ଏଇ ଭାରତରେ

ବନବାସୀମାନଙ୍କ ଜୀବନଶୈଳୀକୁ ପ୍ଲାଷ୍ଟିକ ମୁକ୍ତ କରିବାରେ ଲାଗିଛନ୍ତି ପଶ୍ଚିମବଙ୍ଗର ସିଦ୍ଧାର୍ଥ ବ୍ଲୋନେ ଓ ସ୍ବେତା ପ୍ରଧାନ। ଏହି ଦମ୍ପତିଙ୍କ ବୟସ ପାଖାପାଖି ୪୦ ହେବ। ପଶ୍ଚିମବଙ୍ଗ ନେଓରା ଜଙ୍ଗଲ ନିକଟରେ ଥିବା କାଲିଂପଙ୍ଗ ଜିଲା ଗରୁବାଥାନ ଗାଁକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକମୁକ୍ତ କରି ଏକ ସ୍ବଚ୍ଛ ପରିବେଶ ଆଣିବାରେ ସକ୍ଷମ ହୋଇଛନ୍ତି। ସିଲିଗୁଡ଼ିଠାରୁ ୬୫ କି.ମି. ଦୂରରେ ଥିବା ଗରୁବାଥାନ ନୁହେଁ, ଏହାସହ ବହୁ ଗାଁ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକଠାରୁ ପୂରା ଦୂରେଇ ଯାଇଛନ୍ତି। ପଲିଥିନ ବଦଳରେ ସେମାନେ କପଡ଼ା ବ୍ୟାଗ ବ୍ୟବହାର କରୁଛନ୍ତି। ଗାଁଗୁଡ଼ିକରେ ଡଷ୍ଟବିନ ରଖାଯାଉଛି। ସେଠାରୁ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ କରାଯାଇ ରିସାଇକ୍ଲିଂ ପାଇଁ ସିଲିଗୁଡ଼ି ପଠାଯାଉଛି। କେବଳ ଏତିକି ନୁହେଁ ଏହି ଦମ୍ପତି ସେମାନଙ୍କୁ ଜୈବିକ କୃଷିମୁହାଁ ବି କରିପାରିଛନ୍ତି। ଲୋକମାନେ ରାସାୟନିକ ସାର ବ୍ୟବହାର ବନ୍ଦ କରି କୃଷିଜାତ ବର୍ଜ୍ୟବସ୍ତୁ ଓ ରୋଷେଇ ଘର ବର୍ଜ୍ୟରୁ ଖତ ପ୍ରସ୍ତୁତ କରୁଛନ୍ତି। ସିଦ୍ଧାର୍ଥ ଓ ଶ୍ୱେତା ଗତ ୮ ବର୍ଷ ଧରି ଏଭଳି ଅଭିଯାନ ଜାରି ରଖିଛନ୍ତି। ଏହି ଅଞ୍ଚଳର ଲୋକମାନଙ୍କୁ ସ୍ବାସ୍ଥ୍ୟକର ପାରମ୍ପରିକ ଖାଦ୍ୟ ଆଡକୁ ପୁଣି ଫେରାଇ ଆଣିବାରେ ସକ୍ଷମ ହୋଇଛନ୍ତି ଏହି ଦମ୍ପତି। ସେମାନେ ପିଲାମାନଙ୍କୁ ଅମଳ କରୁଥିବା ପୁଷ୍ଟିକର ଖାଦ୍ୟ ଦେଉଛନ୍ତି। ସ୍କୁଲ୍‌ ଟିଫିନ୍‌ରେ ବି ଘର ଖାଦ୍ୟ ଦେଉଛନ୍ତି। ଫଳରେ ପିଲାମାନେ ପାଷ୍ଟ ଫୁଡ୍‌ ପ୍ରତି ଆଉ ଆଗ୍ରହୀ ହେଉନାହାନ୍ତି। ସୁସ୍ଥ ଜୀବନ ଲାଗି ଏହି ଦମ୍ପତି ଗ୍ରାମବାସୀମାନଙ୍କୁ ଯୋଗ ଶିକ୍ଷା ମଧ୍ୟ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପରିବେଶ ପାଇଁ କ୍ଷତିକାରକ ପ୍ଲାଷ୍ଟିକ୍‌ ଜିନିଷଠାରୁ ଦୂରେଇ ରହିବା ଲାଗି ଏହାର ବିକଳ୍ପ ଭାବେ ବାଉଁଶ ଜିନିଷ ପ୍ରସ୍ତୁତ କରିଛନ୍ତି କୋଲକାତାର ଅଗ୍ନି ମିତ୍ର। ସେ...

ରାକ୍ଷୀ ସାୱନ୍ତଙ୍କ ପୋଷାକ

ଦୁଇଦିନ ପୂର୍ବେ ଉତ୍ତରପ୍ରଦେଶର ଉନ୍ନାଓଠାରେ ଭାଜପାର ‘ପ୍ରବୁଦ୍ଧ ସମ୍ମିଳନୀ’ ଆୟୋଜିତ ହୋଇଥିଲା। ସେଠାରେ ମହାତ୍ମା ଗାନ୍ଧୀ ଓ ରାକ୍ଷୀ ସାୱନ୍ତଙ୍କ ପୋଷାକକୁ ନେଇ ଉତ୍ତରପ୍ରଦେଶ ବିଧାନସଭା...

ଏଇ ଭାରତରେ

ହଜାରେ କି ଦୁଇ ହଜାର ନୁହେଁ, ୩୮,୦୦୦ ମହିଳା କୃଷକ ମରୁଡ଼ି ଅଞ୍ଚଳକୁ ଶସ୍ୟଶାମଳା କରିବା କିଛି କମ୍‌ କଥା ନୁହେଁ। ମହାରାଷ୍ଟ୍ରର ମରାଠାଓ୍ବାଡର ମହିଳାମାନଙ୍କ...

ଜୀବନ ସ୍ରୋତର ଶାଶ୍ୱତ ଧାରା

ବୈକୁଣ୍ଠନାଥ ମିଶ୍ର ଦୁର୍ଲଭ ଜନମ ମାନବ ଜୀବନ। ସ୍ରଷ୍ଟାଙ୍କର ସର୍ବୋତ୍କୃଷ୍ଟ ସୃଷ୍ଟି। ଜୀବାତ୍ମା ମଧ୍ୟରେ ପରମାତ୍ମାଙ୍କ ସତ୍ତା ବିଦ୍ୟମାନ। ମାନବ ଜୀବନରେ ଦେବତ୍ୱର ସଂସ୍ଥାପନ। ମାନବ...

ଏଇ ଭାରତରେ

ମଣିଷ କର୍ମ ବଳରେ ସ୍ବତନ୍ତ୍ର ପରିଚୟ ପାଏ, ଯାହା ପାଇଛନ୍ତି ବେଙ୍ଗାଲୁରୁର ଜଣେ ଟ୍ରାନ୍ସ ଓମେନ ପୂର୍ଣ୍ଣିମା ସୁକୁମାର। ଆରାବଣୀ ଆର୍ଟ ପ୍ରୋଜେକ୍ଟର ପ୍ରତିଷ୍ଠାତା ପୂର୍ଣ୍ଣିମା...

ବଡ଼ଲୋକଙ୍କୁ ଉତ୍ତର ନାହିଁ

ନିରଞ୍ଜନ ସାହୁ ବିଜ୍ଞଜନେ, ଏହି କଥାଟି କାଳକାଳରୁ ଚାଲିଆସିଛି ଆମ ସମାଜରେ। କଥାରେ ନଥା ଭଳି କୌଣସି ଆଲୋଚନା ବେଳେ ଏହାକୁ କହି ଆମର କଥାର...

ମହାପ୍ରଭୁଙ୍କ ଘର କଳି

ଅଧ୍ୟାପକ ପ୍ରଫୁଲ୍ଲ କୁମାର ସାହୁ ଜଗତର ନାଥ ଜଗନ୍ନାଥ ମାନବବାଦର ଠାକୁର। ତାଙ୍କ ମାନବୀୟ ଲୀଳାର ସର୍ବଶ୍ରେଷ୍ଠ ଜାଜ୍ୱଲ୍ୟମାନ ଦୃଷ୍ଟାନ୍ତ ହେଉଛି ଶ୍ରୀଗୁଣ୍ଡିଚା ଯାତ୍ରା। ହେରାପଞ୍ଚମୀ...

ଆଦିବାସୀ ଜୀବନଶୈଳୀରେ କୃଷ

ସାରଦା ପ୍ରସାଦ କର ଓଡିଶା ରେ କୃଷିଜୀବୀ ଆଦିବାସୀ କହିଲେ ଡଙ୍ଗରିଆ କନ୍ଧ ଜନଜାତିଙ୍କୁ ବୁଝାଏ। ପାହାଡ଼ ପାଦଦେଶର ଗଡ଼ାଣିଆ ଅଞ୍ଚଳରେ ସେମାନେ ଧାନ, ଡାଲି...

Advertisement
Archives

Model This Week