ବିମୁଦ୍ରୀକରଣ ପରେ ନିଯୁକ୍ତି ହରାଇଛନ୍ତି ୫୦ ଲକ୍ଷ

ନୂଆଦିଲ୍ଲୀ,୧୮-୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ଘୋଷଣା କଲେ। ଏହାଦ୍ୱାରା ଆତଙ୍କବାଦ, ଦୁର୍ନୀତି ଓ କଳାଧନ ଦେଶରୁ ଲୋପ ପାଇବ ବୋଲି ଦାବି କରା ଯାଇଥିଲା। ତେବେ ଅଚାନକ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ବନ୍ଦ ହୋଇଯିବା କାରଣରୁ ଉଦ୍ୟୋଗ ଜଗତକୁ ଭାରି ଝଟକା ଲାଗିଥିଲା। ଲକ୍ଷ ଲକ୍ଷ କ୍ଷୁଦ୍ର ଶିଳ୍ପ ବନ୍ଦ ହୋଇଗଲା। ଏବେ ନିଯୁକ୍ତିକୁ ନେଇ ବେଙ୍ଗାଲୁରୁ ସ୍ଥିତ ଅଜିମ ପ୍ରେମଜୀ ୟୁନିଭର୍ସିଟିର ଏକ ଚାଞ୍ଚଲ୍ୟକର ରିପୋର୍ଟ ପଦାକୁ ଆସିଛି। ବିମୁଦ୍ରୀକରଣ ପରେ ୨୦୧୬ରୁ ୨୦୧୮ ମଧ୍ୟରେ ଦୁଇ ବର୍ଷରେ ୫୦ ଲକ୍ଷ ଲୋକ ଚାକିରି ହରାଇଥିଲେ।
ସିଏମ୍‌ଆଇଇ-ସିପିଡିଏକ୍ସ ତଥ୍ୟକୁ ଆଧାର କରି ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଏହି ରିପୋର୍ଟ ପ୍ରସ୍ତୁତ କରିଛି। ରିପୋର୍ଟରେ କୁହାଯାଇଛି ଯେ, ବିମୁଦ୍ରୀକରଣ ଲାଗୁ ହେବା ସହିତ ନିଯୁକ୍ତି ହ୍ରାସ ଆରମ୍ଭ ହୋଇଥିଲା। ଜାରି କରାଯାଇଥିବା ‘ଷ୍ଟେଟ ଅଫ୍‌ ଓ୍ବର୍କିଂ ଇଣ୍ଡିଆ ୨୦୧୯’ ରିପୋର୍ଟରେ କୁହାଯାଇଛି ଯେ, ନିଯୁ୍‌କ୍ତି ହରାଇବା ଦ୍ୱାରା ସାଧାରଣତଃ ପୁରୁଷଙ୍କ ଅପେକ୍ଷା ମହିଳା ଅଧିକ ପ୍ରଭାବିତ ହୋଇଥିଲେ। ଏଥିସହିତ ଶ୍ରମବଳ ଅଂଶଗ୍ରହଣକାରୀ ସଂଖ୍ୟା କମିଛି। ରିପୋର୍ଟରେ କୁହାଯାଇଛି ଯେ, ସାଧାରଣତଃ ୨୦୧୧ ପରେ ବେକାରି ସଂଖ୍ୟା ଧୀରେ ଧୀରେ ବଢ଼ିଛି। ବର୍ଷ ୨୦୧୮ରେ ମୋଟ ବେକାରି ହାର ୬% ଆଖପାଖରେ ଥିଲା, ଯାହା କି ୨୦୦୦ରୁ ୨୦୧୧ ମଧ୍ୟରେ ଦୁଇଗୁଣା ହୋଇଛି। ଏଥିରେ କୁହାଯାଇଛି ଯେ, ସହରାଞ୍ଚଳର ମହିଳାଙ୍କ ମଧ୍ୟରୁ କାର୍ଯ୍ୟ କରିବାର ବୟସରେ ଥିବା ଜନସଂଖ୍ୟାରେ ସ୍ନାତକ ମହିଳାଙ୍କ ହାର ୧୦% ରହିଛି। ସେମାନଙ୍କ ମଧ୍ୟରୁ ୩୪ ପ୍ରତିଶତ ବେକାର ହୋଇଛନ୍ତି। ୨୦ରୁ ୨୪ ବର୍ଷ ବୟସ ସମୂହରେ ସର୍ବାଧିକ ବେକାରୀ ଦେଖିବାକୁ ମିଳିଛି।
ରିପୋର୍ଟ ଅନୁସାରେ ସହରାଞ୍ଚଳ ପୁରୁଷଙ୍କ ମଧ୍ୟରେ କାର୍ଯ୍ୟ କରିବା ବୟସର ପୁରୁଷଙ୍କ ହାର ଜନସଂଖ୍ୟାର ୧୩.୫% ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ନିଯୁକ୍ତି ହରାଇଥିଲେ। ଏହାଛଡ଼ା ଉଚ୍ଚ ଶିକ୍ଷାପ୍ରାପ୍ତଙ୍କ ମଧ୍ୟରେ ବେକାରି ବୃଦ୍ଧି ପାଇଥିବା ବେଳେ କମ ପାଠ ପଢ଼ିଥିବା ଚାକିରିରତ ବ୍ୟକ୍ତି ନିଯୁକ୍ତ ହରାଇଥିଲେ। ୨୦୧୬ର ତୃତୀୟ ତ୍ରୈମାସ ଅର୍ଥାତ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଲେବର ପାର୍ଟିସିପେଶନ ଫୋର୍ସ ଅଂଶଗ୍ରହଣ ଅଚାନକ ହ୍ରାସ ପାଇବା ଦେଖାଯାଇଥିଲା। ଏହାର ଅର୍ଥ ସେପ୍ଟେମ୍ବର ୨୦୧୬ରୁ ହଠାତ ନିଯୁକ୍ତି ହ୍ରାସ ପାଇବାକୁ ଲାଗିଲା। ତେବେ ୨୦୧୭ ଦ୍ୱିତୀୟ ତ୍ରୈମାସରେ ଏହି ହାର ସାମାନ୍ୟ କମିଥିଲା। ପରେ ନିଯୁକ୍ତି ସଂଖ୍ୟା କ୍ରମାଗତ କମିବାରେ ଲାଗିଲା ଏବଂ ଏଥିରେ କୌଣସି ସୁଧାର ହେବାର ଦେଖାଯାଇ ନ ଥିଲା। କାମ କରିବାର ସୁଯୋଗ ଧୀରେ ଧୀରେ ହ୍ରାସ ପାଇଥିଲା।
ରିପୋର୍ଟରେ କୁହାଯାଇଛି ଯେ, ଗତ ୩ ବର୍ଷକୁ ଧରାଗଲେ ଜାନୁୟାରୀ-ଏପ୍ରିଲ ୨୦୧୬ରୁ ସେପ୍ଟେମ୍ବର-ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ସହରାଞ୍ଚଳ ପୁରୁଷ ଏଲ୍‌ଏଫପିଆର୍‌ ହାର ୫.୮% ରହିଥିଲା। ଏଥିରେ ବିମୁଦ୍ରୀକରଣ ଯୋଗୁ ଭବିଷ୍ୟତରେ ନିଯୁକ୍ତି ସଙ୍କଟ ସୃଷ୍ଟି ହୋଇପାରେ ବୋଲି ଚେତାବନୀ ଦିଆଯାଇଛି। ବର୍ଷ ୨୦୧୬ରୁ ୨୦୧୮ ମଧ୍ୟରେ ଦେଶରେ କାମ କରିବାର ପୁରୁଷଙ୍କ ସଂଖ୍ୟାରେ ୧୬.୧ ମିଲିୟନ ବୃଦ୍ଧି ହୋଇଥିଲା। ଅନ୍ୟପକ୍ଷରେ ଏହି ସମୟରେ ୫ ମିଲିୟନ ଅର୍ଥାତ ୫୦ ଲକ୍ଷ ବେକାର ହୋଇଥିଲେ ବୋଲି ରିପୋର୍ଟରେ ସ୍ପଷ୍ଟ କରାଯାଇଛି। ବିମୁଦ୍ରୀକରଣର ସବୁଠାରୁ ଅଧିକ ପ୍ରଭାବ ଅସଂଗଠିତ କ୍ଷେତ୍ର ଉପରେ ପଡିଥିଲା। ଜିଏସ୍‌ଟି ଲାଗୁ ହେବା ପରେ ଏହି ସେକ୍ଟର ଅବସ୍ଥା ସଙ୍ଗୀନ ହୋଇଥିଲା। ଏହି ସେକ୍ଟରରେ କାର୍ଯ୍ୟରତ କର୍ମଚାରୀଙ୍କୁ ସର୍ବାଧିକ ସଂଖ୍ୟାରେ ନିଯୁକ୍ତି ହରାଇବାକୁ ପଡ଼ିଥିଲା। ଷ୍ଟେଟ ଅଫ ଓ୍ବର୍କିଂ ଇଣ୍ଡିଆ ୨୦୧୯ ରିପୋର୍ଟ ପ୍ରସ୍ତୁତ କରିଥିବା ମୁଖ୍ୟ ଲେଖକ ତଥା ପ୍ରଫେସର ଅମିତ ବସୋଲେଙ୍କ କହିବାନୁସାରେ ରିପୋର୍ଟକୁ ସେପ୍ଟେମ୍ବର ୨୦୧୬ରୁ ଡିସେମ୍ବର ୨୦୧୬ ଏବଂ ସେପ୍ଟେମ୍ବର-ଡିସେମ୍ବର ୨୦୧୮ ଡାଟା ଆଧାରରେ ତିଆରି କରାଯାଇଛି। ତାଙ୍କ ମତରେ ନ୍ୟାଶନାଲ ସାମ୍ପଲ ସର୍ଭେ ଅର୍ଗାନାଇଜେଶନ(ଏନ୍‌ଏସ୍‌ଏସଓ) ରିପୋର୍ଟରେ ଦେଶରେ ବେକାରି ସଂଖ୍ୟା ୪୫ ବର୍ଷର ଶୀର୍ଷରେ ପହଞ୍ଚତ୍ୟାଇଛି ଏବଂ ୨୦୧୭-୧୮ରେ ୬.୧% ରହିଛି। ସୂଚନାଥାଉ କି, ନିଯୁକ୍ତି ହ୍ରାସ ଏବେ ସାଧାରଣ ନିର୍ବାଚନର ଅନ୍ୟତମ ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ଏହି ରିପୋର୍ଟ ବିରୋଧୀ ଦଳଗୁଡ଼ିକ ପାଇଁ ଏକ ଅସ୍ତ୍ର ହେବାକୁ ଯାଉଛି। ଏହି ରିପୋର୍ଟକୁ ଭିତ୍ତି କରି ସେମାନେ କ୍ଷମତାସୀନ ଏନ୍‌ଡିଏ ସରକାରଙ୍କୁ ନିଶ୍ଚିତ ଟାର୍ଗେଟ କରିବେ, ଏଥିରେ ତିଳେ ହେଲେ ସନ୍ଦେହ ନାହଁ।


Enter your email to get our daily news in your inbox.

All Right Reserved By Dharitri.Com

ମାଲାବାରର ଅକ୍ଷୟ ତୃତୀୟା କଲେକ୍ସନ

ଭୁବନେଶ୍ୱର,୪।୫: ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା କଲେକ୍ସନ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶହୀଦ ନଗରସ୍ଥିତ ମାଲାବାରର ଏକ୍ସକ୍ଲୁସିଭ...

ଲାକ୍‌ମୀ ଏକାଡେମୀର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୪।୫: ଲାକ୍‌ମୀ ଏକାଡେମୀର ୨ୟ ବାର୍ଷିକ ଉତ୍ସବ ଶୁକ୍ରବାର ଶହୀଦ ନଗରସ୍ଥିତ ଏକାଡେମୀ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଶୀତଲ ପାତ୍ର...

ଖିମ୍‌ଜୀ ଜୁଏଲର୍ସର ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌

ଭୁବନେଶ୍ୱର,୪।୫ (ଅଭୟ ଦାଶ): ରାଜ୍ୟର ସର୍ବପୁରାତନ ତଥା ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍‌ଜୀ ଜୁଏଲର୍ସ’ର ବହୁ ପ୍ରତୀକ୍ଷିତ ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି।...

ରଣଜିତ ମାଝିଙ୍କୁ ୧୧ତମ ଶାମ୍ଭବୀ ପୁରସ୍କାର

ଭୁବନେଶ୍ୱର,୪।୫: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ (ବିଆଇପିଏଫ୍‌) ପକ୍ଷରୁ ଶୁକ୍ରବାର ଆୟୋଜିତ ୧୧ତମ ଶାମ୍ଭବୀ ପୁରସ୍କାର ବିତରଣ ଉତ୍ସବ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି...

ୟୁକୋ ବ୍ୟାଙ୍କର ବାର୍ଷିକ ଆର୍ଥିକ ଫଳାଫଳ

ଭୁବନେଶ୍ୱର,୪।୫: ୟୁକୋ ବ୍ୟାଙ୍କର ବାର୍ଷିକ ଆର୍ଥିକ ଫଳାଫଳ ନିକଟରେ ପ୍ରକାଶ ପାଇଛି। ବ୍ୟାଙ୍କର ଗ୍ରସ୍‌ ଅଗ୍ରିମ ୧୫.୬୨% ବୃଦ୍ଧି ପାଇ ୧,୮୬,୮୭୭ କୋଟି ଟଙ୍କାରେ ପହଞ୍ଚତ୍ଛି।...

ଏସ୍‌ଆର୍‌ଏମ୍‌-ସିସିଟିଆର୍‌ ସହ ପତଞ୍ଜଳିର ଚୁକ୍ତି

ଭୁବନେଶ୍ୱର,୪।୫(ଅନୁରାଧା ମହାରଣା): ପତଞ୍ଜଳି ରିସର୍ଚ୍ଚ ଫାଉଣ୍ଡେଶନ (ପିଆର୍‌ଏଫ୍‌) ଏବଂ ଚେନ୍ନାଇର ଏସ୍‌ଆର୍‌ଏମ୍‌ ସେଣ୍ଟର ଫର୍‌ କ୍ଲିନିକାଲ ଟ୍ରାଏଲ ଆଣ୍ଡ ରିସର୍ଚ୍ଚ ବା ଏସ୍‌ଆର୍‌ଏମ୍‌-ସିସିଟିଆର୍‌ ମଧ୍ୟରେ ଏକ...

କମିଲା ଅଶୋଧିତ ତୈଳ ଦର: ରୁଷିଆରୁ ଅଶୋଧିତ ତୈଳ ଆମଦାନୀ

ଭୁବନେଶ୍ୱର,୪।୫ (ଅନୁରାଧା ମହାରଣା): ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୮୦ ଡଲାରରୁ ତଳକୁ ଖସିଛି। ଡବ୍ଲ୍ୟୁଟିଆଇ ଅଶୋଧିତ ତୈଳ ବ୍ୟାରେଲ ପିଛା ୭୮.୯୯...

ରେକର୍ଡ ପରିମାଣର ବିଦ୍ୟୁତ୍‌ ଚାହିଦା ପୂରଣ

ଭୁବନେଶ୍ୱର,୪।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ‘ଟିପିସିଓଡିଏଲ୍‌’ ଚଳିତ ବର୍ଷ ଏପ୍ରିଲରେ ୨୧୪୦ ମେଗାୱାଟ୍‌ର ରେକର୍ଡ ସର୍ବୋଚ୍ଚ ବିଦ୍ୟୁତ୍‌ ଚାହିଦାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri