Posted inଫୁରସତ

ବିଶ୍ୱର ସବୁଠୁ ଉଚ୍ଚ ସୁନା ବୁଦ୍ଧ ମୂର୍ତ୍ତି

ବ୍ୟାଙ୍କକ୍‌: ବିଶ୍ୱର ଅନେକ ଦେଶରେ ଭଗବାନ ବୁଦ୍ଧଙ୍କର ମୂର୍ତ୍ତି ରହିଛି। ଏଥିମଧ୍ୟରୁ କେତେକ ବହୁ ପୁରାତନ। ତେବେ ବିଶ୍ୱର ସର୍ବବୃହତ ବୁଦ୍ଧ ମୂର୍ତ୍ତି ଚାଇନାର ଦକ୍ଷିଣ-ପଶ୍ଚିମ ସିଚୁଆନ ରାଜ୍ୟରେ ରହିଥିବା କୁହାଯାଉଛି। ଯାହା ନିର୍ମାଣ କରିବାକୁ ୯୦ ବର୍ଷରୁ ଅଧିକ ସମୟ ଲାଗିଥିଲା। ଏହି ବିଶାଳ ପ୍ରତିମୂର୍ତ୍ତିର ନିର୍ମାଣ ୭୧୩ ମସିହାରେ ଟାଙ୍ଗ ରାଜବଂଶର ଶାସନ କାଳରେ ହୋଇଥିଲା। ଯାହା ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ କଥା ରହିଛି। ଭଗବାନ ବୁଦ୍ଧଙ୍କ ଏହି ପ୍ରତିମୂର୍ତ୍ତିକୁ ‘ସୁବର୍ଣ୍ଣ ବୁଦ୍ଧ’ କୁହାଯାଏ। ଏହି ପ୍ରତିମୂର୍ତ୍ତି ଥାଇଲ୍ୟାଣ୍ଡ୍‌ର ରାଜଧାନୀ ବ୍ୟାଙ୍କକ୍‌ରେ ଥିବା ‘ଓ୍ବାଟ୍‌ ଟ୍ରେମିଟ୍‌’ ମନ୍ଦିରରେ ରହିଛି। ପ୍ରାୟ ୯.୮ ଫୁଟ ଉଚ୍ଚ ଏହି ମୂର୍ତ୍ତିର ଓଜନ ପ୍ରାୟ ୫୫୦୦କିଲୋଗ୍ରାମ ଅର୍ଥାତ୍‌ ୫ କ୍ୱିଣ୍ଟାଲ ୫୦୦ କିଲୋଗ୍ରାମ। ଯଦିଓ ଏହି ପ୍ରତିମୂର୍ତ୍ତି ବ୍ରିକ୍ରି ପାଇଁ ରଖାଯାଇନାହିଁ, ତଥାପି ଏହାର ମୂଲ୍ୟ ପ୍ରାୟ ୧୯୦୦ କୋଟି ବୋଲି ଆକଳନ କରାଯାଇଛି। ଏହି ମୂର୍ତ୍ତି ଅନେକ ବର୍ଷ ଧରି ଲୁଚି ରହିଥିଲା। ଏହାର ଆବିଷ୍କାରର କାହାଣୀ ମଧ୍ୟ ବେଶ୍‌ ଅଦ୍ଭୁତ। ପ୍ରାୟ ୧୯୫୪ ମସିହା ପର୍ଯ୍ୟନ୍ତ ଲୋକେ ଜାଣି ନ ଥିଲେ ଯେ ଏହି ମୂର୍ତ୍ତିଟି ସମ୍ପୂର୍ଣ୍ଣ ସୁନା ବୋଲି। କାରଣ ସେହି ସମୟରେ ମୂର୍ତ୍ତି ଉପରେ ପ୍ଲାଷ୍ଟର ଲଗାଯାଇଥିଲା। ଏହି ମୂର୍ତ୍ତିକୁ ରଖିବା ପାଇଁ ସେତେବେଳେ ମନ୍ଦିରରେ ଏକ ବଡ଼ ଭବନ ନିର୍ମାଣ କରାଯାଇଥିଲା। ୧୯୫୫ରେ ଏହି ମୂର୍ତ୍ତି ସ୍ଥାନାନ୍ତର କରାଯାଇଥିଲା। ସେତେବେଳେ ପ୍ରତିମୂର୍ତ୍ତିଟି ହଠାତ୍‌ ତଳେ ପଡ଼ିଯାଇଥିଲା। ଫଳରେ ଏଥିରୁ ପ୍ଲାଷ୍ଟର ଖସିପଡ଼ିଥିଲା। ସେତେବେଳେ ଜନସାଧାରଣଙ୍କ ନିକଟରେ ଏହାର ସତ୍ୟତା ଜଣାପଡ଼ିଥିଲା। ପରେ ଏହି ମୂର୍ତ୍ତିକୁ ରଖିବା ପାଇଁ ‘ଓ୍ବାଟ୍‌ ଟ୍ରେମିଟ୍‌’ ମନ୍ଦିରରେ ଏକ ବଡ଼ ଭବନ ନିର୍ମାଣ କରାଯାଇଥିଲା। ସେହିଦିନଠାରୁ ଭଗବାନ ବୁଦ୍ଧଙ୍କ ଏହି ସୁନାର ମୂର୍ତ୍ତି ସ୍ଥାପନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

IMD ଡିଜିଙ୍କ ବଡ଼ ସୂଚନା; ଆହୁରି ୨ ଦିନ ଛେଚିବ ବର୍ଷା, ଆଜି ରାତିରେ ଦକ୍ଷିଣ ଓଡ଼ିଶାରେ ହେବ….

ଭୁବନେଶ୍ବର,୨୩ା୯: ଗଭୀର ଅବପାତର ଗତି ନେଇ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗଭୀର ଅବପାତର ଗତି ମନ୍ଥର ରହିଛି, ସେଥିପାଇଁ ବର୍ଷାର…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ବଡ଼ ବୟାନ ଦେଲେ କୋଚ, କହିଲେ,‘ମୁଁ ତାଙ୍କୁ ଅପେକ୍ଷା କରିଛି…’

ନୂଆଦିଲ୍ଲୀ,୨୩।୯: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ସହିତ ଜାପାନରେ ଅଛନ୍ତି। ସେ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ସେଠାରେ ତାଙ୍କର…

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

୨୦୨୭ ବିଶ୍ୱକପ ବିଷୟରେ ଉଲ୍ଲେଖ କରି ବିରାଟ-ରୋହିତଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ରିଙ୍କୁ ସିଂହ, କହିଲେ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଟି-୨୦ ଦଳର ଷ୍ଟାର୍‌ ବ୍ୟାଟର ରିଙ୍କୁ ସିଂହ, ଦଳର ଦୁଇ ପ୍ରମୁଖ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?