ସମ୍ପାଦକୀୟ/ ପୋଲ ଦବିଲା

ନିକଟ ଅତୀତରେ ଭୁବନେଶ୍ୱର ବମିଖାଲ ଫ୍ଲାଏଓଭର ନିର୍ମାଣ ବେଳେ ସ୍ଲାବ ଖସିବା ଓ ଗାର୍ଡଓ୍ବାଲ୍‌ ଭାଙ୍ଗିପଡ଼ିବା ଯୋଗୁ ଦୁଇ ଜଣଙ୍କ ଜୀବନ ଯାଇଥିଲା। କିଛିଦିନ ପୂର୍ବରୁ ରସୁଲଗଡ଼ ଓଭରବ୍ରିଜ୍‌ରୁ ବଡ଼ କଂକ୍ରିଟ ଖଣ୍ଡ ଖସିଥିଲା। ସୌଭାଗ୍ୟକ୍ରମେ ପୋଲ ତଳେ ସେତେବେଳେ କେହି ଯା’ଆସ କରୁ ନ ଥିବାରୁ କାହାରି ଜୀବନ ଯାଇ ନ ଥିଲା। ୨୫ ଅଗଷ୍ଟ ୨୦୧୯ରେ ଲୋକମାନେ ସ୍ବାଭାବିକ ଭାବେ ଯାତାୟାତ କରୁଥିବା ବେଳେ ହାଇଟେକ୍‌ ଛକ ନିକଟସ୍ଥ କଟକ-ପୁରୀ ବାଇପାସ୍‌ ଫ୍ଲାଏଓଭର୍‌ର ଆପ୍ରୋଚ ରୋଡ୍‌ ହଠାତ୍‌ ୬ ଇଞ୍ଚ ଦବିଯାଇଛି। ଫଳରେ ସେଠାରୁ ରାସ୍ତାର ମଝି ପର୍ଯ୍ୟନ୍ତ ଏକ ଫାଟ ସୃଷ୍ଟି ହେବାରୁ ଯାତ୍ରୀ ଭୟଭୀତ ହୋଇପଡ଼ିଥିଲେ। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ନିମ୍ନମାନର କାମ ହୋଇଥିବା ଅଭିଯୋଗ କରି ପ୍ରତିବାଦ କରିବା ସହ ରାସ୍ତାରୋକୋ କରିଥିଲେ। ସ୍ଥାନୀୟ ଲୋକେ କହିଛନ୍ତି ଯେ, ଫ୍ଲାଏଓଭର କାର୍ଯ୍ୟକ୍ଷମ ହେବା ପରେ ଏହା ୩ ଥର ଦବିଲାଣି। ଲୋକଙ୍କ ପ୍ରତିବାଦ ଉଗ୍ର ରୂପ ଧାରଣ କରିବା ଆଶଙ୍କା କରି ୨୬ ଅଗଷ୍ଟରେ ଦବି ଯାଇଥିବା ସ୍ଥାନରେ ମରାମତି କରାଯାଇଛି। ଏଠାରେ ମନେପଡ଼େ ପୁରୀ ଜିଲା ନିକଟସ୍ଥ ସମଯାଜପୁର ଫ୍ଲାଏଓଭର କଥା। ନବକଳେବର ସମୟରେ ଅତି ତରବରିଆ ଭାବେ ଏହା ନିର୍ମାଣ କରାଯାଇଥିବାରୁ ଏଭଳି ପରିସ୍ଥିତି ଉପୁଜିଥିଲା। ସେହିପରି ସମ୍ବଲପୁର ଓ ଖୋର୍ଦ୍ଧାରେ ନିର୍ମାଣାଧୀନ ଫ୍ଲାଏଓଭରରେ ବ୍ୟାପକ ତ୍ରୁଟି ଦେଖା ଦେଇଥିବା ଖବର ବାରମ୍ବାର ପଦାକୁ ଆସିଛି। ରାଜ୍ୟବ୍ୟାପୀ ନିର୍ମାଣ ହେଉଥିବା ରାଜପଥ ଓ ଫ୍ଲାଏଓଭରରେ ଅନେକ ସମୟରେ ତ୍ରୁଟି ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳିଛି।
ଆଜିର ସମୟରେ ଅଭିନବ କୌଶଳ ଓ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରାଯାଇ ଦୀର୍ଘସ୍ଥାୟୀ ଫ୍ଲାଏଓଭର ନିର୍ମାଣ କରାଯାଇପାରୁଛି। ହେଲେ ଦେଖାଯାଉଛି କେତେକ ନିର୍ମାଣକାରୀ ସଂସ୍ଥା ପର୍ଯ୍ୟାପ୍ତ ଲାଭ ରଖିବାକୁ ଯାଇ କାମକୁ ନିମ୍ନମାନର କରୁଛନ୍ତି। ବମିଖାଲ ଫ୍ଲାଏଓଭର ଦୁର୍ଘଟଣା ଦେଖିଲେ ଠିକ୍‌ ଭାବେ କାର୍ଯ୍ୟ ନ ହେବା ଓ ଶ୍ରମିକଙ୍କ ସୁରକ୍ଷା ଦିଗରେ ଦୃଷ୍ଟି ଦିଆ ନ ଯିବାରୁ ୨ ଜୀବନ ଚାଲିଗଲା। ଆଶା କରାଯାଉଥିଲା ନିର୍ମାଣ ଦାୟିତ୍ୱରେ ଥିବା କମ୍ପାନୀକୁ ସମ୍ପୂର୍ଣ୍ଣ କଳାତାଲିକାଭୁକ୍ତ କରାଯାଇ ଏହାର ମାଲିକଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବ। ହେଲେ ସାମୟିକ ସମୟ ପାଇଁ ମାଲିକଙ୍କୁ ଗିରଫ କରାଯିବାରେ ଦଣ୍ଡ ସୀମିତ ରହିଯାଉଛି। ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା ବ୍ୟକ୍ତିଙ୍କ ବିରୋଧରେ ଯଦି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇପାରନ୍ତା, ତାହା ହେଲେ ନିର୍ମାଣ କ୍ଷେତ୍ର ସହ ଜଡ଼ିତ ଲୋକଙ୍କ ମଧ୍ୟରେ ଭୟ ପଶନ୍ତା। ଠିକାଦାରି ବୃତ୍ତିରେ ଲାଭ ଅର୍ଜନ କରିବାରେ କୌଣସି ଭୁଲ ନାହିଁ। କିନ୍ତୁ ଭାଗମାପ ଭୁଲ କରି ନିର୍ମାଣ କରାଗଲେ ତାହା ଜନସାଧାରଣଙ୍କୁ କ୍ଷତି ପହଞ୍ଚାଇବ। ସମୟ ଏମିତି ହୋଇପାରେ ସେହି ରାସ୍ତା ବା ପୋଲ ଉପରେ ଚାଲୁଥିବା ବେଳେ ନିର୍ମାଣ କାର୍ଯ୍ୟରେ ଭୁଲ କରିଥିବା ବ୍ୟକ୍ତି ମଧ୍ୟ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ୨୫ ଅଗଷ୍ଟରେ ହାଇଟେକ୍‌ ଛକ ନିକଟସ୍ଥ ଫ୍ଲାଏଓଭର ଦବିଯିବା କଥା ଦେଖିଲେ ସାମାନ୍ୟ ମରାମତି ତାହାକୁ ସୁରକ୍ଷିତ ରଖିପାରିବ ନାହିଁ। କିଛି ଦିନ ଗଲା ପରେ ସେଥିରେ ଅସୁବିଧା ନିଶ୍ଚିତ ଦେଖାଦେବ। ତେଣୁ ନିର୍ମାଣ କରିଥିବା ସଂସ୍ଥାକୁ ଧରାଯାଇ ତା’ କାର୍ଯ୍ୟର ପୁନଃ ସମୀକ୍ଷା କରାଯିବା ଉଚିତ। କେଉଁ ପରିସ୍ଥିତିରେ ନବନିର୍ମିତ ଫ୍ଲାଏଓଭର ଦବିଲା ତାହାର ବିଧିବଦ୍ଧ ତଦନ୍ତ ହେବା ଦରକାର। ପୂର୍ତ୍ତ ବିଭାଗର ସର୍ବୋଚ୍ଚ ସ୍ଥାନରେ ଥିବା ବ୍ୟକ୍ତିଙ୍କଠାରୁ ନିର୍ମାଣ ସଂସ୍ଥାର ମାଲିକଙ୍କ ପର୍ଯ୍ୟନ୍ତ କୈଫିୟତ ମଗାଯିବା ନିତାନ୍ତ ଆବଶ୍ୟକ। ଏଥିସହିତ ଧନଜୀବନ ହାନି ଲାଗି କ୍ଷତିପୂରଣ ସମ୍ପୃକ୍ତ ସଂସ୍ଥାଠାରୁ ମଧ୍ୟ ଆଦାୟ କରାଯିବା ବାଞ୍ଛନୀୟ। ଏହି ପରିପ୍ରେକ୍ଷୀରେ ଏବର ନିର୍ମାଣକାରୀ ସଂସ୍ଥାର ମାଲିକମାନେ ହୃଦୟଙ୍ଗମ କରିବା କଥା ଯେ, ବ୍ରିଟିଶ ଅମଳରେ ନିର୍ମିତ ପୋଲ ଅନେକ ସ୍ଥାନରେ ଅତୁଟ ରହିଥିବା ବେଳେ ସେମାନେ କାହିଁକି ବିଫଳ ହେଉଛନ୍ତି। ଯେତେବେଳ ଯାଏ ନିର୍ମାଣ କ୍ଷେତ୍ର ସହ ଜଡ଼ିତ ଉପରୁ ତଳ ଯାଏ ବ୍ୟକ୍ତି ନିଜ କାର୍ଯ୍ୟକୁ ସୁଚାରୁ ରୂପେ ନ ତୁଲାଇଛନ୍ତି, ସେତେବେଳ ଯାଏ ସାମାଜିକ ମଙ୍ଗଳ ହୋଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri