ସମ୍ପାଦକୀୟ/ ପୋଲ ଦବିଲା

ନିକଟ ଅତୀତରେ ଭୁବନେଶ୍ୱର ବମିଖାଲ ଫ୍ଲାଏଓଭର ନିର୍ମାଣ ବେଳେ ସ୍ଲାବ ଖସିବା ଓ ଗାର୍ଡଓ୍ବାଲ୍‌ ଭାଙ୍ଗିପଡ଼ିବା ଯୋଗୁ ଦୁଇ ଜଣଙ୍କ ଜୀବନ ଯାଇଥିଲା। କିଛିଦିନ ପୂର୍ବରୁ ରସୁଲଗଡ଼ ଓଭରବ୍ରିଜ୍‌ରୁ ବଡ଼ କଂକ୍ରିଟ ଖଣ୍ଡ ଖସିଥିଲା। ସୌଭାଗ୍ୟକ୍ରମେ ପୋଲ ତଳେ ସେତେବେଳେ କେହି ଯା’ଆସ କରୁ ନ ଥିବାରୁ କାହାରି ଜୀବନ ଯାଇ ନ ଥିଲା। ୨୫ ଅଗଷ୍ଟ ୨୦୧୯ରେ ଲୋକମାନେ ସ୍ବାଭାବିକ ଭାବେ ଯାତାୟାତ କରୁଥିବା ବେଳେ ହାଇଟେକ୍‌ ଛକ ନିକଟସ୍ଥ କଟକ-ପୁରୀ ବାଇପାସ୍‌ ଫ୍ଲାଏଓଭର୍‌ର ଆପ୍ରୋଚ ରୋଡ୍‌ ହଠାତ୍‌ ୬ ଇଞ୍ଚ ଦବିଯାଇଛି। ଫଳରେ ସେଠାରୁ ରାସ୍ତାର ମଝି ପର୍ଯ୍ୟନ୍ତ ଏକ ଫାଟ ସୃଷ୍ଟି ହେବାରୁ ଯାତ୍ରୀ ଭୟଭୀତ ହୋଇପଡ଼ିଥିଲେ। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ନିମ୍ନମାନର କାମ ହୋଇଥିବା ଅଭିଯୋଗ କରି ପ୍ରତିବାଦ କରିବା ସହ ରାସ୍ତାରୋକୋ କରିଥିଲେ। ସ୍ଥାନୀୟ ଲୋକେ କହିଛନ୍ତି ଯେ, ଫ୍ଲାଏଓଭର କାର୍ଯ୍ୟକ୍ଷମ ହେବା ପରେ ଏହା ୩ ଥର ଦବିଲାଣି। ଲୋକଙ୍କ ପ୍ରତିବାଦ ଉଗ୍ର ରୂପ ଧାରଣ କରିବା ଆଶଙ୍କା କରି ୨୬ ଅଗଷ୍ଟରେ ଦବି ଯାଇଥିବା ସ୍ଥାନରେ ମରାମତି କରାଯାଇଛି। ଏଠାରେ ମନେପଡ଼େ ପୁରୀ ଜିଲା ନିକଟସ୍ଥ ସମଯାଜପୁର ଫ୍ଲାଏଓଭର କଥା। ନବକଳେବର ସମୟରେ ଅତି ତରବରିଆ ଭାବେ ଏହା ନିର୍ମାଣ କରାଯାଇଥିବାରୁ ଏଭଳି ପରିସ୍ଥିତି ଉପୁଜିଥିଲା। ସେହିପରି ସମ୍ବଲପୁର ଓ ଖୋର୍ଦ୍ଧାରେ ନିର୍ମାଣାଧୀନ ଫ୍ଲାଏଓଭରରେ ବ୍ୟାପକ ତ୍ରୁଟି ଦେଖା ଦେଇଥିବା ଖବର ବାରମ୍ବାର ପଦାକୁ ଆସିଛି। ରାଜ୍ୟବ୍ୟାପୀ ନିର୍ମାଣ ହେଉଥିବା ରାଜପଥ ଓ ଫ୍ଲାଏଓଭରରେ ଅନେକ ସମୟରେ ତ୍ରୁଟି ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳିଛି।
ଆଜିର ସମୟରେ ଅଭିନବ କୌଶଳ ଓ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରାଯାଇ ଦୀର୍ଘସ୍ଥାୟୀ ଫ୍ଲାଏଓଭର ନିର୍ମାଣ କରାଯାଇପାରୁଛି। ହେଲେ ଦେଖାଯାଉଛି କେତେକ ନିର୍ମାଣକାରୀ ସଂସ୍ଥା ପର୍ଯ୍ୟାପ୍ତ ଲାଭ ରଖିବାକୁ ଯାଇ କାମକୁ ନିମ୍ନମାନର କରୁଛନ୍ତି। ବମିଖାଲ ଫ୍ଲାଏଓଭର ଦୁର୍ଘଟଣା ଦେଖିଲେ ଠିକ୍‌ ଭାବେ କାର୍ଯ୍ୟ ନ ହେବା ଓ ଶ୍ରମିକଙ୍କ ସୁରକ୍ଷା ଦିଗରେ ଦୃଷ୍ଟି ଦିଆ ନ ଯିବାରୁ ୨ ଜୀବନ ଚାଲିଗଲା। ଆଶା କରାଯାଉଥିଲା ନିର୍ମାଣ ଦାୟିତ୍ୱରେ ଥିବା କମ୍ପାନୀକୁ ସମ୍ପୂର୍ଣ୍ଣ କଳାତାଲିକାଭୁକ୍ତ କରାଯାଇ ଏହାର ମାଲିକଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବ। ହେଲେ ସାମୟିକ ସମୟ ପାଇଁ ମାଲିକଙ୍କୁ ଗିରଫ କରାଯିବାରେ ଦଣ୍ଡ ସୀମିତ ରହିଯାଉଛି। ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା ବ୍ୟକ୍ତିଙ୍କ ବିରୋଧରେ ଯଦି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇପାରନ୍ତା, ତାହା ହେଲେ ନିର୍ମାଣ କ୍ଷେତ୍ର ସହ ଜଡ଼ିତ ଲୋକଙ୍କ ମଧ୍ୟରେ ଭୟ ପଶନ୍ତା। ଠିକାଦାରି ବୃତ୍ତିରେ ଲାଭ ଅର୍ଜନ କରିବାରେ କୌଣସି ଭୁଲ ନାହିଁ। କିନ୍ତୁ ଭାଗମାପ ଭୁଲ କରି ନିର୍ମାଣ କରାଗଲେ ତାହା ଜନସାଧାରଣଙ୍କୁ କ୍ଷତି ପହଞ୍ଚାଇବ। ସମୟ ଏମିତି ହୋଇପାରେ ସେହି ରାସ୍ତା ବା ପୋଲ ଉପରେ ଚାଲୁଥିବା ବେଳେ ନିର୍ମାଣ କାର୍ଯ୍ୟରେ ଭୁଲ କରିଥିବା ବ୍ୟକ୍ତି ମଧ୍ୟ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ୨୫ ଅଗଷ୍ଟରେ ହାଇଟେକ୍‌ ଛକ ନିକଟସ୍ଥ ଫ୍ଲାଏଓଭର ଦବିଯିବା କଥା ଦେଖିଲେ ସାମାନ୍ୟ ମରାମତି ତାହାକୁ ସୁରକ୍ଷିତ ରଖିପାରିବ ନାହିଁ। କିଛି ଦିନ ଗଲା ପରେ ସେଥିରେ ଅସୁବିଧା ନିଶ୍ଚିତ ଦେଖାଦେବ। ତେଣୁ ନିର୍ମାଣ କରିଥିବା ସଂସ୍ଥାକୁ ଧରାଯାଇ ତା’ କାର୍ଯ୍ୟର ପୁନଃ ସମୀକ୍ଷା କରାଯିବା ଉଚିତ। କେଉଁ ପରିସ୍ଥିତିରେ ନବନିର୍ମିତ ଫ୍ଲାଏଓଭର ଦବିଲା ତାହାର ବିଧିବଦ୍ଧ ତଦନ୍ତ ହେବା ଦରକାର। ପୂର୍ତ୍ତ ବିଭାଗର ସର୍ବୋଚ୍ଚ ସ୍ଥାନରେ ଥିବା ବ୍ୟକ୍ତିଙ୍କଠାରୁ ନିର୍ମାଣ ସଂସ୍ଥାର ମାଲିକଙ୍କ ପର୍ଯ୍ୟନ୍ତ କୈଫିୟତ ମଗାଯିବା ନିତାନ୍ତ ଆବଶ୍ୟକ। ଏଥିସହିତ ଧନଜୀବନ ହାନି ଲାଗି କ୍ଷତିପୂରଣ ସମ୍ପୃକ୍ତ ସଂସ୍ଥାଠାରୁ ମଧ୍ୟ ଆଦାୟ କରାଯିବା ବାଞ୍ଛନୀୟ। ଏହି ପରିପ୍ରେକ୍ଷୀରେ ଏବର ନିର୍ମାଣକାରୀ ସଂସ୍ଥାର ମାଲିକମାନେ ହୃଦୟଙ୍ଗମ କରିବା କଥା ଯେ, ବ୍ରିଟିଶ ଅମଳରେ ନିର୍ମିତ ପୋଲ ଅନେକ ସ୍ଥାନରେ ଅତୁଟ ରହିଥିବା ବେଳେ ସେମାନେ କାହିଁକି ବିଫଳ ହେଉଛନ୍ତି। ଯେତେବେଳ ଯାଏ ନିର୍ମାଣ କ୍ଷେତ୍ର ସହ ଜଡ଼ିତ ଉପରୁ ତଳ ଯାଏ ବ୍ୟକ୍ତି ନିଜ କାର୍ଯ୍ୟକୁ ସୁଚାରୁ ରୂପେ ନ ତୁଲାଇଛନ୍ତି, ସେତେବେଳ ଯାଏ ସାମାଜିକ ମଙ୍ଗଳ ହୋଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri