ବିଭାଗ ଉପରେ ବର୍ଷିଲେ ଚାଷୀ

ରାସୋଳ, ୧୮।୧(ଡି.ଏନ.ଏ.) – ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ସାପୁଆ ଡ୍ୟାମ ନିକଟରେ ଶୁକ୍ରବାର ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟିକା ସୀମାରାଣୀ ନାୟକ, ମୁଖ୍ୟବକ୍ତା ଅଧୀକ୍ଷଣ ଯନ୍ତ୍ରୀ ଦୀପ୍ତିରଞ୍ଜନ ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ, ମୁଖ୍ୟଯନ୍ତ୍ରୀ ଭାରତ ଭୂଷଣ ଦାସ ମଞ୍ଚାସୀନ ଥିଲେ। କୃଷି ବିଭାଗର ସହଯୋଗ ମିଳୁ ନ ଥିବାରୁ ଜଳସେଚନ ସୁବିଧା ଥିବା ସତ୍ତ୍ୱେ ଲାଭ ମିଳୁ ନ ଥିବା ଅଭିଯୋଗ କରି ଚାଷୀମାନେ କ୍ଷୋଭବ୍ୟକ୍ତ କରିଥିଲେ।
ବାର୍‌ହା, ହାତୀ, ମାଙ୍କଡ଼ ଉପଦ୍ରବରେ ଚାଷୀମାନେ ବହୁ କ୍ଷତି ସହୁଥିବା ଅଭିଯୋଗ ହେଉଛି। ଏହାର ପ୍ରତିକାର ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରାଯିବ ବୋଲି ବିଧାୟିକା ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଚାଷୀଙ୍କୁ ଆବଶ୍ୟକ ସହଯୋଗ କରିବାକୁ ସେ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବ୍ଲକ ଅଧ୍ୟକ୍ଷ ଆଲୋଚନାରେ ଭାଗନେଇ କହିଲେ, ଜଳ ସଂରକ୍ଷଣ କରିବା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ। ପ୍ରତି ଜନସାଧାରଣଙ୍କୁ ଏଥିରେ ସହଭାଗୀ ହୋଇ କାମ କରିବାକୁ ପଡ଼ିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ପ୍ରତି ପଞ୍ଚାୟତରେ ପାଣି ପଞ୍ଚାୟତ କାର୍ଯ୍ୟାଳୟ ଖୋଲିବା ଲାଗି ଗୋଟିଏ ପ୍ରକୋଷ୍ଠ ଯୋଗାଇ ଦିଆଯିବ ବୋଲି ଅଧ୍ୟକ୍ଷ କହିଛନ୍ତି।
ନାଉକିଆରୀ ଗ୍ରାମର ଚାଷୀ ଧନେଶ୍ୱର ସାହୁ କହିଲେ, ସାପୁଆ ଡ୍ୟାମରୁ ଚାଷୀଙ୍କୁ ପାଣି ସୁବିଧା ମିଳୁଛି। ହେଲେ କୃଷି ବିଭାଗର କୌଣସି କର୍ମଚାରୀ ସହଯୋଗ କରୁନାହାନ୍ତି। ସାର, ବିହନ, କୀଟନାଶକ, ବୈଷୟିକ ଜ୍ଞାନକୌଶଳ ମିଳିବା ସାତସପନ ପାଲଟିଛି। ସେହିପରି ଅନେକ ଚାଷୀ କୃଷି ଏବଂ ଉଦ୍ୟାନ ବିଭାଗର ଅବହେଳାକୁ ନେଇ ବର୍ଷିଥିଲେ। କୃଷି ଉପନିର୍ଦ୍ଦେଶକ ଛବୀନ୍ଦ୍ର ବେହେରା କହିଲେ, ବିଭାଗରେ କର୍ମଚାରୀଙ୍କ ଅଭାବ ରହିଛି। ତେଣୁ ସମସ୍ୟା ସୃଷ୍ଟି ହେଉଛି। ଆଗାମୀ ଦିନରେ ଏଥିପ୍ରତି ଦୃଷ୍ଟି ଦିଆଯିବ। ଏହି ଅବସରରେ କୃଷି କ୍ଷେତ୍ରରେ ସଫଳତା ପାଇଁ କୁନୁଆ ଗ୍ରାମର ସରୋଜ ସାମଲ, ଅଁଳାବେଡ଼ାର ବିଦ୍ୟାଧର ବିଶ୍ୱାଳ, ଲହଡ଼ାର ଧୀର ସାମଲ, ଭକ୍ତପୁରର ଦିଲୀପ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ପାଣି ପଞ୍ଚାୟତର ବହୁ ସଭ୍ୟାସଭ୍ୟଙ୍କ ସମେତ ୩୦ଜଣ ଚାଷୀ ଯୋଗଦେଇଥିଲେ। ନିର୍ବାହୀ ଯନ୍ତ୍ରୀ ସରୋଜକାନ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିବାବେଳେ ସାପୁଆ ଡ୍ୟାମର ସହକାରୀ ଯନ୍ତ୍ରୀ କାଳୀଚରଣ ହୋତା ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri