ବାତ୍ୟା ପ୍ରଭାବରେ ସୋରରେ କ୍ଷତି

ସୋର, ୨୨ା୫(ଡି.ଏନ.ଏ.)-ବାତ୍ୟା ଅମ୍ଫନ୍‌ ପ୍ରଭାବରେ ସୋରରେ ବ୍ୟାପକ କ୍ଷତି ଘଟିଛି। ସୋର ବ୍ଲକ ମାଣିପୁର ପଞ୍ଚାୟତ ଖୁଣ୍ଟାପାଟଣା ଗ୍ରାମରେ ଥିବା ସଂରକ୍ଷିତ ଜଙ୍ଗଲରେ ବଡ଼ ବଡ଼ ଗଛସବୁ ଉପୁଡ଼ି ପଡ଼ିଛି। ଶିଙ୍ଗାଖୁଣ୍ଟା, ମାଣତ୍ରୀ, ମହୁମୁହାଣ, ଗୋପୀନାଥପୁର, ଆଟପୁର, ଦହିସଡ଼ା, ନଦୀଗାଁ, ସରଶଂଖ, ନିଶ୍ଚିନ୍ତପୁର, ମଧୁସୂଦନପୁର, ମୁଳିସିଂ, ପାଖର, ଗୁଡ଼୍‌, ଅନନ୍ତପୁର, ଟେଣ୍ଟେଇ, କେଦାରପୁର, ସାଜନପୁର, ସବିରା, ତଳନଗର ଆଦି ପଞ୍ଚାୟତରେ ଗଛ ପଡ଼ି ଅନେକ ଘର ଭାଙ୍ଗିଥିବା ବେଳେ ଅନେକ ସ୍ଥାନରେ ଛପର ଉଡିଯାଇଛି। ଅନେକ ଗ୍ରାମରେ ଗଛପଡ଼ି ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ସରବରାହ ଗୁରୁବାର ସୁଦ୍ଧା ବନ୍ଦ ରହିଛି। ସୋର ପୌରପରିଷଦ ଉତ୍ତରେଶ୍ୱରରେ ଥିବା ବିକେ ଆର୍ଟ ପଥର ଖୋଦେଇ କେନ୍ଦ୍ରର ବ୍ୟାପକ କ୍ଷତି ହୋଇଥିବା ଦେଖାଯାଇଛି। ଏହାର ଚାଳ ଛପର ଘର ଏବଂ ସେଡ୍‌ଗୁଡ଼ିକୁ ଉଡ଼ାଇ ନେଇଥିବା ଦେଖାଯାଇଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ସୋର ପୌରପରିଷଦ ଏବଂ ଗ୍ରାମାଞ୍ଚଳରେ କେତୋଟି ସ୍ଥାନରେ ବିଦ୍ୟୁତ୍‌ ସଂଯୋଗ କରାଯାଇଥିବା ବେଳେ ଅନେକ ଗ୍ରାମ ଅନ୍ଧାର ରହିଥିବା ଦେଖାଯାଇଛି। ସୋର ବିଦ୍ୟୁତ୍‌ ନିର୍ବାହୀଯନ୍ତ୍ରୀ ଭୂପେନ୍ଦ୍ର ସାହୁଙ୍କ ନେତୃତ୍ୱରେ ସ୍ବତନ୍ତ୍ର ଟିମ୍‌ର ମିଳିତ ସହଯୋଗରେ ରାତିଦିନ ବିଦ୍ୟୁତ୍‌ ମରାମତି କାର୍ଯ୍ୟ ଚାଲୁରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍, ସିସିଟିଭିରେ କଏଦ ହେଲା ଘଟଣା

ବସ୍ତା, ୪।୭ (ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା  ବସ୍ତା ଥାନା ଅନ୍ତର୍ଗତ ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri