ଖାଦ୍ୟ ସଙ୍କଟରୁ ଅନୁଚିତ ଲାଭ

ଜେନିଫର୍‌ କ୍ଲାପ୍‌, ଫିଲ ହୋୱାର୍ଡ

ଗତ କିଛି ବର୍ଷ ହେବ କୋଭିଡ୍‌-୧୯ ଏବଂ ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ଖାଦ୍ୟଶସ୍ୟ ସାମଗ୍ରୀର ମୂଲ୍ୟ ଅତ୍ୟଧିକ ବୃଦ୍ଧି ପାଇଛି।
ଏହା ବୈଶ୍ୱିକ ଖାଦ୍ୟ ସୁରକ୍ଷାକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇଛି। ବର୍ତ୍ତମାନ, ବିଶ୍ୱର ଖାଦ୍ୟ ମୂଲ୍ୟ ୧ ବର୍ଷ ପୂର୍ବେ ଥିବା ସର୍ବୋଚ୍ଚ ସ୍ତରରୁ ହ୍ରାସ ପାଇଥିଲେ ବି ଏହାକୁ ନେଇ କେହି ଖୁସି ହେବା ଉଚିତ ନୁହେଁ। କାରଣ ବିଶ୍ୱର ଖାଦ୍ୟ ସଙ୍କଟ ଏବେ ସୁଦ୍ଧା ଶେଷ ହୋଇନାହିଁ। ଅତିରିକ୍ତ ମୂଲ୍ୟର ଅସ୍ଥିରତାର ଅଧିକ ଆଶଙ୍କା ରହିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବ୍ଲାକ୍‌ ସି ଗ୍ରେନ୍‌ ଇନିସିଏଟିଭକୁ ରଦ୍ଦ କରିବା ଏବଂ ୟୁକ୍ରେନ୍‌ର ରପ୍ତାନି ଭିତ୍ତିଭୂମିକୁ କ୍ଷତି ପହଞ୍ଚାଇବା ଦ୍ୱାରା ଖାଦ୍ୟଶସ୍ୟ ମୂଲ୍ୟ ପୁନର୍ବାର ଊର୍ଦ୍ଧ୍ୱଗାମୀ ହେବାରେ ଲାଗିଛି। କିନ୍ତୁ ଠିକ୍‌ ଭାବେ କାମ କରୁ ନ ଥିବା ବା ଖରାପ ଖାଦ୍ୟ ବଜାରଗୁଡ଼ିକ ହେଉଛନ୍ତି ବିଶ୍ୱ ପାଇଁ ଦୀର୍ଘମିଆଦୀ ସଙ୍କଟ। ମହାମାରୀ ପୂର୍ବାପେକ୍ଷା ଗହମ ମୂଲ୍ୟ ୨ଗୁଣରୁ ଅଧିକ ମହଙ୍ଗା ହୋଇଛି। ତଥାପି ଏଯାବତ ଅଧିକାଂଶ ବିକାଶଶୀଳ ଦେଶରେ ଖାଦ୍ୟ-ମୂଲ୍ୟ ମୁଦ୍ରାସ୍ଫୀତି ୫%ରୁ ଅଧିକ ଅଛି। ଏହା ର୍ବାଣ୍ଡା ଓ ଇଜିପ୍ଟରେ ୩୦%ରୁ ଅଧିକ। ଏଣୁ ବିଶ୍ୱ ସ୍ତରରେ ଆଉ ଥରେ ଖାଦ୍ୟ ମୂଲ୍ୟ ବୃଦ୍ଧି ପାଇବା ସମ୍ଭାବନା ରହିଛି। ବାସ୍ତବ ସମସ୍ୟା ହେଉଛି, ପ୍ରମୁଖ କୃଷି ବ୍ୟବସାୟ ସଂସ୍ଥାଗୁଡ଼ିକର ବଜାର ଶକ୍ତି ବୃଦ୍ଧି ହିଁ ବିପଦକୁ ବଢ଼ାଉଛି। ଫଳରେ ଖାଦ୍ୟ ମୂଲ୍ୟରେ ଅତ୍ୟଧିକ ପରିବର୍ତ୍ତନ ହେବା ଅନୁମାନ କରାଯାଉଛି।
ଉର୍ବରକ ବା ସାର କ୍ଷେତ୍ରକୁ ବିଚାରକୁ ନିଆଯାଉ। ୨୦୨୦-୨୧ରେ ସାର ମୂଲ୍ୟ ୩ଗୁଣ ହେବା ଦ୍ୱାରା ଖାଦ୍ୟ ମୂଲ୍ୟ ବଢ଼ିଗଲା। ଯବକ୍ଷାରଜାନ ସାରର ଅଧିକ ମୂଲ୍ୟ ବୃଦ୍ଧି ବି ଏଥିପାଇଁ କିଛି ମାତ୍ରାରେ ଦାୟୀ। ଗ୍ରେଡେଡ୍‌ ରାଣ୍ଡମ ଆଡପ୍‌ଟିଭ ଇଣ୍ଟରଆକ୍ଟିଭ ନନ୍‌-ଲିନିୟର (ଜିଆର୍‌ଏଆଇଏନ୍‌) ଓ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଏଗ୍ରିକଲଚର ଆଣ୍ଡ ଟ୍ରେଡ୍‌ ପଲିସି(ଆଇଏଟିପି)ର ସଦ୍ୟତମ ତଥ୍ୟରୁ ଜଣାପଡ଼ିଛି ଯେ, ଅଗ୍ରଣୀ ଫାର୍ମଗୁଡ଼ିକ ବର୍ଦ୍ଧିିତ ଉପତ୍ାଦନ ମୂଲ୍ୟକୁ ଭରଣାକରିବା ପାଇଁ ଯାହା ଆବଶ୍ୟକ ଥିଲା ତା’ ପରେ ବି ସାର ମୂଲ୍ୟ ବଢ଼ାଇଥିଲେ। ସେମାନଙ୍କ ପରିଚାଳନାଗତ ଲାଭକୁ ୩୬% ପର୍ଯ୍ୟନ୍ତ ବଢ଼ାଇଦେଲେ, ଏପରିକି କମ୍‌ ଉପତ୍ାଦ ବିକ୍ରିକରି ଏହା କରିପାରିଲେ। ସେମାନେ ଶେଷରେ ଲାଭ କରିଥିବା ଅନୁପାତ ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭ ହେବା ପୂର୍ବାପେକ୍ଷା ୩ଗୁଣ ଅଧିକ। ଏସ୍‌ ଆଣ୍ଡ୍‌ ପି କମ୍ପାନୀଗୁଡ଼ିକ ଦ୍ୱାରା ଦର୍ଶାଯାଇଥିବା ହାରାହାରି ୧୩% ଲାଭଠାରୁ ଏହା ଯଥେଷ୍ଟ ଅଧିକ ଥିଲା। ସେହିପରି ବିଶ୍ୱର ଖାଦ୍ୟଶସ୍ୟ ବ୍ୟବସାୟୀମାନେ ବି ସୀମିତ ଯୋଗାଣରୁ ରେକର୍ଡ ସ୍ତରର ଲାଭ କରିପାରିଛନ୍ତି। ବହୁଦେଶୀୟ ଖାଦ୍ୟଶସ୍ୟ କମ୍ପାନୀ ଆର୍ଚର ଡାନିଏଲ୍ସ ମିଡ୍‌ଲ୍ୟାଣ୍ଡ(ଏଡିଏମ୍‌) ୨୦୨୨ର ମଧ୍ୟଭାଗରେ ସବୁଠୁ ଅଧିକ ତ୍ରୈମାସିକ ଲାଭ କରି ରେକର୍ଡ କରିଥିଲା। ଏହାର ପ୍ରତିଦ୍ୱନ୍ଦ୍ୱୀ କାର୍‌ଗିଲ ମଧ୍ୟ ଅତ୍ୟଧିକ ଲାଭ କରିଥିଲା, ଯାହାର ମୋଟ ରେଭିନ୍ୟୁ ୨୩% ବୃଦ୍ଧି ପାଇଥିଲା।
କେବଳ ଖାଦ୍ୟ ଓ ସାର କ୍ଷେତ୍ରରେ କର୍ପୋରେଟ ଏକାଗ୍ରତା ବଢ଼ିବା ଯୋଗୁ ଖାଦ୍ୟ ସଙ୍କଟ ଭଳି ସ୍ଥିତିରେ ଏଭଳି ଅତ୍ୟଧିକ ଲାଭ ସମ୍ଭବ ହୋଇଛି। ୪ଟି ଏବିସିଡି(ଆକ୍ସିଲରେଟେଡ୍‌ ବିଜ୍‌ନେସ୍‌ କଲେକ୍‌ସନ ଆଣ୍ଡ୍‌ ଡେଲିଭରି) କମ୍ପାନୀଗୁଡ଼ିକ ମଧ୍ୟରୁ ଏଡିଏମ୍‌ ଓ କାର୍‌ଗିଲ ସମେତ ବୁଙ୍ଗେ ଓ ଡ୍ରିଫସ୍‌ ବିଶ୍ୱର ଆନୁମାନିକ ୭୦-୯୦% ଖାଦ୍ୟଶସ୍ୟ ବଜାରକୁ ନିୟନ୍ତ୍ରଣ କରୁଛନ୍ତି। ଆମେରିକାରେ ଯବକ୍ଷାରଜାନ ସାର ଉପତ୍ାଦନର ୭୫% ଏହି ୪ଟି କମ୍ପାନୀ ଦ୍ୱାରା ହେଉଛି ଏବଂ ବିଶ୍ୱରେ ପଟାସ ସାର ବଜାରର ୭୨% ଏମାନଙ୍କ ଅଧୀନରେ ଅଛି। ଅନେକ ଦଶନ୍ଧିର ମିଶ୍ରଣ ଏବଂ ଅଧିଗ୍ରହଣ ମାଧ୍ୟମରେ ଏଭଳି ସଂସ୍ଥାଗୁଡ଼ିକ ଯୋଗାଣ ଶୃଙ୍ଖଳାର ତଳୁ ଉପର ଯାଏ ପ୍ରଭାବ ବିସ୍ତାର କରିବାରେ ସକ୍ଷମ ହୋଇଛନ୍ତି। ବର୍ତ୍ତମାନ, ବୁଙ୍ଗେ ଏବଂ ବୃହତ୍‌ କମ୍ପାନୀ ଗ୍ଲେନ୍‌କୋର୍‌ର ଶାଖା ଭିଟେରା ମଧ୍ୟରେ ୩୪ ବିଲିୟନ ଡଲାରର ମିଶ୍ରଣ ହୋଇଛି। ଏଥିରୁ ବୁଝାପଡ଼ୁଛି ଯେ, ସେମାନେ ପୁଣି ସୋୟାବିନ ଏବଂ କାନୋଲା ପ୍ରକ୍ରିୟାକରଣ ବଢାଇ ଏବଂ ସମଗ୍ର ଆମେରିକାରେ ବିତରଣ କରିବେ।
ଅଗ୍ରଣୀ କୃଷି ବ୍ୟବସାୟ ସଂସ୍ଥାଗୁଡ଼ିକର ବୃହତ୍‌ ଯୋଗାଣ-ପରିଚାଳନା ଏବଂ ମୂଲ୍ୟ ନିର୍ଦ୍ଧାରଣ କ୍ଷମତା ଅଛି, ଯାହା ତୈଳ ବଜାରରେ ଓପିଇସିର ଭୂମିକା ସହିତ ସମାନ। ସେମାନେ ୧୯୭୦ ଦଶକରେ ଏବଂ ୨୦୦୮-୧୧ ମସିହାରେ ବଜାର ଅସ୍ଥିରତାରେ ଏହାକୁ ବ୍ୟବହାର କରିବାକୁ ଭୟକରି ନ ଥିଲେ ଏବଂ ଏହାଦ୍ୱାରା ସାର ଓ ଶସ୍ୟ କାରବାର କ୍ଷେତ୍ରରେ ମଧ୍ୟ ଅଧିକ ଲାଭ କରିଥିଲେ। ବିଶ୍ୱର ଗରିବମାନେ ସେମାନଙ୍କ ଆୟର ୬୦%ରୁ ଅଧିକ ବ୍ୟୟ କରିଥାନ୍ତି। ଏଣୁ ଖାଦ୍ୟ ମୂଲ୍ୟରେ ବୃଦ୍ଧି ହେଉଥିବା ପ୍ରତ୍ୟେକଟି ପ୍ରତିଶତ ସେମାନଙ୍କ ପାଇଁ ବିପର୍ଯ୍ୟୟ ଆଣିପାରେ। ଖାଦ୍ୟ ଏବଂ ସାରର ରପ୍ତାନି ମୂଲ୍ୟ ଦ୍ରୁତଗତିରେ ବୃଦ୍ଧି ପାଇବା ଅନେକ ନିମ୍ନ ଓ ମଧ୍ୟମ ଆୟ ବର୍ଗର ଦେଶଗୁଡ଼ିକ ୬୦ ବର୍ଷ ମଧ୍ୟରେ ଏବେ ସାମ୍ନା କରୁଥିବା ସବୁଠୁ ଖରାପ ଋଣ ସଙ୍କଟର ଏକ କାରଣ ମଧ୍ୟ। ଏହି ସମୟରେ, କୃଷକମାନେ ଖାଦ୍ୟ ମୂଲ୍ୟ ବୃଦ୍ଧିରେ ଲାଭ ପାଇବାକୁ ସମ୍ପୂର୍ଣ୍ଣ ଅକ୍ଷମ। ମୁଖ୍ୟତଃ ବ୍ୟାପକ ବଜାର କ୍ଷମତା ଥିବା ପ୍ରମୁଖ କମ୍ପାନୀଗୁଡ଼ିକ ଦ୍ୱାରା ଇନ୍‌ପୁଟ ମୂଲ୍ୟ ସହିତ ଯୋଗାଇ ଦିଆଯାଉଥିବା ଉପତ୍ାଦିତ ଦ୍ରବ୍ୟ ମୂଲ୍ୟ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ଏଭଳି ଘଟୁଛି। ଏବେ କୃଷକଙ୍କ ଦ୍ୱାରା ଉପତ୍ାଦିତ କୃଷିଜାତ ଦ୍ରବ୍ୟ ମୂଲ୍ୟ ହ୍ରାସ ପାଇବା ସହ ଋଣ ବୃଦ୍ଧି ହେତୁ (ସୁଧ ହାରରେ ବୃଦ୍ଧି କାରଣରୁ) ଅନେକ କୃଷକ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି।
ୟୁକ୍ରେନ୍‌ରେ ରୁଷିିଆର କାର୍ଯ୍ୟକଳାପ ଭବିଷ୍ୟତରେ ଗହମ ମୂଲ୍ୟ ପୁନର୍ବାର ବୃଦ୍ଧି କରିବାକୁ ପ୍ରେରିତ କରିଛି। ଏହା ସ୍ପଷ୍ଟ ଯେ, ସତର୍କ ନ ରହିଲେ ଖାଦ୍ୟ ମୂଲ୍ୟ ବୃଦ୍ଧି ପାଇପାରେ। ଏହା ନିଃସନ୍ଦେହ ଯେ, ଆହୁରି ଅଧିକ ବାଧା ଆସିବ। ଯଦି ବିଶ୍ୱର ଖାଦ୍ୟ ବ୍ୟବସ୍ଥା ଉପରେ ଅଳ୍ପ କିଛି କମ୍ପାନୀ ଏଭଳି ଅଯଥା କ୍ଷମତା ବଜାୟ ରଖନ୍ତି,ତେବେ ଏହାର ପରିଣାମ ଆହୁରି ଜଟିଳ ହେବା ସମ୍ଭାବନା ଅଛି। ସେଥିପାଇଁ ପରବର୍ତ୍ତୀ ସଙ୍କଟ ଆସିବା ପୂର୍ବରୁ ସରକାର ପ୍ରୋତ୍ସାହନରେ ପରିବର୍ତ୍ତନ କରିବା ପାଇଁ ପଦକ୍ଷେପ ନେବା ଆବଶ୍ୟକ।
କୃଷି ବ୍ୟବସାୟର ଅପ୍ରତ୍ୟାଶିତ ଲାଭ ଏବଂ ଜଳବାୟୁ-ସ୍ଥାୟୀ ଖାଦ୍ୟ ପ୍ରଣାଳୀରେ ପୁନଃ ନିବେଶ କରିବାକୁ ଦୃଢ଼ ତଥା ବାଧ୍ୟତାମୂଳକ ଆହ୍ବାନ ଦିଆଯାଇଛି। ଅସାଧୁ ଉପାୟରେ ସାର ମୂଲ୍ୟ ବୃଦ୍ଧି ଉପରେ ସରକାରୀ ଯାଞ୍ଚ ପାଇଁ କୃଷକ ସମୁଦାୟ କରୁଥିବା ଦାବି ଉପରେ ବି ପଦକ୍ଷେପ ନେବା ଦରକାର। ଏହାସହ ଅତ୍ୟଧିକ ମିଶ୍ରଣ ଏବଂ ଅଧିଗ୍ରହଣ ପ୍ରକ୍ରିୟାକୁ ପ୍ରତିହତ କରିବା ଲାଗି ପ୍ରତିଯୋଗିତା ନିୟମକୁ ଅଧିକ ଦୃଢ କରିବା ଆବଶ୍ୟକ। ଅନେକ ଦଶନ୍ଧି ହେଲା ଯାହା ସରକାରଗୁଡ଼ିକ କରିବାକୁ ଅନିଚ୍ଛୁକ ରହିଆସିଛନ୍ତି ତା’ ଉପରେ ବିଚାରକରିବା ଦରକାର ଏବଂ ଏକଚାଟିଆ ମନୋଭାବକୁ ଭାଙ୍ଗିବା ଲାଗି ପଦକ୍ଷେପ ଲୋଡ଼ା। ଜନସାଧାରଣଙ୍କ ସ୍ବାର୍ଥରେ କେଉଁ ପ୍ରକାରର ଏକୀକରଣ ହେଉଛି ତାହା ଆକଳନ କରିବା ଏବଂ ଏକ ସ୍ପଷ୍ଟ ବାର୍ତ୍ତା ଦେବା ସକାଶେ ବୁଙ୍ଗେ-ଭିଟେରା କମ୍ପାନୀର ମିଶ୍ରଣ ଏକ ସୁଯୋଗ ଆଣିଛି। ତେବେ ମୋଟ ଉପରେ ଖାଦ୍ୟ ସଙ୍କଟରୁ ଅନୁଚିତ ବା ବେଆଇନ ଲାଭ ପାଇବା ପ୍ରକ୍ରିୟାକୁ ଆଉ ସହ୍ୟ କରାଯିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri