ସେବା,ସମ୍ପତ୍ତି ଓ ଅପରାଧ

ପ୍ରଭାତ କୁମାର ଦାସ

ବର୍ତ୍ତମାନ ଦେଶର ବିଧାୟକମାନଙ୍କ ହାରାହାରି ସମ୍ପତ୍ତିର ମୂଲ୍ୟ ୧୩.୬୩ କୋଟି ଟଙ୍କା। ଅର୍ଥାତ୍‌ ଦୁସ୍ଥ ଅସହାୟ ଜନତାଙ୍କ ସେବା କରିବା ପାଇଁ, ସଙ୍ଗିନ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇ ସଗର୍ବେ ସଫଳ ହୋଇଥିବା ତଥାକଥିତ ସେବକମାନେ କୋଟି କୋଟି ଟଙ୍କାର ମାଲିକ। ଏସବୁ ସେମାନେ ରାଜନୈତିକ ସେବା କର୍ମକୁ ଆପଣାଇବା ପୂର୍ବରୁ ଉପାର୍ଜନ କରିଥିଲେ ନା ନିଜ ସେବାଧର୍ମର ପରିସୀମା ଭିତରେ କରିଛନ୍ତି,ତାହା ତଦନ୍ତ ସାପେକ୍ଷ। କିନ୍ତୁ ସେମାନଙ୍କର ଏଭଳି ଅହେତୁକ ସମ୍ପତ୍ତି ବୃଦ୍ଧିର କାରଣ ଖୋଜିବା ପାଇଁ ଦେଶର ଶାସନ ବ୍ୟବସ୍ଥା କେବେ ତତ୍ପରତା ପ୍ରକାଶ କରିନାହିଁ। ରାଜ କର୍ମଚାରୀ ବା ବ୍ୟବସାୟୀମାନଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗର ଯେପରି ତଦନ୍ତ ବା ବିଚାର ହୁଏ, ବିଧାୟକମାନଙ୍କ କ୍ଷେତ୍ରରେ ସେଭଳି କେବେ ଦେଖାଯାଇ ନାହିଁ। ଦେଶ ସାରା ଚରିଯିବା ପାଇଁ ରାଜନୈତିକ ଶୀର୍ଷାସନରେ ଥିବା ପ୍ରଭୁମାନଙ୍କର ଏକ ଅଲିଖିତ ନିର୍ଦ୍ଦେଶ ବା ନୀରବ ସମର୍ଥନ ସେମାନଙ୍କ ସପକ୍ଷରେ ଅଛି। ସେଥିପାଇଁ ତ ପ୍ରତି ସାଧାରଣ ନିର୍ବାଚନରେ ଜନତାଙ୍କ ସେବା କରିବା ପାଇଁ ପ୍ରଚଣ୍ଡ ପ୍ରତିଯୋଗିତା।
ଏହି କୁବ୍ୟବସ୍ଥାକୁ ଗଭୀର ଭାବରେ ହୃଦୟଙ୍ଗମକରି ଏବେ ଦେଶର ସାଧାରଣ ନିର୍ବାଚନ ପୂର୍ବରୁ ଏକ ନୀରବ ଜନମତ ଗୁଞରିତ ହେଉଛି- ‘କୋଟିପତି ଓ ଆପରାଧିକ କାର୍ଯ୍ୟକଳାପରେ ଲିପ୍ତଥିବା ଆଶାୟୀ ପ୍ରାର୍ଥୀମାନଙ୍କୁ ସବୁ ରାଜନୈତିକ ଦଳ ପୁନଶ୍ଚ ଦଳର ଟିକେଟ ନ ଦିଅନ୍ତୁ’। କାରଣ ସେମାନେ କୌଣସି ଅର୍ଥରେ ବି ଗରିବ ଅସହାୟ,ସେବା ପ୍ରତୀକ୍ଷାରେ ଥିବା ଜନତାର ପ୍ରତିନିଧି ହେବାର ଯୋଗ୍ୟତା ରଖନ୍ତି ନାହିଁ। ଅଭାବୀ ମଣିଷର ଦୁଃଖକୁ ସେମାନେ କେବେ ଅନୁଭବ କରିପାରିବେ ନାହିଁ।
ଏହା ୨ ପ୍ରକାର ବୌଦ୍ଧିକ ପରୀକ୍ଷାର ସୁଯୋଗ ଆଣିପାରେ। ସେମାନେ ନିର୍ବାଚନ ଜିତିଲା ପରେ ନିଷ୍ଠାପର ଭାବେ ଜନତାର ସ୍ବଚ୍ଛ ନିର୍ମଳ ସେବା କରିବେ ନା ସେମାନଙ୍କ ପୂର୍ବ ସୁରୀଙ୍କ ଭଳି ଦେଶକୁ ଲୁଟି ନିଜ ସମ୍ପତ୍ତି ବୃଦ୍ଧିରେ ଲାଗିପଡ଼ିବେ? ଅନ୍ୟ ପରୀକ୍ଷାଟି ହେଲା,ରାଜନୀତିରେ ସେବା ପାଇଁ ପଟ୍ଟାପାଉତି କରିଥିବା କିଛି ନିର୍ଦ୍ଦିଷ୍ଟ ସ୍ବାର୍ଥସର୍ବସ୍ବ ପରିବାରଙ୍କ ପଞ୍ଝାରୁ ବିଧାନସଭା ଭଳି ଏକ ପବିତ୍ର ଗୃହକୁ ମୁକ୍ତକରି ଏକ ନୂଆ ଧାରାରେ ଶାସନ ବ୍ୟବସ୍ଥାକୁ ଶୃଙ୍ଖଳିତ, ସମଭାବାପନ୍ନ କରିବା। ସେବା ଗ୍ରହଣ କରୁଥିବା ଶ୍ରେଣୀ ଓ ସେବା ପ୍ରଦାନ କରୁଥିବା ଶ୍ରେଣୀ ଭିତରେ ଯେଉଁ ବିଶାଳ ଅର୍ଥନୈତିକ ବ୍ୟବଧାନ, ତାହା ରାଜନୈତିକ ସେବା ବ୍ୟବସ୍ଥା ଛଡ଼ା ଆଉ କୌଣସି ସେବା କ୍ଷେତ୍ରରେ ଦେଖାଯାଏ ନାହିଁ। ଏଥିପାଇଁ ବି ଏକ ସୁଷମ ଭାବନା ଓ ସୁଷମ ବଣ୍ଟନର ନୀତି ଲୋଡ଼ା।
ଆହୁରି ଅଧିକ ଏବେ ଦେଶରେ ୧୧୩୬ ଜଣ ବିଧାୟକଙ୍କ ନାମରେ ସାଂଘାତିକ ଆପରାଧିକ ମାମଲା ପଞୀକୃତ ହୋଇ ରହିଛି। ସେହି ମାମଲା ସବୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅମୀମାଂସିତ ହୋଇ ରହିବା ଲାଗି ଏକ ଅଦୃଶ୍ୟ ଚାପ ମଧ୍ୟ ରହିଛି। ସେହି ବିଧାୟକ ମାନେ ବି ଖାସ୍‌ ଏହି କୋଟିପତିମାନଙ୍କ ଶ୍ରେଣୀରେ ଅନ୍ତର୍ଭୁକ୍ତ। ଗଣତାନ୍ତ୍ରିକ ପ୍ରତିନିଧିତ୍ ବ୍ୟବସ୍ଥାକୁ ଅପରାଧମୁକ୍ତ କରିବାକୁ ହେଲେ ଓ ଆରୋପୀ ଅପରାଧୀ ବିଧାୟକ ମାନଙ୍କୁ ସନ୍ଦେହମୁକ୍ତ ଦେଖିବାକୁ ହେଲେ ଯଥାଶୀଘ୍ର ସେସବୁ ମାମଲାର ବିଚାର ପ୍ରକ୍ରିୟା ଶେଷ କରିବାକୁ ହେବ; ତଦ୍ଦ୍ବାରା ନ୍ୟାୟ ପାଇଁ ଦୀର୍ଘଦିନ ଧରି ଅପେକ୍ଷାକରି ରହିଥିବା ସାଧାରଣ ପୀଡ଼ିତ ଜନତା ନ୍ୟାାୟର ସ୍ବାଦ ପାଇପାରିବେ। ଏହି ସ୍ପର୍ଶକାତର କାରଣ ପାଇଁ ଆପରାଧିକ ମାମଲାରେ ଜଡ଼ିତ ଥାଇ ବିଚାରକୁ ଅପେକ୍ଷା କରିଥିବା ବିଧାୟକମାନେ ଆଗାମୀ ସାଧାରଣ ନିର୍ବାଚନରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବା ଉଚିତ ନୁହେଁ।
ବିଶେଷ ମତ ଯେ ଏହା କେବଳ ବିଧାୟକମାନଙ୍କ ପାଇଁ ପ୍ରଯୁଜ୍ୟ ସେକଥା ନୁହେଁ, ନିର୍ବାଚନ ପ୍ରତିଯୋଗିତାରେ ସଫଳ ହୋଇଥିବା ଏମ୍‌ପିମାନେ ବି ଏକାଭଳି ଏଥର ନିର୍ବାଚନରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବା ଉଚିତ ନୁହେଁ। ଆଶ୍ଚର୍ଯ୍ୟର କଥା , ଆମ ରାଜ୍ୟର ୪୪ ଶତାଂଶ ବିଧାୟକ, ସଂଖ୍ୟାରେ ୬୪ଜଣ କୋଟିପତି ଶ୍ରେଣୀର ଓ ବିଭିନ୍ନ ଆପରାଧିକ ମାମଲାରେ ବି ସମ୍ପୃକ୍ତ। ସେହି ଆପରାଧିକ ମାମଲାର ସୀମା ନାରୀ ନିର୍ଯାତନା,ହତ୍ୟା ଓ ହତ୍ୟା ପାଇଁ ଷଡ଼ଯନ୍ତ୍ର ପର୍ଯ୍ୟନ୍ତ ମଧ୍ୟ ପରିବ୍ୟାପ୍ତ। ଯଥାଶୀଘ୍ର ଏହାର ପରିସମାପ୍ତି ଲୋଡ଼ା।
ମୋ-୯୪୩୭୦୧୫୨୫୦


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?