ବଅଁରପାଳ, ୨୨।୬ (ଡି.ଏନ୍.ଏ.) – ବଅଁରପାଳ ବ୍ଲକ ଅଞ୍ଚଳରେ ଚଳିତବର୍ଷ ୯୦ ଜଣ କୁଷ୍ଠ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜଣାପଡ଼ିଛି। ୨୦୧୮ ଏପ୍ରିଲ ଠାରୁ ୨୦୧୯ ମାର୍ଚ୍ଚ ମଧ୍ୟରେ ଏହି ଚିହ୍ନଟ ହୋଇଥିଲା। ୨୦୧୭-୧୮ରେ ୪୪ ଜଣ କୁଷ୍ଠ ରୋଗୀ ଚିହ୍ନଟ ହୋଇଥିବାବେଳେ ଚଳିତ ବର୍ଷ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି। ୨୦୧୮ ଏପ୍ରିଲରେ ୪ ଜଣଙ୍କୁ ଚିହ୍ନଟ କରାଯାଇଥିଲା। ମେ’ରେ ୩ ଜଣ, ଜୁନ୍ରେ ୫, ଜୁଲାଇରେ ୨, ଅଗଷ୍ଟରେ ୨ ଜଣ, ସେପ୍ଟେମ୍ବରରେ ୧, ଅକ୍ଟୋବରରେ ୩୦, ନଭେମ୍ବରରେ ୬, ୨୦୧୯ ଜାନୁୟାରୀରେ ୩, ଫେବୃୟାରୀରେ ୨୭ ଜଣ, ମାର୍ଚ୍ଚ ୭ ଜଣଙ୍କୁ ଚିହ୍ନଟ କରାଯାଇଛି। ତେବେ ନାଲକୋ ଅଞ୍ଚଳରେ ସର୍ବାଧିକ ୨୫ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଥିବାବେଳେ ଜରାସିଂହା, ଶାକସିଂହା, ବଳରାମପ୍ରସାଦ, ବନ୍ଦା, ନୂଆହତା, ତଳମୂଳ ସମେତ ଆଉ କେତେକ ଅଞ୍ଚଳରେ କୁଷ୍ଠ ରୋଗୀ ଥିବା ଜଣାପଡ଼ିଛି। ରୋଗୀ ଏକ ବର୍ଷ ମଧ୍ୟରେ ଔଷଧ ଖାଇଲେ ରୋଗ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇପାରିବ ବୋଲି ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି। ସେହିପରି ସ୍ବଳ୍ପ ଜୀବାଣୁଗ୍ରସ୍ତ ରୋଗୀ ୬ ମାସ ଔଷଧ ଖାଇଲେ ଏହି ରୋଗ ଭଲ ହେବ। ତେବେ ୪୦ ଜଣ ପୁରୁଣା ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି। ମାତ୍ର ଅଞ୍ଚଳରେ ଆହୁରି ଅନେକ ରୋଗୀ ରହିଥିବା ସନ୍ଦେହ କରାଯାଉଛି। ଏହି ରୋଗର ନିରାକାରଣ ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। କାନ୍ଥ ବାଡ଼ରେ ସଚେତନତା ବାର୍ତ୍ତାମାନ ଲେଖାଯାଉଛି। ହେଲେ ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କାନ୍ଥରେ ଲେଖାଯାଇଥିବା ସଚେତନତା ବାର୍ତ୍ତା ଦୀର୍ଘ ଦିନ ହେଲା ଲିଭି ଯାଇଥିବାବେଳେ ଏହାକୁ ପୁନର୍ବାର ଲେଖା ଯାଉନାହିଁ। ଏ ସମ୍ପର୍କରେ ବ୍ଲକ ନୋଡାଲ ଲେପର୍ସି ଅଧିକାରୀ ସୁମନ୍ତ କୁମାର ରାଉତ କୁହନ୍ତି, ବହୁ ରୋଗୀ ଔଷଧ ଖାଇ ଭଲ ହେଲେଣି। ପୂର୍ବ ଅପେକ୍ଷା ରୋଗୀମାନଙ୍କ ସଂଖ୍ୟା କମୁଛି। ତେବେ ଡାକ୍ତରଖାନା କାନ୍ଥରେ ଲେଖାଯାଇଥିବା ସଚେତନତା ବାର୍ତ୍ତା ନିର୍ବାଚନ ସମୟରେ ଲିଭି ଯାଇଛି। ପୁଣି ଏଗୁଡ଼ିକ ଲେଖାଯିବ ବୋଲି ସେ କହିଛନ୍ତି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…
Archives

