ଅସୁସ୍ଥତା ସତ୍ତ୍ୱେ ବେଦଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି

କେନ୍ଦ୍ରାପଡା ଅଫିସ, ୨୧ା୪: ବିଜେଡିର ବରିଷ୍ଠ ନେତା ତଥା ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ୮୨ ବର୍ଷ ବୟସରେ ଶନିବାର ପରଲୋକ ଘଟିଛି। ସେ ପୂର୍ବରୁ ୬ ଥର ବିଧାୟକ ହୋଇଥିବା ବେଳେ ଚଳିତ ସାଧାରଣ ନିର୍ବାଚନରେ ବିଜେଡି ତାଙ୍କୁ ପ୍ରାର୍ଥୀ କରିଥିଲା। ତେବେ ସେ ଅସୁସ୍ଥ ଥିବା ସତ୍ତ୍ୱେ ତାଙ୍କୁ ବିଜେଡି କେଉଁ କାରଣରୁ ପ୍ରାର୍ଥୀ କରିଥିଲା, ସେ ନେଇ ଏବେ ଜିଲାସାରା ଆଲୋଚନା ଜୋର ଧରିଛି। ବୟସାଧିକ୍ୟ କାରଣରୁ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓ ଓ ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ଟିକେଟ ମିଳି ନ ଥିଲା। ହେଲେ ପାଟକୁରାରେ ଅନ୍ୟ ଆଶାୟୀଙ୍କୁ ନିରାଶ କରି ବିଜେଡି ବେଦପ୍ରକାଶଙ୍କୁ ଟିକେଟ ଦେଇଥିବାରୁ ପାଟକୁରାବାସୀଙ୍କୁ ଏକ ପ୍ରକାର ଧକ୍କା ଲାଗିଛି ବୋଲି ଚର୍ଚ୍ଚା ହେଉଛି। ଶରୀର ଅସୁସ୍ଥ କାରଣରୁ ବେଦପ୍ରକାଶ ନାମାଙ୍କନପତ୍ର ଦାଖଲର ଶେଷ ଦିନ ପ୍ରାର୍ଥତ୍ପତ୍ର ଦାଖଲ କରିବାକୁ ଯାଇଥିଲେ। ମାତ୍ର ସେ ନିର୍ବାଚନ ଅଧିକାରୀଙ୍କ ନିକଟରେ ପହଞ୍ଚି ନ ପାରି ଜିଲାପାଳଙ୍କ କାର୍ଯ୍ୟାଳୟ ବାରଣ୍ଡାରେ ବସି ରହିଥିଲେ। ତାଙ୍କର ପ୍ରସ୍ତାବକ ମହେନ୍ଦ୍ର ସିଂହ ନିର୍ବାଚନ ଅଧିକାରୀ ଉପଜିଲାପାଳ ସଞ୍ଜୟ କୁମାର ମିଶ୍ରଙ୍କୁ ନାମାଙ୍କନପତ୍ର ପ୍ରଦାନ କରିଥିଲେ। ଅସୁସ୍ଥତା କାରଣରୁ ସେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ବିଜେଡି ସଭାପତି ତାଙ୍କ ଟିକେଟ ସମ୍ପର୍କରେ ଘୋଷଣା କରିଥିଲେ। ଏହି ଟିକେଟ ତାଙ୍କ ପୁଅ ଅଥବା ସ୍ତ୍ରୀଙ୍କୁ ପ୍ରଦାନ କରିବା ପାଇଁ ତାଙ୍କ ପରିବାର ସଦସ୍ୟ ନବୀନ ନିବାସ ଯାଇଥିଲେ ସୁଦ୍ଧା ସେମାନଙ୍କୁ ଟିକେଟ ମିଳି ନ ଥିଲା।
ପାଟକୁରା ଆସନରେ ଭାଜପାର ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରତିଦ୍ୱନ୍ଦ୍ୱୀ ଥିବାରୁ ସମ୍ଭବତଃ ବିଜେଡି ବେଦପ୍ରକାଶଙ୍କୁ ପ୍ରାଥମିକତା ଦେଇଥିଲା। ମାତ୍ର ତାଙ୍କ ମୃତ୍ୟୁ ପରେ ଏହି ବିଧାନସଭା ଆସନରେ ନିର୍ବାଚନ ସ୍ଥଗିତ ରହିବା ଏକପ୍ରକାର ନିଶ୍ଚିନ୍ତ ଥିବା ବେଳେ ନିର୍ବାଚନ କମିଶନଙ୍କ ଘୋଷଣାକୁ ଅପେକ୍ଷା ରହିଛି। ଅସୁସ୍ଥ ଥିବା ସତ୍ତ୍ୱେ ବେଦପ୍ରକାଶଙ୍କୁ ବିଜେଡ଼ି ଟିକେଟ ଦେବା ନେଇ ଅନେକ କଥା ଆଲୋଚନା ହେଉଛି। ଚଳିତ ନିର୍ବାଚନ ପାଇଁ ବାପା ବଦଳରେ ପୁଅ, ସ୍ବାମୀ ବଦଳରେ ସ୍ତ୍ରୀଙ୍କୁ ବିଜେଡି ଟିକେଟ ଦେଇଛି। ପ୍ରଭାତ ତ୍ରିପାଠୀଙ୍କ ବଦଳରେ ପୁଅ ଦେବୀରଞ୍ଜନ, ପ୍ରଭାତ ବିଶ୍ୱାଳଙ୍କ ବଦଳରେ ପୁଅ ସୌଭିକ, ବିଜୟଶ୍ରୀ ରାଉତରାୟଙ୍କ ବଦଳରେ ପୁଅ ବିଷ୍ଣୁବ୍ରତଙ୍କୁ ଟିକେଟ ମିଳିଛି। ସେହିପରି ଝିନ୍ନ ହିକ୍‌କାଙ୍କ ସ୍ତ୍ରୀ କୌଶଲ୍ୟା ଓ ମୁକ୍ତିକାନ୍ତ ମଣ୍ଡଳଙ୍କ ସ୍ତ୍ରୀ ମଞ୍ଜୁଲତାଙ୍କୁ ବିଜେଡି ଟିକେଟ ଦେଇଛି। କିନ୍ତୁ ପାଟକୁରାରେ ବେଦପ୍ରକାଶଙ୍କ ପରିବାରବର୍ଗଙ୍କ ସହ ଅନ୍ୟ ଆଶାୟୀଙ୍କ ପକ୍ଷରୁ ଦାବି କରାଯିବା ପରେ ବି କୌଣସି ପରିବର୍ତ୍ତନ କରାଯାଇ ନ ଥିଲା।
ସୂଚନାଥାଉ କି, ପାଟକୁରା ବିଧାନସଭା ଆସନ ପାଇଁ ଚଳିତ ଥର ଟିକେଟ ଆଶାୟୀଙ୍କ ସଂଖ୍ୟା ଅଧିକ ଥିଲା। ପାଟକୁରା-ଡେରାବିଶ ସ୍ବାଭିମାନ ମଞ୍ଚର ଆବାହକ ତଥା ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜକାନ୍ତ ସାହୁ ଟିକେଟ ପାଇଁ ବାରମ୍ବାର ଦଳୀୟ ନେତୃବୃନ୍ଦଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ଟିକେଟ ନ ମିଳିବାରୁ ସେ ଅସନ୍ତୁଷ୍ଟ ହେବାରୁ ତାଙ୍କୁ ବିଜେଡିର ରାଜ୍ୟ ସମ୍ପାଦକ ପଦ ପ୍ରଦାନ କରାଯାଇଥିଲା। ଏହାସତ୍ତ୍ୱେ ସରୋଜକାନ୍ତ ବିଜେଡି ଛାଡି ଭାଜପାରେ ଯୋଗ ଦେଇଛନ୍ତି।
ସେହିପରି ରାଜ୍ୟ ସମ୍ପାଦକ ପ୍ରମୋଦ କୁମାର ସାହୁ, ରବି ସାମଲ, ଅଧ୍ୟାପକ ଅଜୟ କୁମାର ରାଉତ, ଖଦିବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା ଆଦି ଟିକେଟ ଆଶାୟୀ ଥିଲେ। ନିର୍ବାଚନ ସ୍ଥଗିତ ହେଲେ ପାଟକୁରାର ବିକାଶ ୬ ମାସ ବିଳମ୍ବିତ ହେବ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ମ ରାଉଣ୍ଡ ଶେଷ, ବିଜେଡି-କଂଗ୍ରେସ ଜୋରଦାର ଟକ୍କର

କେନ୍ଦ୍ରାପଡ଼ା ଅଫିସ୍‌, ୨୩।୫- କେନ୍ଦ୍ରାପଡ଼ା ବିଧାନସଭା ଆସନରେ ବିଜେଡି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେଉଛି। ବିଜେଡି ପ୍ରାର୍ଥୀ ଶଶିଭୂଷଣ ବେହେରା ଆଗରେ ରହିଥିଲେ...

ବୁଥ୍‌କୁ ଚାଲି ଚାଲି ଯିବେ ପୋଲିଂ କର୍ମଚାରୀ

କେନ୍ଦ୍ରାପଡ଼ା ଅଫିସ,୧୧ା୨: କେନ୍ଦ୍ରାପଡ଼ା ଜିଲା ବିକାଶର ନମୁନା ପ୍ରତ୍ୟେକ ନିର୍ବାଚନ ସମୟରେ ଦେଖିବାକୁ ମିଳୁଛି। ସ୍ବାଧୀନତାର ୭୫ ବର୍ଷରେ ମଧ୍ୟ ଜିଲାର ବିଭିନ୍ନ ଗ୍ରାମକୁ ଯିବାକୁ...

ଆଠମଲ୍ଲିକରେ ବିଜେଡିର ବାଜିମାତ: ୪୭,୧୩୫ ଖଣ୍ଡ ଭୋଟରେ ରମେଶ ସାଏ ବିଜୟୀ

ବଇଣ୍ଡା, ୨୩ା୫(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ୬୩ ନମ୍ବର ବିଧାନସଭା ନିର୍ବାଚନ ମଣ୍ଡଳିରେ ବାଜିମାରିଛି ବିଜେଡି। ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର...

ପରମ୍ପରା ଭାଙ୍ଗିପାରନ୍ତି ମତଦାତା

ଭୁବନେଶ୍ୱର, ୨୦ା୪:  ଆସନ୍ତା ୨୩ ତାରିଖରେ ଭୁବନେଶ୍ୱର ଲୋକ ସଭା ଆସନରେ ନିର୍ବାଚନ ହେବ। ଏହାକୁ ନେଇ ସାରା ରାଜ୍ୟରେ ଉତ୍କଣ୍ଠା ରହିଛି। ୧୯୯୮ରୁ ବିଜେଡି...

ତୃଣମୂଳର ଡବଲ ସେଞ୍ଚୁରୀ: ଦୁଇ ଅଙ୍କରେ ଭାଜପା…

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ତୃଣମୂଳ କଂଗ୍ରେସ ୨୦୬ ଆସନରେ ଆଗେଇଥିବାବେଳେ ଭାଜପା ୮୩ ଆସନରେ ଆଗୁଆ ରହିଛି। ଲେଫ୍ଟ ମେଣ୍ଟ ୧ଟି...

ପାଲଲହଡ଼ାରେ ମୁକେଶ ପାଲ ବିଜୟୀ

ପାଲଲହଡ଼ା, ୨୩ା୫(ଡି.ଏନ.ଏ.)- ପାଲଲହଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଧାୟକ ଭୋଟ ଗଣତି ଶେଷ ହୋଇଛି। ବିଜେଡିର ମୁକେଶ ପାଲ ୬ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ବିଜୟୀ...

୩ୟ ରାଉଣ୍ଡ: ତାଳଚେରରେ ବ୍ରଜକିଶୋର ଆଗୁଆ

ତାଳଚେର, ୨୩ା୫(ନି.ପ୍ର.)- ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ୩ୟ ରାଉଣ୍ଡରେ ବିଜେଡିର ବ୍ରଜକିଶୋର ପ୍ରଧାନ ଆଗୁଆ ଅଛନ୍ତି। ତୃତୀୟ ରାଉଣ୍ଡରେ ବ୍ରଜ ୧୪୦୬ ଖଣ୍ଡ ଭୋଟ ପାଇଛନ୍ତି।...

ବାଜି ମାରିଲେ ଶାହ, ଚାହିଁ ରହିଲା କଂଗ୍ରେସ

ନୂଆଦିଲ୍ଲୀ,୨୬।୧୦: ହରିୟାଣାରେ ହୋଇଥିବା ବିଧାନସଭା ନିର୍ବାଚନରେ କୌଣସି ଦଳକୁ ବହୁମତ ମିଳି ନ ଥିବା ବେଳେ ଭାଜପା ଏବେ ସରକାର ଗଢିବାକୁ ଯାଉଛି। ଅସଲ କଥା...

Advertisement
Archives

Model This Week