ଶ୍ରମିକଙ୍କ ମୃତ୍ୟୁ: ଅଂଶୁଘାତ ଅଭିଯୋଗ

ନିରାକାରପୁର,୧୨ା୬(ଡି.ଏନ୍‌.ଏ.)-ଟ୍ରାକ୍ଟରରୁ ବାଲି ଅନ୍‌ଲୋଡ୍‌ କରୁଥିବା ସମୟରେ ମଙ୍ଗଳବାର ପୂର୍ବାହ୍ନ ୧୦.୩୦ରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ନନପଡା ଗ୍ରାମର ଅଭିମନ୍ୟୁ ପ୍ରଧାନ(୪୯) ା ସେ ସ୍ଥାନୀୟ ଆର୍‌ଡି କାର୍ଯ୍ୟାଳୟ ନିକଟରେ ରହୁଥିଲେ ା କାମ କରୁଥିବା ସମୟରେ ତାଙ୍କର ମୁଣ୍ଡ ବୁଲେଇ ଦେବାରୁ ସେ ତଳେ ବସି ଚେତା ହରାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ନିରାକାରପୁର ସ୍ବାସ୍ଥ୍ୟକେନ୍ଦ୍ର ଓ ଗୁରୁତର ହେବାରୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ା ତେବେ ପରିବାର ପକ୍ଷରୁ ଏହାକୁ ଅଂଶୁଘାତଜନିତ ମୃତ୍ୟୁ ବୋଲି ଅଭିଯୋଗ କରାଯାଇଛି। ଅଭିମନ୍ୟୁଙ୍କ ସ୍ତ୍ରୀ ଲେଖନ ନିରାକାରପୁର ପୋଲିସ ଓ ରାଜସ୍ବ ନିରୀକ୍ଷକଙ୍କୁ ଲିଖିତ ଅଭିଯୋଗ କରି କହିଛନ୍ତି ଯେ ତାଙ୍କ ସ୍ବାମୀ କାମ କରୁଥିବାବେଳେ ତଳେ ପଡ଼ି ବେହୋସ ହୋଇପଡ଼ିଥିଲେ। ପ୍ରଥମେ ନିରାକାରପୁର ଓ ପରେ ଖୋର୍ଦ୍ଧା ମେଡ଼ିକାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି। ା ସନ୍ଧ୍ୟାରେ ଅଭିମନ୍ୟୁଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ପୁରୀ ସ୍ବର୍ଗଦ୍ୱାରରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି। ଏ ନେଇ ପୋଲିସ ଏଏସ୍‌ଆଇ ଶରତ ଚନ୍ଦ୍ର ପାଇକରାୟ କହିଛନ୍ତି, ଅଭିଯୋଗ କ୍ରମେ କେସ୍‌ ନଂ ୭/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥ ବିଭାଗର ବଡ଼ ନିର୍ଦ୍ଦେଶ: ସରକାରୀ କାର୍ଯ୍ୟରେ EV ବାଧ୍ୟତାମୂଳକ

ଭୁବନେଶ୍ୱର,୧।୬: ଅର୍ଥ ବିଭାଗ ପକ୍ଷରୁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳି ଜାରି କରାଯାଇଛି। ସରକାରୀ କାର୍ଯ୍ୟରେ ଇଲେକ୍ଟ୍ରିକ ଯାନବାହନ (EV) ବ୍ୟବହାର ପାଇଁ ଅର୍ଥ ବିଭାଗ ପକ୍ଷରୁ…

ରାଜ୍ୟ ସଭା ଉପ-ନିର୍ବାଚନ ବିଜ୍ଞପ୍ତି ପ୍ରକାଶ, ନିଯୁକ୍ତ ହେଲେ ରିଟର୍ଣ୍ଣିଂ ଅଫିସର

ଭୁବନେଶ୍ୱର,୧।୬: ରାଜ୍ୟ ସଭା ଉପ-ନିର୍ବାଚନ ପାଇଁ ବିଧାନସଭା ସଚ୍ଚିବାଳୟ ପକ୍ଷରୁ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ ଉପନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ କରାଯାଇଛି।…

ଯୁବକଙ୍କୁ ଥାର୍ଡ ଡିଗ୍ରୀ: ବଦଳିଲେ ବାରଙ୍ଗ IIC: ଜାଣନ୍ତୁ କିଏ ହେଲେ ନୂଆ

ବାରଙ୍ଗ, ୩୧।୫(ଲିଙ୍ଗରାଜ ରାଉତ) : ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେବା ଅଭିଯୋଗ ପରେ ପୋଲିସ ବିଭାଗ ତତ୍କାଳ କାର୍ଯ୍ୟନୁଷ୍ଠାନ ନେଇଛି। ବାରଙ୍ଗ ଥାନାର IIC…

ଯୁବକଙ୍କୁ ଥାର୍ଡ ଡିଗ୍ରୀ ପ୍ରତିବାଦରେ ତାତିଲେ ଲୋକେ

ବାରଙ୍ଗ,୨୯।୫(ଲିଙ୍ଗରାଜ ରାଉତ): ବାରଙ୍ଗ ଥାନାରେ ଥାର୍ଡ଼ ଡିଗ୍ରୀ ଘଟଣାରେ ଗୁରୁତର ଆହତ ହୋଇଥିବା ରାକେଶ ବେହେରା ଓରଫ ମୁନା କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଏହାକୁ…

ଭଡ଼ା ଘରୁ ମିଳିଲା ଯୁବତୀଙ୍କ ମୃତଦେହ: ହତ୍ୟା ନା ଆତ୍ମହତ୍ୟା?

ଭୁବନେଶ୍ୱର,୨୬।୫: ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱର ପାହାଳ ଅଞ୍ଚଳ ଏକ ଭଡ଼ା ଘରୁ ପୋଲିସ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯୁବତୀ ଜଣକ ଭଦ୍ରକ ବାସୁଦେବପୁର…

ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ: ପରିବାର ଲୋକେ ଦେଲେ ଚେତାବନୀ

ଭୁବନେଶ୍ୱର/ବାରଙ୍ଗ,୨୬ା୫(ତ୍ରିନାଥ ମହାନ୍ତି/ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ହାଜତରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗରେ ସୋମବାର ରାତିରେ ଉତ୍ତେଜନା ଦେଖିବାକୁ ମିଳିଛି। ସ୍ଥାନୀୟ ଚଣ୍ଡୀପ୍ରସାଦ ଗ୍ରାମର ଶତାଧିକ ମହିଳାପୁରୁଷ ରାତିତମାମ…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ଓଡ଼ିଶାକୁ ଅବହେଳା: ଖୋର୍ଦ୍ଧା-ନୟାଗଡ଼ ୪ ଲେନ୍‌ ପ୍ରସ୍ତାବ ଖାରଜ କଲେ ସରକାର

ଖୋର୍ଦ୍ଧା,୨୧ା୫: ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା। ଖୋର୍ଦ୍ଧା-ନୟାଗଡ଼ ୪ ଲେନ୍‌ ଜାତୀୟ ରାଜପଥ ପ୍ରକଳ୍ପ ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି କେନ୍ଦ୍ର ସରକାର। ରାସ୍ତାକୁ ୨ରୁ ୪-ଲେନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri