ସିଂହ ଲାଙ୍ଗୁଡ଼, ଶୃଗାଳ ମୁଣ୍ଡ

ରାକେଶ ପଣ୍ଡା

ଜୀବନର ଧଁା ଦୌଡ଼ ମଧ୍ୟରେ ପ୍ରତିଟି ବ୍ୟକ୍ତିର ଗୋଟିଏ ସାଧାରଣ ଲକ୍ଷ୍ୟ ରହିଥାଏ। ତାହା ହେଉଛି ଅର୍ଥ ରୋଜଗାର। ଅର୍ଥ ରୋଜଗାରର ସାଧାରଣତଃ ଦୁଇଟି ମାର୍ଗ ଅଛି। ଗୋଟିଏ ହେଉଛି ‘ଆତ୍ମନିର୍ଭରଶୀଳତା’ ଏବଂ ଅନ୍ୟଟି ‘ନିଯୁକ୍ତି ବା ଚାକିରି। ତେବେ ପ୍ରଥମ ମାର୍ଗଟିରେ ଜଣେ ବ୍ୟକ୍ତି ନିଜସ୍ବ କିଛି ଅର୍ଥ ବିନିଯୋଗ କରି ବ୍ୟବସାୟ ଜରିଆରେ ରୋଜଗାର କରିଥାନ୍ତି ଏବଂ ଆତ୍ମନିର୍ଭରଶୀଳ ହୋଇଥାନ୍ତି। ଏଥିସହ,କିଛି ଯୋଗ୍ୟ ଓ ଦକ୍ଷ ବ୍ୟକ୍ତିମାନଙ୍କ ନିମନ୍ତେ ନୂତନ ନିଯୁକ୍ତି ସୃଷ୍ଟି କରିଥାନ୍ତି ଏବଂ ଅନ୍ୟମାନଙ୍କ ପାଇଁ ପଥ ପ୍ରଦର୍ଶକ ସାଜିଥାନ୍ତି। ଏମାନଙ୍କ ସଂଖ୍ୟା ସମାଜରେ କମ୍‌। ଅନ୍ୟପକ୍ଷରେ ଦ୍ୱିତୀୟ ମାର୍ଗକୁ ଆପଣେଇଥିବା ବ୍ୟକ୍ତିବିଶେଷ ନିଯୁକ୍ତି ଓ ରୋଜଗାରର ଏକ ସୁରକ୍ଷିତ ବଳୟ ମଧ୍ୟରେ ନିଜକୁ ଅବସ୍ଥାପିତ କରିବା ଉଦ୍ଦେଶ୍ୟରେ ଚାକିରି ପଛରେ ଧାଇଁଥାନ୍ତି! ସେଥି ନିମନ୍ତେ, ନିଜକୁ ଅନ୍ୟର ଛାୟା ତଳେ ଓ ନିୟନ୍ତ୍ରଣରେ ତାଙ୍କର ଆଜ୍ଞାଧୀନ ହୋଇ ରହିବାକୁ ମଧ୍ୟ ପସନ୍ଦ କରନ୍ତି । ଆଜିର ତାରିଖରେ ସେପରି ମାନସିକତା ଧାରଣ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଖୁବ୍‌ ଅଧିକ।
ଅଧିକାଂଶ ପିତାମାତା, ନିଜ ସନ୍ତାନସନ୍ତତିଙ୍କର ଜୀବନର ଲକ୍ଷ୍ୟଭାବରେ‘ଚାକିରି’ର ମାର୍ଗକୁ ସେମାନଙ୍କ ଜନ୍ମସମୟରୁ ହିଁ ନିର୍ଦ୍ଧାରଣ କରିଥାନ୍ତି! ସେମାନେ ଆଗାମୀ ଦିନରେ ନିଜର ପିଲାକୁ ଡାକ୍ତର, ଇଞ୍ଜିନିୟର, ପ୍ରଶାସନିକ ଅଧିକାରୀ, କୌଣସି ଏକ ସରକାରୀ ଚାକିରିଆ ତଥା କମ୍ପାନୀମାନଙ୍କରେ ବଡ଼ଅଧିକାରୀ ଭାବରେ ଦେଖିବାକୁ ଚାହାନ୍ତି। ଯେଉଁ ଲକ୍ଷ୍ୟକୁ ପୂରଣ କରିବାକୁ ସେମାନେ ପିଲାର ପ୍ରାଥମିକ ଶିକ୍ଷା ତଥା ବିଦ୍ୟାଳୟ ସମୟରୁ ହିଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚକରିଥାନ୍ତି। କିନ୍ତୁ,କେବେହେଲେ ପିଲାଟିର ମନରକଥା, ଇଚ୍ଛା ଓ ଅଭିଲାଷ ତଥା ଭବିଷ୍ୟତର କାର୍ଯ୍ୟପନ୍ଥା ଗଢିବା ନିମନ୍ତେ ତା’ର କେଉଁକ୍ଷେତ୍ରରେ ଆଗ୍ରହ ଓ ଦକ୍ଷତା ଅଛି ତାହା ଜାଣିବାକୁ ଚେଷ୍ଟାକରନ୍ତି ନାହିଁ କି ସନ୍ତାନକୁ ଆତ୍ମନିର୍ଭରଶୀଳ ହେବା ନିମନ୍ତେ ପ୍ରେରିତ କରନ୍ତି ନାହିଁ। ଫଳରେ ଜୀବନର ପ୍ରାରମ୍ଭରୁ ହିଁ ଗୋଟିଏ ପିଲାର ମନସ୍ତତ୍ତ୍ୱ ଅନ୍ୟର ଅଧୀନରେ ରହି କାର୍ଯ୍ୟସମ୍ପାଦନ କରିବା ପରି ହୋଇଯାଇଥାଏ। ପରବର୍ତ୍ତୀ ସମୟରେ ଯେଉଁ ଚିନ୍ତାଧାରାକୁ ପରିବର୍ତ୍ତନ କରିବା କଷ୍ଟକର ହୋଇପଡ଼େ। ଆଜି ପରିସ୍ଥିତି ଏପରି ଉପୁଜିଛି, ନିଯୁକ୍ତି ଦେବା ମଣିଷଙ୍କ ସଂଖ୍ୟା ତୁଳନାରେ ନିଯୁକ୍ତି ପାଇବାର ଆଶାୟୀଙ୍କ ଭିଡ଼ ଅନେକ ଗୁଣ ଅଧିକ।
ସମାଜରେ ନିଯୁକ୍ତି ଦେବା ଓ ନିଯୁକ୍ତି ପାଇବା ମଧ୍ୟରେ ଅନେକ ଅସମାନତା ପରିଲକ୍ଷିତ ହେଉଛି। ଆତ୍ମନିର୍ଭରଶୀଳ ହେବା ନିମନ୍ତେ ସରକାରଙ୍କ ଦ୍ୱାରା ଅନେକ ପ୍ରୋତ୍ସାହନ ଏବଂ ସୁବିଧା ଓ ସୁଯୋଗ ଦିଆଯିବାର ବ୍ୟବସ୍ଥା ଥିଲେ ମଧ୍ୟ କୌଣସିନା କୌଣସି କ୍ଷେତ୍ରରେ ତାହା ଆଶାନୁରୂପ ସଫଳ ହୋଇପାରୁ ନାହିଁ। ଫଳସରୂପ ଆଗାମୀ ସମୟରେ ଭାରତକୁ ବେକାରି ସ୍ତରରେ ଏକ ବଡ ବିସ୍ଫୋରଣ ଆଡକୁ ବାଟ କଢେଇ ନେଉଛି।
ଅତୀତରେ ଅଧିକାଂଶ ବ୍ୟକ୍ତି ଓ ପରିବାର କୌଳିକ ବୃତ୍ତିକୁ ଆପଣେଇ ପରିବାର ପ୍ରତିପୋଷଣ କରୁଥିଲେ। କିନ୍ତୁ ସେସବୁ ଅସ୍ତିତ୍ୱ ହରାଇ ବସିଲାଣି। ପାରିବାରିକ ତଥା କୌଳିକ ବ୍ୟବସାୟ ଓ ବୃତ୍ତିକୁ ଆପଣେଇବା ତଥା ରୋଜଗାରର ଏକ ପନ୍ଥା ଭାବରେ ଗ୍ରହଣ କରିବା ନିମନ୍ତେ ଉଭୟ ଉଚ୍ଚଶିକ୍ଷିତ ଓ ଅର୍ଦ୍ଧ ଶିକ୍ଷିତଙ୍କର ଆଗ୍ରହ ନାହିଁ । ଏହି ପରିପ୍ରେକ୍ଷୀରେ,ସରକାରୀ ସ୍ତରରେ ଉପଲବ୍ଧ ଥିବା ବିଭିନ୍ନ ଯୋଜନା ଓ ପ୍ରୋତ୍ସାହନକୁ ତ୍ୱରାନ୍ବିତ କରିବା ପୂର୍ବକ ତୃଣମୂଳ ସ୍ତରରେ ଏକ ସ୍ବତନ୍ତ୍ର ଅଭିଯାନ ଜରିଆରେ ଆତ୍ମନିର୍ଭରଶୀଳ ହେବା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ସୃଷ୍ଟି କରିବା ବିଧେୟ। ଏଥିସହ, କ୍ଷୁଦ୍ର ବ୍ୟବସାୟ କରି ଲାଭ ଓ ସଫଳତା ପାଇବା ନିମନ୍ତେ ଯୁବପିଢ଼ିଙ୍କ ମନରେ ଦୃଢ଼ବିଶ୍ୱାସ ଜାଗ୍ରତ କରିବା ଉଚିତ। ଅନ୍ୟପକ୍ଷରେ, ପ୍ରତିଟି ମଣିଷ ବିଶେଷ କରି ଆଜିର ଯୁବ ପିଢି ଚାକିରି ପଛରେ ନ ଦୌଡି ଆତ୍ମନିର୍ଭରଶୀଳ ହେବା ଉଦ୍ଦେଶ୍ୟରେ ନିଜେ କିଛି କରିବାର ମାନସିକତାକୁ ଉଜାଗର କରିବାକୁ ହେବ। ସ୍ବଳ୍ପ ଅର୍ଥ ବିନିଯୋଗ କରି ଛୋଟ ବ୍ୟବସାୟରୁ ରୋଜଗାର ଜୀବନ ଯାତ୍ରା ଆରମ୍ଭ କରିହେବ। ତେବେ ବଡ଼ ଓ ଶକ୍ତିଶାଳୀ ଜୀବ ସିଂହର ଲାଙ୍ଗୁଡ ହୋଇ ନିଜକୁ ଅନ୍ୟର ଆଦେଶ ଓ ଅଧୀନରେ ରଖି କାର୍ଯ୍ୟ କରିବା ମାନସିକତା ମଧ୍ୟରୁ ନିଜକୁ ମୁକ୍ତ କରି ଛୋଟ ଜୀବ ଶୃଗାଳର ମୁଣ୍ଡ ହୋଇ ଶରୀରରେ ଥିବା ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗକୁ ନିଜର ନିୟନ୍ତ୍ରଣକୁ ଆଣି ଆତ୍ମନିର୍ଭରଶୀଳ ହୋଇ ବଞ୍ଚତ୍ବାର ଅନୁଭବ ଭିନ୍ନ।
ବନ୍ଦାଳୋ, ଟାଙ୍ଗୀ, କଟକ
ମୋ: ୯୩୩୭୮୯୭୬୫୦


Enter your email to get our daily news in your inbox.

All Right Reserved By Dharitri.Com

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri