଷି ଶ୍ରମିକ ବାବଦରେ ଖର୍ଚ୍ଚ କରିବାକୁ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଢୋକେ ପିଇ, ଦଣ୍ଡେ ଜିଇ

ସୌମ୍ୟା ପରିଡ଼ା ସରକାର ଯଦି ମାଗଣା ଚାଉଳ, ଡାଲି, ରାଶନ ଦେଉଛନ୍ତି ତା’ହେଲେ ଆମେ କାଇଁ ନେବୁନାହିଁ! ଆମ ବାଡ଼ିପଟ ଘରେ ପଚାଶ ବସ୍ତା ଚାଉଳ...

ମିଛର ଅନେକ ଗୋଡ଼

ମିଛ ମିଠା। ସତ ଖଟା। ମିଛ ମିଠା ଏଇଥିପାଇଁ ଯେ ହୃଦୟହୀନଙ୍କୁ ଯଦି ‘ବଡ଼ା ଦିଲ୍‌ବାଲା’ କୁହାଯାଏ ସେ ଖୁସି ହେବେ କି ନାହିଁ କୁହନ୍ତୁ...

ନିଃସଙ୍ଗ ପୃଥିବୀ

ଦ୍ୱିତୀ ଚନ୍ଦ୍ର ସାହୁ ଫୋନ୍ ରିଂରୁ ଜାଣିହେଲା କିଏ ଫୋନ୍‌ କରିଛି। ବ୍ୟସ୍ତତା ଭିତରେ ସ୍କ୍ରିନ୍‌ରେ କଲ୍‌କୁ ନ ପରଖି ଉଠାଇଲି କଲ୍‌। ସେପଟୁ ବନ୍ଧୁ...

ଏଇ ଭାରତରେ

ଇଞ୍ଜିନିୟରିଂ ପଢ଼ିବା ସହ ପରିବେଶ ସୁରକ୍ଷାରେ ଲାଗିଛନ୍ତି ମଧ୍ୟପ୍ରଦେଶର ବିଶାଲ ଶ୍ରୀବାସ୍ତବ। ସେ ଦ୍ୱିତୀୟ ବର୍ଷ ଇଞ୍ଜିନିୟରିଂ ଛାତ୍ର ଥିବାବେଳେ ୨୦୧୯ରେ ‘ପ୍ରୟାସ’ ଏନ୍‌ଜିଓର ଏକ...

ମ୍ୟାନ୍‌ମାର ଶରଣାର୍ଥୀ

ଗଣତାନ୍ତ୍ରିକ ଉପାୟରେ ନିର୍ବାଚନ ଜିତିଥିବା ମ୍ୟାନ୍‌ମାର (ପୂର୍ବର ବର୍ମା) ସରକାରକୁ ଫେବୃୟାରୀ ୧ରେ ସେନା ପ୍ରତ୍ୟାଖ୍ୟାନ କରିଦେଇଥିଲା। ସେବେଠାରୁ ସେଠାକାର ଆର୍ମି ଅତ୍ୟାଚାରରେ ୨୩୪ ଜଣ...

ବେରୋଜଗାର ପ୍ରଭାବ

ରବିନାରାୟଣ ସାମଲ   ଅଭାବ ଅନଟନରେ ଥିବା ଯେକୌଣସି ପରିବାରର ଜଣେ ବ୍ୟକ୍ତିଙ୍କୁ ଯଦି ନିଯୁକ୍ତିଟିଏ ମିଳିଯାଏ, ତେବେ ସେହି ପରିବାରର ଆର୍ଥିକ ଅବସ୍ଥା ନିଶ୍ଚୟ...

ଏଇ ଭାରତରେ

ଆଜିକାଲି ଅନେକ ଅପରାଧମୂଳକ ଘଟଣା ଘରର ଚାରିକାନ୍ଥ ଭିତରେ ଘଟୁଥଲେ ବି ଏହା ଲୋକଲୋଚନକୁ ଆସିପାରେ ନାହିଁ। ଗୋଟିଏ ପରିବାରରେ ଶାଶୁଙ୍କୁ ବୋହୂ ପିଟୁଥିବାବେଳେ ନାତୁଣୀ...

ଏଇ ଭାରତରେ

କନ୍ୟା ସୁରକ୍ଷା ଅଭିଯାନରେ ନିଜକୁ ସାମିଲ କରି ଛତିଶଗଡ଼ର ଏକ ଗାଁ ଭିନ୍ନ ପରିଚୟ ଆଣିପାରିଛି। ଟକମଗଡ଼ ଜିଲାର ହରପୁରା ମଣ୍ଡିଆ ଗାଁରେ ଲୋକମାନେ ଝିଅଙ୍କୁ...

Advertisement
Archives

Model This Week