ନିରାକାରପୁର,୧୨ା୬(ଡି.ଏନ୍.ଏ.)-ଟ୍ରାକ୍ଟରରୁ ବାଲି ଅନ୍ଲୋଡ୍ କରୁଥିବା ସମୟରେ ମଙ୍ଗଳବାର ପୂର୍ବାହ୍ନ ୧୦.୩୦ରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ନନପଡା ଗ୍ରାମର ଅଭିମନ୍ୟୁ ପ୍ରଧାନ(୪୯) ା ସେ ସ୍ଥାନୀୟ ଆର୍ଡି କାର୍ଯ୍ୟାଳୟ ନିକଟରେ ରହୁଥିଲେ ା କାମ କରୁଥିବା ସମୟରେ ତାଙ୍କର ମୁଣ୍ଡ ବୁଲେଇ ଦେବାରୁ ସେ ତଳେ ବସି ଚେତା ହରାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ନିରାକାରପୁର ସ୍ବାସ୍ଥ୍ୟକେନ୍ଦ୍ର ଓ ଗୁରୁତର ହେବାରୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ା ତେବେ ପରିବାର ପକ୍ଷରୁ ଏହାକୁ ଅଂଶୁଘାତଜନିତ ମୃତ୍ୟୁ ବୋଲି ଅଭିଯୋଗ କରାଯାଇଛି। ଅଭିମନ୍ୟୁଙ୍କ ସ୍ତ୍ରୀ ଲେଖନ ନିରାକାରପୁର ପୋଲିସ ଓ ରାଜସ୍ବ ନିରୀକ୍ଷକଙ୍କୁ ଲିଖିତ ଅଭିଯୋଗ କରି କହିଛନ୍ତି ଯେ ତାଙ୍କ ସ୍ବାମୀ କାମ କରୁଥିବାବେଳେ ତଳେ ପଡ଼ି ବେହୋସ ହୋଇପଡ଼ିଥିଲେ। ପ୍ରଥମେ ନିରାକାରପୁର ଓ ପରେ ଖୋର୍ଦ୍ଧା ମେଡ଼ିକାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି। ା ସନ୍ଧ୍ୟାରେ ଅଭିମନ୍ୟୁଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ପୁରୀ ସ୍ବର୍ଗଦ୍ୱାରରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି। ଏ ନେଇ ପୋଲିସ ଏଏସ୍ଆଇ ଶରତ ଚନ୍ଦ୍ର ପାଇକରାୟ କହିଛନ୍ତି, ଅଭିଯୋଗ କ୍ରମେ କେସ୍ ନଂ ୭/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।
ଏହି ଦିନଠୁ ଯାଞ୍ଚ ହେବ ଅଗ୍ନି ସୁରକ୍ଷା
ଭୁବନେଶ୍ୱର,୭।୯: ଚିଫ୍ ଫାୟାର ଅଫିସର ଦେବେନ୍ଦ୍ର ସ୍ବାଇଁ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଗ୍ନି ସୁରକ୍ଷା…
ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ
ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…
Archives

