ଇତିହାସ ବଡ଼ ନିଷ୍ଠୁର

ମାୟାଧର ନାୟକ

ପାପ କେବେ ଫେରିଆସେନା – ପ୍ରାୟଶ୍ଚିତ୍ତ କରିବାକୁ ପଡେ। ସେହିଭଳି ଇତିହାସ କାହାକୁ କେବେ କ୍ଷମା ଦିଏନା। ହୁଏତ ସାମୟିକ କିଏ କିଏ ଇତିହାସକୁ ବିକୃତ କରିଦିଅନ୍ତି, କିନ୍ତୁ ଇତିହାସକୁ ଲିଭେଇ ହୁଏନା। ଏବେ ଭାରତର ଇତିହାସକୁ ନୂଆକରି ଲେଖିବା ପାଇଁ ଦଳେ ତଥାକଥିତ ପୋଷାପଣ୍ଡିତ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି। ବିଶେଷକରି ମୋଗଲ ଶାସକମାନଙ୍କ ସୌର୍ଯ୍ୟ ସମ୍ପର୍କରେ କୁହାଯାଉଛି ସେମାନେ ଭାରତକୁ ଲୁଟ୍‌ କରିବାକୁ ଆସି ୨୦୦ବର୍ଷ ଶାସନ କଲେ। କେବଳ ମୋଗଲମାନେ ନୁହନ୍ତି ବ୍ରିଟିଶବାଲା ମଧ୍ୟ ଆମ ଭାରତକୁ ୨୦୦ବର୍ଷ ଧରି ଶାସନ କରୁଥିଲେ। ଆମେ ଭାରତୀୟମାନେ ବ୍ରିଟିଶର ଗୋଲାମ ହେଲୁ।
ଭାରତ ଏକ ବିଚିତ୍ର ଦେଶ। ଏଠି ଅନେକ ଭାଷା, ଅନେକ ଜାତି, ଅନେକ ପରିଧାନ, ଭିନ୍ନଭିନ୍ନ ମତ। ଭକ୍ତି ଓ ମୁକ୍ତି ଆନ୍ଦୋଳନ ଏଠି ଏକସଙ୍ଗେ ଚାଲେ। ଅଜନ୍ତାର କାରୁକାର୍ଯ୍ୟ, ତାଜମହଲର ଶୋଭାବର୍ଦ୍ଧନ, କୋଣାର୍କ ସୂର୍ଯ୍ୟମନ୍ଦିର ସାରାବିଶ୍ୱକୁ ବିସ୍ମିତ କରୁଛି। ରବୀନ୍ଦ୍ରନାଥ ଟାଗୋର ସଙ୍ଗରେ ବସି କାଜି ନଜରୁଲ ଇସ୍‌ଲାମ ସାମ୍ୟର ସଙ୍ଗୀତ ଗାନ କରିଛନ୍ତି। ଏଭଳି ମହାନ୍‌ ଦେଶର ଇତିହାସକୁ କେହି କ’ଣ ଲୁଚାଇ ଦେଇପାରେ! ଭାରତର ସୁପ୍ରାଚୀନ ଇତିହାସକୁ ଆରବ ଭୂଖଣ୍ଡରୁ ଆସିଥିବା ଧ୍ୱଂସାମତ୍କବାହିନୀ ମଧ୍ୟ ଧ୍ୱଂସ କରିପାରିନି। ସିଲାବସ୍‌ରୁ ମୋଗଲ ସାମ୍ରାଜ୍ୟକୁ ବାଦ୍‌ ଦେଲେ ‘ଲାଲକିଲା’ର ଇତିହାସକୁ ଲିଭେଇପାରିବନି। ଏପରିକି ଡାରଓ୍ବିନ ତତ୍ତ୍ୱକୁ ମଧ୍ୟ ଲୁଚାଇଦେବା ପାଇଁ ପ୍ରୟାସ ଚାଲିଛି। ଏହା କ’ଣ ସମ୍ଭବ! ବିଜ୍ଞାନକୁ ଆମେ କ’ଣ ଅବଜ୍ଞା କରିପାରିବା କି?
କଲିକତାରେ ବାମପନ୍ଥୀ ସରକାର ବ୍ରିଟିଶମାନଙ୍କ ନାମ ବଦଳାଇ ରାସ୍ତାର ନାମ ବିଶ୍ୱ ଓ ଭାରତୀୟ ବରପୁତ୍ରମାନଙ୍କ ନାମ ରଖିଥିଲେ। ସେହିଭଳି ଭାଜପା ସରକାର ବିଖ୍ୟାତ ମୋଗଲସରାଇ ରେଳଷ୍ଟେଶନ ନାମ ବଦଳାଇ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଷ୍ଟେଶନ ନାମିରେ ନାମିତ କରିଛନ୍ତି। ଏଭଳି ଚିନ୍ତାଭାବନା ଆରମ୍ଭ ହୋଇଥିଲା ୧୯୯୮ ମସିହା ଅଟଳବିହାରୀ ବାଜପେୟୀଙ୍କ ସମୟରେ। ଏବେ ନରେନ୍ଦ୍ର ମୋଦିଙ୍କ ସରକାର ସେଇ ଅପୂର୍ଣ୍ଣ କାର୍ଯ୍ୟଟିକୁ ଦ୍ରୁତଗତିରେ ଚଳାଇଛନ୍ତି। ସେଇ ପୁରୁଣା ଯୁଗ ନାହିଁ। ଇଣ୍ଟରନେଟ, ମୋବାଇଲରେ ଘରଣୀଠାରୁ ଆରମ୍ଭକରି ଯୁବଛାତ୍ର, ଭିକାରି, ଶିଳ୍ପପତିଙ୍କ ହାତମୁଠାରେ ଏ ବିଶ୍ୱବ୍ରହ୍ମାଣ୍ଡ।
ଯୁଗେ ଯୁଗେ ଏକଚ୍ଛତ୍ରବାଦୀ ଶାସକମାନେ ଇତିହାସ ବଦଳେଇବାକୁ ଚେଷ୍ଟାକରି ବିଫଳ ହୋଇଛନ୍ତି। ଫାସିଷ୍ଟ ହିଟଲର ଜର୍ମାନୀର ଅନାର୍ଯ୍ୟଙ୍କ ଅଧିକାର କାଢିନେଇଥିଲେ। ସେ ଶେଷରେ ଆମତ୍ହତ୍ୟା କଲେ। ମୋଗଲମାନେ ଭାରତକୁ ଆସି ହଜାର ହଜାର ବର୍ଷର ପ୍ରାଚୀନ ହିନ୍ଦୁ ଓ ବୌଦ୍ଧ ସଭ୍ୟତାକୁ ଧ୍ୱଂସକରିବାକୁ ଉଦ୍ୟମ କରିଥିଲେ। ସେମାନେ ଦେଶ ଦଖଲ କରିଥିଲେ ବି ଧର୍ମକୁ ଶେଷ କରି ପାରିନାହାନ୍ତି। ୨୭୦ବର୍ଷ ପୂର୍ବରୁ ସେମାନେ ପଳେଇଗଲେଣି। ସେମାନଙ୍କ ମୁକୁଟ ପଡିରହିଛି। ସେମାନେ କବରସ୍ଥାନରେ ଚିରନିଦ୍ରାରେ। ସେମାନଙ୍କ କୋଠାବାଡି ସବୁ ଦିଲ୍ଲୀ-ଆଗ୍ରାରେ ଭଗ୍ନସ୍ତୂପ ଭଳି ପଡିରହିଛି। ଇତିହାସ କିନ୍ତୁ ସବୁ ଲିପିବଦ୍ଧ କରିଛି। ନାଦିର ଶାହା, କଳାପାହାଡ ଭଳି ଲୁଣ୍ଠନକାରୀମାନେ ହିନ୍ଦୁମନ୍ଦିର ଭାଙ୍ଗି ବୌଦ୍ଧଧର୍ମର ମୁଖଶାଳା ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ପୋଡିଦେଇଥିଲେ। ବର୍ଷେ ପର୍ଯ୍ୟନ୍ତ ନାଳନ୍ଦାର ଅଗ୍ନି ଲିଭି ନ ଥିଲା। କିନ୍ତୁ ତା’ର ଇତିହାସ ପୋଡିଯାଇନି। ପୁଣି ପୂର୍ବଜନ୍ମ ଲାଭକରିଛି।
ମୋଗଲ ଶାସନର ପତନ ପରେ ବ୍ରିଟିଶବାଲା ଭାରତକୁ ବ୍ୟବସାୟ କରିବାକୁ ଆସି ଦେଶ ଦଖଲ କରିନେଲେ। ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଲୁଟପାଟ ଓ ବ୍ୟବସାୟ। ତାଙ୍କ ସଂସ୍କୃତି, ଆଇନକୁ ଭାରତ ଉପରେ ଚାପିଦେଲେ। କିଛି କିଛି ଆଖିଦୃଶିଆ କାମ ଭାରତରେ କରିଛନ୍ତି। ସେମାନେ ‘ଭେଦନୀତି’ ପ୍ରବେଶ କରାଇ ଧର୍ମ ଧର୍ମ-ଜାତି ଜାତି ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି କରାଇଥିଲେ। ବ୍ରିଟିଶ ବିରୋଧରେ ସାରା ଭାରତରେ ନେତାଜୀ ସୁଭାଷ ବୋଷଙ୍କ ଯୁଦ୍ଧ ଡାକରା, ମହାମତ୍ା ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନ, ଲୋକଙ୍କ ଅଶାନ୍ତି ଅସନ୍ତୋଷର ଝଡରେ ବ୍ରିଟିଶବାଲା ପ୍ରମାଦ ଗଣିଥିଲେ। କେତେକ ରାଜ୍ୟର ରାଜାମାନଙ୍କୁ ନିଜପକ୍ଷକୁ ନେବା, ଆଉକିଛି ଅତିଚାଲାଖିଆ ଲୋକଙ୍କୁ ଲୋଭ, କ୍ଷମତା, ମୋହ ଦେଖାଇ ତାଙ୍କ ସପକ୍ଷରେ ପ୍ରଚାର କରାଇଥିଲେ। ଯେଉଁମାନେ ବ୍ରିଟିଶ ସପକ୍ଷରେ ଥିଲେ କାଳକ୍ରମେ ସେମାନଙ୍କର ଦାୟାଦମାନେ ସ୍ବାଧୀନ ଭାରତରେ କ୍ଷମତାର ମହୁ ଚାଖୁଛନ୍ତି। ମହାମତ୍ା ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନ ଚାଲିଥିଲାବେଳେ ନେତାଜୀ ସୁଭାଷ ବୋଷ ବିଦେଶ ମାଟିରେ ଆଜାଦ ହିନ୍ଦ୍‌ ଫୌଜ ଗଢି ଯୁଦ୍ଧ ଡାକରା ଦେଇଥିଲେ। ଏଣେ ଭାରତବର୍ଷରେ ବହୁ ଦେଶପ୍ରେମୀ ବ୍ରିଟିଶ ବିରୋଧୀ ଆନ୍ଦୋଳନକୁ ସଂଘର୍ଷରେ ପରିଣତ କରାଇଦେଲେ। ନେତାଜୀଙ୍କ ଯୁଦ୍ଧ ଡାକରା, ସାଧାରଣ ଲୋକଙ୍କ ସଂଘର୍ଷ ଓ ବିରୋଧ ବ୍ରିଟିଶମାନଙ୍କୁ ଅସ୍ତବ୍ୟସ୍ତ କରିଦେଲା। ଆମ ଭାରତର ବ୍ରିଟିଶବାଲାଙ୍କ ବୋଲକରାମାନଙ୍କ କଥା କେହି ଶୁଣିବାକୁ ଚାହିଁଲେ ନାହିଁ। ଶେଷରେ ବ୍ରିଟିଶବାଲା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପରାସ୍ତ ହେଲେ। ବାଧ୍ୟହୋଇ ଭାରତକୁ ବୁଝାମଣାରେ ହସ୍ତାନ୍ତର କଲେ। ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଆମେ ସ୍ବାଧୀନତା ପାଇଲେ। ଆମ ସ୍ବାଧୀନତା ଏଇ ଅଗଷ୍ଟ ୧୫ରେ ୭୭ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ସ୍ବାଧୀନତାର ୭୫ ବର୍ଷରେ ଅମୃତ ମହୋତ୍ସବ ପାଳନ କରିଛେ। ଅମୃତ କାହା ହାତରେ, ବିଷ କାହା ପେଟରେ ତାହା ଭାରତବାସୀ ଅଙ୍ଗେଅଙ୍ଗେ ଲିଭାଉଛନ୍ତି। ଏବେ ବି ପ୍ରାୟ ୯୦ଭାଗ ମଣିଷର ପରାଧୀନ ମାନସିକତା ରହିଛି। ଅନ୍ଧବିଶ୍ୱାସ, ଧାର୍ମିକ ମନୋଭାବ ଏବେ ବି ଭାରତୀୟମାନଙ୍କୁ କାବୁକରି ରଖିଛି। ବିଶ୍ୱ ହାପି ଇଣ୍ଡେକ୍ସରେ ୧୪୬ ଦେଶ ମଧ୍ୟରୁ ଆମ ସ୍ଥାନ ୧୩୬। ଆମେ ଦୁଃଖୀ ଭାରତୀୟ। ଯେଉଁ ଦେଶରେ ଧର୍ମାନ୍ଧମାନଙ୍କର ମେଳି ବେଶି ସେ ଦେଶ ଦୁଃଖୀ। ଏସବୁ ଇତିହାସରେ ଲିପିବଦ୍ଧ ହୋଇରହିଛି।
ଏବେ ଭାଜପା ନେତାମାନେ ସେଇ ୪୦୦ ବର୍ଷର ଇତିହାସ ପଢିଛନ୍ତି କି ? ଯେଉଁଭଳି ଭାବେ ସେମାନେ ଇତିହାସକୁ ବଦଳେଇବାକୁ ଚାହୁଁଛନ୍ତି ତାକୁ କ’ଣ ଲୋକେ ଗ୍ରହଣ କରିବେ ? ପ୍ରକୃତରେ ଉଦ୍ଦେଶ୍ୟ ହେଉଛି ଭୋଟର ସଂଗ୍ରହ କରିବା। ସଂସଦ ଭବନ ଉଦ୍‌ଘାଟନ ବେଳେ ଯାହାସବୁ ଘଟିଗଲା ସେଥିରେ ମୋଦିଜୀ ଦେଖାଇଲେ ଭାରତ ଅର୍ଥ ହିନ୍ଦୁତ୍ୱ। ସେ କିନ୍ତୁ ସଂସଦ ଉଦ୍‌ଘାଟନ ବେଳେ କୌଣସି ଜ୍ଞାନୀଗୁଣୀଙ୍କୁ ପାଇଲେନାହିଁ। ଏ ୧୪୨କୋଟି ୮୬ଲକ୍ଷ ଜନସଂଖ୍ୟା ମଧ୍ୟରୁ ଭାରତରେ କେହି କ’ଣ ମହାମନୀଷୀ ନ ଥିଲେ, ଯେଉଁମାନେ ‘ରାଜଦଣ୍ଡ’ ଧରି ପ୍ରଧାନମନ୍ତ୍ରୀଙ୍କ ବାଁ ଡାଁ ପାଖରେ ଚାଲିଥାନ୍ତେ ! ନୂଆ ସଂସଦକୁ କୃଷ୍ଣମେଳାର ରୂପଦେବାର ଲକ୍ଷ୍ୟ – ଧାର୍ମିକ ମେରୁକରଣ। ଆଉ କିଛିଦିନ ପରେ ‘ରାମ ମନ୍ଦିର’ ଉଦ୍‌ଘାଟନୀ ଉଦ୍‌ବୋଧନ। ସେଇ ହିନ୍ଦୁତ୍ୱକୁ ପାଥେୟକରି ଭୋଟରେ ଜିତିବା ପାଇଁ ଇତିହାସକୁ ବିକୃତ କରାଯାଉଛି। ଶାସକମାନେ ଯେତେବେଳେ କ୍ଷମତା ପାଗଳ ହୁଅନ୍ତି ସେତେବେଳେ ସେମାନେ ବେପରୁଆ, ଅହଙ୍କାରୀ, ଗର୍ବୀ, ଆମତ୍ସ୍ବାର୍ଥୀ ହୋଇଯାଆନ୍ତି। ସାବରକରଙ୍କ ଜନ୍ମଦିନରେ ନୂତନ ସଂସଦ ଉଦ୍‌ଘାଟନ ହେଲେ ବି ସେ କେବେ ବି ମୋହନଦାସ କରମଚାନ୍ଦ ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଭଗତ ସିଂ, ଖୁଦିରାମ, ବାଜି ରାଉତ ହୋଇପାରିବେ ନାହିଁ। ‘ଜୟ ଶ୍ରୀରାମ’ରେ ଉଦ୍‌ବୁଦ୍ଧ ହୋଇ ଭାଜପାକୁ ଯେତେଲୋକ ଭୋଟଦେବେ ତା’ର ଦୁଇଗୁଣ ଲୋକ ଗାନ୍ଧିଜୀଙ୍କୁ ନତମସ୍ତକ ହୁଅନ୍ତି। ନାଥୁରାମ୍‌ ଗଡ୍‌ସେଙ୍କ ଗୁଳିବିଦ୍ଧରେ ମହାମତ୍ା ଗାନ୍ଧୀଙ୍କ ମୃତ୍ୟୁ ହୋଇଥିଲା। ଯିଏ ମୃତ୍ୟୁର ଶେଷନିଃଶ୍ୱାସରେ କହିଥିଲେ ‘ହେ ରାମ’। ଆମେ ସେଇ ହତଭାଗ୍ୟ ଭାରତୀୟ। ଆମ ପିତାଜୀଙ୍କୁ ମଧ୍ୟ ଗୁଳିକରି ମାରିଦେଇପାରୁ। ଇତିହାସ କ’ଣ ଆମକୁ କ୍ଷମା ଦେବ ? ଆଜି ଯେଉଁମାନେ ଶାସକ ଆସନରେ ସେମାନେ ଚିରକାଳ କ୍ଷମତାରେ ରହିବେନି। ଶାସନ ବଦଳିବ। ତାଙ୍କ କାର୍ଯ୍ୟକଳାପ ଲୁଚିଯିବନି। ଇତିହାସ ବଡ ନିଷ୍ଠୁର ସେ କାହାକୁ କ୍ଷମା ଦିଏନି।
ଯାଜପୁର ରୋଡ୍‌, ଯାଜପୁର
ମୋ :୯୮୬୧୦୩୪୧୬୩


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri