ଶହେ ଟଙ୍କା ନ ଦେବାରୁ ଜଳ ଯୋଗାଣ ବନ୍ଦ

କୋରୁକୋଣ୍ଡା,୪ା୬(ଡି.ଏନ୍‌.ଏ.)- ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତପାରି-୩ ପଞ୍ଚାୟତର ଏମ୍‌ଭି ୧୦୪ ଗ୍ରାମର ତଳସାହି (ନାଡିଲାଇନ)ରେ ଜଳ ଯୋଗାଣ ଟଙ୍କା ନ ଦେବାକୁ ବନ୍ଦ ହୋଇଥିବା ଅଭିଯୋଗ ହୋଇଛି। ଏହି ସାହିରେ ନଳକୂପଟିଏ ନାହିଁ। ପ୍ରାୟ ୨୦ ପରିବାରର ଶତାଧିକ ଲୋକ ପାନୀୟ ଜଳ ପାଇଁ ସମସ୍ୟାରେ ପଡିଛନ୍ତି। ଖନନ ହୋଇଥିବା ନଳକୂପ ପାଣି ପାନୀୟ ଉପଯୋଗୀ ନ ହେବାରୁ ପଞ୍ଚାୟତ ପକ୍ଷରୁ ୭ବର୍ଷ ତଳେ ନାଲିରଙ୍ଗ ମରାଯାଇଥିଲା। ଏହା ପରେ ଆଉ ନୂତନ ନଳକୂପ ଖନନ ହୋଇ ନ ଥିଲା। ବାଧ୍ୟହୋଇ ଗ୍ରାମବାସୀ ପାନୀୟ ଜଳ ପାଇଁ ନିକଟସ୍ଥ ନଦୀ ଉପରେ ନିର୍ଭର କରୁଛନ୍ତି। ବାରମ୍ବାର ଅଭିଯୋଗ କରିବା ପରେ କିଛିଦିନ ତଳେ ପଞ୍ଚାୟତ ପକ୍ଷରୁ ପାଣି ଟ୍ୟାଙ୍କର ମାଧ୍ୟମରେ ଗ୍ରାମବାସୀଙ୍କୁ ଜଳ ଯୋଗାଣ ହୋଇଥିଲା। ମାତ୍ର ପରିବାର ପିଛା ୧୦୦ ଟଙ୍କା ମଗାଯାଇଥିଲା। ଗ୍ରାମବାସୀ ଟଙ୍କା ଦେଇ ନ ପାରିବାରୁ ୪ଦିନ ଜଳ ଯୋଗାଣ ପରେ ଏହାକୁ ବନ୍ଦ କରାଯାଇଥିବା ଗ୍ରାମବାସୀ କହିଛନ୍ତି। ଏଥିପ୍ରତି ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟିଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବ୍ୟବସାୟୀଙ୍କ ଘରୁ ଲୁଟ୍‌: ୫ ବର୍ଷ ପରେ ତାମିଲନାଡୁରୁ ଗିରଫ ହେଲେ ଦମ୍ପତି

ମାଲକାନଗିରି,୨୯ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସଦର ମହକୁମାର ଏକ ସୁନା ବ୍ୟବସାୟୀଙ୍କ ଘରୁ ଅଳଙ୍କାର ଚୋରି ମାମଲାରେ ତାମିଲନାଡୁର ଏକ ଦମ୍ପତି ଗିରଫ ହୋଇଛନ୍ତି।ଏନେଇ ମାଲକାନଗିରି ଏସ୍‌ପି ବିନୋଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri