SBI କ୍ରେଡିଟ କାର୍ଡ ଗ୍ରାହକ ସାବଧାନ! ଡିସେମ୍ବର ୧ରୁ ବଦଳିବ ନିୟମ, ଦେବାକୁ ପଡ଼ିବ ଅତିରିକ୍ତ ଚାର୍ଜ

ନୂଆଦିଲ୍ଲୀ,୨୭।୧୧: ଯଦି ଆପଣ SBI କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି ଏବଂ ଯାତ୍ରା, ପରିବହନ କିମ୍ବା ପେଟ୍ରୋଲ-ଡିଜେଲ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି, ତେବେ ଡିସେମ୍ବର ୧, ୨୦୨୬ରୁ ଆପଣଙ୍କ ପକେଟ ଉପରେ ଅତିରିକ୍ତ ବୋଝ ପଡ଼ିପାରେ। SBI କାର୍ଡ ପକ୍ଷରୁ ପୂର୍ବରୁ ଜାରି ହୋଇଥିବା ନୋଟିସ ଅନୁଯାୟୀ, ଅଧିକ ମୂଲ୍ୟର ପରିବହନ ଏବଂ ଇନ୍ଧନ ସମ୍ପର୍କିତ କାରବାର ଉପରେ ନୂଆ ଶୁଳ୍କ ଲାଗୁ ହେବ। ଏହି ନିୟମ ଡିସେମ୍ବର ମାସର ପ୍ରଥମ ତାରିଖରୁ କାର୍ଯ୍ୟକାରୀ ହେବାକୁ ଯାଉଛି।

ଡିସେମ୍ବର ୧, ୨୦୨୬ରୁ ଲାଗୁ ହେବାକୁ ଥିବା ନୂଆ ନିୟମ ଅନୁଯାୟୀ, SBI କ୍ରେଡିଟ କାର୍ଡ ଜରିଆରେ ୩୦ ହଜାର ଟଙ୍କାରୁ ଅଧିକ ପ୍ରତ୍ୟେକ ଯୋଗ୍ୟ ପରିବହନ କାରବାର ଉପରେ ୧ ପ୍ରତିଶତ ଅତିରିକ୍ତ ଶୁଳ୍କ ଲାଗିବ।

ଏଥିରେ ନିର୍ଦ୍ଦିଷ୍ଟ ମର୍ଚ୍ଚାଣ୍ଟ କ୍ୟାଟେଗୋରି କୋଡ (MCC 4111, 4784 ଏବଂ 4131) ଅଧୀନରେ ଆସୁଥିବା କିଛି ର୍ନିଦ୍ଦିଷ୍ଟ ପରିବହନ ସେବାର କାରବାର ସାମିଲ ରହିଛି।

ଉଦାହରଣ ସ୍ବରୂପ, ଯଦି ଆପଣ ଗୋଟିଏ ଯୋଗ୍ୟ ପରିବହନ କାରବାରରେ ୩୫,୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି, ତେବେ ୧ ପ୍ରତିଶତ ହିସାବରେ ୩୫୦ ଟଙ୍କା ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ। ସେହିପରି ୫୦,୦୦୦ ଟଙ୍କାର କାରବାର ଉପରେ ୫୦୦ ଟଙ୍କା ଶୁଳ୍କ ଲାଗିବ।

ବିଶେଷ କଥା ହେଉଛି, ଏହି ନିୟମ ସମଗ୍ର ବିଲିଂ ସାଇକେଲର ମୋଟ ଖର୍ଚ୍ଚ ଉପରେ ନୁହେଁ, ବରଂ ପ୍ରତ୍ୟେକ ବଡ଼ ଯୋଗ୍ୟ କାରବାର ଉପରେ ଲାଗୁ ହେବ।
ଦ୍ୱିତୀୟ ବଡ଼ ପରିବର୍ତ୍ତନ ଇନ୍ଧନ ଖର୍ଚ୍ଚକୁ ନେଇ ହୋଇଛି। ଗୋଟିଏ ବିଲିଂ ସାଇକେଲରେ ଆପଣଙ୍କ ଯୋଗ୍ୟ ଇନ୍ଧନ କାରବାରର ମୋଟ ଖର୍ଚ୍ଚ ୫୦,୦୦୦ ଟଙ୍କାରୁ ଅଧିକ ହେଲେ ୧ ପ୍ରତିଶତ ଶୁଳ୍କ ଲାଗୁ ହେବ।

ଉଦାହରଣ, ଯଦି ଗୋଟିଏ ବିଲିଂ ସାଇକେଲରେ ଆପଣଙ୍କ ମୋଟ ଇନ୍ଧନ ଖର୍ଚ୍ଚ ୫୫,୦୦୦ ଟଙ୍କା ହୁଏ, ତେବେ ଏହା ଉପରେ ୧ ପ୍ରତିଶତ ଅର୍ଥାତ୍‌ ୫୫୦ ଟଙ୍କା ଅତିରିକ୍ତ ଶୁଳ୍କ ଲାଗିପାରେ।

ସାଧାରଣ କ୍ରେଡିଟ କାର୍ଡ ଗ୍ରାହକଙ୍କ ପାଇଁ କ’ଣ ପରାମର୍ଶ?

ଯଦି ଆପଣଙ୍କ ପରିବହନ କିମ୍ବା ଇନ୍ଧନ ବାବଦ ଖର୍ଚ୍ଚ ନିୟମିତ ଭାବେ ନିର୍ଦ୍ଧାରିତ ସୀମା ଅତିକ୍ରମ କରୁଛି, ତେବେ ଡିସେମ୍ବର ୧, ୨୦୨୬ରୁ ନିଜ କ୍ରେଡିଟ କାର୍ଡ ଷ୍ଟେଟମେଣ୍ଟ ଏବଂ ଖର୍ଚ୍ଚ ଉପରେ ନଜର ରଖିବା ଜରୁରୀ।

– ଅଧିକ ମୂଲ୍ୟର ପରିବହନ ପେମେଣ୍ଟ କରିବା ପୂର୍ବରୁ ନିର୍ଦ୍ଧାରିତ ସୀମା ଏବଂ ସମ୍ଭାବ୍ୟ ୧% ଶୁଳ୍କ ବିଷୟରେ ହିସାବ କରନ୍ତୁ।

– ପେଟ୍ରୋଲ ଓ ଡିଜେଲ କିଣିବା ସମୟରେ ବିଲିଂ ସାଇକେଲର ମୋଟ ଖର୍ଚ୍ଚ ୫୦,୦୦୦ ଟଙ୍କା ପାଖାପାଖି ପହଞ୍ଚିଲେ ସତର୍କ ରୁହନ୍ତୁ।

– କ୍ରେଡିଟ କାର୍ଡର ସୁବିଧା, ରିୱାର୍ଡ ପଏଣ୍ଟ ଏବଂ ଶୁଳ୍କକୁ ଦୃଷ୍ଟିରେ ରଖି ନିଜ ଖର୍ଚ୍ଚର ଯୋଜନା ପୁନର୍ବାର ପ୍ରସ୍ତୁତ କରନ୍ତୁ।

ଏହି ପରିବର୍ତ୍ତନ ଯୋଗୁଁ ଅଧିକ ଟଙ୍କା ଖର୍ଚ୍ଚ କରୁଥିବା SBI କ୍ରେଡିଟ କାର୍ଡ ଗ୍ରାହକଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିପାରେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜମୁଛି ବାଲିଯାତ୍ରା, ଗ୍ରାହକଙ୍କୁ ଆକର୍ଷିତ କରୁଛି ଫାବୋ

କଟକ,୨୭।୧୧(କାର୍ତ୍ତିକ ସାହୁ): ବାଲିଯାତ୍ରାରେ ଗ୍ରାହକଙ୍କୁ ଆକର୍ଷିତ କଲା ଭଳି ଅଫର ପ୍ରଦାନ କରୁଛି ଫାବୋ। କମ୍ପାନୀର ବିଭିନ୍ନ ଉତ୍ପାଦ ଉପରେ ଗୋଟିଏ କିଣିଲେ ଗୋଟିଏ ମାଗଣା ସହ…

ବରଗଡ଼ ଧନୁଯାତ୍ରା ମହୋତ୍ସବ: ଆଜି କଂସ ଚୟନ

ବରଗଡ଼,୨୭।୧୧(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୭ ମସିହା ଜାନୁଆରୀ ମାସ ୧୨ ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧…

ସିରାଜଙ୍କ ଆଖିରେ ଲୁହ! ପୂର୍ବତନ କ୍ରିକେଟର୍‌ ଉଠାଇଲେ ବଡ଼ ପ୍ରଶ୍ନ

ଖ୍ରୀଷ୍ଟଚର୍ଚ୍ଚ,୨୭।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖ୍ରୀଷ୍ଟଚର୍ଚ୍ଚରେ ସିରିଜ୍‌ର ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ୍‌ରେ ମଧ୍ୟ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ପ୍ଲେଇଂ-୧୧ରେ…

ଆଇପିଏଲରେ ବଡ଼ ହଲଚଲ! ମୁମ୍ବାଇକୁ ମିଳିବ ନୂଆ ଅଧିନାୟକ, ଆଜି ଏହି ସମୟରେ ହେବ ଅଫିସିଆଲ ଘୋଷଣା

ନୂଆଦିଲ୍ଲୀ,୨୭।୧୧: ଆସନ୍ତା ବର୍ଷ ଆଇପିଏଲ ସିଜିନ ବେଶ ରୋମାଞ୍ଚକର ହେବାକୁ ଯାଉଛି। ନିଜ ନିଜ ଦଳକୁ ମଜଭୁତ କରିବା ପାଇଁ ସମସ୍ତ ଫ୍ରାଞ୍ଚାଇଜି ବଡ଼ ପଦକ୍ଷେପ ନେଇଛନ୍ତି।…

କେନ ୱିଲିୟମସନଙ୍କ ରେକର୍ଡ ଭାଙ୍ଗିଲେ ଟମ ଲାଥମ, WTCରେ ହେଲେ ନମ୍ବର-୧

ନୂଆଦିଲ୍ଲୀ,୨୭।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କ୍ରାଇଷ୍ଟଚର୍ଚ୍ଚରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ପ୍ରଥମ ଟେଷ୍ଟ ମ୍ୟାଚ ୱେଲିଂଟନରେ ଖେଳାଯାଇଥିଲା। ସେହି ମ୍ୟାଚରେ ଉଭୟ ଇନିଂସରେ ନ୍ୟୁଜିଲାଣ୍ଡ…

‘ଯୋଗୀ ନଥିଲେ ଉତ୍ତରପ୍ରଦେଶ ନାହିଁ’, ଯୋଗୀଙ୍କୁ ଖୋଲାଖୋଲି ପ୍ରଶଂସା କଲେ ସଞ୍ଜୟ ରାଉତ, ଚାରିଆଡେ ଚର୍ଚ୍ଚା

ଲକ୍ଷ୍ନୌ,୨୭।୧୧: ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ରାଜ୍ୟ ସଭା ସାଂସଦ ସଞ୍ଜୟ ରାଉତ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ…

ଆକାଶ ଦୀପ-ଅଂଶୁଲ କାମ୍ବୋଜଙ୍କ ଘାତକ ବୋଲିଂ, ୦ରେ ୩ ଉଇକେଟ୍‌ ହରାଇଲା ନ୍ୟୁଜିଲାଣ୍ଡ

ଖ୍ରୀଷ୍ଟଚର୍ଚ୍ଚ, ୨୭।୧୧: ୱେଲିଂଟନ ଟେଷ୍ଟରେ ଭାରତୀୟ ବୋଲର ପ୍ରଥମ ଦିନର ପ୍ରଥମ ସେସନରେ ଘାତକ ବୋଲିଂ କରିଥିବାବେଳେ ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟରେ ଦ୍ୱିତୀୟ ସେସନରେ ଦେଖିବାକୁ ମିଳିଛି ସେହି…

ଗ୍ୟାସ ସିଲିଣ୍ଡରକୁ ନେଇ ବଡ଼ ଅପଡେଟ୍‌! ଡିସେମ୍ବରରୁ ନୂଆ ନିୟମ, ବୁକିଂ ପୂର୍ବରୁ ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୨୭।୧୧: ପ୍ରତ୍ୟେକ ଘରର ରୋଷେଇ ଘରର ବଜେଟ ବହୁ ପରିମାଣରେ ଏଲପିଜି ଗ୍ୟାସ ସିଲିଣ୍ଡର ଉପରେ ନିର୍ଭର କରିଥାଏ। ଯଦି ଆପଣ ଇଣ୍ଡେନ (Indane), ଏଚ୍ପି ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?