ସିଂହ ଲାଙ୍ଗୁଡ଼, ଶୃଗାଳ ମୁଣ୍ଡ

ରାକେଶ ପଣ୍ଡା

ଜୀବନର ଧଁା ଦୌଡ଼ ମଧ୍ୟରେ ପ୍ରତିଟି ବ୍ୟକ୍ତିର ଗୋଟିଏ ସାଧାରଣ ଲକ୍ଷ୍ୟ ରହିଥାଏ। ତାହା ହେଉଛି ଅର୍ଥ ରୋଜଗାର। ଅର୍ଥ ରୋଜଗାରର ସାଧାରଣତଃ ଦୁଇଟି ମାର୍ଗ ଅଛି। ଗୋଟିଏ ହେଉଛି ‘ଆତ୍ମନିର୍ଭରଶୀଳତା’ ଏବଂ ଅନ୍ୟଟି ‘ନିଯୁକ୍ତି ବା ଚାକିରି। ତେବେ ପ୍ରଥମ ମାର୍ଗଟିରେ ଜଣେ ବ୍ୟକ୍ତି ନିଜସ୍ବ କିଛି ଅର୍ଥ ବିନିଯୋଗ କରି ବ୍ୟବସାୟ ଜରିଆରେ ରୋଜଗାର କରିଥାନ୍ତି ଏବଂ ଆତ୍ମନିର୍ଭରଶୀଳ ହୋଇଥାନ୍ତି। ଏଥିସହ,କିଛି ଯୋଗ୍ୟ ଓ ଦକ୍ଷ ବ୍ୟକ୍ତିମାନଙ୍କ ନିମନ୍ତେ ନୂତନ ନିଯୁକ୍ତି ସୃଷ୍ଟି କରିଥାନ୍ତି ଏବଂ ଅନ୍ୟମାନଙ୍କ ପାଇଁ ପଥ ପ୍ରଦର୍ଶକ ସାଜିଥାନ୍ତି। ଏମାନଙ୍କ ସଂଖ୍ୟା ସମାଜରେ କମ୍‌। ଅନ୍ୟପକ୍ଷରେ ଦ୍ୱିତୀୟ ମାର୍ଗକୁ ଆପଣେଇଥିବା ବ୍ୟକ୍ତିବିଶେଷ ନିଯୁକ୍ତି ଓ ରୋଜଗାରର ଏକ ସୁରକ୍ଷିତ ବଳୟ ମଧ୍ୟରେ ନିଜକୁ ଅବସ୍ଥାପିତ କରିବା ଉଦ୍ଦେଶ୍ୟରେ ଚାକିରି ପଛରେ ଧାଇଁଥାନ୍ତି! ସେଥି ନିମନ୍ତେ, ନିଜକୁ ଅନ୍ୟର ଛାୟା ତଳେ ଓ ନିୟନ୍ତ୍ରଣରେ ତାଙ୍କର ଆଜ୍ଞାଧୀନ ହୋଇ ରହିବାକୁ ମଧ୍ୟ ପସନ୍ଦ କରନ୍ତି । ଆଜିର ତାରିଖରେ ସେପରି ମାନସିକତା ଧାରଣ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଖୁବ୍‌ ଅଧିକ।
ଅଧିକାଂଶ ପିତାମାତା, ନିଜ ସନ୍ତାନସନ୍ତତିଙ୍କର ଜୀବନର ଲକ୍ଷ୍ୟଭାବରେ‘ଚାକିରି’ର ମାର୍ଗକୁ ସେମାନଙ୍କ ଜନ୍ମସମୟରୁ ହିଁ ନିର୍ଦ୍ଧାରଣ କରିଥାନ୍ତି! ସେମାନେ ଆଗାମୀ ଦିନରେ ନିଜର ପିଲାକୁ ଡାକ୍ତର, ଇଞ୍ଜିନିୟର, ପ୍ରଶାସନିକ ଅଧିକାରୀ, କୌଣସି ଏକ ସରକାରୀ ଚାକିରିଆ ତଥା କମ୍ପାନୀମାନଙ୍କରେ ବଡ଼ଅଧିକାରୀ ଭାବରେ ଦେଖିବାକୁ ଚାହାନ୍ତି। ଯେଉଁ ଲକ୍ଷ୍ୟକୁ ପୂରଣ କରିବାକୁ ସେମାନେ ପିଲାର ପ୍ରାଥମିକ ଶିକ୍ଷା ତଥା ବିଦ୍ୟାଳୟ ସମୟରୁ ହିଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚକରିଥାନ୍ତି। କିନ୍ତୁ,କେବେହେଲେ ପିଲାଟିର ମନରକଥା, ଇଚ୍ଛା ଓ ଅଭିଲାଷ ତଥା ଭବିଷ୍ୟତର କାର୍ଯ୍ୟପନ୍ଥା ଗଢିବା ନିମନ୍ତେ ତା’ର କେଉଁକ୍ଷେତ୍ରରେ ଆଗ୍ରହ ଓ ଦକ୍ଷତା ଅଛି ତାହା ଜାଣିବାକୁ ଚେଷ୍ଟାକରନ୍ତି ନାହିଁ କି ସନ୍ତାନକୁ ଆତ୍ମନିର୍ଭରଶୀଳ ହେବା ନିମନ୍ତେ ପ୍ରେରିତ କରନ୍ତି ନାହିଁ। ଫଳରେ ଜୀବନର ପ୍ରାରମ୍ଭରୁ ହିଁ ଗୋଟିଏ ପିଲାର ମନସ୍ତତ୍ତ୍ୱ ଅନ୍ୟର ଅଧୀନରେ ରହି କାର୍ଯ୍ୟସମ୍ପାଦନ କରିବା ପରି ହୋଇଯାଇଥାଏ। ପରବର୍ତ୍ତୀ ସମୟରେ ଯେଉଁ ଚିନ୍ତାଧାରାକୁ ପରିବର୍ତ୍ତନ କରିବା କଷ୍ଟକର ହୋଇପଡ଼େ। ଆଜି ପରିସ୍ଥିତି ଏପରି ଉପୁଜିଛି, ନିଯୁକ୍ତି ଦେବା ମଣିଷଙ୍କ ସଂଖ୍ୟା ତୁଳନାରେ ନିଯୁକ୍ତି ପାଇବାର ଆଶାୟୀଙ୍କ ଭିଡ଼ ଅନେକ ଗୁଣ ଅଧିକ।
ସମାଜରେ ନିଯୁକ୍ତି ଦେବା ଓ ନିଯୁକ୍ତି ପାଇବା ମଧ୍ୟରେ ଅନେକ ଅସମାନତା ପରିଲକ୍ଷିତ ହେଉଛି। ଆତ୍ମନିର୍ଭରଶୀଳ ହେବା ନିମନ୍ତେ ସରକାରଙ୍କ ଦ୍ୱାରା ଅନେକ ପ୍ରୋତ୍ସାହନ ଏବଂ ସୁବିଧା ଓ ସୁଯୋଗ ଦିଆଯିବାର ବ୍ୟବସ୍ଥା ଥିଲେ ମଧ୍ୟ କୌଣସିନା କୌଣସି କ୍ଷେତ୍ରରେ ତାହା ଆଶାନୁରୂପ ସଫଳ ହୋଇପାରୁ ନାହିଁ। ଫଳସରୂପ ଆଗାମୀ ସମୟରେ ଭାରତକୁ ବେକାରି ସ୍ତରରେ ଏକ ବଡ ବିସ୍ଫୋରଣ ଆଡକୁ ବାଟ କଢେଇ ନେଉଛି।
ଅତୀତରେ ଅଧିକାଂଶ ବ୍ୟକ୍ତି ଓ ପରିବାର କୌଳିକ ବୃତ୍ତିକୁ ଆପଣେଇ ପରିବାର ପ୍ରତିପୋଷଣ କରୁଥିଲେ। କିନ୍ତୁ ସେସବୁ ଅସ୍ତିତ୍ୱ ହରାଇ ବସିଲାଣି। ପାରିବାରିକ ତଥା କୌଳିକ ବ୍ୟବସାୟ ଓ ବୃତ୍ତିକୁ ଆପଣେଇବା ତଥା ରୋଜଗାରର ଏକ ପନ୍ଥା ଭାବରେ ଗ୍ରହଣ କରିବା ନିମନ୍ତେ ଉଭୟ ଉଚ୍ଚଶିକ୍ଷିତ ଓ ଅର୍ଦ୍ଧ ଶିକ୍ଷିତଙ୍କର ଆଗ୍ରହ ନାହିଁ । ଏହି ପରିପ୍ରେକ୍ଷୀରେ,ସରକାରୀ ସ୍ତରରେ ଉପଲବ୍ଧ ଥିବା ବିଭିନ୍ନ ଯୋଜନା ଓ ପ୍ରୋତ୍ସାହନକୁ ତ୍ୱରାନ୍ବିତ କରିବା ପୂର୍ବକ ତୃଣମୂଳ ସ୍ତରରେ ଏକ ସ୍ବତନ୍ତ୍ର ଅଭିଯାନ ଜରିଆରେ ଆତ୍ମନିର୍ଭରଶୀଳ ହେବା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ସୃଷ୍ଟି କରିବା ବିଧେୟ। ଏଥିସହ, କ୍ଷୁଦ୍ର ବ୍ୟବସାୟ କରି ଲାଭ ଓ ସଫଳତା ପାଇବା ନିମନ୍ତେ ଯୁବପିଢ଼ିଙ୍କ ମନରେ ଦୃଢ଼ବିଶ୍ୱାସ ଜାଗ୍ରତ କରିବା ଉଚିତ। ଅନ୍ୟପକ୍ଷରେ, ପ୍ରତିଟି ମଣିଷ ବିଶେଷ କରି ଆଜିର ଯୁବ ପିଢି ଚାକିରି ପଛରେ ନ ଦୌଡି ଆତ୍ମନିର୍ଭରଶୀଳ ହେବା ଉଦ୍ଦେଶ୍ୟରେ ନିଜେ କିଛି କରିବାର ମାନସିକତାକୁ ଉଜାଗର କରିବାକୁ ହେବ। ସ୍ବଳ୍ପ ଅର୍ଥ ବିନିଯୋଗ କରି ଛୋଟ ବ୍ୟବସାୟରୁ ରୋଜଗାର ଜୀବନ ଯାତ୍ରା ଆରମ୍ଭ କରିହେବ। ତେବେ ବଡ଼ ଓ ଶକ୍ତିଶାଳୀ ଜୀବ ସିଂହର ଲାଙ୍ଗୁଡ ହୋଇ ନିଜକୁ ଅନ୍ୟର ଆଦେଶ ଓ ଅଧୀନରେ ରଖି କାର୍ଯ୍ୟ କରିବା ମାନସିକତା ମଧ୍ୟରୁ ନିଜକୁ ମୁକ୍ତ କରି ଛୋଟ ଜୀବ ଶୃଗାଳର ମୁଣ୍ଡ ହୋଇ ଶରୀରରେ ଥିବା ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗକୁ ନିଜର ନିୟନ୍ତ୍ରଣକୁ ଆଣି ଆତ୍ମନିର୍ଭରଶୀଳ ହୋଇ ବଞ୍ଚତ୍ବାର ଅନୁଭବ ଭିନ୍ନ।
ବନ୍ଦାଳୋ, ଟାଙ୍ଗୀ, କଟକ
ମୋ: ୯୩୩୭୮୯୭୬୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ଝାଡୁ ଓ କଲମ

ତାକୁ ଗୋଟେ କୋଣକୁ କିଆଁ ଫୋପାଡ଼ିଦେଲ? ସିଏ ତୁମ ଘରଦ୍ୱାର ସଫା କରିଦେଲା। ତୁମ ଘର ସଫା ରହିଲାରୁ ଲକ୍ଷ୍ମୀ ବିଜେ କଲେ। ଧନଧାନ୍ୟରେ ଘର ପୂରିଉଠିଲା।…

ଦୁଇ ବର୍ଷର ଅବିସ୍ମରଣୀୟ ବିକାଶ ଯାତ୍ରା

ଆଜି ଦିନଟି ଆଧୁନିକ ଓଡ଼ିଶାର ରାଜନୈତିକ ଚିତ୍ରପଟରେ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ବୋଧହୁଏ, ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟର ସଫଳତା ପାଳନ କରିବା…

ସ୍ମାର୍ଟ କୂଟନୀତି

ସମ୍ପ୍ରତି ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ହେଉଛି ଏକ ନିରାଶାର ଅଭିବ୍ୟକ୍ତି। ଏଥିରୁ ଏକ ସ୍ପଷ୍ଟ ସତର୍କ ବାର୍ତ୍ତା ମିଳେ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri