ଏଇ ଭାରତରେ

ପଡ଼ିଆ ଜମିକୁ ଶସ୍ୟଶ୍ୟାମଳା କରିବାରେ କେରଳରେ ଏକ ବ୍ଲକର ଗାଁଗୁଡ଼ିକ ଉଦାହରଣ ସୃଷ୍ଟି କରିଛନ୍ତି। ଥିରୁଭାନନ୍ତପୁରମ୍‌ ଜିଲାର ନେଦୁମନଗଡ ତହସିଲ ଅନ୍ତର୍ଗତ ନେଦୁମନଗଡ ବ୍ଲକର ପଞ୍ଚାତଗୁଡ଼ିକରେ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଗତ ୪ ବର୍ଷ ମଧ୍ୟରେ ୧୦୦ ଏକର ପଡିଆ ଜମିରେ ଜୈବିକ କୃଷି କରାଯାଇପାରିଛି। ନେଦୁମନଗଡର ଛାତ୍ର, କୃଷକ ଓ ବ୍ୟବସାୟୀମାନଙ୍କ ଦ୍ୱାରା ୨୦୧୬ରେ ‘ଜୈବଗ୍ରାମ’ ଅଭିଯାନ ଆରମ୍ଭ କରାଯାଇଥିଲା। ସ୍ଥାନୀୟ ସହକାରୀ କୃଷି ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ଏହି ଅଭିଯାନ ପ୍ରଥମେ ୩ ଏକର ପଡିଆ ଜମିରୁ ଆରମ୍ଭ କରାଯାଇଥିଲା। ପଞ୍ଚାୟତ ସଦସ୍ୟ ଓ ଅଧିକାରୀମାନେ ଏଥିପାଇଁ ସହଯୋଗ କରିବା ଦ୍ୱାରା ବିଭିନ୍ନ ଗ୍ରାମରେ ଅଭିଯାନକୁ ଚାଲୁ କରାଯିବା ସହ ଏବେ ୧୦୦ ଏକର ଜମିରେ ଚାଷ ଚାଲିଛି। ଏଥିରେ ପଞ୍ଚାୟତର ୨୧,୦୦୦ ପରିବାର ଯୋଡି ହୋଇଛନ୍ତି ଓ ଚାଷ କରିବା ଲାଗି ୯୭ ଜଣ ସଦସ୍ୟ ଚୟନ କରାଯାଇଛି। ଜୈବଗ୍ରାମ ଅଭିଯାନରେ ଭାଗ ନେଇଥିବା ଲୋକମାନଙ୍କୁ ୩୮୦ଟି ଗ୍ରୁପରେ ବିଭକ୍ତ କରାଯାଇଛି। ଏହାର ଲାଭାଂଶ ଚାଷୀଙ୍କ ପାଖକୁ ଯାଉଛି ଓ ସେଥିରୁ କିଛି ଏହି ଅଭିଯାନକୁ ଆଗକୁ ବଢ଼ାଇବା ଲାଗିି ବ୍ୟୟ କରାଯାଉଛି। ‘ଜୈବଗ୍ରାମ’କୁ ସଫଳତା ମିଳିବା ପରେ କେତେକ ପଞ୍ଚାୟତରେ ପରିବା ଓ ଫୁଲ ଚାଷରେ ସ୍ବାବଲମ୍ବୀ ହେବା ପାଇଁ ‘ବଲ୍ଲମ ନୀରା’ ଅଭିଯାନ ଆରମ୍ଭ କରାଯାଇଛି। ନେଦୁମନଗଡର ପଞ୍ଚାୟତଗୁଡିକରେ ‘ଜୈବସଭା’ ବି ଆୟୋଜନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ବିରୋଧାଭାସ

ଇଆନ ବୁରୁମା କାତାରରେ ଫିଫା ବିଶ୍ୱକପ୍‌ ଫୁଟବଲ ଜାରି ରହିଛି। ‘ପୁଟବଲ ବିଶ୍ୱକୁ ଏକାଠି କରେ’ ଏଭଳିି ହାସ୍ୟାସ୍ପଦ ସ୍ଲୋଗାନ ନେଇ ଫିଫା ଏହି ବିଶ୍ୱକପ୍‌ରେ...

ମତ୍ସ୍ୟସମ୍ପଦ ସମୃଦ୍ଧ ଓଡ଼ିଶା

ପ୍ରକାଶ ତ୍ରିପାଠୀ ଆଜିର ଦିନ ଅର୍ଥାତ ଜୁଲାଇ ୧୦ ତାରିଖ ଦିନଟି ଓଡ଼ିଶା ପାଇଁ ଏକ ସ୍ମରଣୀୟ ଦିବସ। ଏହିଦିନ ଭାରତୀୟ ମତ୍ସ୍ୟକ୍ଷେତ୍ରକୁ ଏକ ଉଲ୍ଲେଖନୀୟ...

ଏଇ ଭାରତରେ

ଶିକ୍ଷା ମଣିଷକୁ ମାନ୍ୟତା ଦିଏ ଓ ବ୍ୟକ୍ତିତ୍ୱ ନିର୍ମାଣ କରିବାରେ ସାହାଯ୍ୟ କରେ। ଏଥିପାଇଁ ବହୁ ବ୍ୟକ୍ତି ଶିକ୍ଷା ଉପରେ ଗୁରୁତ୍ୱ ଦିଅନ୍ତି ଓ ଅସହାୟ...

ଭାଷାକୋଷ ପ୍ରଣେତା

ଡ. ଉଦ୍ଧବ ଚରଣ ନାୟକ ରାୟବାହାଦୁର ଗୋପାଳ ଚନ୍ଦ୍ର ପ୍ରହରାଜ ବିଂଶ ଶତକର ପ୍ରଥମ ପାଦର ପ୍ରସିଦ୍ଧ ଗଦ୍ୟ ସାହିତି୍ୟକ ଓ ଅଭିଧାନ ସଂକଳକ। ଗଳ୍ପ...

ବ୍ୟବସ୍ଥା ଭଗବାନ ନୁହେଁ

ଗଣତନ୍ତ୍ରରେ ସବୁଠୁ ଊର୍ଦ୍ଧ୍ୱରେ ନାଗରିକ। ସରକାର ଗଢ଼ି କ୍ଷମତାରେ ରହୁଥିବା ବ୍ୟକ୍ତି ଅସ୍ଥାୟୀ। ଶାସନ ଦାୟିତ୍ୱ ନେଇଥିବା ବ୍ୟକ୍ତି ନିଜକୁ ସର୍ବେସର୍ବା ଭାବିଲେ ଗଣତନ୍ତ୍ରର ମୂଳଦୁଆ...

ଏଇ ଭାରତରେ

କାର୍‌ରେ ଯିବେ ପୁଣି ଅନ୍ୟ କିଛି ସୁବିଧା ମାଗଣାରେ ପାଇବେ! ଏମିତି ବ୍ୟବସ୍ଥା କେଉଁଠି ଦେଖିଛନ୍ତି? କିନ୍ତୁ ଦିଲ୍ଲୀର ଅବଦୁଲ କାଦିରଙ୍କ କାର୍‌ରେ ଗଲେ ଯାତ୍ରୀମାନେ...

ଜୋକୋଭିଚ୍‌ ବନାମ ଅଷ୍ଟ୍ରେଲିଆ

ଭାରତରେ ସରକାରୀ ବ୍ୟବସ୍ଥାରେ ନିତିଦିନିଆ ଏପଟସେପଟ ନିଷ୍ପତ୍ତି ଦେଖି ସମସ୍ତେ ବିରକ୍ତ ହେବା ସ୍ବାଭାବିକ। ରାଜନୈତିକ କିମ୍ବା ଅମଲାତାନ୍ତ୍ରିକ ଚାପରେ ସରକାରୀ କଳ ଏପାଖ ନ...

ଏଇ ଭାରତରେ

୪ ଜଣ ମହିଳା ୩,୦୦୦ ଟଙ୍କାରେ ଏକ କ୍ୟାଣ୍ଟିନ୍‌ ଆରମ୍ଭ କରି ଏବେ ବର୍ଷକୁ ୩ କୋଟି ଟଙ୍କା ରୋଜଗାର କରୁଥିବା ଘଟଣା ସାମ୍‌ନାକୁ ଆସିଛି...

Advertisement
Archives

Model This Week