ବିଭାଗ ଉପରେ ବର୍ଷିଲେ ଚାଷୀ

ରାସୋଳ, ୧୮।୧(ଡି.ଏନ.ଏ.) – ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ସାପୁଆ ଡ୍ୟାମ ନିକଟରେ ଶୁକ୍ରବାର ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟିକା ସୀମାରାଣୀ ନାୟକ, ମୁଖ୍ୟବକ୍ତା ଅଧୀକ୍ଷଣ ଯନ୍ତ୍ରୀ ଦୀପ୍ତିରଞ୍ଜନ ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ, ମୁଖ୍ୟଯନ୍ତ୍ରୀ ଭାରତ ଭୂଷଣ ଦାସ ମଞ୍ଚାସୀନ ଥିଲେ। କୃଷି ବିଭାଗର ସହଯୋଗ ମିଳୁ ନ ଥିବାରୁ ଜଳସେଚନ ସୁବିଧା ଥିବା ସତ୍ତ୍ୱେ ଲାଭ ମିଳୁ ନ ଥିବା ଅଭିଯୋଗ କରି ଚାଷୀମାନେ କ୍ଷୋଭବ୍ୟକ୍ତ କରିଥିଲେ।
ବାର୍‌ହା, ହାତୀ, ମାଙ୍କଡ଼ ଉପଦ୍ରବରେ ଚାଷୀମାନେ ବହୁ କ୍ଷତି ସହୁଥିବା ଅଭିଯୋଗ ହେଉଛି। ଏହାର ପ୍ରତିକାର ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରାଯିବ ବୋଲି ବିଧାୟିକା ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଚାଷୀଙ୍କୁ ଆବଶ୍ୟକ ସହଯୋଗ କରିବାକୁ ସେ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବ୍ଲକ ଅଧ୍ୟକ୍ଷ ଆଲୋଚନାରେ ଭାଗନେଇ କହିଲେ, ଜଳ ସଂରକ୍ଷଣ କରିବା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ। ପ୍ରତି ଜନସାଧାରଣଙ୍କୁ ଏଥିରେ ସହଭାଗୀ ହୋଇ କାମ କରିବାକୁ ପଡ଼ିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ପ୍ରତି ପଞ୍ଚାୟତରେ ପାଣି ପଞ୍ଚାୟତ କାର୍ଯ୍ୟାଳୟ ଖୋଲିବା ଲାଗି ଗୋଟିଏ ପ୍ରକୋଷ୍ଠ ଯୋଗାଇ ଦିଆଯିବ ବୋଲି ଅଧ୍ୟକ୍ଷ କହିଛନ୍ତି।
ନାଉକିଆରୀ ଗ୍ରାମର ଚାଷୀ ଧନେଶ୍ୱର ସାହୁ କହିଲେ, ସାପୁଆ ଡ୍ୟାମରୁ ଚାଷୀଙ୍କୁ ପାଣି ସୁବିଧା ମିଳୁଛି। ହେଲେ କୃଷି ବିଭାଗର କୌଣସି କର୍ମଚାରୀ ସହଯୋଗ କରୁନାହାନ୍ତି। ସାର, ବିହନ, କୀଟନାଶକ, ବୈଷୟିକ ଜ୍ଞାନକୌଶଳ ମିଳିବା ସାତସପନ ପାଲଟିଛି। ସେହିପରି ଅନେକ ଚାଷୀ କୃଷି ଏବଂ ଉଦ୍ୟାନ ବିଭାଗର ଅବହେଳାକୁ ନେଇ ବର୍ଷିଥିଲେ। କୃଷି ଉପନିର୍ଦ୍ଦେଶକ ଛବୀନ୍ଦ୍ର ବେହେରା କହିଲେ, ବିଭାଗରେ କର୍ମଚାରୀଙ୍କ ଅଭାବ ରହିଛି। ତେଣୁ ସମସ୍ୟା ସୃଷ୍ଟି ହେଉଛି। ଆଗାମୀ ଦିନରେ ଏଥିପ୍ରତି ଦୃଷ୍ଟି ଦିଆଯିବ। ଏହି ଅବସରରେ କୃଷି କ୍ଷେତ୍ରରେ ସଫଳତା ପାଇଁ କୁନୁଆ ଗ୍ରାମର ସରୋଜ ସାମଲ, ଅଁଳାବେଡ଼ାର ବିଦ୍ୟାଧର ବିଶ୍ୱାଳ, ଲହଡ଼ାର ଧୀର ସାମଲ, ଭକ୍ତପୁରର ଦିଲୀପ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ପାଣି ପଞ୍ଚାୟତର ବହୁ ସଭ୍ୟାସଭ୍ୟଙ୍କ ସମେତ ୩୦ଜଣ ଚାଷୀ ଯୋଗଦେଇଥିଲେ। ନିର୍ବାହୀ ଯନ୍ତ୍ରୀ ସରୋଜକାନ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିବାବେଳେ ସାପୁଆ ଡ୍ୟାମର ସହକାରୀ ଯନ୍ତ୍ରୀ କାଳୀଚରଣ ହୋତା ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri