ବିମୁଦ୍ରୀକରଣ ପରେ ନିଯୁକ୍ତି ହରାଇଛନ୍ତି ୫୦ ଲକ୍ଷ

ନୂଆଦିଲ୍ଲୀ,୧୮-୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ଘୋଷଣା କଲେ। ଏହାଦ୍ୱାରା ଆତଙ୍କବାଦ, ଦୁର୍ନୀତି ଓ କଳାଧନ ଦେଶରୁ ଲୋପ ପାଇବ ବୋଲି ଦାବି କରା ଯାଇଥିଲା। ତେବେ ଅଚାନକ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ବନ୍ଦ ହୋଇଯିବା କାରଣରୁ ଉଦ୍ୟୋଗ ଜଗତକୁ ଭାରି ଝଟକା ଲାଗିଥିଲା। ଲକ୍ଷ ଲକ୍ଷ କ୍ଷୁଦ୍ର ଶିଳ୍ପ ବନ୍ଦ ହୋଇଗଲା। ଏବେ ନିଯୁକ୍ତିକୁ ନେଇ ବେଙ୍ଗାଲୁରୁ ସ୍ଥିତ ଅଜିମ ପ୍ରେମଜୀ ୟୁନିଭର୍ସିଟିର ଏକ ଚାଞ୍ଚଲ୍ୟକର ରିପୋର୍ଟ ପଦାକୁ ଆସିଛି। ବିମୁଦ୍ରୀକରଣ ପରେ ୨୦୧୬ରୁ ୨୦୧୮ ମଧ୍ୟରେ ଦୁଇ ବର୍ଷରେ ୫୦ ଲକ୍ଷ ଲୋକ ଚାକିରି ହରାଇଥିଲେ।
ସିଏମ୍‌ଆଇଇ-ସିପିଡିଏକ୍ସ ତଥ୍ୟକୁ ଆଧାର କରି ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଏହି ରିପୋର୍ଟ ପ୍ରସ୍ତୁତ କରିଛି। ରିପୋର୍ଟରେ କୁହାଯାଇଛି ଯେ, ବିମୁଦ୍ରୀକରଣ ଲାଗୁ ହେବା ସହିତ ନିଯୁକ୍ତି ହ୍ରାସ ଆରମ୍ଭ ହୋଇଥିଲା। ଜାରି କରାଯାଇଥିବା ‘ଷ୍ଟେଟ ଅଫ୍‌ ଓ୍ବର୍କିଂ ଇଣ୍ଡିଆ ୨୦୧୯’ ରିପୋର୍ଟରେ କୁହାଯାଇଛି ଯେ, ନିଯୁ୍‌କ୍ତି ହରାଇବା ଦ୍ୱାରା ସାଧାରଣତଃ ପୁରୁଷଙ୍କ ଅପେକ୍ଷା ମହିଳା ଅଧିକ ପ୍ରଭାବିତ ହୋଇଥିଲେ। ଏଥିସହିତ ଶ୍ରମବଳ ଅଂଶଗ୍ରହଣକାରୀ ସଂଖ୍ୟା କମିଛି। ରିପୋର୍ଟରେ କୁହାଯାଇଛି ଯେ, ସାଧାରଣତଃ ୨୦୧୧ ପରେ ବେକାରି ସଂଖ୍ୟା ଧୀରେ ଧୀରେ ବଢ଼ିଛି। ବର୍ଷ ୨୦୧୮ରେ ମୋଟ ବେକାରି ହାର ୬% ଆଖପାଖରେ ଥିଲା, ଯାହା କି ୨୦୦୦ରୁ ୨୦୧୧ ମଧ୍ୟରେ ଦୁଇଗୁଣା ହୋଇଛି। ଏଥିରେ କୁହାଯାଇଛି ଯେ, ସହରାଞ୍ଚଳର ମହିଳାଙ୍କ ମଧ୍ୟରୁ କାର୍ଯ୍ୟ କରିବାର ବୟସରେ ଥିବା ଜନସଂଖ୍ୟାରେ ସ୍ନାତକ ମହିଳାଙ୍କ ହାର ୧୦% ରହିଛି। ସେମାନଙ୍କ ମଧ୍ୟରୁ ୩୪ ପ୍ରତିଶତ ବେକାର ହୋଇଛନ୍ତି। ୨୦ରୁ ୨୪ ବର୍ଷ ବୟସ ସମୂହରେ ସର୍ବାଧିକ ବେକାରୀ ଦେଖିବାକୁ ମିଳିଛି।
ରିପୋର୍ଟ ଅନୁସାରେ ସହରାଞ୍ଚଳ ପୁରୁଷଙ୍କ ମଧ୍ୟରେ କାର୍ଯ୍ୟ କରିବା ବୟସର ପୁରୁଷଙ୍କ ହାର ଜନସଂଖ୍ୟାର ୧୩.୫% ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ନିଯୁକ୍ତି ହରାଇଥିଲେ। ଏହାଛଡ଼ା ଉଚ୍ଚ ଶିକ୍ଷାପ୍ରାପ୍ତଙ୍କ ମଧ୍ୟରେ ବେକାରି ବୃଦ୍ଧି ପାଇଥିବା ବେଳେ କମ ପାଠ ପଢ଼ିଥିବା ଚାକିରିରତ ବ୍ୟକ୍ତି ନିଯୁକ୍ତ ହରାଇଥିଲେ। ୨୦୧୬ର ତୃତୀୟ ତ୍ରୈମାସ ଅର୍ଥାତ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଲେବର ପାର୍ଟିସିପେଶନ ଫୋର୍ସ ଅଂଶଗ୍ରହଣ ଅଚାନକ ହ୍ରାସ ପାଇବା ଦେଖାଯାଇଥିଲା। ଏହାର ଅର୍ଥ ସେପ୍ଟେମ୍ବର ୨୦୧୬ରୁ ହଠାତ ନିଯୁକ୍ତି ହ୍ରାସ ପାଇବାକୁ ଲାଗିଲା। ତେବେ ୨୦୧୭ ଦ୍ୱିତୀୟ ତ୍ରୈମାସରେ ଏହି ହାର ସାମାନ୍ୟ କମିଥିଲା। ପରେ ନିଯୁକ୍ତି ସଂଖ୍ୟା କ୍ରମାଗତ କମିବାରେ ଲାଗିଲା ଏବଂ ଏଥିରେ କୌଣସି ସୁଧାର ହେବାର ଦେଖାଯାଇ ନ ଥିଲା। କାମ କରିବାର ସୁଯୋଗ ଧୀରେ ଧୀରେ ହ୍ରାସ ପାଇଥିଲା।
ରିପୋର୍ଟରେ କୁହାଯାଇଛି ଯେ, ଗତ ୩ ବର୍ଷକୁ ଧରାଗଲେ ଜାନୁୟାରୀ-ଏପ୍ରିଲ ୨୦୧୬ରୁ ସେପ୍ଟେମ୍ବର-ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ସହରାଞ୍ଚଳ ପୁରୁଷ ଏଲ୍‌ଏଫପିଆର୍‌ ହାର ୫.୮% ରହିଥିଲା। ଏଥିରେ ବିମୁଦ୍ରୀକରଣ ଯୋଗୁ ଭବିଷ୍ୟତରେ ନିଯୁକ୍ତି ସଙ୍କଟ ସୃଷ୍ଟି ହୋଇପାରେ ବୋଲି ଚେତାବନୀ ଦିଆଯାଇଛି। ବର୍ଷ ୨୦୧୬ରୁ ୨୦୧୮ ମଧ୍ୟରେ ଦେଶରେ କାମ କରିବାର ପୁରୁଷଙ୍କ ସଂଖ୍ୟାରେ ୧୬.୧ ମିଲିୟନ ବୃଦ୍ଧି ହୋଇଥିଲା। ଅନ୍ୟପକ୍ଷରେ ଏହି ସମୟରେ ୫ ମିଲିୟନ ଅର୍ଥାତ ୫୦ ଲକ୍ଷ ବେକାର ହୋଇଥିଲେ ବୋଲି ରିପୋର୍ଟରେ ସ୍ପଷ୍ଟ କରାଯାଇଛି। ବିମୁଦ୍ରୀକରଣର ସବୁଠାରୁ ଅଧିକ ପ୍ରଭାବ ଅସଂଗଠିତ କ୍ଷେତ୍ର ଉପରେ ପଡିଥିଲା। ଜିଏସ୍‌ଟି ଲାଗୁ ହେବା ପରେ ଏହି ସେକ୍ଟର ଅବସ୍ଥା ସଙ୍ଗୀନ ହୋଇଥିଲା। ଏହି ସେକ୍ଟରରେ କାର୍ଯ୍ୟରତ କର୍ମଚାରୀଙ୍କୁ ସର୍ବାଧିକ ସଂଖ୍ୟାରେ ନିଯୁକ୍ତି ହରାଇବାକୁ ପଡ଼ିଥିଲା। ଷ୍ଟେଟ ଅଫ ଓ୍ବର୍କିଂ ଇଣ୍ଡିଆ ୨୦୧୯ ରିପୋର୍ଟ ପ୍ରସ୍ତୁତ କରିଥିବା ମୁଖ୍ୟ ଲେଖକ ତଥା ପ୍ରଫେସର ଅମିତ ବସୋଲେଙ୍କ କହିବାନୁସାରେ ରିପୋର୍ଟକୁ ସେପ୍ଟେମ୍ବର ୨୦୧୬ରୁ ଡିସେମ୍ବର ୨୦୧୬ ଏବଂ ସେପ୍ଟେମ୍ବର-ଡିସେମ୍ବର ୨୦୧୮ ଡାଟା ଆଧାରରେ ତିଆରି କରାଯାଇଛି। ତାଙ୍କ ମତରେ ନ୍ୟାଶନାଲ ସାମ୍ପଲ ସର୍ଭେ ଅର୍ଗାନାଇଜେଶନ(ଏନ୍‌ଏସ୍‌ଏସଓ) ରିପୋର୍ଟରେ ଦେଶରେ ବେକାରି ସଂଖ୍ୟା ୪୫ ବର୍ଷର ଶୀର୍ଷରେ ପହଞ୍ଚତ୍ୟାଇଛି ଏବଂ ୨୦୧୭-୧୮ରେ ୬.୧% ରହିଛି। ସୂଚନାଥାଉ କି, ନିଯୁକ୍ତି ହ୍ରାସ ଏବେ ସାଧାରଣ ନିର୍ବାଚନର ଅନ୍ୟତମ ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ଏହି ରିପୋର୍ଟ ବିରୋଧୀ ଦଳଗୁଡ଼ିକ ପାଇଁ ଏକ ଅସ୍ତ୍ର ହେବାକୁ ଯାଉଛି। ଏହି ରିପୋର୍ଟକୁ ଭିତ୍ତି କରି ସେମାନେ କ୍ଷମତାସୀନ ଏନ୍‌ଡିଏ ସରକାରଙ୍କୁ ନିଶ୍ଚିତ ଟାର୍ଗେଟ କରିବେ, ଏଥିରେ ତିଳେ ହେଲେ ସନ୍ଦେହ ନାହଁ।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

ସୁନା ୪୩୦୦-ରୁପା ୧୦ହଜାର ମହଙ୍ଗା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୨୧।୮: ସୁନା ଓ ରୁପା ଦରରେ ଆଜି ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି । ୨୪ କ୍ୟାରେଟ୍ ଶୁଦ୍ଧ ସୁନା ଦର ୪,୩୦୦ ଟଙ୍କା ବଢ଼ି…

ରୁଫ୍‌ଟପ୍ ସୋଲାର ସ୍ଥାପନରେ ଓଡ଼ିଶାର ବଡ଼ ସଫଳତା, ଦେଶରେ ୭ମ ସ୍ଥାନ

ଭୁବନେଶ୍ୱର, ୨୧।୮: ‘ପିଏମ୍‌ ସୂର୍ଯ୍ୟଘର ମୁଫ୍‌ତ ବିଜ୍‌ଲି’ ଯୋଜନା ଅଧୀନରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ କ୍ଷେତ୍ରରେ ଓଡ଼ିଶା ଜାତୀୟସ୍ତରରେ ୧୩ତମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛି…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

ରାଜ୍ୟ ସରକାର ବଢାଇଲେ ପେନଶନ ଲିମିଟ୍‌, ଜାଣନ୍ତୁ କାହାକୁ ମିଳିବ ଲାଭ…

ନୂଆଦିଲ୍ଲୀ,୨୦ା୮: ସରକାରୀ କର୍ମଚାରୀମାନଙ୍କୁ ଅବସର ପରେ ପେନ୍‌ସନ୍ ସୁବିଧା ମିଳିଥାଏ। ପ୍ରତ୍ୟେକ ରାଜ୍ୟ ସରକାର ନିଜ ରାଜ୍ୟର ପେନ୍‌ସନ୍‌ଭୋଗୀଙ୍କ ପେନ୍‌ସନ୍‌ରେ ସମୟ ସମୟରେ ବୃଦ୍ଧି କିମ୍ବା ସଂଶୋଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri